Posted inଜାତୀୟ

ସୁଡ଼ଙ୍ଗ ଉପରୁ ଖନନ ଆରମ୍ଭ

ନୂଆଦିଲ୍ଲୀ,୨୭ା୧୧: ଉତ୍ତରାଖଣ୍ଡରେ ଭୁଶୁଡ଼ି ପଡ଼ିଥିବା ସିଲ୍‌କ୍ୟାରା ଟନେଲରେ ୪୧ ଶ୍ରମିକ ୧୫ ଦିନ ହେଲା ଫସିରହିଥିବାବେଳେ ସେମାନଙ୍କୁ ବାହାର କରିବା ପାଇଁ ଏତେଦିନ ହେଲା ଚାଲିଥିବା ସମାନ୍ତରାଳ ଖନନ ଫଳପ୍ରଦ ହୋଇପାରି ନାହିଁ। ଫଳରେ ରବିବାରଠାରୁ ପାହାଡ଼ ଉପରୁ ଖନନ ଆରମ୍ଭ ହୋଇଛି। ଉପରୁ ଖନନ କରାଗଲେ ୪ ଦିନରେ ଶ୍ରମିକମାନଙ୍କ ପାଖରେ ପହଞ୍ଚତ୍ ହେବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଉଦ୍ଧାର କାର୍ଯ୍ୟରେ ସେନାକୁ ନିୟୋଜିତ କରାଯାଇଛି।
ପୂର୍ବରୁ ଶକ୍ତିଶାଳୀ ଆମେରିକୀୟ ଡ୍ରିଲିଂ ମେଶିନ୍‌ରେ ସମାନ୍ତରାଳ ଖନନ କାର୍ଯ୍ୟ ସୁରୁଖୁରୁରେ ଚାଲିଥିବାବେଳେ ଖୁବ୍‌ଶୀଘ୍ର ଶ୍ରମିକମାନଙ୍କୁ ଉଦ୍ଧାର କରାଯିବା ଆଶା କରାଯାଉଥିଲା। ୪୬ ମିଟରରୁ ଅଧିକ ଦୂରତା ପର୍ଯ୍ୟନ୍ତ ଓସାରିଆ ଇସ୍ପାତ ପାଇପ୍‌ ଯାଇଥିଲା। ଆଉ ୧୦ରୁ ୧୨ ମିଟର ଖୋଳାଯାଇଥିଲେ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇଥାନ୍ତା। ସେମାନଙ୍କ ଚିକିତ୍ସା ପାଇଁ ସୁଡ଼ଙ୍ଗ ନିକଟରେ ବହୁସଂଖ୍ୟାରେ ଆମ୍ବୁଲାନ୍ସ ପ୍ରସ୍ତୁତ ରହିଥିବାବେଳେ ହସ୍ପିଟାଲଗୁଡ଼ିକୁ ପ୍ରସ୍ତୁତ କରି ରଖାଯାଇଥିଲା। ହେଲେ ଖନନ ବେଳେ ଔଗର ଡ୍ରିଲିଂ ମେଶିନ୍‌ର ବ୍ଲେଡ୍‌ ଭାଙ୍ଗି ଭିତରେ ରହିଯିବାରୁ କାର୍ଯ୍ୟ ଅଟକି ରହିଥିଲା। ମାନୁଆଲ ମେଶିନ୍‌ରେ ଖୋଳିବା ସମୟସାପେକ୍ଷ ହୋଇଥିବାରୁ ଶେଷ ବିକଳ୍ପ ଭାବେ ଉପରୁ ଖୋଳିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ହାତ ମେଶିନରେ ଖନନ କାର୍ଯ୍ୟରେ ସହାୟତା ପାଇଁ ସେନାର ଏକ ଇଞ୍ଜିନିୟରିଂ ଗ୍ରୁପ୍‌ ‘ମାଡ୍ରାସ ସାପର୍ସ’ ଟନେଲ ନିକଟରେ ପହଞ୍ଚତ୍ଛନ୍ତି।

ଟନେଲ୍‌ ନିକଟରେ ଆବର୍ଜନା ଡମ୍ପିଂ ବିପଜ୍ଜନକ

୪୧ ଶ୍ରମିକଙ୍କୁ ଉଦ୍ଧାର କରିବା ଲାଗି ଦିନରାତି ଉଦ୍ୟମ ଜାରି ରହିଥିବାବେଳେ ଉକ୍ତ ଅଞ୍ଚଳ ବର୍ଜ୍ୟବସ୍ତୁର ପାହାଡ଼ରେ ପରିଣତ ହୋଇଥିବାରୁ ବିଶେଷଜ୍ଞମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସୁଡ଼ଙ୍ଗ ନିର୍ମାଣ ବେଳେ ବର୍ଜ୍ୟ ସାମଗ୍ରୀ ଗଦାହୋଇ ତାହା ପାହାଡ଼ର ରୂପ ନେଇଛି। ପର୍ବତ ପାର୍ଶ୍ୱରେ ଆବର୍ଜନାର ଏହି ବିଶାଳ ପାହାଡ଼କୁ ଅଟକାଇବା ପାଇଁ ସୁରକ୍ଷା ପାଚେରି ନ ଥିବାରୁ ପ୍ରବଳ ବର୍ଷାରେ ଏହା ଧୋଇ ଜନବସତି ଅଞ୍ଚଳକୁ ମାଡ଼ିଆସୁଛି। ଫଳରେ ପର୍ବତର ନିମ୍ନ ଭାଗରେ ରହୁତ୍ଥିବା ଲୋକମାନଙ୍କ ପାଇଁ ଏହା ବିପଜ୍ଜନକ ପାଲଟିଥିବା ଭୂତତ୍ତ୍ୱବିତ୍‌ ତଥା ଉତ୍ତରାଖଣ୍ଡ ଉଦ୍ୟାନକୃଷି ବିଶ୍ୱବିଦ୍ୟାଳୟର ପରିବେଶ ବିଜ୍ଞାନ ପ୍ରଫେସର ଡ. ଏସ୍‌.ପି. ସତୀ କହିଛନ୍ତି। ଏହି ବର୍ଜ୍ୟ ପାହାଡ଼ରୁ ଏକ ବିପର୍ଯ୍ୟୟର ପ୍ରତୀକ୍ଷା କରାଯାଉଛି। ଡମ୍ପିଂ ପାଇଁ ଥିବା ଗାଇଡ୍‌ଲାଇନର ଅନୁପାଳନ ହେଉ ନ ଥିବା ଉଦ୍‌ବେଗଜନକ ବୋଲି ଭୂତତ୍ତ୍ୱବିତ୍‌ ଚେତାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁଏତ୍‌ର ନିଷ୍ପତ୍ତିରେ ବଢ଼ିଲା ପାକିସ୍ତାନର ଚିନ୍ତା, ଇରାନ ଯୁଦ୍ଧ ସମୟରେ ଏପରି ଘଟିଲା ​​ଯାହା…

କତାର,୮ା୩: ଇରାନରେ ବଢ଼ୁଥିବା ଯୁଦ୍ଧ ଏବେ ବିଶ୍ୱ ଶକ୍ତି ବଜାରକୁ ପ୍ରଭାବିତ କରୁଛି। ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ ଅନେକ ତୈଳ…

ମାଇକେଲ କ୍ଲାର୍କଙ୍କ ବଡ଼ ଭବିଷ୍ୟବାଣୀ, ଟି-୨୦ ବିଶ୍ୱକପ୍ ଫାଇନାଲରେ ଏହି ଖେଳାଳି ହେବେ ପ୍ଲେୟର ଅଫ….

ନୂଆଦିଲ୍ଲୀ,୮।୩:  ପୂର୍ବତନ ଅଷ୍ଟ୍ରେଲିୟ ଅଧିନାୟକ ମାଇକେଲ କ୍ଲାର୍କ ୨୦୨୬ ଟି- ୨୦ ବିଶ୍ୱକପ୍ ପାଇଁ ଏକ ଭବିଷ୍ୟବାଣୀ କରିଛନ୍ତି । କ୍ଲାର୍କ ସେହି ଖେଳାଳିଙ୍କ ବିଷୟରେ କହିଥିଲେ ଯିଏ…

ଅନ୍ତର୍ଜାତୀୟ ମହିଳା ଦିବସରେ ଯାତାୟାତ ପାଇଁ ସଂଘର୍ଷ କରୁଛନ୍ତି ମହିଳା

ଦାରିଙ୍ଗବାଡ଼ି,୮ା୩(ଅରୁଣ ସାହୁ): ଆଜି ବିଶ୍ୱ ପାଳୁଛି ମହିଳା ଦିବସ। ଏହି କ୍ରମରେ ଦାରିଙ୍ଗବାଡ଼ିଠାରେ ଏହି ଦିନରେ ଏକାଧିକ ସ୍ଥାନରେ ଏହି ଦିବସ ବଡ଼ ଧୂମ୍‌ଧାମରେ ପାଳନ କରାଯାଉଛି।…

କଇଁଚିରେ ଶାଶୁଙ୍କ ନାକ କାଟି ଦେଲେ ଜ୍ବାଇଁ, କଟା ନାକ ଧରି ଫେରାର….

ଜୟପୁର,୮।୩: ରାଜସ୍ଥାନର ଜାଲୋର ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ପାରିବାରିକ ବିବାଦକୁ ନେଇ ଜଣେ ବ୍ୟକ୍ତି ତାଙ୍କ ଶାଶୁଙ୍କୁ ଆକ୍ରମଣ କରିଛନ୍ତି ।…

JDUରେ ସାମିଲ ହେଲେ ନିଶାନ୍ତ, କହିଲେ ମୋ ବାପାଙ୍କ ଉପରେ ମୁଁ ଗର୍ବ କରେ

ପାଟନା,୮।୩: ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପୁଅ ନିଶାନ୍ତ କୁମାର ଜନତା ଦଳ ୟୁନାଇଟେଡ (ଜେଡିୟୁ)ରେ ଯୋଗ ଦେଇଛନ୍ତି। ବୈଠକ ସମୟରେ ସେ ଦଳୀୟ କର୍ମୀମାନଙ୍କୁ ସ୍ବାଗତ କରିଥିଲେ।…

‘ସମାଜ ଗଠନରେ ନାରୀମାନଙ୍କ ଭୂମିକା ଅତୁଳନୀୟ’

ଥୁଆମୂଳ ରାମପୁର,୮ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ରବିବାର ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏକ…

ବଡ଼ ଘୋଷଣା କଲେ ମହମ୍ମଦ ମୋକିମ୍‌, ଏହି ଦିନ ଲଞ୍ଚ କରିବେ ନୂଆ ଦଳ

ଭୁବନେଶ୍ବର,୮ା୩: ଏପ୍ରିଲ୍‌ ୮ରେ ମହମ୍ମଦ ମୋକିମ୍‌ ନୂଆ ଦଳ ଲଞ୍ଚ୍‌ କରିବେ । ନୂଆ ଦଳର ନାଁ ‘ଓଡ଼ିଶା ଜନତା କଂଗ୍ରେସ’ ରହିବ ବୋଲି ଘୋଷଣା କରିଛନ୍ତି…

‘ନାରୀ ଶିକ୍ଷିତ ହେଲେ ଆର୍ଥିକ କ୍ଷେତ୍ରରେ ପ୍ରଗତି ହୋଇପାରିବ’

ଭଞ୍ଜନଗର,୮ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଶାଖା ୧ ଏବଂ ଘୁମୁସର ଗବେଷଣା ପ୍ରତିଷ୍ଠାନ(ଜିଜିପି) ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri