ବିକାଶ ପାଇଁ ସମସ୍ତେ ପରାମର୍ଶ ଦେଇପାରିବେ: ମୁଖ୍ୟମନ୍ତ୍ରୀ

କେନ୍ଦୁଝର/ଚମ୍ପୁଆ/ ଝୁମ୍ପୁରା,୨୫ା୬(ନରେଶ ଚନ୍ଦ୍ର ପଟ୍ଟନାୟକ/ମହେଶ୍ୱର ଦାସ/ଶଶିଭୂଷଣ ସାହୁ):  ରାଜ୍ୟର ବିକାଶ ପାଇଁ ସମସ୍ତେ ପରାମର୍ଶ ଦେଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ନିଜ ଜିଲା କେନ୍ଦୁଝରକୁ ୨ ଦିନିଆ ଗସ୍ତରେ ଯାଇ ସୋମବାର ଜନ୍ମମାଟି ରାଇକଳାଠାରେ ଅନୁଷ୍ଠିତ ସ୍ବାଗତ ସଭାରେ ସେ ଏହା କହିଛନ୍ତି। ସ୍ଥାନୀୟ ଅଞ୍ଚଳ, ଜିଲା ଓ ରାଜ୍ୟର ବିକାଶ ପାଇଁ ସେ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି।
ଯୋଗେ କେନ୍ଦୁଝରରୁ ପୂର୍ବାହ୍ନ ୧୦ଟା ୩୦ରେ ବାହାରି ସଦର ବ୍ଲକ୍‌ ରାଇକଳାରେ ମୁଖ୍ୟମନ୍ତ୍ରୀ ଓହ୍ଲାଇଥିଲେ। ତାଙ୍କୁ ଦେଖିବାକୁ ଓ ସ୍ବାଗତ ଜଣାଇବାକୁ ଆଖପାଖ ଅଞ୍ଚଳର ଲୋକମାନେ ଏକତ୍ରିତ ହୋଇଥିଲେ। ଗ୍ରାମ ଏକ ପ୍ରକାର ଉତ୍ସବମୁଖର ହୋଇଉଠିଥିଲା। ପାରମ୍ପରିକ ବାଦ୍ୟ ଓ ନୃତ୍ୟଗୀତରେ ଗଁା ପ୍ରକମ୍ପିତ ହୋଇଥିଲା। ଜନ୍ମମାଟିରେ ମୋହନଙ୍କୁ ଦେଖି ସମସ୍ତେ ଭାବବିହ୍ବଳ ହୋଇଉଠିଥିଲେ। ଗସ୍ତ ପୂର୍ବରୁ ପ୍ରଶାସନ ପକ୍ଷରୁ ରାସ୍ତାଘାଟ ମରାମତି, ଗ୍ରାମ ସଫେଇ, ସୌନ୍ଦଯର୍ର୍‌ୟକରଣ କରାଯାଇଥିଲା। ଗଁା ଦାଣ୍ଡରେ ଝୋଟି ଚମକୁଥିଲା। ହେଲିପ୍ୟାଡ୍‌ରୁ ମୁଖ୍ୟମନ୍ତ୍ରୀ ସଡ଼କ ପଥରେ ରୋଡ୍‌ ଶୋ’ କରି ଝୁମ୍ପୁରା ଯାଇଥିଲେ। ଝୁମ୍ପୁରାରେ ପିଲାଦିନର ହାଇସ୍କୁଲରେ କିଛି ସମୟ ବିତାଇବା ସହ ସହପାଠୀଙ୍କୁ ଭେଟିଥିଲେ। ସେଠାରୁ ବାହାରି ଝୁମ୍ପୁରା ବଜାରସ୍ଥିତ ଦୁର୍ଗାମନ୍ଦିର ପଡ଼ିଆରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଯୋଗଦେଇଥିଲେ। ସେଠାରେ ବିଭିନ୍ନ ବର୍ଗର ଲୋକ, ସଂଗଠନ ଓ ସଂସ୍ଥା ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ମାଟିର ସନ୍ତାନ ଆପଣଙ୍କ ମୋହନ ଭାଇ କେବଳ ଝୁମ୍ପୁରା ନୁହେଁ, ଜିଲାର ବିକାଶ ପାଇଁ କାମ କରିବେ। ଏଣୁ ଆପଣମାନେ ଯେତେବେଳେ ଚାହିଁବେ ତାଙ୍କ ପାଖକୁ ଯାଇପାରିବେ ଏବଂ ଦେଖା କରିପାରିବେ। ବିକାଶ ପାଇଁ ସମସ୍ତେ ତାଙ୍କୁ ପ୍ରସ୍ତାବ, ପରାମର୍ଶ ଦେଇପାରିବେ। ସେ ଭାବବିହ୍ବଳ ହୋଇ କହିଥିଲେ, ଆପଣମାନେ ମୋ ସହିତ ଅଛନ୍ତି। ମୋ ପାଖରେ ମା’ ତାରିଣୀ, ଶ୍ରୀ ବଳଦେବଜୀଉ, ଶ୍ରୀଜଗନ୍ନାଥ, ଦୁର୍ଗତିନାଶିନୀ ମା’ ଅଛନ୍ତି। ମୋର କାହାରିକୁ ଭୟ କରିବାର ନାହିଁ। ଲୋକଙ୍କ ପାଇଁ ଓ ଆପଣଙ୍କ ଆଶୀର୍ବାଦ ଲାଗି ଆଜି ପୁରୀ ଶ୍ରୀଜଗନ୍ନାଥଙ୍କ ମନ୍ଦିରର ଚାରି ଦ୍ୱାର ଖୋଲିଲା। ଭଗବାନ ଏବଂ ଭକ୍ତଙ୍କ ମଧ୍ୟରେ ଥିବା ପ୍ରତିବନ୍ଧକ ଉଠିଲା। ସେ ହେଉଛନ୍ତି ଲୋକଙ୍କ ମୁଖ୍ୟମନ୍ତ୍ରୀ। ଏଣୁ ସମସ୍ତେ ସିଧାସଳଖ ନିଜର ସମସ୍ୟା ତାଙ୍କୁ ଜଣାଇପାରିବେ ବୋଲି କହିଥିଲେ। ଫୋନ୍‌ରେ କଥାବାର୍ତ୍ତା ହେବା ସମ୍ଭବ ନୁହେଁ। କିନ୍ତୁ ତାଙ୍କ ପାଖକୁ ଯେକେହି ସବୁ ସମୟରେ ଆସିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
କହିଛନ୍ତି, ମୁଖ୍ୟମନ୍ତ୍ରୀ ହେବା ଦିନଠାରୁ ସେ ରାତି ୩ଟାରେ ଶୋଉଛନ୍ତି। କିଏ ଯେପରି ମନ ଊଣା ନ କରନ୍ତି, ସେଥିପାଇଁ ଦେଖାକରିବାକୁ ପଡ଼ିଥାଏ। କାରଣ ଆପଣମାନଙ୍କୁ ମୁଁ ଭୟ କରେ ଓ ଏହି ଭୟ ଏମିତି ରହିଥାଉ ବୋଲି କହିଥିଲେ। ନିଜ ପିଲାଦିନର ସ୍ମୃତିକୁ ମନେପକାଇ କିପରି ପ୍ରତ୍ୟେକ ବୁଧବାର ଝୁମ୍ପୁରା ହାଟକୁ ମା’ଙ୍କ ସହିତ ଆସୁଥିଲେ ତାହା ସେ ବର୍ଣ୍ଣନା କହିଥିଲେ। ସେହି ଦିନଟା ତାଙ୍କ ପାଇଁ ଛୁଟି ଦିନ ଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri