୨୫ ବର୍ଷ ଧରି ଗୃହ କାର୍ଯ୍ୟ କରିଥିବା ମହିଳାଙ୍କୁ ପୂର୍ବତନ ସ୍ବାମୀ ଦେବେ ୧.୭୯ କୋଟି: କୋର୍ଟଙ୍କ ନିର୍ଦ୍ଦେଶ…

ମାଦ୍ରିଦ,୮।୩ : ସ୍ପେନର ଏକ କୋର୍ଟ ଏପରି ନିଷ୍ପତ୍ତି ନେଇଛନ୍ତି ଯାହାକୁ ଲୋକେ ପ୍ରଶଂସା କରୁଛନ୍ତି। ବାସ୍ତବରେ, ସ୍ପେନ କୋର୍ଟ ମହିଳାଙ୍କ ଦ୍ୱାରା କରାଯାଇଥିବା ଗୃହ କାର୍ଯ୍ୟକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରିଛନ୍ତି। ଏହି କାରଣରୁ ଜଣେ ସ୍ବାମୀଙ୍କୁ ତାଙ୍କ ସ୍ତ୍ରୀଙ୍କୁ ୨୫ ବର୍ଷ ଧରି ଘରୋଇ କାମ କରିବା ପାଇଁ ୨୦୪,୬୨୪.୮୬ ୟୁରୋ ଅର୍ଥାତ ପ୍ରାୟ ୧.୭୯ କୋଟି ଟଙ୍କା ଦେବାକୁ କୁହାଯାଇଛି।

ସର୍ବନିମ୍ନ ମଜୁରୀ ଆଧାରରେ ମହିଳାଙ୍କ କାର୍ଯ୍ୟକୁ କୋର୍ଟ ଗଣନା କରିଛନ୍ତି। ୨୫ ବର୍ଷ ଏକାଠି ରହିବା ପରେ ଦମ୍ପତିଙ୍କର ଛାଡପତ୍ର ହୋଇଥିଲା। ଉଭୟଙ୍କର ଦୁଇ ଝିଅ ଅଛନ୍ତି। ସମ୍ପତ୍ତି ସମ୍ପର୍କରେ ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ସ୍ବାମୀ ଯୁକ୍ତି କରିଥିଲେ ଯେ ବିବାହ ସମୟରେ ସେ ଯାହା ଅର୍ଜନ କରିଥିଲେ ତାହା ତାଙ୍କର ଅଟେ। ସେଥିପାଇଁ ସ୍ବୀଙ୍କର ଏହା ଉପରେ କୌଣସି ଅଧିକାର ନାହିଁ।

ଉଭୟ କୋର୍ଟଙ୍କର ଦ୍ୱାରସ୍ଥ ହୋଇଥିଲେ। ସ୍ତ୍ରୀଙ୍କ ପକ୍ଷରୁ ଆଇନଜୀବୀ କୋର୍ଟରେ କହିଥିଲେ ଯେ ବିବାହ ପରେ ସ୍ତ୍ରୀ ନିଜକୁ ଘରେ କାମ କରିବା ପାଇଁ ଉତ୍ସର୍ଗ କରିଥିଲେ, ଯାହାର ଅର୍ଥ ହେଉଛି ଘର ଏବଂ ପରିବାରର ଯତ୍ନ ନେବା। ଏହା ଉପରେ କୋର୍ଟରେ ଆଇନଗତ କାଗଜପତ୍ରରେ ମଧ୍ୟ ଦାଖଲ କରାଯାଇଥିଲା। ବିବାହ ପରେ ଅର୍ଥାତ ଜୁନ ୧୯୯୫ ରୁ ଡିସେମ୍ବର ୨୦୨୦ ମଧ୍ୟରେ ମହିଳା ଘରକାମରୁ କେତେ ରୋଜଗାର କରିବା କଥା ତାହାର ହିସାବ ହୋଇଥିଲା।

କ୍ୟାଡେନା ସେର ରେଡିଓ ସହିତ କଥାବାର୍ତ୍ତା କରି ମହିଳା ଜଣକ ତାଙ୍କର ପୁରା କାହାଣୀ କହିଥିଲେ। ମହିଳା ଜଣକ କହିଥିଲେ ତାଙ୍କ ସ୍ବାମୀ ଚାହୁଁ ନ ଥିଲେ ଯେ ସେ ଘର ବାହାରେ କୌଣସି କାମ କରନ୍ତୁ। ସେ ତଥାପି ତାଙ୍କୁ ତାଙ୍କ ଜିମରେ କାମ କରିବାକୁ ଦେଲେ, ଯେଉଁଠାରେ ସେ ରିସେପ୍ସନ ପରିଚାଳନା କରିଥିଲେ ଏବଂ ମନିଟର ଭାବରେ କାର୍ଯ୍ୟ କରିଥିଲେ।

ଏହା ବ୍ୟତୀତ ସେ ଘରର ସମସ୍ତ କାର୍ଯ୍ୟ ମଧ୍ୟ କରୁଥିଲେ। ସ୍ବାମୀ ଏବଂ ପିଲାମାନଙ୍କର ଯତ୍ନ ନେଉଥିଲେ। କୋର୍ଟ ସ୍ବାମୀଙ୍କୁ ସର୍ବନିମ୍ନ ମଜୁରୀ ହାରରେ ଗୃହ କାର୍ଯ୍ୟ କରିଥିବାରୁ ତାଙ୍କ ପୂର୍ବତନ ସ୍ତ୍ରୀଙ୍କୁ ୧.୭୯ କୋଟି ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ଝିଅମାନଙ୍କ ପାଇଁ ମାସିକ ଶିଶୁ ଯତ୍ନ ଭତ୍ତା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri