ଭାରତରେ ଅତ୍ୟାବଶ୍ୟକ ସାମଗ୍ରୀ ଆହୁରି ମହଙ୍ଗା ହେବ

ନୂଆଦିଲ୍ଲୀ, ୭ା୩ : ସୋମବାର ସପ୍ତମ ପର୍ଯ୍ୟାୟ ଉତ୍ତର ପ୍ରଦେଶ ନିର୍ବାଚନ ଶେଷ ହେବା ପରେ ଭାରତରେ ତୈଳ ଓ ଗ୍ୟାସ୍‌ ଦର ବୃଦ୍ଧି ପାଇବ। ତଦନୁସାରେ ପରିବହନଜନିତ ଖର୍ଚ୍ଚ ଏବଂ ମୁଦ୍ରାସ୍ଫୀତି ମଧ୍ୟ ବଢ଼ିବ। ଫଳରେ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକ ଆହୁରି ମହଙ୍ଗା ହେବ। ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବାରେ ଲାଗିଥିବାରୁ ବିଦେଶୀ ସଂସ୍ଥାଗତ ନିବେଶକ (ଏଫ୍‌ଆଇଆଇ)ମାନେ ଭାରତୀୟ ପୁଞ୍ଜି ବଜାରରୁ ଓହରିବାରେ ଲାଗିଛନ୍ତି। ଫଳରେ ସେନ୍‌ସେକ୍ସ ଓ ନିଫ୍ଟି ସୂଚକାଙ୍କ କ୍ରମାଗତ ଭାବେ ଧରାଶାୟୀ ହେବାରେ ଲାଗିଛି। ରବିବାର ଡଲାର ତୁଳନାରେ ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟ ୭୬.୩୭ ଟଙ୍କା ଥିବାବେଳେ ୟୁରୋ ତୁଳନାରେ ଏହା ୮୩.୪୮ ଟଙ୍କା ରହିଛି। ସୋମବାରଠାରୁ ଏହି ମୂଲ୍ୟ ଆହୁରି ତଳକୁ ଖସିବା ଆଶଙ୍କା କରାଯାଉଛି। ଭାରତ ରୁଷିଆଠାରୁ ୨୦୨୧ରେ ୪୩,୪୦୦ ବିପିଡି (ବ୍ୟାରେଲ ପର୍‌ ଡେ) ଆମଦାନୀ କରିଛି, ଯାହାକି ମୋଟ ଆମଦାନୀର ୧%। ସେହିପରି ଗତବର୍ଷ ୧.୮ ନିୟୁତ ଟନ୍‌ କୋଇଲା ମଧ୍ୟ ଭାରତ ରୁଷିଆରୁ ଆମଦାନୀ କରିଥିଲା। ପ୍ରାକୃତିକ ବାଷ୍ପ କ୍ଷେତ୍ରରେ ରୁଷିଆରୁ ଭାରତ ୦.୨% ଆମଦାନୀ କରିଥାଏ। ରୁଷିଆର ସରକାରୀ କମ୍ପାନୀ ଗାଜ୍‌ପ୍ରୋମ୍‌ ସହ ଗେଲ୍‌ ଇଣ୍ଡିଆ ୨୦ ବର୍ଷ ପାଇଁ ଚୁକ୍ତିବଦ୍ଧ ହୋଇଛି। ଉକ୍ତ ଚୁକ୍ତି ଅନୁସାରେ୨୦୧୮ରୁ ରୁଷିଆଠାରୁ ବାର୍ଷିକ ୨.୫ ନିୟୁତ ଟନ୍‌ ଲିକ୍ୱିଫାଏଡ୍‌ ନାଚୁରାଲ ଗ୍ୟାସ୍‌ (ଏଲ୍‌ଏନ୍‌ଜି) ଭାରତକୁ ଆସୁଛି। ଯୁଦ୍ଧ ପରିପ୍ରେକ୍ଷୀରେ କୃଷ୍ଣ ସାଗରରେ ଜାହାଜ ଚଳାଚଳ ବାଧାପ୍ରାପ୍ତ ହୋଇଥିବାରୁ ଆମଦାନୀ ଉପରେ ପ୍ରଭାବ ପଡ଼ିବ। ଯୁଦ୍ଧ ଆରମ୍ଭରୁ ଭାରତରେ ଖାଇବା ତେଲ, ଡାଲି ଓ ଅନ୍ୟ ଜରୁରୀ ସାମଗ୍ରୀ ଦରଦାମ୍‌ ବଢ଼ିଥିବାବେଳେ ଆଗକୁ ସ୍ଥିତି ଆହୁରି ଜଟିଳ ହେବା ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସଞ୍ଜୟ ରାଉତ, ନୱାବ ମଲିକଙ୍କ ସମେତ ଏମଭିଏ ମେଣ୍ଟର ୩ ବଡ ନେତା ଜେଲରେ

ମୁମ୍ବାଇ,୧୪ ।୮: ଏନସିପି ନେତା ଅନିଲ ଦେଶମୁଖ ଓ ନୱାବ ମଲିକଙ୍କ ପରେ ଏବେ ଶିବସେନା ନେତା ସଞ୍ଜୟ ରାଉତଙ୍କ ନୂଆ ଠିକଣା ମୁମ୍ବାଇର ଆର୍ଥର...

ଏମିତି ବାପାଙ୍କୁ ସଲାମ: ଗୋଟିଏ ନିଷ୍ପତ୍ତି ବଦଳାଇ ଦେଲା ୯ ଜୀବନ

ଚେନ୍ନାଇ,୨୩।୧୨: ଅଢେଇ ବର୍ଷ ବୟସ୍କା ଅନାୟାକା ଆଉ ଏହି ଦୁନିଆରେ ନାହାଁନ୍ତି, କିନ୍ତୁ ତାଙ୍କ ବାପାଙ୍କ ସାହସିକ ନିଷ୍ପତ୍ତି ଯୋଗୁ ନଅ ଜଣ ରୋଗୀ ଏବେ...

ସୁରଟ ଅଗ୍ନିକାଣ୍ଡ : କୋଚିଂ ସେଣ୍ଟର ମାଲିକ ଗିରଫ, ୨ ଅଗ୍ନିଶମ ଅଧିକାରୀ ନିଲମ୍ବିତ

ସୁରଟ,୨୫ା୫ : ଗୁଜୁରାଟର ହୀରା ସହର କୁହାଯାଉଥିବା ସୁରଟର ଏକ କୋଚିଂ ସେଣ୍ଟରରେ ଶୁକ୍ରବାର ଭୟାବହ ଅଗ୍ନିକାଣ୍ଡ ଘଟି ୨୦ରୁ ଊର୍ଦ୍ଧ୍ୱ ଛାତ୍ରଙ୍କ ମୃତ୍ୟୁ ଘଟିଥିବାବେଳେ...

ଏଲ୍‌ଓସିରେ ପାକ୍‌ ସେନାର ଏଫ୍‌ଏମ୍‌ ଟ୍ରାନ୍ସମିଶନ ଷ୍ଟେଶନ: ଆତଙ୍କବାଦୀଙ୍କ ସହ କୋଡ୍‌ରେ ଯୋଗସୂତ୍ର

ନୂଆଦିଲ୍ଲୀ,୧୨ା୯(ଆଇଏଏନ୍‌ଏସ୍‌): ଜମ୍ମୁ-କଶ୍ମୀରରେ ଆକ୍ରମଣ ଘଟାଇ ଅସ୍ଥିରତା ସୃଷ୍ଟି ପାଇଁ ପାକିସ୍ତାନ ଉଦ୍ୟମ ଜାରି ରଖିଛି। ପାକିସ୍ତାନୀ ସେନା ଉପତ୍ୟକାରେ ଥିବା ଆତଙ୍କବାଦୀମାନଙ୍କୁ ଏଥିଲାଗି ଉସୁକାଉଛି। ସେମାନଙ୍କ...

ଗ୍ରାହକଙ୍କୁ ଜିଓର ନୂଆବର୍ଷ ଭେଟି: ପହିଲାରୁ ସମସ୍ତ ନେଟଓ୍ବାର୍କକୁ କରିପାରିବେ ମାଗଣା କଲ୍‌

ନୂଆଦିଲ୍ଲୀ,୩୧।୧୨: ଗ୍ରାହକମାନଙ୍କ ପାଇଁ ନୂଆବର୍ଷର ଭେଟି ଆଣିଛି ଜିଓ। ଜାନୁଆରୀ ପହିଲାରୁ ଜିଓରୁ ଅନ୍ୟ ସମସ୍ତ ନେଟଓ୍ବାର୍କକୁ କଲ୍‌ କଲେ ଆଉ ଦେୟ ଦେବାକୁ ପଡ଼ିବ...

ଭୋଟର ତାଲିକାରୁ ଏକ କୋଟି ନକଲ ଏଣ୍ଟ୍ରି ହଟାଇଲେ ଇସି…

ନୂଆଦିଲ୍ଲୀ, ୮।୮ : ଭୋଟର ତାଲିକାରେ ସୁଧାର କରିବାରେ ନିର୍ବାଚନ ଆୟୋଗ(ଇସି)ଙ୍କୁ ବହୁ ପରିଶ୍ରମ କରିବାକୁ ପଡୁଛି। ଇସି ଗତ ସାତ ମାସ ମଧ୍ୟରେ ଏହି...

‘୨୫ ବର୍ଷ ଧରି ସାପକୁ ଖାଇବାକୁ ଦେଇଥିଲୁ,ଏବେ ସେ ଚିତ୍କାର କରୁଛି’

ମୁମ୍ବାଇ,୩।୩: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପୂର୍ବତନ ସହଯୋଗୀ ଭାରତୀୟ ଜନତା ପାର୍ଟି (ଭାଜପା)କୁ ଟାର୍ଗେଟ କରିଛନ୍ତି। ଠାକରେ କହିଛନ୍ତି, ଆମେ ୨୫ ବର୍ଷ ଧରି...

ସରକାରଙ୍କ ଆତଙ୍କବାଦ ଉପରେ ପ୍ରହାର, ଜୈଶ-ଏ-ମହମ୍ମଦ ସହ ଜଡିତ ପିଏଏଫଏଫକୁ ଘୋଷଣା କରାଗଲା ଆତଙ୍କବାଦୀ ସଙ୍ଗଠନ

ନୂଆଦିଲ୍ଲୀ,୭ ।୧: ଭାରତ ସରକାର ପୁଣିଥରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ଉପରେ ବଡ ପ୍ରହାର କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଶୁକ୍ରବାର ପାକିସ୍ତାନ ସ୍ଥିତ...

Advertisement
Archives

Model This Week