ଓଏଏସ୍‌ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୨୯।୧୨(ବ୍ୟୁରୋ): ରାଜ୍ୟ ସରକାର ସୋମବାର ଓଏଏସ୍‌ ଅଫିସରସ୍ତରରେ ଅଦଳବଦଳ କରିଛନ୍ତି। ଏନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଛତ୍ରପୁର ଆସିଷ୍ଟାଣ୍ଟ କଲେକ୍ଟର ବିଶ୍ୱମ୍ବର ରଥଙ୍କୁ ଡେପୁଟି କଲେକ୍ଟର(ରାଜସ୍ବ) ଭାବେ ନିଯୁକ୍ତି ଦିଆଯାଇଛି। ସୂର୍ଯ୍ୟାଂଶୁ ରାଉତଙ୍କୁ ସମ୍ବଲପୁର ମ୍ୟୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ, ଅନାଦି ସାହୁଙ୍କୁ ତରଭା ତହସିଲଦାର, ସଞ୍ଜୀବ ମେହେରଙ୍କୁ ଖପ୍ରାଖୋଲ, ଭାସ୍କର ସାହୁଙ୍କୁ ଗୁମ୍ମା, ରାଜକିଶୋର ଜେନାଙ୍କୁ ବୁଗୁଡ଼ା ଏବଂ ଅନନ୍ତ କୁମାର ହାଁସଦାଙ୍କୁ ମୋରଡ଼ା ଓ ନାରାୟଣ ମିଶ୍ରଙ୍କୁ ଗୁଣୁପୁର ତହସିଲଦାରଭାବେ ବଦଳି କରାଯାଇଛି। ସେହିପରି ଲଳିତ ମଣ୍ଡଳଙ୍କୁ ମାଲକାନଗିରି ଡେପୁଟି କଲେକ୍ଟର, ରାଜେନ୍ଦ୍ର ମାଝିଙ୍କୁ ରାୟଗଡ଼ା ବିଡିଓ, କୁମୁଦିନୀ ସୁବୁଦ୍ଧିଙ୍କୁ ଏସ୍‌ସିଏସ୍‌ଟି ଉନ୍ନୟନ ବିଭାଗର ଅନୁସଚିବ, ନବୀନ କିଶୋର ପାଢ଼ୀଙ୍କୁ ସୁବର୍ଣ୍ଣପୁର ତହସିଲଦାର ଏବଂ ସ୍ନିଗ୍ଧାଛାୟା ମହାପାତ୍ରଙ୍କୁ ଡେପୁଟି କଲେକ୍ଟର ଭାବେ ବଦଳି କରାଯାଇଛି।