ପାକିସ୍ତାନର ପ୍ରତିଟି ବ୍ୟକ୍ତି ଚାହାନ୍ତି ମୋଦି ନିର୍ବାଚନରେ ପରାଜିତ ହୁଅନ୍ତୁ, ରାହୁଲ-କେଜ୍‌ରିଓ୍ବାଲଙ୍କୁ ଆଗୁଆ ଶୁଭକାମନା ଦେଲେ…

ଇସଲାମାବାଦ,୨୯।୫: ପାକିସ୍ତାନର ପ୍ରତିଟି ବ୍ୟକ୍ତି ନରେନ୍ଦ୍ର ମୋଦି ନିର୍ବାଚନ ହାରି ଯାଆନ୍ତୁ ବୋଲି ଚାହାନ୍ତି। ସେମାନେ ମୋଦିଙ୍କୁ ହରାଇବା ଲାଗି ରାହୁଲ ଗାନ୍ଧୀ, ଅରବିନ୍ଦ କେଜ୍‌ରିଓ୍ବାଲ ଏବଂ ମମତା ବାନାର୍ଜୀଙ୍କୁ ଶୁଭକାମନା ଜଣାଇଛନ୍ତି। କିଛି ଏଭଳି ବୟାନ ଦେଇ ଚର୍ଚ୍ଚାରେ ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଫଓ୍ବାଦ ଚୌଧୁରୀ। ତାଙ୍କର ଏହି ବୟାନକୁ ନିର୍ବାଚନ ପ୍ରଚାରରେ ପ୍ରସଙ୍ଗ ମଧ୍ୟ କରାଯାଉଛି। କଂଗ୍ରେସ, ଏଏପି ଏବଂ ଟିଏମ୍‌ସିକୁ ଭାଜପା ଟାର୍ଗେଟ କରୁଥିବା ଦେଖାଯାଉଛି।

ଫଓ୍ବାଦ କହିଛନ୍ତି, କାଶ୍ମୀର ହେଉ ଅଥବା ଭାରତର ବାକି ମୁସଲମାନ, ଏବେ ଯେଉଁଭଳି କଟ୍ଟରପନ୍ଥି ଚିନ୍ତାଧାରାର ସାମ୍ନା କରୁଛନ୍ତି, ସେଠାର ବାକି ଅଳ୍ପସଖ୍ୟକ ଏବେ ଯେଉଁଭଳି ସ୍ଥିତିର ସମ୍ମୁଖୀନ ହେଉଛନ୍ତି, ଏହା ଜରୁରୀ ଯେ ନରେନ୍ଦ୍ର ମୋଦି ନିର୍ବାଚନରେ ହାରିଯାଆନ୍ତୁ। ପାକିସ୍ତାନର ପ୍ରତିଟି ବ୍ୟକ୍ତି ତାହା ଚାହୁଁଛନ୍ତି। ଏହାଫଳରେ ହିନ୍ଦୁସ୍ତାନ ଏବଂ ପାକିସ୍ତାନର ସମ୍ପର୍କ ସୁଧୁରୀ ପାରେ। ପାକିସ୍ତାନରେ ବି, ହିନ୍ଦୁସ୍ତାନରେ ବି। ପାକିସ୍ତାନରେ ହିନ୍ଦୁସ୍ତାନକୁ ନେଇ ଘୃଣା ନାହିଁ, ହେଲେ ହିନ୍ଦୁସ୍ତାନରେ ଭାଜପା ଏବଂ ଆର୍‌ଏସ୍‌ଏସ୍‌ ପାକିସ୍ତାନକୁ ନେଇ ଘୃଣା ସୃଷ୍ଟି କରୁଛନ୍ତି, ମୁସଲମାନଙ୍କୁ ନେଇ ଘୃଣା ସୃଷ୍ଟି କରୁଛନ୍ତି। ଆମର ଦାୟିତ୍ୱ ହେଉଛି ଯେ ଏହି ଘୃଣାର ଯିଏ କର୍ତ୍ତାଧର୍ତ୍ତା ତାଙ୍କୁ ପରାଜିତ କରିବା।

ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ଭାବୁଛି ଯେ ଭାରତର ଭୋଟର ମୁର୍ଖ ନୁହନ୍ତି। ତାଙ୍କୁ କେଉଁଥିରେ ଲାଭ ଜଣାନାହିଁ କି। ପାକିସ୍ତାନ ସହ ସମ୍ପର୍କ ଭଲ ହେବାରେ ଭାରତକୁ ଲାଭ। ଭାରତକୁ ଏକ ପ୍ରଗତିଶୀଳ ଦେଶ ଭାବେ ଆଗକୁ ବଢ଼ିବା ଉଚିତ, ଏଥିପାଇଁ ମୋଦି ଏବଂ ତାଙ୍କ ଉଗ୍ର ବିଚାରଧାରାକୁ ହରାଇବାକୁ ହେବ। ତାଙ୍କୁ ଯିଏ ବି ହରାନ୍ତୁ, ରାହୁଲ , କେଜରିଓ୍ବାଲ ନଚେତ ମମତା ବାନାର୍ଜୀ, ସମସ୍ତଙ୍କୁ ଶୁଭକାମନା।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ପୁଣି ହିଂସା

ଇମ୍ଫାଲ,୫ା୨: ମଣିପୁରର କୁକି ଅଧ୍ୟୁଷିତ ଚୁରାଚାନ୍ଦପୁର ଜିଲାରେ ଗୁରୁବାର ସନ୍ଧ୍ୟାରେ ହିଂସାକାଣ୍ଡ ଦେଖାଦେଇଛି। ରାଜ୍ୟରେ ଭାଜପା ନେତୃତ୍ୱଧୀନ ସରକାରରେ ବିଧାୟିକା ନେମ୍‌ଚା କିପ୍‌ଗେନ୍‌ଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବାକୁ ବିରୋଧକରି…

ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ WPL ଚାମ୍ପିଅନ୍, ଲଗାତାର ଚତୁର୍ଥ ଥର ଫାଇନାଲ୍ ହାରିଲା ଦିଲ୍ଲୀ

ଭଦୋଦରା,୫।୨: ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ର ରୋମାଞ୍ଚକର ଫାଇନାଲ୍ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୬ ୱିକେଟରେ ପରାସ୍ତ କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଦ୍ୱିତୀୟ…

ବିପଦରେ ସୁନେତ୍ରା ପାଓ୍ବାରଙ୍କ ଉପ ମୁଖ୍ୟମନ୍ତ୍ରୀ ପଦ! କାହିଁକି ଉଠୁଛି ଏମିତି ପ୍ରଶ୍ନ? ଉତ୍ତର ରଖିଲା NCP

ମୁମ୍ବାଇ,୫।୨: ଗଣମାଧ୍ୟମ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ, ମହାରାଷ୍ଟ୍ରର ଏନସିପି ଅଧ୍ୟକ୍ଷ ସୁନୀଲ ତଟକରେ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ…

BEd ସମ୍ପର୍କରେ ବଡ଼ ଅପଡେଟ୍, ସରକାର ଜାରି କଲେ ବିଜ୍ଞପ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୫।୨: ଶିକ୍ଷକତାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉତ୍ତର ପ୍ରଦେଶ ଝାନ୍‌ସୀସ୍ଥିତ ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୟୁପି BEd…

ସାମ୍ନାକୁ ଆସିଲା ଅଜିତ ପାଓ୍ବାରଙ୍କ ଶେଷ ଭିଡିଓ, ଜାଣନ୍ତୁ ବିମାନ ଦୁର୍ଘଟଣା ପୂର୍ବରୁ କ’ଣ କହିଥିଲେ? ଭାବବିହ୍ବଳ କରୁଛି…

ମୁମ୍ବାଇ,୫।୨: ମହାରାଷ୍ଟ୍ରର ଦିବଂଗତ ଉପମୁଖ୍ୟମନ୍ତ୍ରୀ ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଅଜିତ ପାୱାରଙ୍କ ଏକ ଶେଷ ଭିଡିଓ ସାମ୍ନାକୁ ଆସିଛି, ଯାହା ରାଜ୍ୟ ରାଜନୈତିକ…

ପୁଣି ହନିମୁନରେ ସ୍ୱାମୀଙ୍କୁ ହତ୍ୟା କଲେ ସ୍ତ୍ରୀ, ପ୍ରେମିକ ସହ ମିଶି ରଚିଲେ ଦୁର୍ଘଟଣାର ନାଟକ

ଶ୍ରୀଗଙ୍ଗାନଗର,୫।୨: ରାଜସ୍ଥାନରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ଖବର ସାମ୍ନାକୁ ଆସିଛି। ଜଣେ ନବବିବାହିତ ଯୁବକଙ୍କୁ ତାଙ୍କ ସ୍ତ୍ରୀ ନିଜ ପ୍ରେମିକ ସହ ମିଶି ଅତି ନିର୍ମମ ଭାବେ…

‘ମୋଦି, ତୁମର କବର ଖୋଳାଯିବ’, କାହିଁକି ଏପରି ସ୍ଲୋଗାନ ଦେଉଛି କଂଗ୍ରେସ? ରାଜ୍ୟ ସଭାରେ ପ୍ରଧାନମନ୍ତ୍ରୀ ମୋଦି ଦେଲେ…

ନୂଆଦିଲ୍ଲୀ,୫।୨: ରାଜ୍ୟ ସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବିବୃତ୍ତିରେ କଂଗ୍ରେସକୁ କଡ଼ା ଟାର୍ଗେଟ କରିଥିଲେ। ସେ କହିଥିଲେ…

ବିବାହ ଚର୍ଚ୍ଚା ଭିତରେ ବେବି ବମ୍ପ ସହ ନଜର ଆସିଲେ ଅଭିନେତ୍ରୀ, ସାଥିରେ ଥିଲେ ବିବାହିତ ଅଭିନେତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମୃଣାଲ ଠାକୁର ବର୍ତ୍ତମାନ ଅଭିନେତା ଧନୁଷଙ୍କ ସହ ତାଙ୍କ ସମ୍ପର୍କ ଏବଂ ତାଙ୍କ ବିବାହ ଯୋଜନା ପାଇଁ ଖବରରେ ଅଛନ୍ତି। ଅଭିନେତ୍ରୀ ସମ୍ପ୍ରତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri