ଅତ୍ୟାବଶ୍ୟକ ଔଷଧ ତାଲିକାରେ ସାମିଲ ହୋଇପାରେ ମେଦବହୁଳତା ଔଷଧ: ଡବ୍ଲୁଏଚଓରେ ଆବେଦନ…

ଜେନେଭା,୩୦।୩ : ମେଦବହୁଳତାର ମୁକାବିଲା କରିବା ପାଇଁ ଅତ୍ୟାବଶ୍ୟକ ଔଷଧ ତାଲିକାରେ ପ୍ରଥମ ଥର ପାଇଁ ମେଦବହୁଳତା ଔଷଧ ସାମିଲ ହୋଇପାରେ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ର ଔଷଧ ତାଲିକାରେ ଏହି ଔଷଧକୁ ଅନ୍ତର୍ଭୁକ୍ତ କରାଯାଇପାରେ। ସ୍ବଳ୍ପ ଏବଂ ମଧ୍ୟବିତ୍ତ ଦେଶରେ ସରକାରୀ କ୍ରୟ ନିଷ୍ପତ୍ତିଗୁଡିକୁ ମାର୍ଗଦର୍ଶନ କରିବା ପାଇଁ ଏହା ବ୍ୟବହୃତ ହେବ।

ସେପ୍ଟେମ୍ବରରେ ଔଷଧର ଅପଡେଟ ତାଲିକା ପ୍ରକାଶ ପାଇବ । ଏହାକୁ ଦୃଷ୍ଟିରେ ରଖି ଡବ୍ଲୁଏଚଓ ପରାମର୍ଶଦାତାମାନଙ୍କର ଏକ କମିଟି ଆସନ୍ତା ମାସରେ ଏସବୁ ଔଷଧକୁ ଅନ୍ତର୍ଭୂକ୍ତ କରାଯିବା ପାଇଁ ନୂତନ ଅନୁରୋଧର ସମୀକ୍ଷା କରିବ। ମେଦବହୁଳତା ଔଷଧକୁ ତାଲିକାରେ ସାମିଲ କରିବା ବିଷୟରେ ବିଚାର କରିବାକୁ ଆମେରିକାର ତିନିଜଣ ଡାକ୍ତର ଏବଂ ଜଣେ ଅନୁସନ୍ଧାନକାରୀଙ୍କ ଦ୍ୱାରା ଏକ ଅନୁରୋଧ କରାଯାଇଛି। ଏଥିରେ ନୋଭୋ ନର୍ଡିସ୍କର ମେଦବହୁଳତା ଔଷଧ ସାକ୍ସେଣ୍ଡାର ସକ୍ରିୟ ଉପାଦାନ ଲିରାଗ୍ଲୁଟାଇଡ ଅନ୍ତର୍ଭୁକ୍ତ ।

ଡବ୍ଲୁଏଚଓ ମୁଖପାତ୍ର କହିଛନ୍ତି ଯେ ମେଦବହୁଳତା ଅନେକ ଦେଶରେ ଦ୍ରୁତ ଗତିରେ ବଢୁଥିବା ଏକ ସ୍ବାସ୍ଥ୍ୟ ସମସ୍ୟା ଅଟେ। ଅବଶ୍ୟ, ମେଦବହୁଳତାର ଚିକିତ୍ସା ପାଇଁ ଔଷଧ ପରିଚାଳନା ସହିତ ଏହାର ପ୍ରତିରୋଧ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଡବ୍ଲୁଏଚଓ ଅନୁଯାୟୀ, ବିଶ୍ୱରେ ୬୫କୋଟିରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ଠାରେ ମେଦବହୁଳତା ସମସ୍ୟା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

ଦୁଇ ପୁଅଙ୍କ ପାଇଁ ଏତିକି ଟଙ୍କାର ସମ୍ପତ୍ତି ରଖିଛନ୍ତି ଭାରତୀ ସିଂ, ସ୍ବାମୀଙ୍କ ହର୍ଷଙ୍କ ପାଖରେ ଅଛି…

ମୁମ୍ବାଇ,୨୦ା୧୨: କମେଡି କୁଇନ୍‌ ଭାରତୀ ସିଂଙ୍କ ଘରେ ପୁଣି ଥରେ ହସ ଫୁଟିଛି। ଏହି କମେଡି କୁଇନ୍‌ ଜଣେ ଛୋଟ ରାଜକୁମାରଙ୍କ ମା’ ହୋଇଛନ୍ତି। ଭାରତୀ...

୭୫୩ ଦିନ ପରେ ସରିଲା ବନବାସ, ଟିମ୍‌ ଇଣ୍ଡିଆ ପାଇଁ କେମିତି ଚୟନ ହେଲେ ଇଶାନ କିଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୧୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ୱିକେଟକିପର-ବ୍ୟାଟ୍ସମ୍ୟାନ ଇଶାନ କିଶାନ ଦୁଇ ବର୍ଷ ପରେ ଦଳକୁ ଫେରିଛନ୍ତି। ଇଶାନ...

ଶୋଇଥିବା ଅବସ୍ଥାରେ ବୃଦ୍ଧଙ୍କୁ ହତ୍ୟା କରି ରେଳଧାରଣା କଡ଼ରେ ଫିଙ୍ଗିଥିଲେ ୨ ଅଭିଯୁକ୍ତ: ୧୪ ବର୍ଷ ପରେ ଆସିଲା ବଡ଼ ରାୟ…

ଖୋର୍ଦ୍ଧା,୨୦ା୧୨(ପ୍ରଭାତ ପାଣିଗ୍ରାହୀ): ଟାଙ୍ଗୀ ଥାନା ଅନ୍ତର୍ଗତ ହଳଦିଆପାଟଣା ଗ୍ରାମର ବୃନ୍ଦାବନ ରାଉତ ହତ୍ୟାକାଣ୍ଡ ମାମଲାର ରାୟ ଦୀର୍ଘ ୧୪ ବର୍ଷ ପରେ ପ୍ରକାଶ ପାଇଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri