୯୦% ତୈଳ ଆମଦାନୀ ବନ୍ଦ କରିବ ଇୟୁ

ବ୍ରସେଲ୍ସ, ୧ା୬: ୟୁକ୍ରେନ୍‌ ଉପରେ ଆକ୍ରମଣ ରୁଷିଆ ପାଇଁ ଆହୁରି ମହଙ୍ଗା ହେବାକୁ ଯାଉଛି। ରୁଷିଆ ଏହା ପୂର୍ବରୁ ଆମେରିକା ଓ ୟୁରୋପୀୟ ସଂଘ(ଇୟୁ) ପକ୍ଷରୁ ଲଗାଯାଇଥିବା କଟକଣା ଭୋଗୁଥିବାବେଳେ ଏବେ ଏହାର ଅର୍ଥନୀତି ଆହୁରି ବିପର୍ଯ୍ୟସ୍ତ ହେବାକୁ ଯାଉଛି। ଏକ ବଡ଼ ନିଷ୍ପତ୍ତି କ୍ରମେ ଇୟୁ ଚଳିତ ବର୍ଷ ଶେଷ ସୁଦ୍ଧା ଅର୍ଥାତ୍‌ ଆସନ୍ତା ୬ ମାସ ମଧ୍ୟରେ ରୁଷିଆରୁ ପ୍ରାୟ ୯୦% ତୈଳ ଆମଦାନୀ ବନ୍ଦ କରିବ ବୋଲି କହିଛି। ତେବେ ଏହାର ପ୍ରଭାବ କେବଳ ରୁଷିଆ ନୁହେଁ ବିଶ୍ୱ ବଜାର ଉପରେ ମଧ୍ୟ ପଡ଼ିବ। ଇୟୁର ଏହି ନିଷ୍ପତ୍ତି ପରେ ଅଶୋଧିତ ତୈଳ ଦର ଡିଆଁ ମାରିଛି। ମଙ୍ଗଳବାର ଏକ ବ୍ରେଣ୍ଟ କ୍ରୁଡ୍‌ ଅଏଲର ମୂଲ୍ୟ ୧୨୨ ଡଲାର ଟପିଛି। ତେବେ ରୁଷିଆ ତୈଳ ରପ୍ତାନି ପାଇଁ ଇମ୍ପୋର୍ଟର ଖୋଜିନେବେ ବୋଲି କହିଛି।
କଟକଣା ପାଇଁ ଇୟୁର ସମସ୍ତ ୨୭ ସଦସ୍ୟ ରାଷ୍ଟ୍ର ସେମାନଙ୍କ ସମର୍ଥନ ଦେବା ଆବଶ୍ୟକ। ବୁଧବାର ଏହା ଉପରେ ଇୟୁ ଦେଶଗୁଡ଼ିକ ସେମାନଙ୍କ ମତ ରଖିବେ ବୋଲି ୟୁରୋପୀୟ ସଂଘ ପରିଷଦର ଅଧ୍ୟକ୍ଷ ଚାର୍ଲସ ମାଇକେଲ କହିଛନ୍ତି। ୟୁକ୍ରେନ୍‌ ଆକ୍ରମଣ ପାଇଁ ରୁଷିଆର ତୈଳ ଓ ପ୍ରାକୃତିକ ଗ୍ୟାସ୍‌ ଇନ୍ଧନ ଯୋଗାଉଛି। ମସ୍କୋର ଅର୍ଥନୀତିକୁ ପ୍ରଭାବିତ କରି ଯୁଦ୍ଧ ରୋକିବାକୁ ଉଦ୍ୟମ ସ୍ବରୂପ ରୁଷିଆରୁ ତୈଳ ଆମଦାନୀ ଦୁଇ ତୃତୀୟାଂଶ ବନ୍ଦ କରିବାକୁ ଇୟୁ ନିଷ୍ପତ୍ତି ନେଇଥିବା ମାଇକେଲ ପ୍ରକାଶ କରିଛନ୍ତି। ରୁଷିଆର ପ୍ରମୁଖ ବ୍ୟାଙ୍କ ସବରବ୍ୟାଙ୍କ୍‌କୁ ସ୍ବିଫ୍ଟ ବ୍ୟାଙ୍କିଙ୍ଗ ସିଷ୍ଟମ୍‌ରୁ ବାଦ୍‌ କରାଯିବା ସହ ଏବଂ ସରକାରୀ ମିଡିଆ ଓ ୟୁକ୍ରେନ୍‌ରେ ଯୁଦ୍ଧ ଅପରାଧରେ ସାମିଲ ବ୍ୟକ୍ତିଙ୍କ ଉପରେ ମଧ୍ୟ କଟକଣା ଲଗାଯିବା ପାଇଁ ଇୟୁ ନିଷ୍ପତ୍ତି ନେଇଛି। ରୁଷିଆ ତୈଳ ଓ ପ୍ରାକୃତିକ ଗ୍ୟାସ୍‌ ଉପରେ ବହୁମାତ୍ରାରେ ନିର୍ଭରଶୀଳ ଜର୍ମାନୀ ଏବଂ ପୋଲାଣ୍ଡ ଡ୍ରୁଜ୍‌ବା ପାଇପ୍‌ଲାଇନର ଦକ୍ଷିଣ ଶାଖା ଯୋଗେ ତୈଳ ଆମଦାନୀ ବନ୍ଦ କରିବା ପାଇଁ ରାଜି ହୋଇଛନ୍ତି। ତେବେ ହଙ୍ଗେରୀ ଏଥିପାଇଁ ସର୍ତ୍ତ ରଖିଛି। ଯଦି ଦେଶକୁ ତୈଳ ଯୋଗାଣ ନିଶ୍ଚିତ କରାଯିବାର ଗ୍ୟାରେଣ୍ଟି ମିଳେ ତେବେ ଏହି କଟକଣାକୁ ସମର୍ଥନ କରାଯିବ ବୋଲି ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟୋର ଅର୍ବାନ କହିଛନ୍ତି। ସୋଭିଏଟ ଅମଳର ଡ୍ରୁଜ୍‌ବା ପାଇପଲାଇନ ଯୋଗେ ହଙ୍ଗେରୀ ରୁଷିଆରୁ ୬୦% ତୈଳ ଆମଦାନୀ କରିଥାଏ।
ନିଜ ଆବଶ୍ୟକତାର ୪୦% ପ୍ରାକୃତିକ ଗ୍ୟାସ୍‌ ଏବଂ ୨୫% ତୈଳ ରୁଷିଆରୁ ଆମଦାନୀ କରିଥାଏ। ରୁଷିଆରୁ ତୈଳ କ୍ରୟ ବନ୍ଦ କରିବାକୁ ନେଇ ୟୁରୋପୀୟ ସଂଘରେ ମତଭେଦ ମଧ୍ୟ ରହିଛି। ତେଣୁ ୯୦% ଅଶୋଧିତ ତୈଳ ବ୍ୟାନ୍‌ କରିବା ଇୟୁ ପାଇଁ ବେଶ୍‌ ଚ୍ୟାଲେଞ୍ଜିଂ ହେବ। ଇୟୁରେ ଥିବା ମତଭେଦ ଦୂର କରି ରୁଷିଆରୁ ସମ୍ପୂର୍ଣ୍ଣ ଭାବେ ତୈଳ ଓ ଗ୍ୟାସ୍‌ ଆମଦାନୀ ବନ୍ଦ କରିବାକୁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ନିବେଦନ କରିଥିଲେ। ଇୟୁ ତେଲ ଉପରେ କଟକଣା ଲଗାଇଲେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁଟିନ୍‌ ଏସିଆ ଉପରେ ଅଧିକ ନିର୍ଭରଶୀଳ ହୋଇପାରନ୍ତି। ବିଶେଷକରି ଚାଇନା ଓ ଭାରତ ଭଳି ଦେଶକୁ ତୈଳ ରପ୍ତାନୀ ପାଇଁ ମସ୍କୋ ଅଫର ଦେବ ବୋଲି କୁହାଯାଉଛି। କାରଣ ଶ୍ରୀଲଙ୍କା, ଇଣ୍ଡୋନେସିଆ ଭଳି ଦେଶରେ ଅତ୍ୟଧିକ ସଲଫ୍‌ର ମାତ୍ରା ଥିବା ତୈଳର ଅତ୍ୟାଧୁନିକ ପ୍ରକ୍ରିୟାକରଣ ବ୍ୟବସ୍ଥା ଏବଂ ବ୍ଲେଡିଂ କ୍ଷମତା ନ ଥିବାରୁ ଭାରତ ଓ ଚାଇନା ସହ କାରବାର ବୃଦ୍ଧି ପାଇବାରେ ଯଥେଷ୍ଟ ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବନର ବହୁତ ବଡ କଥା କହିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ

ଓ୍ବାଶିଂଟନ,୨୭।୪: ଆମେରିକାରେ କିଛି ମାସ ମଧ୍ୟରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଇତିମଧ୍ୟରେ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ...

ରୁଷିଆ ସେନାକୁ ଚାଇନା ସହାୟତା: ପ୍ରତିବାଦ ଜଣାଇଲେ ବ୍ଲିଙ୍କେନ୍‌

ବେଜିଂ,୨୭ା୪: ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଶୁକ୍ରବାର ଚାଇନା କର୍ତ୍ତୃପକ୍ଷଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ୟୁକ୍ରେନ୍‌ ସହ ଯୁଦ୍ଧରେ ରୁଷିଆ ସେନାକୁ...

ପ୍ଲାଷ୍ଟିକ୍‌ ପ୍ରଦୂଷଣ ପାଇଁ ୫୬ କମ୍ପାନୀ ଦାୟୀ

ଲଣ୍ଡନ୍‌,୨୭ା୪: ବିଶ୍ୱର ଅର୍ଦ୍ଧାଧିକ ପ୍ଲାଷ୍ଟିକ୍‌ ପ୍ରଦୂଷଣ ପାଇଁ ୫୬ ବହୁରାଷ୍ଟ୍ରୀୟ କମ୍ପାନୀ ଦାୟୀ। ସେହିପରି ଏକ-ଚତୁର୍ଥାଂଶ ପ୍ରଦୂଷଣ ପାଇଁ ୬ଟି କମ୍ପାନୀ ଦାୟୀ ବୋଲି ଏକ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

କିଏ ସେହି ଭାରତୀୟ ଛାତ୍ରୀ ଯାହାଙ୍କୁ ଆମେରିକାରେ କରାଯାଇଛି ଗିରଫ

ଓ୍ବାଶିଂଟନ,୨୬।୪: ଆମେରିକାରେ ଜଣେ ଭାରତୀୟ ଛାତ୍ରୀଙ୍କୁ ଗିରଫ କରାଯାଇଛି। ଏହି ଛାତ୍ର ଇସ୍ରାଏଲକୁ ବିରୋଧ କରୁଥିବାବେଳେ ପାଲେଷ୍ଟାଇନକୁ ସମର୍ଥନ କରି ବିରୋଧ କରିଥିବା ଅଭିଯୋଗ ହୋଇଛି।...

ଭାରତ ଉପରେ ରାଗିଗଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରିବା ଅଭିଯୋଗରେ ଆମେରିକା ଦଶହଜାର କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri