ବାଧ୍ୟତାମୂଳକ ଶ୍ରମ ଉତ୍ପାଦିତ ଦ୍ରବ୍ୟ ବ୍ୟାନ୍‌ କରିବ ଇୟୁ

ବ୍ରସେଲ୍ସ, ୧୫ା୯: ଲୋକଙ୍କୁ ଜବରଦସ୍ତି ଶ୍ରମିକ ସଜାଇ ସେମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀ ଉପରେ କଟକଣା ଲଗାଇବାକୁ ୟୁରୋପିଆନ୍‌ ୟୁନିୟନ୍‌(ଇୟୁ) ଯୋଜନା ପ୍ରସ୍ତୁତ କରିଛି। ମହାମାରୀ, ଯୁଦ୍ଧ ପ୍ରଭାବ, ଜଳବାୟୁ ପରିବର୍ତ୍ତନ ଆଦି ଯୋଗୁ ବିଶ୍ୱରେ ବଢ଼ୁଥିବା ଆଧୁନିକ ଦାସତ୍ୱ ବା ମର୍ଡନ ସ୍ଲେଭେରି ହ୍ରାସ କରିବାକୁ ଏହି ପଦକ୍ଷେପ ଜରୁରୀ ବୋଲି ଇୟୁ କହିଛି। ଗତବର୍ଷ ବିଶ୍ୱର ୨ କୋଟି ୭୦ ଲକ୍ଷ ଲୋକଙ୍କୁ ଦାସତ୍ୱ ଗ୍ରହଣ କରିବାକୁ ବାଧ୍ୟ କରାଯାଇଛି। ସେମାନଙ୍କୁ ଇଚ୍ଛା ବିରୋଧରେ ତଥା ଅତ୍ୟାଚାର ବଳରେ ଶ୍ରମିକ ସଜାଯାଇଥିବା ଜାତିସଂଘର ଅନ୍ତର୍ଜାତୀୟ ଶ୍ରମ ସଙ୍ଗଠନ (ଆଇଏଲ୍‌ଓ) କହିଛି। ଶିଞ୍ଜିଆଙ୍ଗ୍‌ ପ୍ରଦେଶରେ ବସବାସ କରୁଥିବା ସଂଖ୍ୟାଲଘୁ ଉଇଗର ମୁସଲମାନଙ୍କ ଉପରେ ଚାଇନାର ଅତ୍ୟାଚାର ଓ ସେମାନଙ୍କୁ ଜୋରଜବରଦସ୍ତି ଶ୍ରମିକ ସଜାଉଥିବା ସାରା ବିଶ୍ୱ ଜାଣିଛି। ତେଣୁ ଇୟୁର ଏପରି ପଦକ୍ଷେପ ଯୋଗୁ ଚାଇନା ଉପରେ ଚାପ ପଡ଼ିବ ବୋଲି କୁହାଯାଉଛି। ହେଲେ ୟୁରୋପୀୟ ସଂଘ ନିର୍ଦ୍ଦିଷ୍ଟ ଭାବେ କୌଣସି ଦେଶର ନାଁ ଦର୍ଶାଇନାହିଁ।

ଏହି ନିୟମ ଆଣିବା ନିମନ୍ତେ ୟୁରୋପିଆନ୍‌ କମିଶନ ପ୍ରସ୍ତାବ ଦେଇଛି। ୨୭ ରାଷ୍ଟ୍ର ସଦସ୍ୟ ଥିବା ଏହି ବ୍ଲକ୍‌ର ମାର୍କେଟରୁ ବାଧ୍ୟ ଶ୍ରମ ଦ୍ୱାରା ପ୍ରସ୍ତୁତ ଉତ୍ପାଦକୁ ହଟାଯିବ ବୋଲି ୟୁରୋପୀୟ କମିଶନ କହିଛି। ଏହାଦ୍ୱାରା ବିଶ୍ୱର ସବୁଠୁ ବଡ଼ ବଜାର ବାଣିଜି୍ୟକ ବ୍ଲକ୍‌ରେ ବାଧ୍ୟତାମୂଳକ ଶ୍ରମ ଦ୍ୱାରା ପ୍ରଡକ୍ଟ ଉତ୍ପାଦନ କିମ୍ବା ଏହି ମାର୍କେଟ ଦେଇ ଏହାର ପରିବହନକୁ ରୋକାଯାଇପାରିବ। ଏଥିରେ କୌଣସି ନିର୍ଦ୍ଦିଷ୍ଟ କମ୍ପାନୀ, ଶିଳ୍ପ କିମ୍ବା ଦେଶକୁ ଟାର୍ଗେଟ କରାଯାଇନାହିଁ ବୋଲି କୁହାଯାଇଛି। ଇୟୁ ବଜାରରୁ ଏଭଳି ଭାବେ ପ୍ରସ୍ତୁତ ଉତ୍ପାଦକୁ ସମ୍ପୂର୍ଣ୍ଣ ଭାବେ ବ୍ୟାନ୍‌ କରିବା ଏହାର ଉଦ୍ଦେଶ୍ୟ ବୋଲି କମିଶନର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଭାଲ୍‌ଡିସ୍‌ ଡୋମ୍ବ୍ରୋଭ୍‌ସ୍କିସ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଟନି ଛଟନି ବନ୍ଦ କରିବାକୁ ପରାମର୍ଶ ଦେଲେ ମନ୍ତ୍ରୀ, କହିଲେ ଚାଷୀମାନେ କେବଳ ମଣ୍ଡିରେ ଧାନ ଦିଅନ୍ତୁ

ବୁଗୁଡ଼ା ୧୮/୧୨/(କାଳିଚରଣ ଦାଶ):  ଚଳିତ ମାସ ୨୩ ତାରିଖ ଠାରୁ ଖରିଫ ଋତୁ ଧାନ ସଂଗ୍ରହ କରିବେ ସରକାର । ତେଣୁ ଜିଲ୍ଲା ଓ ବ୍ଲକ...

ଅନ୍ୟ ଧର୍ମର ହୋଇଥିବାରୁ ଶବ ପଡିରହିଲା ୩୨ ଘଣ୍ଟା: ଆଉ ତା’ପରେ…

ପାଟଣା,୧୮।୧୨(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ବାଇଦ ବାଜା ଗାଁ ରେ ରୋଗାକ୍ରାନ୍ତ ମକୁରୁ ମୁଣ୍ଡାଙ୍କ ମୃତ୍ୟୁ ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା।...

DMK ଉପରେ ବର୍ଷିଲେ ବିଜୟ, ଉଠାଇଲେ ଅନେକ ପ୍ରଶ୍ନ

ଅମରାବତୀ,୧୮।୧୨: ଅଭିନେତାରୁ ରାଜନେତା ହୋଇଥିବା ବିଜୟ ଗୁରୁବାର ତାମିଲନାଡୁର ଇରୋଡ ଜିଲାରେ ଏକ ରାଲିକୁ ସମ୍ବୋଧିତ କରିଥିଲେ। ସେପ୍ଟେମ୍ବର ୨୭ରେ କରୁରରେ ତାଙ୍କ ରାଲିରେ ଦଳାଚକଟା...

ମେସିଙ୍କୁ ବଡ଼ ଗିଫ୍ଟ ଦେଲେ ଅନନ୍ତ ଅମ୍ବାନୀ: ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସି ଜାମନଗରର ବନତାରା ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ର ପରିଦର୍ଶନ କରିଥିଲେ। ମେସି ଅନନ୍ତ ଅମ୍ବାନୀଙ୍କ ଦ୍ୱାରା ପ୍ରତିଷ୍ଠିତ କେନ୍ଦ୍ରରେ ପାରମ୍ପରିକ ରୀତିନୀତିରେ...

Stokes-Archer Fight VIDEO: ବେନ୍ ଷ୍ଟୋକ୍ସ ଏବଂ ଜୋଫ୍ରା ଆର୍ଚରଙ୍କ ମଧ୍ୟରେ କାହିଁକି ହେଲା ଝଗଡ଼ା?

ନୂଆଦିଲ୍ଲୀ,୧୮।୧୨: ଅଷ୍ଟ୍ରେଲିଆ ବିପକ୍ଷରେ ଚାଲିଥିବା ଆସେସ୍ ଟେଷ୍ଟରେ ଇଂଲଣ୍ଡର ଖରାପ ପ୍ରଦର୍ଶନର ପ୍ରଭାବ ପଡ଼ିବା ଆରମ୍ଭ ହୋଇଛି । ସେଥିପାଇଁ ଇଂଲଣ୍ଡ ଅଧିନାୟକ ଏବଂ ଖେଳାଳିମାନେ...

ପାଣି ତଳେ ମହଲ: ୫୦୦ ବର୍ଷ ପରେ ଆଜିବି ରହସ୍ୟମୟ ଏହି ଐତିହ୍ୟ ସ୍ଥାନ

ମଧ୍ୟପ୍ରଦେଶର ସୁନ୍ଦର ଏବଂ ଐତିହାସିକ ସହର ମାଣ୍ଡୁରେ ଏକ ଐତିହ୍ୟ ସ୍ଥାନ ଅଛି, ଯାହା ପ୍ରଥମ ନଜରରେ ଏକ ପୋଖରୀ ପରି ଦେଖାଯାଏ। କିନ୍ତୁ ପ୍ରକୃତରେ...

କୋର୍ଟରେ ମାମଲା ଡାଏରୀ ଦାଖଲ ପାଇଁ ଲାଞ୍ଚ ନେଉଥିଲେ ଆଇଆଇସି, ଗିରଫ କଲା ଭିଜିଲାନ୍ସ

ଜୟପୁର,୧୮ା୧୨(ପବନ ପାଣିଗ୍ରାହୀ ): କୋରାପୁଟ ଦଶମନ୍ତପୁର ଆଇଆଇସି ସୁକମା ହାଁସଦାଙ୍କୁ ଜୟପୁର ଭିଜିଲାନ୍ସ ଗିରଫ କରିଛି। ଯେତେବେଳେ ସେ ଅଭିଯୁକ୍ତଙ୍କ ସମ୍ପର୍କୀୟଙ୍କଠାରୁ ୨୦ ହଜାର ଟଙ୍କା...

ଲଣ୍ଡନରେ ଜନ୍ମଦିନ ପାଳନ କରୁଛନ୍ତି ପଳାତକ ବିଜୟ ମାଲ୍ୟା, ଲଳିତ ମୋଦି ଦେଲେ ବିଶେଷ ପାର୍ଟି

ଲଣ୍ଡନ,୧୮।୧୨: ପୂର୍ବତନ ଇଣ୍ଡିଆନ ପ୍ରିମିୟର ଲିଗ (IPL) ଅଧ୍ୟକ୍ଷ ଲଳିତ ମୋଦି ଲଣ୍ଡନରେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପାଇଁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri