ପ୍ରତି ଗାଁ ହେବ ‘ବିକଶିତ ଗାଁ’

ଭୁବନେଶ୍ୱର,୨୫ା୮(ଅନିଲ ଦାସ): ରାଜ୍ୟର ପ୍ରତିଟି ଗାଁ ଏକ ‘ବିକଶିତ ଗ୍ରାମ’ରେ ପରିଣତ ହେବ। ବିକଶିତ ଗ୍ରାମରୁ ବିକଶିତ ଓଡ଼ିଶା ଏବଂ ବିକଶିତ ଓଡ଼ିଶାରୁ ବିକଶିତ ଭାରତ ଗଠନର ଚରମ ଲକ୍ଷ୍ୟ ପ୍ରାପ୍ତି ନିମନ୍ତେ ଗ୍ରାମ୍ୟ ଉନ୍ନୟନ ବିଭାଗ ସଙ୍କଳ୍ପବଦ୍ଧ। ଶନିବାର ବିଧାନସଭାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଖର୍ଚ୍ଚ ଦାବି ଆଲୋଚନା ଶେଷରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାୟଣ ନାଏକ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ ଗାଁକୁ ସବୁଦିନିଆ ରାସ୍ତା ଦ୍ୱାରା ସଂଯୋଗ କରି ଦେଶର ଅର୍ଥନୈତିକ ମୁଖ୍ୟ ସ୍ରୋତରେ ସାମିଲ କରିବା ହେଉଛି ଗ୍ରାମ୍ୟ ଉନ୍ନୟନ ବିଭାଗର ଏକ ପ୍ରମୁଖ ଲକ୍ଷ୍ୟ।

ସାମଗ୍ରିକ ଭାବରେ ଓଡ଼ିଶାର ଗାଁଗୁଡ଼ିକ ‘ଓଡ଼ିଆ ଅସ୍ମିତା’ର ଅନନ୍ୟ ପ୍ରତିନିଧି ରୂପେ ରହିଆସିଛି। ଆମ ରାଜ୍ୟ ଓଡ଼ିଶାର ପ୍ରଗତିରେ ‘ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା’ର ପ୍ରମୁଖ ଯୋଗଦାନ ରହିଛି। ଗାଁ ଅପହଞ୍ଚ ରହିଥିଲା, ଏହି ଯୋଜନା ପାଇଁ ଆଜି ବିକାଶର ମୁଖ୍ୟସ୍ରୋତରେ ସାମିଲ ହୋଇପାରିଛି। ଜନଆଶୀର୍ବାଦକୁ ଆମ ଶକ୍ତି ଓ ସଂକଳ୍ପର ସ୍ରୋତ ରୂପେ ଗ୍ରହଣ କରି ଏହି ଗ୍ରାମ୍ୟ ଉନ୍ନୟନ ବିଭାଗର ବଜେଟ ଓ ସମସ୍ତ କାର୍ଯ୍ୟ ‘ଓଡ଼ିଆ ଅସ୍ମିତା’କୁ ସୁଦୃଢ଼ କରିବା ପାଇଁ ସମର୍ପିତ କରୁଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ପାଇଁ ଉଦ୍ଦିଷ୍ଟ ଏହି ବଜେଟ ଗ୍ରାମୀଣ ଦୃଶ୍ୟପଟରେ ରୂପାନ୍ତରଣ ଆଣିବା ନିମନ୍ତେ ରୂପରେଖର ଏକ ନକ୍ସା। ଏହି ବଜେଟ ଅନୁଦାନରେ ଗ୍ରାମ୍ୟ-ସଂଯୋଗୀକରଣ ସହ ପ୍ରତ୍ୟେକ ଗ୍ରାମକୁ ସଶକ୍ତ ଏବଂ ସମୃଦ୍ଧ କରାଯିବ। ଏହି ବଜେଟ କେବଳ ପାଣ୍ଠିର ଆବଣ୍ଟନ ନୁହେଁ, ବରଂ ଆମର ଗ୍ରାମୀଣ ଜନସାଧାରଣଙ୍କ ଆକାଂକ୍ଷା ପୂରଣ ପାଇଁ ଏକ ଦୃଢ ପ୍ରତିବଦ୍ଧତାକୁ ସୂଚାଉଛି। ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ଜନଜାତି ନ୍ୟାୟ ମହା ଅଭିଯାନ ଯୋଜନାରେ ଆମ ସରକାର ୧୦୦ରୁ ଅଧିକ ଜନସଂଖ୍ୟା ଥିବା ୭୩ଟି ପଡ଼ାଗ୍ରାମକୁ ସବୁଦିନିଆ ରାସ୍ତା ସଂଯୋଗ କରିବେ। ଏହି ଯୋଜନାରେ ୧୦୦ରୁ ଅଧିକ ଜନସଂଖ୍ୟାବିଶିଷ୍ଟ ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟ ରହୁଥିବା ବାସସ୍ଥାନଗୁଡ଼ିକୁ ବିଭିନ୍ନ ମୌଳିକ ସୁବିଧା ସହ ସବୁଦିନିଆ ରାସ୍ତା ଯୋଗାଇଦେବା ପାଇଁ ବ୍ୟବସ୍ଥା ରହିଅଛି। ଏହି ଯୋଜନା କେନ୍ଦ୍ର ସରକାରଙ୍କର ୬୦% ଏବଂ ରାଜ୍ୟ ସରକାରଙ୍କ ୪୦% ଆର୍ଥତ୍କ ସହାୟତାରେ କାର୍ଯ୍ୟ କରୁଅଛି। ଚଳିତବର୍ଷ ବଜେଟରେ ଏଥି ପାଇଁ ୧୦୦ କୋଟି ଟଙ୍କାର ପ୍ରସ୍ତାବ ରହିଛି ବୋଲି ମନ୍ତ୍ରୀ କହିିଛନ୍ତି। ବିକଶିତ ଓଡ଼ିଶାର ଲକ୍ଷ୍ୟପୂରଣ ନିମନ୍ତେ ଏକ ରୋଡ୍‌ ମ୍ୟାପ ପ୍ରସ୍ତୁତି ଉପରେ ଧ୍ୟାନ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଗତ ୨୦୨୩-୨୪ ବଜେଟ ତୁଳନାରେ ଚଳିତ ବଜେଟ ୨୦୨୪-୨୫ ପ୍ରାୟ ଶତକଡ଼ା ୨୬ ଅଧିକ ଟଙ୍କାର ପ୍ରସ୍ତାବ ରଖାଯାଇଛି। ଏହି ବଜେଟ ଗ୍ରାମୀଣ ଭିତ୍ତିଭୂମିରେ ଉନ୍ନତି ଆଣିବାରେ ଯଥେଷ୍ଟ ସହାୟକ ହେବ।

ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ରେ ୩୫୦ ସେତୁ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଚାଲୁରହିଥିବା ଏବଂ ନୂତନ ସେତୁ ପ୍ରକଳ୍ପର ନିର୍ମାଣ ପାଇଁ ୧୯୯୦କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ମୌସୁମୀ ସମୟରେ ପର୍ଯ୍ୟାପ୍ତ ପରିମାଣର ଜଳ ସଂରକ୍ଷଣ ଲକ୍ଷ୍ୟରେ ଛୋଟରୁ ମଧ୍ୟମ ସେତୁରେ ବ୍ରିଜ୍‌-କମ୍‌-ଓୟାର (ଆଡ଼ିବନ୍ଧ) ପ୍ରକଳ୍ପ ନିର୍ମାଣ କରାଯାଉଛି। ଏହାଦ୍ୱାରା କ୍ଷୁଦ୍ର ଜଳସେଚନ, ଘରୋଇ ବ୍ୟବହାର, ପଶୁପାଳନ, ଭୂତଳ ଜଳ ସଂରକ୍ଷଣ ଆଦି ହୋଇପାରିବ। ଏହି ବର୍ଷ ଉକ୍ତ ଯୋଜନାରେ ୮୭ ଗୋଟି ପ୍ରକଳ୍ପ ସାରିବାର ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ୮୮ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି। ଶେଷରେ ଗ୍ରାମ୍ୟ ଉନ୍ନୟନ ବିଭାଗର ୯୪୫୭ କୋଟି ଟଙ୍କାର ଖର୍ଚ୍ଚଦାବି ବିଧାନସଭାରେ ବାଚନିକ ମତଦାନରେ ପାରିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା, ସ୍ପଷ୍ଟ ଦିବାଲୋକରେ ଟ୍ରକ୍‌ ଚାଳକଙ୍କୁ ଛୁରାମାଡ଼

ବରଗଡ଼,୭ା୩(ପ୍ରେମାନନ୍ଦ ଖମାରୀ): ଶାନ୍ତିପ୍ରିୟ ବରଗଡ଼ ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇପଡ଼ିଛି। ଦିନ ଦ୍ବିପ୍ରହରରେ ଏଠାକାର ବିଚ୍‌ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି। ଛୁରି, ଭୁଜାଲି…

କାଲି ମିଳିବ ସୁଭଦ୍ରା ଟଙ୍କା, ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ କହିଲେ…

ଭୁବନେଶ୍ୱର,୭ା୩: ଆସନ୍ତାକାଲି ଅର୍ଥାତ୍‌ ରବିବାର ମିଳିବ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା। ଏନେଇ ଶନିବାର ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ୧ କୋଟି ୧୨…

ସରକାରଙ୍କ ବଡ଼ ଘୋଷଣା: ତୃତୀୟ ସନ୍ତାନ ଜନ୍ମ ହେଲେ ମିଳିବ ୨୫,୦୦୦ ଟଙ୍କା

ହାଇଦ୍ରାବାଦ୍‌,୭।୩: ଆନ୍ଧ୍ର ପ୍ରଦେଶ ସରକାର ଏକ ନୂତନ ପଦକ୍ଷେପ ଘୋଷଣା କରିଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ବିଧାନସଭାରେ କହିଛନ୍ତି,ରାଜ୍ୟର ଜନ୍ମହାର ନିରନ୍ତର ହ୍ରାସ ପାଉଛି…

ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ, ପୋଲିସ ପଚାରିବାରୁ କହିଲେ କାଲି ରାତିର ଘଟଣା…

ଦେବଗଡ଼,୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ବମ୍ପରଡ଼ା ଆଇଆରବି ବାଟାଲିୟନ ପଛପାଖରୁ ଜଣେ ମହିଳାଙ୍କ ମୃତଦେହ ଜବତ ହେଇଥିବା ଜଣାପଡ଼ିଛି। ତେବେ ଘରୋଇ କଳିରୁ…

୭ ବର୍ଷର ଶିଶୁକୁ ଅପହରଣ କରି ଗଳାକାଟି ହତ୍ୟା: ଟଙ୍କାମାଗିଲେ, ପରେ  ମୃତଦେହ ବସ୍ତାରେ ବାନ୍ଧି…

ବିଷମକଟକ,୭।୩(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଅଞ୍ଚଳରେ ଜଣେ ୭ ବର୍ଷର ଶିଶୁକୁ ଅପହରଣ ପରେ ଗଳାକାଟି ହତ୍ୟା କରାଯିବା ଘଟଣା…

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷକଙ୍କ ଅସଦାଚରଣ, ଗ୍ରାମବାସୀଙ୍କ ହୋ-ହଲ୍ଲା ପରେ…

ବାସୁଦେବପୁର,୭ା୩(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ଅଧୀନ ସାନକୃଷ୍ଣପୁର ପଞ୍ଚାୟତର ଚାନ୍ଦିମାଳଠାରେ ଥିବା ଜବାହୀ ନବୋଦୟ ବିଦ୍ୟାଳୟରେ ପଢୁଥିବା ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ…

ଯୁଦ୍ଧର ପ୍ରଭାବ! ଏହି ଦେଶରେ ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍‌

ଇସଲାମାବାଦ,୭।୩: ପାକିସ୍ତାନ ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲର ଘୋର ଅଭାବର ସମ୍ମୁଖୀନ ହେଉଛି। ବେଲୁଚିସ୍ତାନ, ଖାଇବର ପଖତୁନଖ୍ବା, ପଞ୍ଜାବ (ପାକିସ୍ତାନ) ଏବଂ ସିନ୍ଧ ସମେତ ଅନେକ ଅଞ୍ଚଳରେ…

ହାର୍ଦ୍ଦିକଙ୍କ ସହ ମାହିକାଙ୍କୁ ଦେଖି କେମିତି ରିଆକ୍ସନ ଦେଲେ ଗୌତମ ଗମ୍ଭୀର? ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୭।୩: ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ଟିମ ଇଣ୍ଡିଆର ବିଜୟରେ ହାର୍ଦ୍ଦିକ ପାଣ୍ଡ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ପ୍ରଥମେ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri