ବିପିନ ରାଓ୍ବତଙ୍କ ପୂର୍ବରୁ ଏସବୁ ନେତାମାନଙ୍କର ମଧ୍ୟ ବିମାନ ଦୁର୍ଘଟଣାରେ ଯାଇଛି ଜୀବନ

ନୂଆଦିଲ୍ଲୀ,୮ା୧୨: ସିଡିଏସ୍‌ ବିପିନ ରାଓ୍ବତଙ୍କ ବୁଧବାର ଭାରତୀୟ ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହାନି ଘଟିଛି। ଏହି ଦୁର୍ଘଟଣା ସତେ ଯେମିତି ପୂର୍ବ ଘଟଣାର ସ୍ମୃତି ଫେରାଇ ଆଣିଛି। ଏହା ପୂର୍ବରୁ ଅନେକ ଭାରତୀୟ ରାଜନେତାଙ୍କ ବିମାନ ଦୁର୍ଘଟଣାରେ ପ୍ରାଣହାନି ଘଟିଛି। ଏମାନଙ୍କ ମଧ୍ୟରେ ଓ୍ବାଇଏସ୍‌ ରାଜଶେଖର ରେଡ୍ଡୀ, ସଞ୍ଜୟ ଗାନ୍ଧୀ, ମାଧବ ରାଓ ସିନ୍ଧିଆ, ଜିଏମ୍‌ସି ବାଲ ଯୋଗୀ, ଏସ୍‌.ମୋହନ କୁମାର ମଙ୍ଗଲମ, ଓପି ଜିନ୍ଦଲ, ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଦୋରାଜୀ ଖାଣ୍ଡୁଙ୍କର ମଧ୍ୟ ବିମାନ ଦୁର୍ଘଟଣାରେ ପ୍ରାଣହାନି ଘଟିଛି।

– ୧୯୬୩ ମସିହାରେ ଜମ୍ମୁ କଶ୍ମୀର ନିକଟରେ ବିମାନ ଦୁର୍ଘଟଣାରେ ଲେଫ୍ଟନାଣ୍ଟ ଜେନେରାଲ ଦୌଲତ ସିଂଙ୍କ ପ୍ରାଣହାନି ଘଟିଥିଲା।

– ସେହିପରି ୩୧ ମେ ୧୯୭୩ରେ କଂଗ୍ରେସ ନେତା ମୋହନ କୁମାର ମଙ୍ଗଲମ ମଧ୍ୟ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ସେ ଇଣ୍ଡିଆନ ଏୟାରଲାଇନ୍ସ ୪୪୦ ନାମକ ଏକ ବିମାନରେ ଥିଲେ।

– ୨୩ ଜୁନ୍‌ ୧୯୮୦ରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପୁଅ ସଞ୍ଜୟ ଗାନ୍ଧୀ ମଧ୍ୟ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ନୂଆଦିଲ୍ଲୀର ସଫଦରଜଙ୍ଗ ବିମାନବନ୍ଦର ନିକଟରେ ତାଙ୍କର ମୃତ୍ୟୁ ଘଟିଥିଲା। ସେ ନିଜର ଏକ ବ୍ୟକ୍ତିଗତ ବିମାନ ଉଡ଼ାଉଥିଲେ। ସେ ଜଣେ ଭଲ ପାଇଲଟ ଥିଲେ।

– ୨୦୧୧ରେ ହେଲିକପ୍ଟର ଦୁର୍ଘଟଣାରେ ଅରୁଣାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦୋରାଜୀ ଖାଣ୍ଡୁଙ୍କର ପ୍ରାଣହାନି ଘଟିଥିଲା। ତାଙ୍କ ଶରୀର ଅନେକ ଦିନ ଧରି ନିଖୋଜ ଥିଲା।

– ୨୦୦୧ ମସିହାରେ ଅରୁଣାଚଳ ପ୍ରଦେଶର ଶିକ୍ଷା ମନ୍ତ୍ରୀ ନାଥୁଙ୍ଗ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ।

– ୩୦ ସେପ୍ଟେମ୍ବର ୨୦୦୧ରେ ବିମାନ ଦୁର୍ଘଟଣାରେ କଂଗ୍ରେସ ନେତା ମାଧବ ରାଓ୍ବ ସିନ୍ଧିଆଙ୍କର ପ୍ରାଣହାନି ଘଟିଥିଲା। ଏଥିରେ ୪ ଜଣ ସାମ୍ବାଦିକ ମଧ୍ୟ ଥିଲେ। ପ୍ରବଳ ବର୍ଷା ହେତୁ ହେଲିକପ୍ଟରଟି ଏକ ଧାନ କ୍ଷେତରେ ଖସିପଡ଼ିଥିଲା।

ସେହିପରି ଓପି ଜିନ୍ଦଲ ଏବଂ ଜିଏମ୍‌ସି ବାଲ୍‌ଯୋଗୀଙ୍କର ମଧ୍ୟ ବିମାନ ଦୁର୍ଘଟଣାରେ ପ୍ରାଣହାନି ଘଟିଥିଲା। କୁହାଯାଏ, ୧୮ ଅଗଷ୍ଟ ୧୯୪୫ରେ ବିମାନ ଦୁର୍ଘଟଣାରେ ସୁଭାଷ ବୋଷଙ୍କର ମଧ୍ୟ ପ୍ରାଣହାନି ଘଟିଥିଲା। କିନ୍ତୁ ତାଙ୍କ ମୃତ୍ୟୁକୁ ନେଇ ଏବେ ବି ସନ୍ଦେହ ଜାରି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri