ବିଜେଡିରୁ ବହିଷ୍କାର ପରେ ପ୍ରତିକ୍ରିୟା ରଖିଲେ ପ୍ରଭାତ, କହିଲେ…

ଭୁବନେଶ୍ୱର,୨୮।୨: ବିଶୃଙ୍ଖଳା ଏବଂ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ନେତା ତଥା ଚୌଦ୍ବାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳଙ୍କୁ ଶନିବାର ଦଳରୁ ବହିଷ୍କୃତ କରାଯାଇଛି। ଏନେଇ ଦଳ ପକ୍ଷରୁ ବିଜେଡି ଉପସଭାପତି ପ୍ରତାପ ଜେନା ସୂଚନା ଦେଇଛନ୍ତି। ବିଜେଡିରୁ ବହିଷ୍କାର ପରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଭାତ ବିଶ୍ବାଳ।

ପ୍ରଭାତ କହିଛନ୍ତି, ବିଜେଡି ପାଇଁ ବହୁ ପରିଶ୍ରମ କରିଛି। ମୋତେ ଯେଉଁମାନେ ବହିଷ୍କାର କରିଛନ୍ତି ସେମାନେ ରାତି ଅନିଦ୍ରା ହୋଇନାହାନ୍ତି। ମୁଁ ରାତି ଅନିଦ୍ରା କଷ୍ଟ ପାଇଥିବାରୁ ନବୀନ ନିବାସ ଯାଇଥିଲି। ବିଜୁ ଜନତା ଦଳର ୧୮୮ କୋଟି ଟଙ୍କା ଅଛି। ସେମାନେ ଦସ୍ତଖତ କରି ପ୍ରାର୍ଥୀ ହେବା କିପରି ସମ୍ଭବ। ସମୟ ଆସିଯାଇଛି, ସତ୍ୟ ପ୍ରକାଶିତ ହେବ ବୋଲି ସେ କହିଛନ୍ତି।

Share