Posted inଜାତୀୟ

ବିଶ୍ୱରେ ପ୍ରତି ୧୩ ମିନିଟ୍‌ରେ ଜଣେ ପିଲା ହତ୍ୟାର ଶିକାର

ନୂଆଦିଲ୍ଲୀ,୯ା୧୧:ବିଶ୍ୱର ୧ ବିଲିୟନ୍‌ (୧୦୦ କୋଟି)ରୁ ଊର୍ଦ୍ଧ୍ୱ ଶିଶୁ ବିଭିନ୍ନ ପ୍ରକାର ହିଂସା ଦ୍ୱାରା ପ୍ରଭାବିତ। ପିଲାମାନେ ବିଶେଷକରି ଦୁର୍ବ୍ୟବହାର, ଠକେଇ, ଶାରୀରିକ ଓ ମାନସିକ ନିର୍ଯାତନା, ଯୌନ ହିଂସା ପୀଡ଼ିତ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ)ର ଏକ ସଦ୍ୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ ଗୁରୁବାର ପ୍ରକାଶିତ ରିପୋର୍ଟ ଅନୁସାରେ ପ୍ରତି ୧୩ ମିନିଟ୍‌ରେ ଜଣେ ଶିଶୁ କିମ୍ବା କିଶୋର ହତ୍ୟାର ଶିକାର ହେଉଛନ୍ତି। ଏଭଳି ଭାବେ ବର୍ଷକୁ ପ୍ରାୟ ୪୦,୦୦୦ ପିଲାଙ୍କୁ ହତ୍ୟା କରାଯାଉଛି। ହିଂସା ପ୍ରଭାବିତ ପିଲାଙ୍କ ମଧ୍ୟରୁ ମାତ୍ର ଅଧା ସେମାନଙ୍କ ସହ ବିତିଥିବା ଘଟଣା ସମ୍ପର୍କରେ ମୁହଁ ଖୋଲି ତିକ୍ତ ଅନୁଭୂତି ବଖାଣିପାରନ୍ତି। ମାତ୍ର ୧୦% ପିଲାଙ୍କୁ ସହାୟତା ମିଳିଥାଏ ବୋଲି ଏଥିରେ ଦର୍ଶାଯାଇଛି।
ଡବ୍ଲ୍ୟୁଏଚ୍‌ଓ ରିପୋର୍ଟରେ ଆହୁରି କୁହାଯାଇଛି ଯେ, ପ୍ରତି ୧୦ ଶିଶୁଙ୍କ ମଧ୍ୟରୁ ୯ ଜଣ ଏବେ ମଧ୍ୟ ଏଭଳି ଦେଶଗୁଡ଼ିକରେ ବସବାସ କରୁଛନ୍ତି, ଯେଉଁଠି ଶାରୀରିକ ଦଣ୍ଡ, ଯୌନ ଉତ୍ପୀଡ଼ନ ଭଳି ଶିଶୁ ବିରୋଧୀ ହିଂସାକୁ ଆଇନତଃ ନିଷିଦ୍ଧ କରାଯାଇ ନାହିଁ। ସମସ୍ତ ପିଲାଙ୍କ ମଧ୍ୟରୁ ଅର୍ଦ୍ଧାଧିକଙ୍କ ବୟସ ୨ରୁ ୧୭ ବର୍ଷ ହେବ। ଏହି ବୟସର ୧୦୦ କୋଟିରୁ ଅଧିକ ପିଲା ପ୍ରତିବର୍ଷ ବିଭିନ୍ନ ପ୍ରକାର ହିଂସାର ସମ୍ମୁଖୀନ ହେଉଛନ୍ତି। ଏଥିଯୋଗୁ ସେମାନଙ୍କଠାରେ ଉଦାସୀନତା, ଅବସାଦ, ଅସୁରକ୍ଷିତ ଯୌନକ୍ରିୟା ଭଳି ବିପଦପୂର୍ଣ୍ଣ ବ୍ୟବହାର, ଧୂମପାନ ଓ ଶିକ୍ଷାରେ ଅବନତି ଦେଖିବାକୁ ମିଳୁଛି।
ଶାରୀରିକ ଦଣ୍ଡ ଭଳି ହିଂସା ବଢ଼ିବାରେ ଲାଗିଥିବାରୁ ଏଥିରେ ରୋକ ଲଗାଇବା ପାଇଁ କଲମ୍ବିଆର ବୋଗୋଟାରେ ଗୁରୁବାର ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ୧୦୦ରୁ ଅଧିକ ସରକାର ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି। ପ୍ରତି ୫ ପିଲାଙ୍କ ମଧ୍ୟରୁ ୩ ଜଣ ନିଜ ଘରେ ନିୟମିତ ଭାବେ ଶାରୀରିକ ହିଂସାର ଶିକାର ହେଉଥିବାରୁ ୯ ସରକାର ଏଭଳି ଦଣ୍ଡକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବେ ବୋଲି ସ୍ପଷ୍ଟ କରିଛନ୍ତି।
ଡବ୍ଲ୍ୟୁଏଚ୍‌ଓ ମହାନିର୍ଦ୍ଦେଶକ ଟେଡ୍ରୋସ୍‌ ଅଧନୋମ୍‌ ଘେବ୍ରେୟେସସ୍‌ କହିଛନ୍ତି, ଏଭଳି ହିଂସା ନିବାରଣଯୋଗ୍ୟ। ଏହାସତ୍ତ୍ୱେ ବିଶ୍ୱରେ ଅନେକ ନିୟୁତ ଶିଶୁ ଏହାର ଶିକାର ହେବା ଦୁର୍ଭାଗ୍ୟଜନକ। ଆଜି ଦେଶଗୁଡ଼ିକ ଏକ ଗୁରୁତ୍ୱପୂର୍ଣ୍ଣ ଶପଥ ନେଇଛନ୍ତି। ହିଂସା ନିବାରଣ ଆଇନ ପ୍ରଣୟନ ହେଲେ ଏହାକୁ ରୋକାଯାଇପାରିବ। ପରିବାରଗୁଡ଼ିକୁ ଜୀବନ-ପରିବର୍ତ୍ତନକାରୀ ସହଯୋଗଠାରୁ ନେଇ ସ୍କୁଲଗୁଡ଼ିକୁ ସୁରକ୍ଷିତ କରିବା ଓ ଅନ୍‌ଲାଇନ୍‌ ଉତ୍ପୀଡ଼ନରୁ ପିଲାଙ୍କୁ ସୁରକ୍ଷା ଦେବା ପର୍ଯ୍ୟନ୍ତ ପଦକ୍ଷେପକୁ ଗୁରୁତ୍ୱ ଦିଆଯିବା ଉଚିତ ବୋଲି ଘେବ୍ରେୟେସସ୍‌ ମତ ଦେଇଛନ୍ତି। ପ୍ରତି ୫ ପିଲାଙ୍କ ମଧ୍ୟରୁ ୩ ଜଣ ନିଜ ଘରେ ଶାରୀରିକ ଦଣ୍ଡ ପାଉଛନ୍ତି। ସେହିପରି ପ୍ରତି ୫ ଝିଅଙ୍କ ମଧ୍ୟରୁ ଜଣେ ଏବଂ ୭ ପୁଅଙ୍କ ମଧ୍ୟରୁ ଜଣେ ଯୌନ ହିଂସାର ଶିକାର ହେଉଛନ୍ତି। ୨୫ରୁ ୫୦ ପ୍ରତିଶତ ପିଲା ଠକେଇର ଶିକାର ହେଉଛନ୍ତି। ଏଭଳି ହିଂସା ପିଲାମାନଙ୍କ ସ୍ବାସ୍ଥ୍ୟ ଉପରେ ଦୀର୍ଘକାଳୀନ ନକାରାମତ୍କ ପ୍ରଭାବ ପକାଉଛି। ଗବେଷଣାରୁ ଆହୁରି ଜଣାପଡ଼ିଛି, ଦେଶଗୁଡ଼ିକ ଉପଯୁକ୍ତ ରଣନୀତି ଆପଣାଇ ତାକୁ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରୀ କଲେ ପିଲାଙ୍କ ବିରୋଧରେ ହିଂସାକୁ ୨୦ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ଏଡ଼ାଯାଇପାରିବ ବୋଲ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଜାରି ରିପୋର୍ଟରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାସନ୍ଦ, ଜରିମାନାକୁ ନେଇ ଗୋଷ୍ଠୀ ସଂଘର୍ଷ, ୫ ଆହତ

ହିଞ୍ଜିଳିକାଟୁ,୧୮ା୩(ଦ୍ୱିତୀକୃଷ୍ଣ ପଣ୍ଡା):ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ନନ୍ଦିତା ଗାଁରେ ମଙ୍ଗଳବାର ରାତିରେ କୁଳରୁ ବାସନ୍ଦ, ଜରିମାନା ଆଦାୟକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୫…

ସରକାରଙ୍କ ବଡ଼ ଯୋଜନା, ବସରେ ଯାତ୍ରାବେଳେ ଦିବ୍ୟାଙ୍ଗଙ୍କୁ ଦେବାକୁ ହେବନି ଟଙ୍କା

ନୂଆଦିଲ୍ଲୀ,୧୮।୩: ଆନ୍ଧ୍ର ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱାଧୀନ ସରକାର ‘ଦିବ୍ୟାଙ୍ଗ ଶକ୍ତି ଯୋଜନା’ ଆରମ୍ଭ କରିଛନ୍ତି । ମହିଳାଙ୍କ ପାଇଁ ମାଗଣା ବସ୍ ଯାତ୍ରା ଯୋଜନାର…

ନିଆଁ କବଳରେ ମୂଲ୍ୟବାନ ଗଛ, ଜୀବଜନ୍ତୁ

ଛତ୍ରପୁର,୧୮ା୩(ଦିଲ୍ଲୀପ ସାମଲ): ଗ୍ରୀଷ୍ମଋତୁ ଆରମ୍ଭରୁ ହିଁ ଜଙ୍ଗଲରେ ନିଆଁର ପ୍ରକୋପ ବଢ଼ିବାରେ ଲାଗିଛି। ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଲଣ୍ଡା ବାଉଁଶ ପାହାଡ଼ ଜଙ୍ଗଲରେ କୌଣସି କାରଣରୁ…

Video: କ୍ରିକେଟରରୁ ପାଇଲଟ ହେଲେ ଗ୍ଲେନ୍ ଫିଲିପ୍ସ, ଯଦି ଟଙ୍କା ଥା’ନ୍ତା….

ନୂଆଦିଲ୍ଲୀ,୧୮।୩: ନ୍ୟୁଜିଲାଣ୍ଡର ଷ୍ଟାର କ୍ରିକେଟର ଗ୍ଲେନ୍ ଫିଲିପ୍ସ କେବଳ କ୍ରିକେଟ୍ ପଡ଼ିଆରେ ଜଣେ ଅଲରାଉଣ୍ଡର ନୁହଁନ୍ତି, ବରଂ ଅନ୍ୟାନ୍ୟ କାର୍ଯ୍ୟରେ ମଧ୍ୟ ତାଙ୍କର ଅଲରାଉଣ୍ଡର କ୍ଷମତା ରହିଛି…

ଭାରତରେ ମିଳିବ କି ପ୍ୟାଟରନିଟି ଲିଭ୍? ସୁପ୍ରିମକୋର୍ଟ କହିଲେ ବାପାର ଭୂମିକାକୁ…

ନୂଆଦିଲ୍ଲୀ,୧୮।୩; ଦେଶର ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ପ୍ୟାଟରନିଟି ଲିଭକୁ ସାମାଜିକ ସୁରକ୍ଷା ଲାଭ ଭାବରେ ମାନ୍ୟତା ଦେବା ପାଇଁ ଆଇନ ପ୍ରଣୟନ କରିବା ବିଷୟରେ ବିଚାର କରିବାକୁ…

ଛାଡ଼ପତ୍ର ନେବା ପାଇଁ କୋର୍ଟକୁ ଆସିଥିଲେ ସ୍ତ୍ରୀ, ରାସ୍ତା ମଝିରେ ସ୍ବାମୀଙ୍କ ମାଡ଼ରେ ହେଲେ ଲହୁଲୁହାଣ, ଆଉ ତା’ ପରେ…

ବାଲେଶ୍ୱର,୧୮ା୩(ବାଞ୍ଛାନିଧି ଦେ): ରାସ୍ତା ମଝିରେ ସ୍ତ୍ରୀଙ୍କୁ ମାରି ଲହୁଲୁହାଣ କରିଦେଇଛନ୍ତି ସ୍ବାମୀ। ବିବାହ ବିଚ୍ଛେଦ ପାଇଁ ଫ୍ୟାମିଲି କୋର୍ଟକୁ ଆସିଥିଲେ ସ୍ତ୍ରୀ। ମାତ୍ର ଘରକୁ ଯିବା ରାସ୍ତାରେ…

ଟେନସନ୍ ଶେଷ! କମର୍ସିଆଲ ଗ୍ୟାସ ସିଲିଣ୍ଡର ନେଇ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଏହି ରାଜ୍ୟକୁ ମିଳିବ…

ନୂଆଦିଲ୍ଲୀ,୧୮।୩; ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଦେଶରେ LPG ଏବଂ ତେଲ ସଙ୍କଟ ଦେଖାଯାଇଛି । ଏହାରି ଭିତରେ ସରକାର ଆଜି ବଡ଼ ନିଷ୍ପତ୍ତି ନେଇଛନ୍ତି । ସରକାର ସ୍ପଷ୍ଟ…

ଏସ୍‌-ପୂଜାରୀପୁଟରେ ପୁସିଂ ବ୍ରିଜ୍‌ ନିର୍ମାଣ ଲାଗି ଜିଲାପାଳଙ୍କୁ ଦାବିପତ୍ର

ନନ୍ଦପୁର,୧୮ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ଦେଇ ଯାଇଥିବା କେ.କେ ରେଳପଥର ସାଉନି ପୂଜାରୀପୁଟ ଗ୍ରାମ ନିକଟ ପୋଲ ନଂ ୧୫୬/୦୬ ଓ ୧୫୬/୦୮ ନିକଟରେ ଏକ ପୁସିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri