ବାଧ୍ୟତାମୂଳକ ଶ୍ରମ ଉତ୍ପାଦିତ ଦ୍ରବ୍ୟ ବ୍ୟାନ୍‌ କରିବ ଇୟୁ

ବ୍ରସେଲ୍ସ, ୧୫ା୯: ଲୋକଙ୍କୁ ଜବରଦସ୍ତି ଶ୍ରମିକ ସଜାଇ ସେମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀ ଉପରେ କଟକଣା ଲଗାଇବାକୁ ୟୁରୋପିଆନ୍‌ ୟୁନିୟନ୍‌(ଇୟୁ) ଯୋଜନା ପ୍ରସ୍ତୁତ କରିଛି। ମହାମାରୀ, ଯୁଦ୍ଧ ପ୍ରଭାବ, ଜଳବାୟୁ ପରିବର୍ତ୍ତନ ଆଦି ଯୋଗୁ ବିଶ୍ୱରେ ବଢ଼ୁଥିବା ଆଧୁନିକ ଦାସତ୍ୱ ବା ମର୍ଡନ ସ୍ଲେଭେରି ହ୍ରାସ କରିବାକୁ ଏହି ପଦକ୍ଷେପ ଜରୁରୀ ବୋଲି ଇୟୁ କହିଛି। ଗତବର୍ଷ ବିଶ୍ୱର ୨ କୋଟି ୭୦ ଲକ୍ଷ ଲୋକଙ୍କୁ ଦାସତ୍ୱ ଗ୍ରହଣ କରିବାକୁ ବାଧ୍ୟ କରାଯାଇଛି। ସେମାନଙ୍କୁ ଇଚ୍ଛା ବିରୋଧରେ ତଥା ଅତ୍ୟାଚାର ବଳରେ ଶ୍ରମିକ ସଜାଯାଇଥିବା ଜାତିସଂଘର ଅନ୍ତର୍ଜାତୀୟ ଶ୍ରମ ସଙ୍ଗଠନ (ଆଇଏଲ୍‌ଓ) କହିଛି। ଶିଞ୍ଜିଆଙ୍ଗ୍‌ ପ୍ରଦେଶରେ ବସବାସ କରୁଥିବା ସଂଖ୍ୟାଲଘୁ ଉଇଗର ମୁସଲମାନଙ୍କ ଉପରେ ଚାଇନାର ଅତ୍ୟାଚାର ଓ ସେମାନଙ୍କୁ ଜୋରଜବରଦସ୍ତି ଶ୍ରମିକ ସଜାଉଥିବା ସାରା ବିଶ୍ୱ ଜାଣିଛି। ତେଣୁ ଇୟୁର ଏପରି ପଦକ୍ଷେପ ଯୋଗୁ ଚାଇନା ଉପରେ ଚାପ ପଡ଼ିବ ବୋଲି କୁହାଯାଉଛି। ହେଲେ ୟୁରୋପୀୟ ସଂଘ ନିର୍ଦ୍ଦିଷ୍ଟ ଭାବେ କୌଣସି ଦେଶର ନାଁ ଦର୍ଶାଇନାହିଁ।

ଏହି ନିୟମ ଆଣିବା ନିମନ୍ତେ ୟୁରୋପିଆନ୍‌ କମିଶନ ପ୍ରସ୍ତାବ ଦେଇଛି। ୨୭ ରାଷ୍ଟ୍ର ସଦସ୍ୟ ଥିବା ଏହି ବ୍ଲକ୍‌ର ମାର୍କେଟରୁ ବାଧ୍ୟ ଶ୍ରମ ଦ୍ୱାରା ପ୍ରସ୍ତୁତ ଉତ୍ପାଦକୁ ହଟାଯିବ ବୋଲି ୟୁରୋପୀୟ କମିଶନ କହିଛି। ଏହାଦ୍ୱାରା ବିଶ୍ୱର ସବୁଠୁ ବଡ଼ ବଜାର ବାଣିଜି୍ୟକ ବ୍ଲକ୍‌ରେ ବାଧ୍ୟତାମୂଳକ ଶ୍ରମ ଦ୍ୱାରା ପ୍ରଡକ୍ଟ ଉତ୍ପାଦନ କିମ୍ବା ଏହି ମାର୍କେଟ ଦେଇ ଏହାର ପରିବହନକୁ ରୋକାଯାଇପାରିବ। ଏଥିରେ କୌଣସି ନିର୍ଦ୍ଦିଷ୍ଟ କମ୍ପାନୀ, ଶିଳ୍ପ କିମ୍ବା ଦେଶକୁ ଟାର୍ଗେଟ କରାଯାଇନାହିଁ ବୋଲି କୁହାଯାଇଛି। ଇୟୁ ବଜାରରୁ ଏଭଳି ଭାବେ ପ୍ରସ୍ତୁତ ଉତ୍ପାଦକୁ ସମ୍ପୂର୍ଣ୍ଣ ଭାବେ ବ୍ୟାନ୍‌ କରିବା ଏହାର ଉଦ୍ଦେଶ୍ୟ ବୋଲି କମିଶନର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଭାଲ୍‌ଡିସ୍‌ ଡୋମ୍ବ୍ରୋଭ୍‌ସ୍କିସ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରମିକଙ୍କୁ ୧୦୦ ମିଟର ଘୋଷାଡି ନେଲା ବସ, ଆଉ ତା’ପରେ ଘଟିଲା…

ଭଞ୍ଜନଗର,୧୧/୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଭାଲିଆଖାଇ ଛକରେ ବୁଧବାର ନୀଳକଣ୍ଠ ନାମକ ଏକ ଘରୋଇ ବସ ଧକ୍କାରେ ଜଣେ ସାଇକେଲ ଆରୋହୀ ଗୁରୁତର ଭାବେ…

ରିଲ୍ସ ନିଶାରେ ବନ୍ଧୁକ ଧରି ଡ୍ୟାନ୍ସ କଲେ କଂଗ୍ରେସ ବିଧାୟକ, ଭିଡିଓ ଭାଇରାଲ

ବେଙ୍ଗାଲୁରୁ,୧୧।୨: ବ୍ଲକବଷ୍ଟର ଫିଲ୍ମ ଧୁରନ୍ଧରର ଲୋକପ୍ରିୟ ଗୀତ ‘Fa9la’ ଉପରେ ଆଧାରିତ ଏକ ରିଲ ତିଆରି କରି ଜଣେ କଂଗ୍ରେସ ନେତା ଅଡୁଆରେ ଫସି ଯାଇଛନ୍ତି। କର୍ନାଟକ…

ବଳାତ୍କାର ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି ଏମିତି ଏକ ପ୍ରବନ୍ଧ ଲେଖିବାରୁ ଦଣ୍ଡ କମ୍‌ କରି ଦେଲେ ହାଇକୋର୍ଟ

ମୁମ୍ବାଇ,୧୧।୨: ବମ୍ବେ ହାଇକୋର୍ଟ ଜଣେ ନାବାଳିକା ଝିଅକୁ ବଳାତ୍କାର କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କ ଆଜୀବନ କାରାଦଣ୍ଡକୁ ୧୨ ବର୍ଷକୁ ହ୍ରାସ କରିଛନ୍ତି।…

‘ବନ୍ଦେ ମାତରମ’କୁ ନେଇ ନୂଆ ନିର୍ଦ୍ଦେଶାବଳୀ ଜାରି: ଏଣିକି ଠିଆ ହେବା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୧।୨: ବନ୍ଦେ ମାତରମ ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ବନ୍ଦେ ମାତରମ ପାଇଁ ଠିଆ…

ଜୁନିୟର ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ୨.୩୮ କୋଟି ଟଙ୍କା ହରିଲୁଟ ଅଭିଯୋଗ

ଅନୁଗୋଳ,୧୧।୨: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ବୁଧବାର ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ (CDMO) କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ସୁବ୍ରତ କୁମାର ବେହେରାଙ୍କ ବିଭିନ୍ନ ବାସଭବନ ଓ କାର୍ଯ୍ୟାଳୟ…

ଯାତ୍ରା ଚାଲୁଥିବା ବେଳେ ଘରେ ପଶି ଲୁଟ: ଉତ୍ତମମଧ୍ୟମ ଦେଇ ପୋଲିସକୁ ହସ୍ତାନ୍ତର କଲେ ଗ୍ରାମବାସୀ

ଭଦ୍ରକ,୧୧।୨(ସନାତନ ରାଉତ): ଅପେରା ଚାଲୁଥିବାବେଳେ ଘରେ ପଶି ଲୁଟ। ଧରାପଡି ନିର୍ଧୁମ ଛେଚା ଖାଇବା ପରେ ପୋଲିସକୁ ୪ ଯୁବକଙ୍କୁ ହସ୍ତାନ୍ତର କଲେ ଗ୍ରାମବାସୀ l ଏପରି…

୨୩,୩୮୭ କନିଷ୍ଠ ଶିକ୍ଷକଙ୍କୁ ପଦୋନ୍ନତି: ଖୁବ୍‌ଶୀଘ୍ର ପ୍ରଧାନଶିକ୍ଷକ ଭାବେ ଦିଆଯିବ ନିଯୁକ୍ତି

ଭୁବନେଶ୍ୱର,୧୧ା୨ (ସୁଚିସ୍ମିତା ସାହୁ):ରାଜ୍ୟ ସରକାରଙ୍କ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ୨୩,୩୮୭ ଜଣ କନିଷ୍ଠ ଶିକ୍ଷକଙ୍କୁ ବରିଷ୍ଠ (ଏସ୍‌ଇଏସ୍‌) ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ସୋମବାର ପ୍ରକାଶିତ ଏହି…

ଚଳନ୍ତା କଣ୍ଟେନରକୁ ପଛପଟୁ ଧକ୍କା ଦେଲା କାର: ଆଉ ତା’ପରେ…

ବାହାନଗା, ୧୧।୨(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗରଠାରେ ଏକ ଚଳନ୍ତା କଣ୍ଟେନର ପଛକୁ ଏକ କାର ଧକ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri