୯୦% ତୈଳ ଆମଦାନୀ ବନ୍ଦ କରିବ ଇୟୁ

ବ୍ରସେଲ୍ସ, ୧ା୬: ୟୁକ୍ରେନ୍‌ ଉପରେ ଆକ୍ରମଣ ରୁଷିଆ ପାଇଁ ଆହୁରି ମହଙ୍ଗା ହେବାକୁ ଯାଉଛି। ରୁଷିଆ ଏହା ପୂର୍ବରୁ ଆମେରିକା ଓ ୟୁରୋପୀୟ ସଂଘ(ଇୟୁ) ପକ୍ଷରୁ ଲଗାଯାଇଥିବା କଟକଣା ଭୋଗୁଥିବାବେଳେ ଏବେ ଏହାର ଅର୍ଥନୀତି ଆହୁରି ବିପର୍ଯ୍ୟସ୍ତ ହେବାକୁ ଯାଉଛି। ଏକ ବଡ଼ ନିଷ୍ପତ୍ତି କ୍ରମେ ଇୟୁ ଚଳିତ ବର୍ଷ ଶେଷ ସୁଦ୍ଧା ଅର୍ଥାତ୍‌ ଆସନ୍ତା ୬ ମାସ ମଧ୍ୟରେ ରୁଷିଆରୁ ପ୍ରାୟ ୯୦% ତୈଳ ଆମଦାନୀ ବନ୍ଦ କରିବ ବୋଲି କହିଛି। ତେବେ ଏହାର ପ୍ରଭାବ କେବଳ ରୁଷିଆ ନୁହେଁ ବିଶ୍ୱ ବଜାର ଉପରେ ମଧ୍ୟ ପଡ଼ିବ। ଇୟୁର ଏହି ନିଷ୍ପତ୍ତି ପରେ ଅଶୋଧିତ ତୈଳ ଦର ଡିଆଁ ମାରିଛି। ମଙ୍ଗଳବାର ଏକ ବ୍ରେଣ୍ଟ କ୍ରୁଡ୍‌ ଅଏଲର ମୂଲ୍ୟ ୧୨୨ ଡଲାର ଟପିଛି। ତେବେ ରୁଷିଆ ତୈଳ ରପ୍ତାନି ପାଇଁ ଇମ୍ପୋର୍ଟର ଖୋଜିନେବେ ବୋଲି କହିଛି।
କଟକଣା ପାଇଁ ଇୟୁର ସମସ୍ତ ୨୭ ସଦସ୍ୟ ରାଷ୍ଟ୍ର ସେମାନଙ୍କ ସମର୍ଥନ ଦେବା ଆବଶ୍ୟକ। ବୁଧବାର ଏହା ଉପରେ ଇୟୁ ଦେଶଗୁଡ଼ିକ ସେମାନଙ୍କ ମତ ରଖିବେ ବୋଲି ୟୁରୋପୀୟ ସଂଘ ପରିଷଦର ଅଧ୍ୟକ୍ଷ ଚାର୍ଲସ ମାଇକେଲ କହିଛନ୍ତି। ୟୁକ୍ରେନ୍‌ ଆକ୍ରମଣ ପାଇଁ ରୁଷିଆର ତୈଳ ଓ ପ୍ରାକୃତିକ ଗ୍ୟାସ୍‌ ଇନ୍ଧନ ଯୋଗାଉଛି। ମସ୍କୋର ଅର୍ଥନୀତିକୁ ପ୍ରଭାବିତ କରି ଯୁଦ୍ଧ ରୋକିବାକୁ ଉଦ୍ୟମ ସ୍ବରୂପ ରୁଷିଆରୁ ତୈଳ ଆମଦାନୀ ଦୁଇ ତୃତୀୟାଂଶ ବନ୍ଦ କରିବାକୁ ଇୟୁ ନିଷ୍ପତ୍ତି ନେଇଥିବା ମାଇକେଲ ପ୍ରକାଶ କରିଛନ୍ତି। ରୁଷିଆର ପ୍ରମୁଖ ବ୍ୟାଙ୍କ ସବରବ୍ୟାଙ୍କ୍‌କୁ ସ୍ବିଫ୍ଟ ବ୍ୟାଙ୍କିଙ୍ଗ ସିଷ୍ଟମ୍‌ରୁ ବାଦ୍‌ କରାଯିବା ସହ ଏବଂ ସରକାରୀ ମିଡିଆ ଓ ୟୁକ୍ରେନ୍‌ରେ ଯୁଦ୍ଧ ଅପରାଧରେ ସାମିଲ ବ୍ୟକ୍ତିଙ୍କ ଉପରେ ମଧ୍ୟ କଟକଣା ଲଗାଯିବା ପାଇଁ ଇୟୁ ନିଷ୍ପତ୍ତି ନେଇଛି। ରୁଷିଆ ତୈଳ ଓ ପ୍ରାକୃତିକ ଗ୍ୟାସ୍‌ ଉପରେ ବହୁମାତ୍ରାରେ ନିର୍ଭରଶୀଳ ଜର୍ମାନୀ ଏବଂ ପୋଲାଣ୍ଡ ଡ୍ରୁଜ୍‌ବା ପାଇପ୍‌ଲାଇନର ଦକ୍ଷିଣ ଶାଖା ଯୋଗେ ତୈଳ ଆମଦାନୀ ବନ୍ଦ କରିବା ପାଇଁ ରାଜି ହୋଇଛନ୍ତି। ତେବେ ହଙ୍ଗେରୀ ଏଥିପାଇଁ ସର୍ତ୍ତ ରଖିଛି। ଯଦି ଦେଶକୁ ତୈଳ ଯୋଗାଣ ନିଶ୍ଚିତ କରାଯିବାର ଗ୍ୟାରେଣ୍ଟି ମିଳେ ତେବେ ଏହି କଟକଣାକୁ ସମର୍ଥନ କରାଯିବ ବୋଲି ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟୋର ଅର୍ବାନ କହିଛନ୍ତି। ସୋଭିଏଟ ଅମଳର ଡ୍ରୁଜ୍‌ବା ପାଇପଲାଇନ ଯୋଗେ ହଙ୍ଗେରୀ ରୁଷିଆରୁ ୬୦% ତୈଳ ଆମଦାନୀ କରିଥାଏ।
ନିଜ ଆବଶ୍ୟକତାର ୪୦% ପ୍ରାକୃତିକ ଗ୍ୟାସ୍‌ ଏବଂ ୨୫% ତୈଳ ରୁଷିଆରୁ ଆମଦାନୀ କରିଥାଏ। ରୁଷିଆରୁ ତୈଳ କ୍ରୟ ବନ୍ଦ କରିବାକୁ ନେଇ ୟୁରୋପୀୟ ସଂଘରେ ମତଭେଦ ମଧ୍ୟ ରହିଛି। ତେଣୁ ୯୦% ଅଶୋଧିତ ତୈଳ ବ୍ୟାନ୍‌ କରିବା ଇୟୁ ପାଇଁ ବେଶ୍‌ ଚ୍ୟାଲେଞ୍ଜିଂ ହେବ। ଇୟୁରେ ଥିବା ମତଭେଦ ଦୂର କରି ରୁଷିଆରୁ ସମ୍ପୂର୍ଣ୍ଣ ଭାବେ ତୈଳ ଓ ଗ୍ୟାସ୍‌ ଆମଦାନୀ ବନ୍ଦ କରିବାକୁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ନିବେଦନ କରିଥିଲେ। ଇୟୁ ତେଲ ଉପରେ କଟକଣା ଲଗାଇଲେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁଟିନ୍‌ ଏସିଆ ଉପରେ ଅଧିକ ନିର୍ଭରଶୀଳ ହୋଇପାରନ୍ତି। ବିଶେଷକରି ଚାଇନା ଓ ଭାରତ ଭଳି ଦେଶକୁ ତୈଳ ରପ୍ତାନୀ ପାଇଁ ମସ୍କୋ ଅଫର ଦେବ ବୋଲି କୁହାଯାଉଛି। କାରଣ ଶ୍ରୀଲଙ୍କା, ଇଣ୍ଡୋନେସିଆ ଭଳି ଦେଶରେ ଅତ୍ୟଧିକ ସଲଫ୍‌ର ମାତ୍ରା ଥିବା ତୈଳର ଅତ୍ୟାଧୁନିକ ପ୍ରକ୍ରିୟାକରଣ ବ୍ୟବସ୍ଥା ଏବଂ ବ୍ଲେଡିଂ କ୍ଷମତା ନ ଥିବାରୁ ଭାରତ ଓ ଚାଇନା ସହ କାରବାର ବୃଦ୍ଧି ପାଇବାରେ ଯଥେଷ୍ଟ ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କାଠ ସଂଗ୍ରହ ବେଳେ ମହୁମାଛି ଆକ୍ରମଣ: ୪ ଜଣ ଆହତ, ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ

ତୁମୁଡ଼ିବନ୍ଧ, ୨୮୯ (ଦୀପକ କୁମାର ପରାସେଠ): ଜାଳେଣି କାଠ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିବାବେଳେ ମହୁମାଛି ଆକ୍ରମଣରେ ୪ ଜଣ ଆହତ ହୋଇଛନ୍ତି। କନ୍ଧମାଳ ଜିଲା ତୁମୁଡ଼ିବନ୍ଧ…

କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲା: ବିଦ୍ୟୁତ୍‌ ବିଭାଗର ୩ ଯନ୍ତ୍ରୀ କଲେ ଆତ୍ମସମର୍ପଣ

କେନ୍ଦୁଝର,୨୮।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲାରେ ୩ଜଣ ଯନ୍ତ୍ରୀ ଆତ୍ମସମର୍ପଣ କରିଛନ୍ତି। ସୋମବାର କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ବିଦ୍ୟୁତ୍‌…

ମଙ୍ଗଳ-ଚନ୍ଦ୍ରଙ୍କ ସଂଯୋଗରେ ମହାଲକ୍ଷ୍ମୀ ରାଜଯୋଗ: ୨୦୨୭ ପୂର୍ବରୁ କର୍କଟ ସମେତ ୪ ରାଶି ହେବେ ମାଲାମାଲ, ଘରକୁ ଆସିବ ଖୁସିଖବର!

ନଭେମ୍ବର ଆରମ୍ଭରେ ଗ୍ରହମାନଙ୍କ ସ୍ଥିତିରେ ଏକ ବିଶେଷ ପରିବର୍ତ୍ତନ ଦେଖିବାକୁ ମିଳିବ। ପଞ୍ଚାଙ୍ଗ ଅନୁସାରେ, ୧ ନଭେମ୍ବର ୨୦୨୬ରେ ଚନ୍ଦ୍ର ଓ ମଙ୍ଗଳ ଏକାଠି କର୍କଟ ରାଶିରେ…

ଟ୍ରକ୍‌ ଡ୍ରାଇଭରଙ୍କ ଝିଅ ରଚିଲେ ଇତିହାସ: ଏସିଆନ ଗେମ୍‌ରେ ଭାଙ୍ଗିଲେ ୪୨ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସ ୨୦୨୬ରେ ତାମିଲନାଡୁର ଆଥଲେଟ ବିଥ୍ୟା ରାମରାଜ ନିଜ ନାଁରେ କରିଛନ୍ତି ଏକ ବଡ଼ ରେକର୍ଡ। ମହିଳା ୪୦୦ ମିଟର ହର୍ଡଲ୍ସରେ ସେ ୫୪.୭୫…

ଗୋଟିଏ UPI ପେମେଣ୍ଟରୁ ସରକାରଙ୍କୁ ମିଳେ କେତେ ଟଙ୍କା? ପ୍ରତି ଟ୍ରାଞ୍ଜାକ୍ସନ୍‌ର ପୂରା ହିସାବ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୮।୯: ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ ବା UPI ଜରିଆରେ ପ୍ରତିଦିନ କୋଟି କୋଟି ଟଙ୍କାର କାରବାର ହେଉଛି। କିନ୍ତୁ ଆପଣ କେବେ ଭାବିଛନ୍ତି କି, ଆପଣଙ୍କ ଗୋଟିଏ…

ନଦୀ ପାର ହେବା ବେଳେ ପୁଅ ଆଗରେ ଭାସିଗଲେ ବାପା, କାଠ ସଂଗ୍ରହ କରିବାକୁ ଯାଉଥିଲେ

ତୁମୁଡିବନ୍ଧ,୨୮ା୯(ଦୀପକ କୁମାର ପରାସେଠ): ପରିବାର ପାଇଁ ଦୁଇ ପଇସା ରୋଜଗାର କରିବା ଆଶାରେ ଜଙ୍ଗଲକୁ କାଠକୋଇଲା ସଂଗ୍ରହ କରିବାକୁ ଯାଉଥିଲେ ବାପା ପୁଅ । ହେଲେ ଜଙ୍ଗଲରେ…

ମହାନଦୀ ଜଳ ବିବାଦକୁ ନେଇ AG ପୀତାମ୍ବର ଆଚାର୍ଯ୍ୟଙ୍କ ବଡ଼ ସୂଚନା, କହିଲେ…

ଭୁବନେଶ୍ୱର,୨୮।୯: ମହାନଦୀ ଜଳ ବିବାଦ ସମାଧାନକୁ ନେଇ AG ପୀତାମ୍ବର ଆଚାର୍ଯ୍ୟ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ମହାନଦୀ ଜଳ ବିବାଦ ସମାଧାନ ନେଇ ଏକ…

‘ଜ୍ଞାନୁଙ୍କୁ ଯିବାକୁ ହିଁ ପଡ଼ିବ…’, ଆନ୍ଦୋଳନକୁ ନେଇ ଦୀପ୍‌କେଙ୍କ ବଡ଼ ଘୋଷଣା: ଦିଲ୍ଲୀରେ ନୁହେଁ ଏଥର ଏଇଠି…

ନୂଆଦିଲ୍ଲୀ,୨୮।୯: କକରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅକ୍ଟୋବର ୨ରେ ଆନ୍ଦୋଳନ କରିବାକୁ ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?