Advertisement

୫୦୦୦ କୋଟି ନିବେଶ କରିବ ଇଏସ୍‌ଆର୍‌ ଗ୍ରୁପ୍‌

ନୂଆଦିଲ୍ଲୀ,୪।୧୧:ବର୍ତ୍ତମାନ ସମୟରେ ଭାରତରେ ଦ୍ରୁତ ଅଭିବୃଦ୍ଧି କରୁଥିବା ଲଜିଷ୍ଟିକ୍ସ ଶିଳ୍ପରେ କାରବାର କରିବା ପାଇଁ ଉଭୟ ସ୍ବଦେଶୀ ଓ ବିଦେଶୀ କମ୍ପାନୀଗୁଡ଼ିକ ଆଗ୍ରହ ପ୍ରକାଶ କରିଛନ୍ତି। ଏପରିକି ସିଙ୍ଗାପୁରର ସୋଭେରାନ ୱେଲ୍‌ଥ ଫଣ୍ଡ ଜିଆଇସି ଏବଂ ଇଏସ୍‌ଆର୍‌ ଗ୍ରୁପ୍‌ ଭାରତରେ ଲଜିଷ୍ଟିକ୍ସ ଏବଂ ଶିଳ୍ପ ସମ୍ପଦର ଅଧିଗ୍ରହଣ ପାଇଁ ୬୦୦ ମିଲିୟନ ଆମେରିକୀୟ ଡଲାର ବା ପ୍ରାୟ ୫ହଜାର କୋଟି ଟଙ୍କାର ପାଣ୍ଠି ପ୍ରତିଷ୍ଠା ନେଇ ଉଭୟ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ବିଶେଷକରି ଜିଆଇସି ଏବଂ ଇଏସ୍‌ଆର୍‌ ୮୦:୨୦ ଅନୁପାତରେ ଉକ୍ତ ରଣନୈତିକ ବୁଝାମଣା ନେଇ ଗୁରୁବାର ଘୋଷଣା କରିଛନ୍ତି। ସେହିଭଳି ଉଭୟ କମ୍ପାନୀ ଏହା ଜରିଆରେ ୬୦ କୋଟି ଡଲାରର ପାଣ୍ଠି ପ୍ରତିଷ୍ଠା କରାଯିବ ଏବଂ ଭବିଷ୍ୟତରେ ସମ୍ପତ୍ତି ଅଧିଗ୍ରହଣ କରାଯିବ ନେଇ ଆଶା ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଇଏସ୍‌ଆର୍‌ ସହ ପ୍ରତିଷ୍ଠାତା ଏବଂ ସହ-ସିଇଓ ଷ୍ଟୁଆର୍ଟ ଗିବ୍‌ସନ ଏବଂ ଫଜେଫରୀ ସେନ କହିଛନ୍ତି, ଇଏସ୍‌ଆର୍‌ର ନୂଆ ଆର୍ଥିକ ରିୟଲ ଇଷ୍ଟେଟ୍‌ ମଞ୍ଚର ବିସ୍ତାର ପାଇଁ ପୁଞ୍ଜିଗତ ସହଭାଗିତାର ସମର୍ଥନ ଗୁରୁତ୍ୱପୂର୍ଣ୍ଣ । ଏପରିକି ଭାରତରେ ଲଜିଷ୍ଟିକ୍ସ କ୍ଷେତ୍ରରେ ବୃଦ୍ଧିର ଲାଭ ନେବା ପାଇଁ ଜିଆଇସି ସହ କାମ କରିବାକୁ ଆମେ ବେଶ୍‌ ଉତ୍ସାହିତ ।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡ୍‌ଲଜ୍‌ର ୩ ନୂତନ ସାଲୁନ୍‌

ଭୁବନେଶ୍ୱର,୧୮।୧୧:ରାଜ୍ୟର ଅଗ୍ରଣୀ ସାଲୁନ ଚେନ୍‌ ଇଣ୍ଡଲଜ୍‌ର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଇଣ୍ଡଲଜ୍‌ର ଆଉ ୩ଟି ନୂତନ ସାଲୁନ୍‌ର ଶୁଭାରମ୍ଭ ହୋଇଯାଇଛି।...

ୟଶ୍‌ଙ୍କୁ ବ୍ରାଣ୍ଡ୍‌ ଆମ୍ବାସାଡର କଲା ରାମରାଜ୍‌ କଟନ

ନୂଆଦିଲ୍ଲୀ,୧୨।୨: ରାମରାଜ୍‌ କଟନ ପକ୍ଷରୁ ଅଭିନେତା ୟଶ୍‌ଙ୍କୁ କମ୍ପାନୀ ବ୍ରାଣ୍ଡ ଆମ୍ବାସାଡର ଭାବେ ଘୋଷଣା କରାଯାଇଛି। ଏ ସମ୍ପର୍କରେ ରାମରାଜ୍‌ କଟନର ପ୍ରତିଷ୍ଠାତା କେ. ଆର୍‌....

ବଜାରକୁ ଆସିଲା ଭିଭୋର ସବୁଠାରୁ ପତଳା ୫ଜି ସ୍ମାର୍ଟଫୋନ୍‌ ଭି-୨୦ ପ୍ରୋ: ମୂଲ୍ୟ ରହିଛି…

ନୂଆଦିଲ୍ଲୀ,୨।୧୨: ଗ୍ଲୋବାଲ ସ୍ମାର୍ଟଫୋନ କମ୍ପାନୀ ଭିଭୋ ପକ୍ଷରୁ ସବୁଠାରୁ ପତଳା ୫ଜି ଫୋନ୍‌ ଭି-୨୦ ପ୍ରୋ ଲଞ୍ଚ କରାଯାଇଛି। ଭାରତରେ ଏହାର ମୂଲ୍ୟ ୨୯,୯୯୦ ଟଙ୍କା...

କୋର୍‌ ସେକ୍ଟର ୯.୬% ହ୍ରାସ

ନୂଆଦିଲ୍ଲୀ,୧।୯: ଦେଶର ପ୍ରମୁଖ ଶିଳ୍ପକ୍ଷେତ୍ର ବା କୋର୍‌ ସେକ୍ଟର ଅଭିବୃଦ୍ଧି ଗତ କିଛି ମାସ ହେବ ପ୍ରଭାବିତ ସ୍ଥିତିରେ ରହିଛି। କରୋନା ଯୋଗୁ ବଜାର କ୍ଷତିଗ୍ରସ୍ତ...

ଆମେରିକା ଭାରତର ଶୀର୍ଷ ବାଣିଜ୍ୟ ଅଂଶୀଦାର

ନୂଆଦିଲ୍ଲୀ, ୨୪-୨: ଚାଇନାକୁ ଟପି ଆମେରିକା ଭାରତର ଶୀର୍ଷ ବାଣିଜ୍ୟ ଅଂଶୀଦାର ହୋଇ ପାରିଛି। ଏହା ଦ୍ୱାରା ଦୁଇ ଦେଶ ମଧ୍ୟରେ ବୃହତ୍‌ ଅର୍ଥନୈତିକ ସମ୍ପର୍କ...

ଟିକ୍‌ଟକ୍‌ ଉପରେ ୧ କୋଟିରୁ ଊର୍ଦ୍ଧ୍ୱ ଜରିମାନା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୬ା୭: ଶର୍ଟ ଭିଡିଓ ପ୍ରସ୍ତୁତ ପ୍ଲାଟଫର୍ମ ତଥା ଟିକ୍‌ଟକ୍‌ ଆପ୍‌କୁ ଭାରତରେ ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯାଇଛି। ବ୍ୟବହାରକାରୀଙ୍କ ତଥ୍ୟର ସୁରକ୍ଷା ଏବଂ ଜାତୀୟ ସୁରକ୍ଷାକୁ...

ଏଫ୍‌ପିଆଇଙ୍କ ସରଚାର୍ଜ ପ୍ରତ୍ୟାହାର ନେଇ ବିଚାର

ନୂଆଦିଲ୍ଲୀ,୯-୮: ବଜେଟରେ ସରଚାର୍ଜ ଘୋଷଣା ପରେ ବିଦେଶୀ ନିବେଶକ(ଏଫ୍‌ପିଆଇ) ଦେଶରୁ ନିଜର ନିବେଶ ପ୍ରତ୍ୟାହାର କରିବା ଆରମ୍ଭ କରିଛନ୍ତି। ଭାରତୀୟ ଷ୍ଟକ୍‌ ବଜାର ପାଇଁ ଏହା...

ଏଚ୍‌-୧ବି ଭିଜାଧାରୀଙ୍କ ଲାଗି ଆଶ୍ୱସ୍ତି

ନୂଆଦିଲ୍ଲୀ: ଏଚ୍‌-୧ବି ଭିଜାଧାରୀଙ୍କ ଲାଗି ଖୁସି ଖବର। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ନିକଟରେ ଏହି ବର୍ଗରେ ଭିଜା ହାସଲ କରିଥିବା ବ୍ୟକ୍ତିବିଶେଷଙ୍କ ଲାଗି ବଡ଼...

Advertisement
Archives

Model This Week