ସୁସ୍ମିତାଙ୍କୁ ଡାଏମଣ୍ଡ୍‌ ରିଙ୍ଗ୍‌ ଦେବାକୁ ଚାହୁଁଛନ୍ତି ପୂର୍ବତନ ପ୍ରେମିକ: କିନ୍ତୁ କଣ୍ଟା ସାଜିଛି…

ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ ଏବଂ ରୋହମନ ଶଲଙ୍କ ମଧ୍ୟରେ ୨୦୨୧ରୁ ବ୍ରେକଅପ ହୋଇଯାଇଛି। କିନ୍ତୁ ଉଭୟଙ୍କ ମଧ୍ୟରେ କେମେଷ୍ଟ୍ରି ଏବେ ବି ବହୁତ ଭଲ ଅଛି। ଉଭୟଙ୍କୁ ପ୍ରାୟତଃ ଏକାଠି ଦେଖାଯାଏ। ରୋହମନ ଏବଂ ସୁସ୍ମିତା ବ୍ରେକଅପ ଉପରେ ଚୁପ ରହିଥିଲେ କିନ୍ତୁ ଏବେ ବି ରେଡ କାର୍ପେଟ, ପାରିବାରିକ କାର୍ଯ୍ୟକ୍ରମରେ ଏକାଠି ଦେଖାଯାଆନ୍ତି। ନିକଟରେ ରୋହମନ ଏକ ସାକ୍ଷାତକାରରେ ସୁସ୍ମିତାଙ୍କୁ ଏକ ଡାଏମଣ୍ଡ୍‌ ରିଙ୍ଗ୍‌ ଦେବାକୁ ଇଚ୍ଛା ଥିବା କହିଛନ୍ତି।

ଏକ ସାକ୍ଷାତକାରରେ ରୋହମନଙ୍କୁ ପଚରାଯାଇଥିଲା ଯେ ସେ କେବେ ସୁସ୍ମିତା ସେନଙ୍କୁ ଏକ ଡାଏମଣ୍ଡ୍‌ ଉପହାର ଦେଇଛନ୍ତି କି? ରୋହମନ ଏହି ପ୍ରଶ୍ନର ଏକ ବହୁତ ମଜାଦାର ଉତ୍ତର ଦେଇଛନ୍ତି।

ରୋହମନ ହସି ହସି କହିଥିଲେ – ତାଙ୍କୁ ଯେପରି ଡାଏମଣ୍ଡ୍‌ ପସନ୍ଦ, ବର୍ତ୍ତମାନ ମୋର ଏତେ ବଡ଼ ଡାଏମଣ୍ଡ କିଣିବାର କ୍ଷମତା ନାହିଁ। ତେଣୁ ଯେଉଁଦିନ ମୁଁ ଏହାର ଯୋଗ୍ୟ ହୋଇଯିବି, ତାଙ୍କୁ ନିଶ୍ଚିତ ଦେବି। ରୋହମନ ଏଠାରେ ଅଟକି ନ ଥିଲେ। ସେ ଏହା ମଧ୍ୟ ପ୍ରକାଶ କରିଥିଲେ, ସୁସ୍ମିତାଙ୍କର ୨୨ କ୍ୟାରେଟର ଡାଏମଣ୍ଡ ପସନ୍ଦ କରନ୍ତି। ତେଣୁ ତାହା ରୋଜଗାର କରିବା ପାଇଁ ବହୁତ ସମୟ ଅଛି। କିନ୍ତୁ ଖୁବ ଶୀଘ୍ର ମୁଁ ତାଙ୍କୁ ଏହା ଦେବି।

ସୁସ୍ମିତା ଏବଂ ରୋହମାନ ୨୦୧୮ରେ ଡେଟିଂ ଆରମ୍ଭ କରିଥିଲେ। ସେମାନଙ୍କ ସମ୍ପର୍କ ତିନି ବର୍ଷ ପର୍ଯ୍ୟନ୍ତ ଚାଲିଥିଲା। ଉଭୟ ଡିସେମ୍ବର ୨୦୨୧ରେ ଅଲଗା ହୋଇଗଲେ। ଅଲଗା ହେବା ପରେ, ଏହାକୁ ଲୁଚାଇବା ପରିବର୍ତ୍ତେ, ସୁସ୍ମିତା ସେନ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଏ ବିଷୟରେ ସୂଚନା ଦେଇଥିଲେ। ସୁସ୍ମିତା ଲେଖିଛନ୍ତି- ଆମେ ବନ୍ଧୁ ଭାବରେ ଆରମ୍ଭ କରିଥିଲୁ, ବନ୍ଧୁ ରହିବୁ… ସମ୍ପର୍କ ଶେଷ ହୋଇଗଲା କିନ୍ତୁ ପ୍ରେମ ସବୁବେଳେ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ମହାପ୍ରଭୁଙ୍କ ଶରଣରେ ପଶିଲେ ପିୟୂଷ: ଯାତ୍ରା ମଞ୍ଚ ପାଇଁ ଫିଟିଗଲା ବାଟ

ଭୁବନେଶ୍ୱର,୨୦।୧: ଯାତ୍ରା ଜଗତର ଚର୍ଚ୍ଚିତ ଖଳନାୟକ ପିୟୂଷ ତ୍ରିପାଠୀଙ୍କ ପାଇଁ ଖୋଲିଛି ମଞ୍ଚକୁ ଫେରିବାର ବାଟ। ଅପେରା ସୂର୍ଯ୍ୟମନ୍ଦିର ମାଲିକ ପ୍ରମୋଦ ସ୍ୱାଇଁଙ୍କ ସହ ଚାଲିଥିବା...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri