ସମ୍ପର୍କୀୟଙ୍କ ମୃତଦେହକୁ ଖାଦ୍ୟ ଭାବରେ ଖାଇବାର ରହିଛି ପରମ୍ପରା

ବ୍ରସେଲ୍ସ,୭।୧୦: ଇଉରୋପୀୟମାନେ ଇତିହାସରେ କିପରି ଜୀବନ ବିତାଉଥିଲେ ଏନେଇ ଏକ ନୂଆ ତଥ୍ୟ ଉନ୍ମୋଚନ ହୋଇଛି। ଅଧ୍ୟୟନରେ ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଦାବି କରାଯାଇଛି। ବୈଜ୍ଞାନିକମାନେ କହିଛନ୍ତି, ପ୍ରାୟ ୧୫ହଜାର ବର୍ଷ ପୂର୍ବେ ୟୁରୋପୀୟମାନେ ସେମାନଙ୍କର ସମ୍ପର୍କୀୟଙ୍କୁ ଅନ୍ତିମ ସଂସ୍କାରରେ କବର ଦେବା ପରିବର୍ତ୍ତେ ମୃତଦେହକୁ ଖାଦ୍ୟ ଭାବରେ ଗ୍ରହଣ କରୁଥିଲେ।

ପୁରାପାଷାଣ ଯୁଗର ମାଗଦାଲେନିଆନ ଜନଜାତିଙ୍କ ପ୍ରସଙ୍ଗରେ ଏହି ଅଧ୍ୟୟନ କରାଯାଇଥିଲା। ମାଗଦାଲେନିଆନମାନେ ପ୍ରାୟ ୧୧ହଜାରରୁ ୧୭ହଜାର ବର୍ଷ ପୂର୍ବେ ବଞ୍ଚିଥିଲେ। ଲଣ୍ଡନର ଜାତୀୟ ଇତିହାସ ସଂଗ୍ରହାଳୟର ବିଶେଷଜ୍ଞମାନେ ୫୯ଟି ମାଗଦାଲେନିଆନଙ୍କ ସ୍ଥାନ ଚିହ୍ନଟ କରିଛନ୍ତି ଯେଉଁଥିରେ ମଣିଷଙ୍କ ମୃତଦେହ ମିଳିଛି। ଜର୍ମାନୀ, ସ୍ପେନ, ଋଷିଆ, ବ୍ରିଟେନ, ବେଲଜିୟମ, ପୋଲାଣ୍ଡ, ଚେକ ରିପବ୍ଲିକ, ପର୍ତ୍ତୁଗାଲରେ ଓ ଫ୍ରାନ୍ସରେ ସେମାନଙ୍କ ଅବଶେଷ ମିଳିଛି।
ବୈଜ୍ଞାନିମମାନେ ୧୫ଟି ସ୍ଥାନ ଚିହ୍ନଟ କରିଛନ୍ତି ଯେଉଁଠି ମଣିଷଙ୍କର କଙ୍କାଳ ଓ ଖପୁରୀ ମିଳିଛି। ସେହି ଖପୁରୀ ଓ କଙ୍କାଳରେ ମଣିଷଙ୍କର ଦାନ୍ତରେ ଚୋବାଇବାର ଚିହ୍ନ ରହିଛି। ଏହି ଅବଶେଷ ଉତ୍ତର ଓ ପଶ୍ଚିମ ୟୁରୋପରେ ମିଳିଛି।

ଲଣ୍ଡନର ଜାତୀୟ ଇତିହାସ ସଂଗ୍ରହାଳୟର ଅନୁସନ୍ଧାନକାରୀ ସିଲଭିଆ ବେଲୋ କହିଛନ୍ତ, ମାଗଦାଲେନିଆନମାନେ ମୃତ ଲୋକଙ୍କୁ ମବର ଦିଅନ୍ତି ନାହିଁ ତାଙ୍କୁ ଖାଦ୍ୟ ରୂପେ ଗ୍ରହଣ କରନ୍ତି। ସବୁଠାରୁ କୌତୁହଳ ବିଷୟ ଏହା କି, ଏଠାରେ ଅନ୍ତିମ ସଂସ୍କାର ଭାବରେ ଲୋକଙ୍କୁ ଖାଇବାର ପରମ୍ପରା ରହିଛି। ଏହି ପରମ୍ପରା ଏମାନଙ୍କର ବହୁତ ପୁରୁଣା।
ଏହି ଅଞ୍ଚଳରେ ଦୁଇଟି ଭିନ୍ନ ସଂସ୍କୃତିର ଲୋକ ରହୁଥିଲେ। ଗୋଟିଏ ମାଗଦାଲେନିଆନ ସଂସ୍କୃତି ଏବଂ ଅନ୍ୟଟି ଏପିଗ୍ରାଭେଟିଆନ। ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ, ଉତ୍ତର-ପଶ୍ଚିମ ୟୁରୋପରେ ମାଗଦାଲେନିଆନ ସଂସ୍କୃତିର ଲୋକମାନେ
ସମ୍ପର୍କୀୟଙ୍କ ମୃତଦେହକୁ ଖାଦ୍ୟ ଭାବେ ଖାଇବାକୁ ପସନ୍ଦ କରୁଥିବାବେଳେ ଏପିଗ୍ରାଭେଟିଆନ ସଂସ୍କୃତିର ମଣିଷମାନେ ମୃତଦେହକୁ କବର ଦେବାକୁ ପସନ୍ଦ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

୩୬ ଲକ୍ଷ ଟଙ୍କା ଦରମା ପ୍ୟାକେଜ୍‌ ଛାଡ଼ି ହୋଇଥିଲେ ବାବା: ଏବେ ବିବାହ କରି ଚର୍ଚ୍ଚାରେ ଅଭୟ ସିଂ, ଆଗକୁ କରିବେ…

ଧର୍ମଶାଳା,୭।୪: ଆଇଆଇଟି ବାବା ଓରଫ ଅଭୟ ସିଂ, ୨୦୨୫ର ପ୍ରୟାଗରାଜ ମହାକୁମ୍ଭ ସମୟରେ ତାଙ୍କର ଅନନ୍ୟ ଆଧ୍ୟାତ୍ମିକ ଯାତ୍ରା ପାଇଁ ରାତାରାତି ପ୍ରସିଦ୍ଧି ହାସଲ କରିଥିଲେ। ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri