ଇଭି ଚାର୍ଜିଂ, ସିଏନ୍‌ଜିକୁ ଫୋକସ

ମୁମ୍ବାଇ,୧୧।୧୦: ସରକାର ବର୍ତ୍ତମାନ ପେଟ୍ରୋଲ, ଡିଜେଲ ବ୍ୟବହାରକୁ କମ୍‌ କରାଇବା ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏଥିଲାଗି ପେଟ୍ରୋଲ ପମ୍ପ ଲାଇସେନ୍ସ କ୍ଷେତ୍ରରେ ରହିଥିବା ନିୟମକୁ କୋହଳ କରାଯାଇଛି। ପେଟ୍ରୋଲ ପମ୍ପରେ ପେଟ୍ରୋଲ ବିକ୍ରି ହେବା ଆଗରୁ ମଧ୍ୟ ଇଲେକ୍ଟ୍ରିକ ଭେଇକିଲ(ଇଭି) ଚାର୍ଜିଂ ଏବଂ ସିଏନ୍‌ଜି ଷ୍ଟେଶନ ସ୍ଥାପନ କରିହେବ ବୋଲି ସରକାର ସ୍ପଷ୍ଟ କରିଛନ୍ତି।
ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ପକ୍ଷରୁ ୨୦୧୯ ନଭେମ୍ବରରେ ଜାରି କରାଯାଇଥିବା ଏକ ବିଜ୍ଞପ୍ତିର ମନ୍ତ୍ରଣାଳୟ ବର୍ତ୍ତମାନ ସ୍ପଷ୍ଟୀକରଣ ପ୍ରଦାନ କରିଛି। ପେଟ୍ରୋଲ ଏବଂ ଡିଜେଲ ରିଟେଲିଂ ସହ ସଂସ୍ଥାଗୁଡିକ ସିଏନ୍‌ଜି, ଏଲ୍‌ଏନ୍‌ଜି ଏବଂ ଇ-ଯାନ ଚାର୍ଜିଂ ପଏଣ୍ଟ ଭଳି ଗୋଟିଏ ନୂତନ ପିଢୀର ବିକଳ୍ପ ଇନ୍ଧନ ସୁବିଧା ପ୍ରଦାନ କରିବାକୁ ପୂର୍ବରୁ କୁହାଯାଇଥିଲା। ମାତ୍ର ଚାର୍ଜିଂ ପଏଣ୍ଟ ସ୍ଥାପନର କୌଣସି ନିର୍ଦ୍ଦେଶ ରହି ନ ଥିଲା।
ମନ୍ତ୍ରଣାଳୟ କହିଛି ଯେ, ପେଟ୍ରୋଲ ଏବଂ ଡିଜେଲ ଆଉଟଲେଟଗୁଡ଼ିକ ସିଏନ୍‌ଜି, ବାୟୋ ଫୁଏଲ, ଏଲ୍‌ଏନଜି ଭଳି ନୂଆ ବିକଳ୍ପ ଇନ୍ଧନ ବିକ୍ରି ସହ ଇ-ଯାନ ଚାର୍ଜିଂ ସୁବିଧା ଲାଗି ବ୍ୟବସ୍ଥା କରିବାକୁ ହେବ। ପେଟ୍ରୋଲ ଏବଂ ଡିଜେଲ ବିକ୍ରି କରିବା ଆଗରୁ ସଂସ୍ଥାଗୁଡିକ ବିକଳ୍ପ ଇନ୍ଧନ ଯୋଗାଣ ନେଇ ବ୍ୟବସ୍ଥା କରିବାରେ ଏଣିକି କୌଣସି ପ୍ରତିବନ୍ଧକ ରହିବନି।
ନିୟମ ମୁତାବକ ସଂସ୍ଥାଗୁଡିକର ନେଟ୍‌ ସମ୍ପତ୍ତି ୨୫୦ କୋଟି ଟଙ୍କା ହୋଇଥିଲେ ପେଟ୍ରୋଲ ଏବଂ ଡିଜେଲ ରିଟେଲିଂ କରିପାରିବେ। ୨୦୧୯ ନୀତି ଅନୁସାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ,ଆଇଏମ୍‌ସି ଲିମିଟେଡ, ଅନସାଇଟ ଏନର୍ଜି ପ୍ରାଇଭେଟ ଲିମିଟେଡ, ଆସାମ ଗ୍ୟାସ କମ୍ପାନୀ, ଏମ୍‌.କେ. ଆଗ୍ରୋଟେକ, ଆର୍‌ବିଏମ୍‌ଏଲ୍‌ ସଲ୍ୟୁଶନ୍ସ ଏବଂ ମାନସ ଆଗ୍ରୋ ଇଣ୍ଡଷ୍ଟ୍ରିଜ ଭଳି କମ୍ପାନୀଗୁଡିକୁ ପେଟ୍ରୋଲ ଡିଜେଲ ରିଟେଲିଂ ଲାଗି ଅନୁମତି ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟଗୁଡ଼ିକୁ ମିଳିଲା ୬,୧୯୫ କୋଟି

ନୂଆଦିଲ୍ଲୀ,୧୧।୬: କେନ୍ଦ୍ର ସରକାର ବୁଧବାର ରାଜ୍ୟଗୁଡିକୁ ୬,୧୯୫ କୋଟି ଟଙ୍କା ପ୍ରଦାନ କରିଛନ୍ତି। କେନ୍ଦ୍ରୀୟ ଟିକସରେ ରାଜ୍ୟଗୁଡିକର ଅଂଶ ବାଦ୍‌ ରାଜସ୍ବ କ୍ଷତି ଅନୁଦାନ ବାବଦରେ...

ଇ-ଯାନରେ ମିଳିବ ୧.୫ ଲକ୍ଷର ଅତିରିକ୍ତ ଟିକସ ଛାଡ଼

ନୂଆଦିଲ୍ଲୀ,୬-୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ୨୦୧୯-୨୦ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରି ପ୍ରଦୂଷଣମୁକ୍ତ ସହର ଗଢ଼ିବା ସରକାରଙ୍କ ଲକ୍ଷ୍ୟ ବୋଲି ଉଲ୍ଲେଖ କରିଛନ୍ତି। ଦେଶରେ...

ବଢ଼ିପାରେ କେନ୍ଦ୍ର କର୍ମଚାରୀଙ୍କ ବେତନ

ନୂଆଦିଲ୍ଲୀ: ଆସନ୍ତା ବର୍ଷଠାରୁ କେନ୍ଦ୍ର କର୍ମଚାରୀମାନେ ଅଧିକ ବେତନ ଲାଭ କରିପାରନ୍ତି। କରୋନା ମହାମାରୀ ଯୋଗୁ ଦେଶରେ ଦେଖାଯାଇଥିବା ଆର୍ଥତ୍କ ମାନ୍ଦାବସ୍ଥା କାରଣରୁ ଏପ୍ରିଲରେ କେନ୍ଦ୍ର...

ପ୍ଲେ ଷ୍ଟୋରରୁ ହଟିଲା ୧୧ ଆପ୍‌

ନୂଆଦିଲ୍ଲୀ,୧୩।୭: ବର୍ତ୍ତମାନ ସାଇବାର ଅପରାଧ ମାମଲା ବଢି ଚାଲିଛି। ହ୍ୟାକର ମାନେ ବିଭିନ୍ନ ଆପ୍ଲିକେଶନ ଦ୍ୱାରା ଲୋକଙ୍କୁ ଆର୍ଥତ୍କ ଠକେଇ କରୁଥିବା ଦେଖାଯାଉଛି। ଏହାକୁ ଧ୍ୟାନରେ...

୭ମାସରେ ଚାକିରି ଛାଡ଼ିଛନ୍ତି ୫୮ ସିଇଓ-ଏମ୍‌ଡି

ନୂଆଦିଲ୍ଲୀ,୨୩-୮: ଇଣ୍ଡିଆ ଇଙ୍କ୍‌ର କର୍ନର ଅଫିସ୍‌ରୁ ଚଳିତ ବର୍ଷର ୭ ମାସ ମଧ୍ୟରେ ୫୮ ଜଣ ସିଇଓ-ଏମ୍‌ଡି ଚାକିରି ଛାଡ଼ିଛନ୍ତି। ପ୍ରାଇମ ଡାଟାବେସ୍‌ ପକ୍ଷରୁ ଏନ୍‌ଏସ୍‌ଇଇନ୍‌ଫୋବେସ୍‌...

ପୁଣି ୧୦ ପଇସା ବଢ଼ିଲା ପେଟ୍ରୋଲ

ଭୁବନେଶ୍ୱର,୩୧।୮: ଚଳିତ ମାସ ପେଟ୍ରୋଲ ଦର ବୃଦ୍ଧିରେ ବିରତି ଲାଗି ପାରୁନାହିଁ। ଭୁବନେଶ୍ୱରରେ ରବିବାର ପେଟ୍ରୋଲ ଲିଟର ପିଛା ୧୦ ପଇସା ବଢି ୮୨.୫୯ ଟଙ୍କା...

ଆଜିଠାରୁ ସଞ୍ଚୟ, ଋଣ ନେଇ ଏସ୍‌ବିଆଇ ନିୟମ ବଦଳିଲା

ନୂଆଦିଲ୍ଲୀ,୧-୫: ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସ୍‌ବିଆଇ) ମେ ପହିଲାରୁ ସଞ୍ଚୟ ଆକାଉଣ୍ଟ ଏବଂ ସ୍ବଳ୍ପମିଆଦି ଋଣ ଲାଗି ନୂଆ ନିୟମ ଲାଗୁ କରିଛି। ବ୍ୟାଙ୍କ ସୁଧ ହାର...

ଦୁର୍ନୀତି ଜଣାଇବାରେ ବିଳମ୍ବ;୯ ବ୍ୟାଙ୍କକୁ ରିଜର୍ଭ ବ୍ୟାଙ୍କର ଜରିମାନା

ମୁମ୍ବାଇ,୪-୮: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ସମେତ ୯ ବାଣିଜି୍ୟକ ବ୍ୟାଙ୍କଠାରୁ ଜରିମାନା ଆଦାୟ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଏସ୍‌ବିଆଇ) ନିର୍ଦ୍ଦେଶ ଦେଇଛି। ବିଭିନ୍ନ ଦୁର୍ନୀତି,ଜାଲିଆତି, ଠକାମୀ...

Advertisement


Archives

Model This Week