ଗୋଟିଏ ଗାଡ଼ିକୁ ପିଛା କରୁଥିଲା ପାଟ୍ରୋଲିଂ ଗାଡ଼ି: ଆଗ ଗାଡ଼ିରୁ ଅବକାରୀ ଗାଡ଼ିକୁ ହେଲା ଗୁଳିମାଡ଼ , ପରେ ଫିଲ୍ମ ଷ୍ଟାଇଲରେ…

ସୁନ୍ଦରଗଡ,୧୨।୪(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ଲେଫ୍ରିପଡା ଥାନା ଅନ୍ତର୍ଗତ ମଶାବିରା ରାସ୍ତାରେ ଶନିବାର ସକାଳେ ଅବକାରୀ ବିଭାଗର ଗାଡି ଉପରକୁ ଗୁଳି ମାଡ ହୋଇଛି। ଚୋରାମଦ ଚାଲାଣ କରୁଥିବା ସନ୍ଦେହରେ ଅବକାରୀ ବିଭାଗର ପାଟ୍ରୋଲିଂ ଗାଡି ଏକ ଗାଡିକୁ ପିଛା କରୁଥିବା ବେଳେ ଆଗରେ ଯାଉଥିବା ଗାଡିରୁ ଅବକାରୀ ବିଭାଗର ପାଟ୍ରୋଲିଂ ଗାଡି ଉପରକୁ ଗୁଳି ଚାଳନା ହୋଇଛି। ଗାଡିକୁ ଜବତ ବେଳେ ଏହା ଗୋରୁଚାଲାଣ କରୁଥିବା ଦୁବୃର୍ତ୍ତମାନେ ବୋଲି ଜଣାପଡିଛି। ଏହି ଘଟଣାରେ ଲେଫ୍ରିପଡା ପୋଲିସ ଜଣକୁ ଗିରଫ କରିବା ସହ ଗୋଟିଏ ବନ୍ଧୁକ ଜବତ କରିଛି। ଉକ୍ତ ଗାଡ଼ିରେ ଥିବା ଦୁଇଜଣ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି। ସଦର ଏସ୍‌ଡିପିଓ ନିର୍ମଳ କୁମାର ମହାପାତ୍ରଙ୍କ ସୂଚନା ମୁତାବକ
ହେମଗିର ଅଞ୍ଚଳରୁ ମଦ ଆସୁଥିବା ସନ୍ଦେହରେ ଏକ ପିକଅପ୍‌ ଭ୍ୟାନକୁ ଅବକାରୀ ବିଭାଗ କର୍ମଚାରୀ ପିଛା କରିବା ସମୟରେ ଅବକାରୀ ବିଭାଗର ଗାଡିକୁ ଦୁର୍ବୃତ୍ତମାନେ ତିନି ରାଉଣ୍ଡ ଗୁଳିମାଡ କରିଥିଲେ॥ଅବକାରୀ ବିଭାଗର ଗାଡିରେ ଗୋଟିଏ ରାଉଣ୍ଡ ଗୁଳି ବାଜିଛ। ଗାଡିରେ ମଦ ନୁହେଁ ବରଂ ଗୋରୁ ଚାଲାଣ ହେଉଥିଲା ବୋଲି ଜଣାପଡିଛି। ଲେଫ୍ରିପଡା ଥାନା ମଶାବିରା ନିକଟରେ ପୋଲିସ ଜଣକୁ ଧରି ଥିବା ବେଳେ ଅନ୍ୟ ୨ ଜଣ ଫେରାର ହୋଇଯାଇଛନ୍ତି। ଜଣେ ଦୁର୍ବୃତ୍ତକୁ ପୋଲିସ ଧରିବାରେ ସକ୍ଷମ ହେବା ସହ ତା ନିକଟରୁ ଏକ ରିଭରଭଲ( ବନ୍ଧୁକ )ମଧ୍ୟ ଜବତ କରିଛି। ପିକଅପ୍‌ ଭ୍ୟାନରେ ଥିବା ୫ ଗାଈଙ୍କୁ ଉଦ୍ଧାର କରାଯାଇଛି। ପିକଭ୍ୟାନକୁ ଛାଡି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି। ଦୁର୍ବୃତ୍ତ ମାନେ ପ୍ରାୟ ୩ ରାଉଣ୍ଡ ଗୁଳି ଚାଳନା କରିଥିବା ବେଳେ ଅବକାରୀ ବିଭାଗର କୌଣସି କର୍ମଚାରୀଙ୍କ ଦେହରେ ଗୁଳି ବାଜିନାହିଁ ବରଂ ସିଧା ଯାଇ ଗୁଳି ଅବକାରୀ ବିଭାଗର ଗାଡିରେ ବାଜିଛି।