Posted inUncategorized

ବିଦେଶୀ ଯୁବତୀଙ୍କୁ ବିବାହ କରିଥିବା ପ୍ରଥମ ଭାରତୀୟ କ୍ରିକେଟର୍‌

ଭାରତର ମହାନ ସ୍ପିନର ବିଶନ ସିଂ ବେଦିଙ୍କ ଦେହାନ୍ତ ହୋଇଛି। ଦୀର୍ଘ ଦିନର ଅସୁସ୍ଥତା ଯୋଗୁ ସେ ୭୭ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ବେଦି ସ୍ପିନ ବୋଲିଂ ପାଇଁ ଜଣାଶୁଣା। ତାଙ୍କ ନାମରେ ଅନେକ ରେକର୍ଡ ରଖିଛି।
ବିଶନ ସିଂ ବେଦୀ ୨୫ ସେପ୍ଟେମ୍ବର ୧୯୪୬ରେ ପଞ୍ଜାବର ଅମୃତସରରେ ଜନ୍ମଗ୍ରହଣ କରିଥିଲେ। ସେ ତାଙ୍କର ୧୩ ଭାଇଭଉଣୀଙ୍କ ମଧ୍ୟରେ ସାନ ଥିଲେ। ବିଶନ ୧୩ ବର୍ଷ ବୟସରେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ ଏବଂ କିଛି ଦିନ ପରେ ଦିଲ୍ଲୀ ଆସିଥିଲେ। ଏହା ପରେ ସେ ରଣଜୀ ଟ୍ରଫିରେ ତାଙ୍କର ପ୍ରଥମ ମ୍ୟାଚ ଖେଳିଥିଲେ। ୧୯୬୬ରେ ଭାରତୀୟ ଦଳ ପାଇଁ ପ୍ରଥମ ମ୍ୟାଚ ଖେଳିବା ପରେ ବେଦି ଟିମ ଇଣ୍ଡିଆରେ ନିଜର ସ୍ଥାନ ନିଶ୍ଚିତ କରିଥିଲେ।
କିମ୍ବଦନ୍ତୀ ବାମହାତୀ ସ୍ପିନର ୧୯୬୭-୬୮ରେ ଅଷ୍ଟ୍ରେଲିଆ ଗସ୍ତ ସମୟରେ ମେଲବର୍ନରେ ଏକ ପାର୍ଟୀରେ ଅଷ୍ଟ୍ରେଲୀୟ ଯୁବତୀ ଗ୍ଲେନିଥଙ୍କ ପ୍ରେମରେ ପଡିଥିଲେ। ପରେ ଉଭୟ ବିବାହ କରିଥିଲେ। ଉଭୟଙ୍କର ଔରସରୁ ଏକ ପୁଅ ଅଛି। ବେଦି ପ୍ରଥମ କ୍ରିକେଟର୍‌ ଭାବେ ଜଣେ ବିଦେଶୀ ଯୁବତୀଙ୍କୁ ବିବାହ କରିଥିଲେ। ୭୦ ଦଶକରେ ବେଡି ଏବଂ ଗ୍ଲେନିଥଙ୍କ ସମ୍ପର୍କ ଖରାପ ହୋଇଗଲା ଏବଂ ଉଭୟ ଅଲଗା ହେବାକୁ ସ୍ଥିର କଲେ।
କିଛି ଦିନ ପରେ ବିଶ୍ୱ ସିଂ ବେଦି ଦ୍ୱିତୀୟ ଥର ବିବାହ କରିଥିଲେ। ସେ ଅଞ୍ଜୁମ ଇନ୍ଦରଜିତଙ୍କୁ ତାଙ୍କ ଜୀବନ ସାଥୀ ଭାବରେ ବାଛିଥିଲେ। ଅଞ୍ଜୁମ ଏବଂ ବିଶନଙ୍କର ମଧ୍ୟ ଦୁଇଟି ସନ୍ତାନ ଥିଲେ। ପୁଅର ନାମ ଅଙ୍ଗଦ ବେଦି ଏବଂ ଝିଅର ନାମ ନେହା ବେଦି। ଅଙ୍ଗଦ ଜଣେ ମଡେଲ ଏବଂ ବଲିଉଡରେ ଏକ ଜଣାଶୁଣା ନାମ । ସେ ପ୍ରସିଦ୍ଧ ଅଭିନେତ୍ରୀ ନେହା ଧୁପିଆଙ୍କୁ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

BCCI ଆଗରେ ଏମିତି ଡିମାଣ୍ଡ ରଖିଲେ ଅଜିତ ଅଗରକର: ହେବ କି ପୂରଣ

ନୂଆଦିଲ୍ଲୀ,୧୯।୩: ଟି୨୦ ବିଶ୍ୱକପରେ ଭାରତର ବିଜୟ ପରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ବିସିସିଆଇ ସାମ୍ନାରେ ଏକ ଡିମାଣ୍ଡ ରଖିଛନ୍ତି। ଅଗରକର ୨୦୨୭ ଏକଦିବସୀୟ ବିଶ୍ୱକପ ପର୍ଯ୍ୟନ୍ତ…

କାରଣ କହି ଭାଜପା ଛାଡିଲେ ଜୀବନ ପ୍ରଦୀପ ଦାଶ

ଭୁବନେଶ୍ୱର,୧୩।୧୧: ଭାଜପା ଛାଡ଼ିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ। ରବୀନ୍ଦ୍ର ଜେନା ଭାଜପାରେ ସାମିଲ ହେବା ପରେ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି। ପ୍ରେସମିଟ୍‌ କରି…

ରସୁଲଗଡ଼ରେ ଚାଞ୍ଚଲ୍ୟ: ୟୁଟ୍ୟୁବ ବ୍ଲଗରଙ୍କୁ ଜିଜିପି କଲୋନୀରେ ହତ୍ୟା 

ଭୁବନେଶ୍ୱର,୧।୩: ରାଜଧାନୀରେ ପୁଣି ଗଡିଲା ମୁଣ୍ଡ। ରସୁଲଗଡ଼ ନିକଟ ଜିଜିପି କଲୋନୀରେ ଶନିବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ମୃତ ଯୁବକ ଜଣଙ୍କ ରାହୁଲ ମହାରଣା। ସେ…

୫ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଟପିଲା

ଭୁବନେଶ୍ୱର, ୨୨।୨ (ବନ୍ଦନା ସେଠୀ) : ରାଜ୍ୟରେ ଦିନ ତାପମାତ୍ରା ଧୀରେ ଧୀରେ ବୃଦ୍ଧି ପାଉଛି। ଆଞ୍ଚଳିକ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ…

ବିଷାକ୍ତ ଶିଳ୍ପର ଯାତ୍ରା

ମାନବ ସଭ୍ୟତାର ସବୁଠାରୁ ବଡ଼ ଦୁଃଖଦ ଘଟଣା ମଧ୍ୟରୁ ଗୋଟିଏ ହେଉଛି, ଯେତେବେଳେ ଶିଳ୍ପ ଏବଂ ଲାଭ ପାଇଁ ଭୋକ ବୃଦ୍ଧି ପାଇଛି, ସେତେବେଳେ ପ୍ରଥମେ ମାନବ…

ବିଜେଡି କାହାକୁ କରିବ ରାଜ୍ୟ ସଭା ପ୍ରାର୍ଥୀ: ଏମିତି କିଛି କହିଲେ ଅଶୋକ ପଣ୍ଡା

ଭୁବନେଶ୍ୱର,୧୪।୨: ବିଜେଡିର ରାଜ୍ୟ ସଭା ପ୍ରାର୍ଥିତ୍ୱକୁ ନେଇ ମତ ରଖିଲେ ଅଶୋକ ପଣ୍ଡା। ସେ କହିଛନ୍ତି, ସାଙ୍ଗଠନିକ ଦକ୍ଷତା, ଅଭିଜ୍ଞତା, ଦଳ ପ୍ରତି ଆନୁଗତ୍ୟ ଓ ଅବଦାନ…

ଭାରତ-ପାକିସ୍ତାନ ମହାମୁକାବିଲାକୁ ନେଇ ଆସିଲା ବଡ଼ ଅପଡେଟ୍‌: ୨୪ ଘଣ୍ଟା ଭିତରେ…

ନୂଆଦିଲ୍ଲୀ,୯।୨: ଟି-୨୦ ବିଶ୍ୱକପ ଆରମ୍ଭ ହୋଇଛି। କିନ୍ତୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମହାମୁକାବିଲାକୁ ନେଇ ଏବେ ବି ଅନିଶ୍ଚିତତା ରହିଛି। ପରିସ୍ଥିତି ସ୍ପଷ୍ଟ କରିବା ପାଇଁ…

ସାମ୍ନାକୁ ଆସିଲା ସୁଇସାଇଡ ନୋଟ: ଆତ୍ମହତ୍ୟା କରିବା ପୂର୍ବରୁ ବାପାଙ୍କୁ ଏମିତି କଥା ଲେଖିଥିଲେ ୩ ଭଉଣୀ

ଗାଜିଆବାଦ,୪।୨: ଉତ୍ତର ପ୍ରଦେଶର ଗାଜିଆବାଦର ଟିଲା ମୋଡ ପୋଲିସ ଷ୍ଟେଶନ ଅଞ୍ଚଳର ଭାରତ ସିଟି ସୋସାଇଟିରେ ଏକ ଦୁଃଖଦ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ତିନି ଭଉଣୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri