ଯୌତୁକ ନିର୍ଯାତନା ଅଭିଯୋଗ ଆଣିଲେ ପୂର୍ବତନ ବିଧାୟକଙ୍କ ଝିଅ

ଆଳି,୧୬।୧୦(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଝିଅ ଡା. ଦେବସ୍ମିତା ଶର୍ମାଙ୍କୁ ତାଙ୍କ ଶାଶୁଘର ଲୋକ ଯୌତୁକ ଲାଗି ନିର୍ଯାତନା ଦେବା ସହ ବିଭିନ୍ନ ସମୟରେ ମାରିଦେବାକୁ ଉଦ୍ୟମ କରିଥିବା ନେଇ ଆଳି ଥାନାରେ ଅଭିଯୋଗ ହୋଇଛି। ଡାକ୍ତର ଦେବସ୍ମିତା ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ, ଗତ ୨୦୨୨ ମସିହା ଡିସେମ୍ବର ୧୪ରେ ଡାକ୍ତର ରାହୁଲ ପ୍ରତାପ ରାୟଙ୍କ ସହ ବୈଦିକ ମତେ ବିବାହ ଅନୁଷ୍ଠିତ ହୋଇଥିଲା। ବିବାହ ପରେ କଟକ ସହର ପେଟିନସାହି ବକ୍ସିବଜାରରେ ଶାଶୁଘରେ ରହୁଥିଲେ। ବିବାହର ମାତ୍ର ୨୦ରୁ ୨୫ ଦିନ ପରେ ଶାଶୁ, ଶ୍ୱଶୁର, ଦିଅର, ପିଉସୀପିଉସାମାନେ ତାଙ୍କୁ ଯୌତୁକ ନିମନ୍ତେ ମାଡ଼ ଗାଳି ଦେବା ଆରମ୍ଭ କରିଥିଲେ। ଡାକ୍ତର ଶର୍ମା ନିଜ ବାପାଙ୍କ ସମ୍ମାନକୁ ଲକ୍ଷ୍ୟ କରି ଚୁପ ରହୁଥିବାରୁ ଦିନକୁ ଦିନ ଶାଶୁଘର ପକ୍ଷରୁ ନିର୍ଯାତନା ବଢ଼ି ଚାଲିଥିଲା। ତାଙ୍କ ସ୍ବାମୀ ଡା. ରାହୁଲ ପ୍ରତାପ ରାୟ ପ୍ରତ୍ୟେକ ଦିନ ମଦ୍ୟପାନ କରି ତାଙ୍କୁ ମାଡ଼ ମାରିବା ସହ ଗାଳି ଗୁଲଜ କରୁଥିଲେ। ତାଙ୍କ ବାପା ପୂର୍ବରୁ ବିଧାୟକ ଥିବାରୁ ଶାଶୁଘର ଲୋକ ବାପଘରୁ ୫୦ ଲକ୍ଷ ଟଙ୍କା ଆଣିବାକୁ ବାଧ୍ୟ କରୁଥିଲେ। ଏ ନେଇ ସେ ଟଙ୍କା ପାଇଁ ବାପାଙ୍କୁ ଜଣାଇବା ପରେ ତାହା ଦେବାକୁ ସେ ସକ୍ଷମ ନୁହେଁ ବୋଲି ଜାଣିବା ପରେ ଶାଶୁଘର ଲୋକ ତାଙ୍କୁ ମାଡ଼ ମାରିବା ସହ ଗାଳି ଗୁଲଜ ଆରମ୍ଭ କରି ଦେଇଥିଲେ। ତାଙ୍କ ସ୍ବାମୀ ମଦ୍ୟପାନ କରି ଘରକୁ ଆସି ତାଙ୍କୁ ମଦ ପିଇବାକୁ ବାଧ୍ୟ କରୁଥିବା ବେଳେ ସେ ପ୍ରତିବାଦ କରିବାରୁ ତାଙ୍କୁ ସିଗାରେଟ ଚେଙ୍କ ଦିଆଯାଉଥିବା ନେଇ ଅଭିଯୋଗରେ ଦର୍ଶାଇଛନ୍ତି। ସେ ବାହାରେ ଚାକିରି କରିଥିବାରୁ ତାଙ୍କର ସମସ୍ତ ସୁନା ରୁପା ଶାଶୁଙ୍କ ନିକଟରେ ରହିଥିଲା। ତାଙ୍କୁ ସେମାନେ ବିକ୍ରି କରି ଘର କାମରେ ଲଗାଇବା ସହ ତାଙ୍କ ଦରମା ଟଙ୍କା ସ୍ବାମୀ ନେଇଯାଆନ୍ତି। ବାପଘର ଲୋକ ଦୁଇଦୁଇ ଥର ଘଟଣାର ଆପୋସ ସମାଧାନ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କ ସ୍ବାମୀ ତାଙ୍କ ଉପରେ ପଶୁ ଭଳି ବ୍ୟବହାର କରୁଥିବାରୁ ସେ ନିଃସହାୟ ହୋଇ ପଡ଼ିଛନ୍ତି। ତେଣୁ ସେ ଆଳି ଥାନାରେ ତାଙ୍କ ସ୍ବାମୀ ଡାକ୍ତର ରାହୁଲ ପ୍ରତାପଙ୍କ ସହ ସମସ୍ତ ପରିବାର ସଦସ୍ୟଙ୍କ ନାମରେ ଲିଖିତ ଅଭିଯୋଗ ଦେଇ ନ୍ୟାୟ ଭିକ୍ଷା କରିଛନ୍ତି। ଏ ନେଇ ଆଳି ଥାନା ଆଇଆଇସି ସବ୍ୟସାଚୀ ଶତପଥୀଙ୍କୁ ପଚାରିବାରୁ ସେ କହିଛନ୍ତି, ଡାକ୍ତର ଶର୍ମାଙ୍କ ଅଭିଯୋଗ ଆସିବା ପରେ ନଂ. ୬୨୪/୨୪ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ଏ ନେଇ ଡାକ୍ତର ଶର୍ମା କିମ୍ବା ତାଙ୍କ ଶାଶୁଘର ଲୋକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri