ବିଳମ୍ବରେ ହେଲେ ବି ବୁଦ୍ଧି ଉଦୟ ହେଲା, କାହିଁକି ଏମିତି କହିଲେ ଜୟନାରାୟଣ

ଭୁବନେଶ୍ୱର,୧୯ା୧:  ପୂର୍ବତନ ମନ୍ତ୍ରୀ ତଥା ପଶ୍ଚିମ ଓଡ଼ିଶାର ଜଣାଶୁଣା ରାଜନେତା ନବ ଦାସଙ୍କ ହତ୍ୟାକାଣ୍ଡ ଏବେବି ରହସ୍ୟ ଘେରରେ ରହିଛି । ଝାରସୁଗୁଡା କୋର୍ଟରେ ଏହି ମାମଲାର ବିଚାର ଚାଲିଥିବାବେଳେ  କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରି ଏହି ମାମଲାରେ ଚାର୍ଜଶିଟ୍‌ ଦାଖଲ କରିସାରିଛି । ଏହି ହତ୍ୟାକାଣ୍ଡର ଏକମାତ୍ର ଅଭିଯୁକ୍ତ ଆସିଷ୍ଟାଣ୍ଟ ପୋଲିସ୍ ସବ୍‌ଇନ୍ସପେକ୍ଟର ଗୋପାଳ ଦାସ ଏବେ ଜେଲ୍‌ରେ। ଗୋପାଳ ନିଜର ସର୍ଭିସ୍ ରିଭଲଭରରୁ ଗୁଳିକରି ନବ ଦାସଙ୍କୁ ହତ୍ୟା କରିଥିବା ଚାର୍ଜଶିଟ୍‌ରେ ଦର୍ଶାଯାଇଛି। ଏପରିକି ଗୋପାଳ ଏକମାତ୍ର ଅଭିଯୁକ୍ତ ଓ ପୁରୁଣା ରାଗ ଶୁଝାଇବା ପାଇଁ ଗୋପାଳ ଏହି ହତ୍ୟାକାଣ୍ଡ ଭିଆଇଥିବାର ଚାର୍ଜଶିଟ୍‌ରେ ଉଲ୍ଲେଖ କରାଯାଇଛି। ତେବେ ଫରେନସିକ ରିପୋର୍ଟ ଓ କ୍ରାଇମବ୍ରାଞ୍ଚ ରିପୋର୍ଟରେ ତାଳମେଳ ନାହିଁ ।

ବାପାଙ୍କ ହତ୍ୟା ନେଇ ମୁହଁ ଖୋଲିଛନ୍ତି ଝିଅ ଦୀପାଳି ଦାସ। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ସିବିଆଇ ତଦନ୍ତ ପାଇଁ ଲିଖିତରେ ଦେବୁ। ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିବା ବେଳେ ପରିବାରରେ ଆଲୋଚନା ଚାଲିଥିବା ନେଇ କହିଛନ୍ତି।

ତେବେ ଦୀପାଳିଙ୍କ ଏପରି ବୟାନକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଭାଜପା ନେତା ଜୟନାରାୟଣ ମିଶ୍ର। ବିଳମ୍ବରେ ହେଲେ ବି ସ୍ବର୍ଗତଃ ନବଦାସଙ୍କ ଝିଅ ଦୀପାଳିଙ୍କ ବୁଦ୍ଧି ଉଦୟ ହୋଇଛି। କେବଳ ମୁଖ୍ୟମନ୍ତ୍ରୀଙ୍କୁ ଲେଖିକି ଦେଲେ ହେବନି, କୋର୍ଟଙ୍କୁ ବି ଲେଖିକି ଦେବାକୁ ପଡ଼ିବ। ଦଳ ହାରିଗଲା ପରେ ଏବେ ମନେ ପଡ଼ିଲା ବୋଲି ଜୟନାରାୟଣ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କୁ ଟିମ ଇଣ୍ଡିଆରେ ସ୍ଥାନ, IPL ୨୦୨୬ ମଧ୍ୟରେ BCCIର ବଡ଼ ଘୋଷଣା

ନୂଆଦିଲ୍ଲୀ,୧୪।୫: ଆଇପିଏଲ ୨୦୨୬ ପରେ ଭାରତ ଏ ଦଳ ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ବିପକ୍ଷରେ ଏକ ଦିନିକିଆ ତ୍ରି-ସିରିଜ ଖେଳିବ। ପ୍ରଥମ ମ୍ୟାଚ ଜୁନ ୯ ତାରିଖରେ…

ଜୁନ୍ ୧୨ରେ ସରକାରଙ୍କ ୨ ବର୍ଷ ପୂର୍ତ୍ତି, ନିରାଡମ୍ବର ପାଳନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୧୪।୫: ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସରକାରଙ୍କ ୨ ବର୍ଷ ପୂର୍ତ୍ତି ପାଳନ ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି…

ଛତ୍ରପୁରରେ ତେଲ ସଙ୍କଟ: ବାଇକ୍‌କୁ ୨୦୦, କାର୍‌କୁ ୫୦୦ ଟଙ୍କାର ତେଲ

ଛତ୍ରପୁର,୧୪ା୫(ଦିଲ୍ଲୀପ ସାମଲ): ଇରାନ ସହ ଆମେରିକାର ଓ ଇସ୍ରାଏଲର ଯୁଦ୍ଧ ପାଇଁ ଫେବୃଆରୀ ୨୮ ପରଠାରୁ ସାରା ବିଶ୍ୱରେ ଅର୍ଥନୈତିକ ସଙ୍କଟ ଜଟିଳ ହେବାରେ ଲାଗିଛି। ବିଶେଷକରି…

ସଂରକ୍ଷିତ ଗ୍ରାମ୍ୟ ଜଙ୍ଗଲରୁ ମୋରମ ଚୋରାଚାଲାଣ: ପ୍ରତିବାଦରେ ଧାରଣାରେ ବସିଲେ ସରପଞ୍ଚ

ଦିଗପହଣ୍ଡି,୧୪ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ସଂରକ୍ଷିତ ଗ୍ରାମ୍ୟ ଜଙ୍ଗଲରୁ କିଛି ମାଫିଆ ଲଗାତର ଭାବେ ମୋରମ ଚୋରା…

ତେଲ ସଙ୍କଟ ଉପରେ ବଡ଼ ସୂଚନା ଦେଲେ ଯୋଗାଣ ସଚିବ: ରାଜ୍ୟରେ ନାହିଁ…

ଭୁବନେଶ୍ୱର, ୧୪।୫: ତେଲ ସଙ୍କଟ ଉପରେ ବଡ଼ ସୂଚନା ଦେଇଛନ୍ତି ଯୋଗାଣ ବିଭାଗ ପ୍ରମୁଖ ସଚିବ। ସେ କହିଛନ୍ତି, ତେଲ ସଙ୍କଟ ଆଦୌ ନାହିଁ । ରାଜ୍ୟରେ…

ବଢୁଛି ତେଲ ସଙ୍କଟ: ଅଧଘଣ୍ଟା ଠିଆହେଲେ ମିଳୁଛି ୨୦୦ ଟଙ୍କାର ପେଟ୍ରୋଲ-ଡିଜେଲ

ଭଞ୍ଜନଗର,୧୪ା୫(ବାବୁଲା ପ୍ରଧାନ): ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଦେଶରେ ତେଲ ସଙ୍କଟ ବଢ଼ିଯାଇଛି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପେଟ୍ରୋଲ ଓ ଡିଜେଲର ବ୍ୟବହାର ହ୍ରାସ କରିବା ସହ…

ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଳିଗଲେ ଓଡ଼ିଆ ଶ୍ରମିକ, ଗାଁକୁ ଫେରୁଛି ମୃତଦେହ

ବଲାଙ୍ଗୀର,୧୪ା୫(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରୁ ଶ୍ରମିକମାନେ ନିଜ ପରିବାର ପୋଷଣ କରିବା ପାଇଁ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ହେଲେ ଅନେକ ଶ୍ରମିକଙ୍କ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ସପ୍ତାହକୁ ଦୁଇଦିନିଆ ୱାର୍କ ଫ୍ରମ୍‌ ହୋମ୍‌ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୪।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ ପରେ, ଦିଲ୍ଲୀ ସରକାର ସପ୍ତାହରେ ଦୁଇ ଦିନ ପାଇଁ ଓ୍ବାର୍କ ଫ୍ରମ ହୋମ ଦେବା ନେଇ ଘୋଷଣା କରିଛନ୍ତି । ଦିଲ୍ଲୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri