ଇଥାନଲ ମୂଲ୍ୟ ବୃଦ୍ଧିକୁ ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ପକ୍ଷରୁ ୩ ବଡ ନିଷ୍ପତ୍ତିକୁ ମଞ୍ଜୁରୀ ମିଳିଛି। କ୍ୟାବିନେଟ ବୈଠକରେ ଇଥାନଲ ମୂଲ୍ୟ ବୃଦ୍ଧି, ଝୋଟ ପ୍ୟାକେଜିଂ ଏବଂ ଡ୍ୟାମ୍‌ଗୁଡିକର ସୁରକ୍ଷା ଉପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, ଇଥାନଲ ମୂଲ୍ୟରେ ୫ରୁ ୮% ବୃଦ୍ଧି କରାଯିବ। ଚିନିରୁ ପ୍ରସ୍ତୁତ ଇଥାନଲ ମୂଲ୍ୟ ଲିଟର ପିଛା ୬୨.୬୫ ଟଙ୍କାକୁ ବଢ଼ାଯାଇଛି। ସେହିଭଳି ବି ହେଭି ମୋଲାସେସ୍‌ ମୂଲ୍ୟ ୫୭.୬୧ ଟଙ୍କା ଏବଂ ସି ହେଭି ମୋଲାସେସ୍‌ ମୂଲ୍ୟ ୪୫.୬୯ ଟଙ୍କା ପ୍ରତି ଲିଟର ରହିଛି। ଏଭଳି ନିଷ୍ପତ୍ତି ଦ୍ୱାରା ଚିନି ମିଲ୍‌ ନିକଟକୁ ଅଧିକ ଅର୍ଥ ଆସିପାରିବ। ଫଳରେ ମିଲ୍‌ କୃଷକଙ୍କ ବକେୟା ରାଶି ପ୍ରଦାନ କରିପାରିବେ ବୋଲି ସେ ଆଶାବାଦୀ ଥିବା କହିଛନ୍ତି।
ସେ ପୁଣି କହିଛନ୍ତି ଯେ, ଇଥାନଲ ମୂଲ୍ୟ ବୃଦ୍ଧି ହେବା ଦ୍ୱାରା ତେଲ ଆମଦାନୀରେ ହ୍ରାସ ହୋଇପାରିବ। କାରଣ ୧୦% ଇଥାନଲ ପେଟ୍ରୋଲରେ ମିଶ୍ରଣ କରାଯାଇପାରିବ। ଏଭଳି ପଦକ୍ଷେପ ଦ୍ୱାରା ପ୍ରଦୂଷଣ ମଧ୍ୟ କମ୍‌ କରାଯାଇ ପାରିବ। ଇଥାନଲ ପରିବେଶ ଉପଯୋଗୀ ହୋଇଥିବାରୁ ଏହାଦ୍ୱାରା ଦେଶକୁ ଲାଭ ମିଳିପାରିବ। ଏହାବାଦ କ୍ୟାବିନେଟ ପକ୍ଷରୁ ପ୍ୟାଜେଜିଂ ଲାଗି ଅନିବାର୍ଯ୍ୟ ନିୟମ ସଂକ୍ରାନ୍ତରେ ମଧ୍ୟ ମଞ୍ଜୁରୀ ପ୍ରଦାନ କରିଛି। ଖାଦ୍ୟ ସାମଗ୍ରୀର ୧୦୦% ଏବଂ ଚିନି ଲାଗି ୨୦% ପ୍ୟାକେଜିଂ ଝୋଟରେ କରିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏହି ବ୍ୟାଗ୍‌ଗୁଡିକର ମୂଲ୍ୟ ମଧ୍ୟ କମିଟି ନିର୍ଦ୍ଧାରଣ କରିବ। ସେହିଭଳି ଡ୍ୟାମ୍‌ଗୁଡିକର ଉନ୍ନତୀକରଣ ଲାଗି ୧୦ ହଜାର କୋଟି ଟଙ୍କାର ଯୋଜନାକୁ ମଧ୍ୟ ମଞ୍ଜୁରୀ ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶେଷରେ ବଦଳିଗଲା ନିଷ୍ପତ୍ତି, ସ୍ଥଗିତ ହେଲା ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୯: ପ୍ରସ୍ତାବିତ ୩ ଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ ହୋଇଯାଇଛି। ସୋମବାରଠାରୁ ହେବାକୁ ଥିବା ପ୍ରସ୍ତାବିତ ୩ ଦିନିଆ ସାରା ଭାରତୀୟ ବ୍ୟାଙ୍କ ଧର୍ମଘଟକୁ ସ୍ଥଗିତ ରଖାଯାଇଛି।…

୮% ମହଙ୍ଗା ହେବ ଗୃହୋପକରଣ, ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ

ନୂଆଦିଲ୍ଲୀ,୨୮ା୯: ସାଧାରଣତଃ ପାର୍ବଣ ସମୟରେ ଭାରତୀୟ ବଜାରରେ ଅଧିକ କାରବାର ହୋଇଥାଏ। କାରଣ ଦଶହରା ଏବଂ ଦୀପାବଳିରେ ଲୋକମାନେ ଅନେକ କିସମର ଗୃହ ଉପକରଣ ଏବଂ ଇଲେକଟ୍ରୋନିକ୍ସ…

ଆସନ୍ତାକାଲିଠାରୁ ୩ ଦିନ ବ୍ୟାଙ୍କ ହଡ଼ତାଳ: ଚାଲିବନି UPI , ATM? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୨୭।୯: ୨୮ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ୩ ଦିନ ପାଇଁ ଦେଶବ୍ୟାପୀ ବ୍ୟାଙ୍କ ହଡ଼ତାଳ ହେବାକୁ ଯାଉଛି। ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ୍ସ…

ଭାରତୀୟ ଟେଲିକମ୍ ଗ୍ରାହକଙ୍କ ପାଇଁ ବଡ଼ ଖବର: ଏବେ ବର୍ଷକୁ ୧୩ ନୁହେଁ, ୧୨ ଥର କରିବାକୁ ପଡ଼ିବ ରିଚାର୍ଜ

ନୂଆଦିଲ୍ଲୀ,୨୭।୯: ଭାରତୀୟ ଟେଲିକମ୍ ଗ୍ରାହକଙ୍କ ପାଇଁ ଏକ ଅତ୍ୟନ୍ତ ଖୁସିର ଖବର ସାମ୍ନାକୁ ଆସିଛି। କେନ୍ଦ୍ର ସରକାର ଏବଂ ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (TRAI) ଦେଶର…

ଏଣିକି ୨୮ଦିନିଆ ନୁହେଁ ୩୦ଦିନ ରହିବ ରିଚାର୍ଜ ପ୍ଲାନ! ସରକାର ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍‌ଲୀ,୨୭।୯: ଦେଶର କୋଟି କୋଟି ମୋବାଇଲ ଉପଭୋକ୍ତାଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (TRAI) ନିୟମରେ ଏକ…

Amazon-Flipkart- JioMartକୁ ବଡ଼ ଝଟକା, ଗଣିବେ ଏତେ ଲକ୍ଷ ଲକ୍ଷ ଟଙ୍କାର ଜରିମାନା!

ନୂଆଦିଲ୍ଲୀ,୨୭।୯: ଅନଲାଇନ ଗ୍ରାହକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (CCPA) ଆମାଜନ (Amazon), ଫ୍ଲିପକାର୍ଟ (Flipkart) ଏବଂ ଜିଓମାର୍ଟ (JioMart)…

ଲିଟର ପିଛା ମାତ୍ର ୨୫ ଟଙ୍କାରେ ଚାଲିବ କାର୍‌; ବଡ଼ ଘୋଷଣା କଲେ ନୀତିନ ଗଡ଼କରୀ, ଅକ୍ଟୋବରରୁ…

ନୂଆଦିଲ୍‌ଲୀ,୨୭।୯: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଇଥାନଲକୁ ନେଇ ଏକ ନୂଆ ସ୍ୱପ୍ନ ଦେଖାଇଛନ୍ତି। ତାଙ୍କ କହିବା କଥା ହେଉଛି, ଅକ୍ଟୋବର ମାସରୁ ହିଁ…

ଅକ୍ଟୋବର ୨ରେ ଚାଲିବନି UPI! ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍‌ଲୀ,୨୭।୯: ୨ ତାରିଖରେ ଦେଶବ୍ୟାପୀ ‘ନୋ UPI ଡେ’ ପାଳନ ହେବା ନେଇ ମିଡିଆରେ ଯେଉଁ ଖବର ପ୍ରକାଶ ପାଇଛି ତାହା ସମ୍ପୂର୍ଣ୍ଣ ମିଛ। ଏଭଳି କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?