ଅବକାରୀ ବିଭାଗର ଚଢ଼ାଉ: ମଦ ପ୍ରସ୍ତୁତି ସମୟରେ ହଠାତ୍‌…

ଜଳେଶ୍ୱର,୪ା୩(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ଅବକାରୀ ବିଭାଗ ପକ୍ଷରୁ ବେଆଇନ ମଦ କାରବାର ବିରୋଧରେ ଏକ ବଡ଼ ଧରଣର ସଫଳତା ମିଳିଛି। ଜଳେଶ୍ୱର ବ୍ଲକ ରାଇବଣିଆ ଥାନା ଅଧୀନସ୍ଥ ବରଡିହା ପଞ୍ଚାୟତର ରଙ୍ଗାମାଟିଆ ଗ୍ରାମ ନିକଟରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ପୋଚ ନଷ୍ଟ କରାଯିବା ସହ ପ୍ରସ୍ତୁତ ମହୁଲି ମଦ ଜବତ କରାଯାଇଛି।

ସୂଚନା ଅନୁସାରେ, ଅବକାରୀ ବିଭାଗର ଏକ ସ୍ବତନ୍ତ୍ର ଟିମ୍‌ ରଙ୍ଗାମାଟିଆ ଅଞ୍ଚଳରେ ହଠାତ୍‌ ଚଢ଼ାଉ କରିଥିଲେ। ଏହି ଚଢ଼ାଉ ସମୟରେ ମଦ ପ୍ରସ୍ତୁତି ପାଇଁ ରଖାଯାଇଥିବା ପ୍ରାୟ ୬,୦୦୦ ଲିଟର ପୋଚ୍‌କୁ ଘଟଣାସ୍ଥଳରେ ହିଁ ନଷ୍ଟ କରାଯାଇଛି। ଏହା ସହିତ ବିକ୍ରି ପାଇଁ ପ୍ରସ୍ତୁତ ଥିବା ୩୫୦ ଲିଟର ମହୁଲି ମଦ ବିଭାଗ ପକ୍ଷରୁ ଜବତ କରାଯାଇଛି।
ଏହି ଚଢ଼ାଉ କାର୍ଯ୍ୟକ୍ରମରେ ଅବକାରୀ ବିଭାଗର ବରିଷ୍ଠ ଅଧିକାରୀମାନେ ସାମିଲ ଥିଲେ। ଡିଏସପି ଶଶିକାନ୍ତ ଦତ୍ତ,
ଆଇଆଇସି ଦେବେନ୍ଦ୍ର ବେହେରା, ସୁନିଲ ମାଝୀ , ଦିଲ୍ଲୀପ ତ୍ରିପାଠୀ, ରବି ରଣା ଓ ବ୍ରହ୍ମଜିତ୍‌ ସାହୁ ପ୍ରମୁଖ ଉପସ୍ଥିତ ରହି ଚଢ଼ାଉର ନେତୃତ୍ୱ ନେଇଥିଲେ। ଅଞ୍ଚଳରେ ଚୋରା ମଦ କାରବାରକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ଅବକାରୀ ବିଭାଗ ଆଗାମୀ ଦିନରେ ଏଭଳି ଚଢ଼ାଉ ଜାରି ରଖିବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ ପାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସେମିଫାଇନାଲ୍‌ ପୂର୍ବରୁ ସିଦ୍ଧିବିନାୟକଙ୍କ ଶରଣ ପଶିଲେ ଭାରତୀୟ ଖେଳାଳି

ମୁମ୍ବାଇ,୪।୩: ୨୦୨୬ ଟି୨୦ ବିଶ୍ୱକପ ସେମିଫାଇନାଲ ମ୍ୟାଚ ପୂର୍ବରୁ, ଭାରତୀୟ କ୍ରିକେଟ ଦଳର କିଛି ଖେଳାଳି ମୁମ୍ବାଇର ପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିରକୁ ଆଶୀର୍ବାଦ ନେବାକୁ ଯାଇଥିଲେ। ମାର୍ଚ୍ଚ…

ଇରାନର ଧମକ ପରେ ଟ୍ରମ୍ପଙ୍କ ପାଲଟା ଆକ୍ରମଣ, ହୋର୍ମୁଜକୁ ନେଇ କଲୋ ବଡ଼ ଘୋଷଣା

ନୂଆଦିଲ୍ଲୀ,୪।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଜାରି ରହିଛି । ଏହି ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ହୋର୍ମୁଜ୍ ଷ୍ଟ୍ରେଟକୁ ବନ୍ଦ କରିବାର ଧମକ ସମ୍ପର୍କରେ ଏକ…

ଜଳିଲା କାଏମା ପାହାଡ: ନିଆଁ ଲଗାଇ ଚାଲିଗଲେ ଦୃର୍ବୁତ୍ତ ବନ ବିଭାଗର ଦାୟିତ୍ୱ ଉପରେ ଉଠିଲା ପ୍ରଶ

ଧର୍ମଶାଳା,୪।୩(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକର ଐତିହାସିକ କାଏମା ପାହାଡରେ କେହି ଦୃର୍ବୁତ୍ତ ନିଆଁ ଲଗାଇ ଦେବା ଫଳରେ ଦୀର୍ଘ ସମୟ ଧରି ପାହାଡରେ…

ରକ୍ତରେ ହୋଲି ଖେଳିଲେ ସ୍ବାମୀ, ପ୍ରେମିକ ସହ ରହୁଥିବା ବେଳେ ସ୍ତ୍ରୀକୁ ହାଣି ହତ୍ୟା

ଲକ୍ଷ୍ନୌ,୪।୩: ଉତ୍ତର ପ୍ରଦେଶର ଶାହଜାହାନପୁର ଜିଲାରେ ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି । ପ୍ରେମିକ ସହିତ ରହୁଥିବା ବେଳେ ସ୍ବାମୀ ଯାଇ ହତ୍ୟା କରିଥିବା…

ବାଥରୁମରେ ସନ୍ତାନ ଜନ୍ମ ଦେଲେ ୧୬ ବର୍ଷୀୟା ଛାତ୍ରୀ: ତା’ପରେ ଯାହା ଘଟିଲା, ଜାଣିଲେ ଫାଟିଯିବ କଲିଜା

ହାଇଦ୍ରାବାଦ୍‌,୪।୩: ତେଲଙ୍ଗାନାର ନାଗରକୁର୍ଣ୍ଣୁଲ ଜିଲାରେ ସୋମବାର ଏକ ହୃଦୟବିଦାରକ ଘଟଣା ଘଟିଛି। କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ (KGBV) ରେ ଇଣ୍ଟରମିଡିଏଟ ପ୍ରଥମ ବର୍ଷରେ ପଢ଼ୁଥିବା ଜଣେ…

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ କମାଲ୍‌ କରିଦେଲା ଭାରତ: ଥରିବ ପାକିସ୍ତାନ, ଆମେରିକା ମଧ୍ୟ ହୋଇଯିବ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୪।୩: ବିଶ୍ୱ ବର୍ତ୍ତମାନ ଶସ୍ତା କିନ୍ତୁ ଘାତକ ଡ୍ରୋନ ଯୁଦ୍ଧର ପ୍ରଭାବ ଦେଖୁଛି। ଇରାନର କମ ମୂଲ୍ୟର ଶାହେଦ-୧୩୬ ଆତ୍ମଘାତୀ ଡ୍ରୋନ ଏବଂ ଆମେରିକାର LUCAS ଡ୍ରୋନ…

ଭାରସାମ୍ୟ ହରାଇ ଡ୍ରେନ୍‌ ଓ୍ବାଲ୍‌କୁ ଧକ୍କା ଦେଇ ଓଲଟି ପଡ଼ିଲା ବୋଲେରୋ, ଭିତରେ ଥିଲେ…

ମୋହନା,୪ା୩(ମନ୍ମଥ ମିଶ୍ର): ଭାରସାମ୍ୟ ହରାଇ ରାସ୍ତାକଡ଼ର ଡ୍ରେନ୍‌ ଓ୍ବାଲ୍‌କୁ ଧକ୍କା ଦେଇ ଓଲଟିପଡ଼ିଲା ବୋଲେରୋ। ସୌଭାଗ୍ୟବଶତଃ ଅଳ୍ପକେ ବର୍ତ୍ତିଯାଇଛନ୍ତି ୫ ଜଣ ବ୍ୟକ୍ତି। ସୂଚନା ପ୍ରକାରେ ଅଡ଼ବା…

ରାଞ୍ଚିରେ ମହେନ୍ଦ୍ର ସିଂ ଧୋନିଙ୍କ କାରର କଟିଲା ଚାଲାଣ, ଜାଣନ୍ତୁ କେତେ ଲାଗିଲା ଫାଇନ?

ନୂଆଦିଲ୍ଲୀ,୪।୩: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏବଂ ରାଞ୍ଚିର ରାଜକୁମାର, କ୍ୟାପ୍ଟେନ କୁଲ ଭାବରେ ଜଣାଶୁଣା ମହେନ୍ଦ୍ର ସିଂ ଧୋନିଙ୍କ କାରର କଟିଲା ଚାଲାଣଣ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri