ୟୁକ୍ରେନ୍‌ରେ ଇୟୁ ନେତା

କିଭ୍‌, ୧୭ା୬:ରୁଷିଆ ଆକ୍ରମଣ ବିରୋଧରେ ୟୁକ୍ରେନ୍‌କୁ ସମର୍ଥନ ଜଣାଇବା ପାଇଁ ଜର୍ମାନୀ ଚାନ୍‌ସେଲର ଓଲାଫ୍‌ ସ୍କୋଲ୍‌ଜ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍‌ରଁ ଏବଂ ଇଟାଲୀ ପ୍ରଧାନମନ୍ତ୍ରୀ ମାରିଓ ଦ୍ରାଘି ଗୁରୁବାର କିଭ୍‌ରେ ପହଞ୍ଚିଛନ୍ତି। ୟୁରୋପୀୟ ସଂଘ(ଇୟୁ)ର ଏହି ୩ ନେତା ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କୁ ଭେଟିଛନ୍ତି। ରୁଷିଆ ସହ ଲଢ଼ିବା ପାଇଁ ୟୁକ୍ରେନ୍‌ ପାଶ୍ଚାତ୍ୟ ଦେଶଗୁଡ଼ିକ ପକ୍ଷରୁ ଅଧିକ ସହାୟତା ଦାବି କରୁଥିବାବେଳେ ସମର୍ଥନ ଦେବାକୁ ୩ ପ୍ରମୁଖ ରାଷ୍ଟ୍ରର ମୁଖ୍ୟ ୟୁକ୍ରେନ୍‌ ଗସ୍ତ କରିଛନ୍ତି। ରୋମାନିଆ ରାଷ୍ଟ୍ରପତି କ୍ଲସ୍‌ ଇଓହାନିସ୍‌ ମଧ୍ୟ ସେମାନଙ୍କ ସହ ସାମିଲ ହୋଇଛନ୍ତି। ଇୟୁ ଲିଡରମାନେ ଯୁଦ୍ଧରେ ବିଧ୍ୱସ୍ତ ୟୁକ୍ରେନୀୟ ସହର ଇରପିନ୍‌ ବୁଲି ରୁଷିଆ ଆକ୍ରମଣ ପରବର୍ତ୍ତୀ ଦୃଶ୍ୟ ଦେଖିବା ସହ ମସ୍କୋର ଏଭଳି ବର୍ବରତାକୁ ନିନ୍ଦା କରିଛନ୍ତି। ଇୟୁ ସହାୟତାରେ ୟୁକ୍ରେନ୍‌କୁ ପୁଣି ଥରେ ଛିଡ଼ା କରାଇବା ପାଇଁ ସମସ୍ତ ପଦକ୍ଷେପ ନିଆଯିବ ବୋଲି ସେମାନେ ପ୍ରତିଶ୍ରୁତି ଦେଇଛନ୍ତି। ଫେବୃୟାରୀ ୨୪ରେ ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ କରିବା ପରଠାରୁ ସ୍କୋଲ୍‌ଜ, ମାକ୍‌ରଁ କିଭ୍‌ ଗସ୍ତ ନ କରିବାକୁ ନେଇ ସେମାନଙ୍କୁ ସମାଲୋଚନା କରାଯାଇଥିଲା। ୨ ମାସ ପୂର୍ବରୁ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ କିଭ୍‌ ଗସ୍ତ କରି ଜେଲେନ୍‌ସ୍କିଙ୍କୁ ଭେଟିଥିଲେ। ତେବେ ଇୟୁ ଲିଡରଙ୍କ ଗସ୍ତକୁ ଜେଲେନ୍‌ସ୍କି ସ୍ବାଗତ କରିବା ସହ ରୁଷିଆ ବିରୋଧରେ ଆତ୍ମରକ୍ଷା ପାଇଁ ଅଧିକ ସାମରିକ ସହାୟତା ମାଗିଛନ୍ତି। ଜୁନ୍‌ ୨୯-୩୦ରେ ମାଦ୍ରିଦ୍‌ରେ ନାଟୋ ସମ୍ମିଳନୀ ହେବା ପୂର୍ବରୁ ଜୁନ୍‌ ୨୪ ସୁଦ୍ଧା ୟୁକ୍ରେନ୍‌କୁ ୟୁରୋପୀୟ ସଂଘରେ ସାମିଲ କରିବା ଉପରେ ନିଷ୍ପତ୍ତି ନେବା ପାଇଁ ଇୟୁ ପକ୍ଷରୁ ପ୍ରସ୍ତୁତି ଚାଲିଛି। ଏପରି ସମୟରେ ଏହି ୩ ରାଷ୍ଟ୍ରନେତାଙ୍କ ୟୁକ୍ରେନ୍‌ ଗସ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri