ବାଣ ଭିଡୁଥିବା ବେଳେ ହଠାତ୍‌ ହେଲା ବିସ୍ଫୋରଣ: ଉଡ଼ିଲା  ଘରର ଟିଣ ଚାଳ, ୪ ଗୁରୁତର       

ଖଲ୍ଲିକୋଟ, ୧୯।୧୦(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାଣିକପୁର ଗ୍ରାମରେ ଶନିବାର ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟିଛି। ଏଥିରେ ୪ ନାବାଳକ ଗୁରୁତର  ହୋଇଛନ୍ତି।  ସେମାନେ ହେଲେ ନାବାଳକ ପ୍ରସାଦ ଗୌଡ଼ , ବାଦଲ ଗୌଡ଼ , ବାବୁଲା ଗୌଡ଼ ଓ ସମୀର ଦୁହୁଡି। ଗୁରୁତରଙ୍କୁ ଖଲ୍ଲିକୋଟ ମେଡିକଲ ଅଣାଯାଇଥିଲା। ଖଲ୍ଲିକୋଟ ମେଡିକାଲରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ ବ୍ରହ୍ମପୁର ସ୍ତାନାନ୍ତର କରାଯାଇଛି । ଆଗକୁ ଦୀପାବଳି ଥିବାରୁ ମଣକ୍ୟପୂର ଗ୍ରାମର ଗୋଟିଏ ଘରେ ସେହି ୪ ନାବାଳକ ବାଣ ତିଆରି କରୁଥିଲେ । ଅସାବଧାନତା ଯୋଗୁ ବାଣ ତିଆରି ସମୟରେ ଘର ଭିତରେ ହଟାତ ବିସ୍ଫୋରଣ ହୋଇଥିଲା ।
ବାଣ ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଘରର ଟିଣ ଚାଳ ଉଡିଯାଇଛି। ଏହି ବିସ୍ପୋରଣରେ ନାବାଳକ ବାଦଲର ଗୋଟିଏ ଗୋଡ଼ ଓ ହାତ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଉକ୍ତ  ଘଟଣାସ୍ଥଳରେ ଖଲ୍ଲିକୋଟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ।

Enter your email to get our daily news in your inbox.

All Right Reserved By Dharitri.Com

T20 WC Opening Ceremony:ନୋରା ଫତେହିଙ୍କ ଡ୍ୟାନ୍ସ ସାଙ୍ଗକୁ ବାଦଶାହାଙ୍କ ଜଲଓ୍ବା! ଓପନିଂ ସେରିମନିରେ ଲାଗିବ ବଲିଉଡ ତଡକା

ନୂଆଦିଲ୍ଲୀ,୫।୨: T20 World Cup 2026 ଶନିବାର, ଫେବୃଆରୀ ୭ରେ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ତିନୋଟି ମ୍ୟାଚ ଖେଳାଯିବ, ଯେଉଁଥିରେ ପାକିସ୍ତାନ ଏବଂ ନେଦରଲ୍ୟାଣ୍ଡ…

ସରୁନି ବିସ୍ଥାପିତଙ୍କ ଥଇଥାନ ଦୁଃଖ: ବଢ଼ୁଛି ଅସନ୍ତୋଷ

ମୋହନା,୫।୨(ମନ୍ମଥ ମିଶ୍ର) ଛେଳିଗଡ଼ ପ୍ରକଳ୍ପରେ କ୍ଷତିଗ୍ରସ୍ତ ହୋଇଥିବା ବିସ୍ଥାପିତଙ୍କ ଆଜି ଯାଏ ଥଇଥାନ ହୋଇପାରି ନାହିଁ। ୩ ଦଶନ୍ଧି ଧରି ଚାଲିଛି ବିସ୍ଥାପନ ପ୍ରକ୍ରିୟା। ଚାଷ ଓ…

ପାକିସ୍ତାନୀ-ବାଂଲାଦେଶୀ ଭାଇ ଭାଇ, 2026 T20 World Cup ପୂର୍ବରୁ ପାକିସ୍ତାନୀ କ୍ୟାପଟେନଙ୍କ ବୟନକୁ ନେଇ ବିବାଦ

ନୂଆଦିଲ୍ଲୀ,୫।୨: ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ସଲମାନ ଆଗା ICCକୁ ଉସୁକାଇବାକୁ ଚେଷ୍ଟା କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ବାଂଲାଦେଶ କ୍ରିକେଟ ଦଳକୁ 2026 T20…

ଅଶ୍ବିନୀ ବୈଷ୍ଣବଙ୍କୁ ଓଡିଶାରେ ପୁରାଇ ଦେବୁନି..’: ରାଜ୍ୟସଭାରେ ଗର୍ଜିଲେ ମୁନ୍ନା ଖାଁ

ନୂଆଦିଲ୍ଲୀ,୫।୨: ରାଜ୍ୟସଭାରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଟାର୍ଗେଟ କରି ଗର୍ଜିଛନ୍ତି ଏମପି ମୁନ୍ନା ଖାଁ। ନବରଙ୍ଗପୁର ଏବଂ ମାଲକାନଗିରି ଜିଲାକୁ ରେଳପଥ ସଂଯୋଗ ପାଇଁ କେନ୍ଦ୍ର ସରକାରଙ୍କ…

ନୂତନ ଉପନିବନ୍ଧନ କାର୍ଯ୍ୟାଳୟ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ: ଏଣିକି ଆଉ ହଇରାଣ ହେବେନି ଅଞ୍ଚଳବାସୀ

ତୁମୁଡିବନ୍ଧ,୫।୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧରେ ଅଭାସୀ ମାଧ୍ୟମରେ ଗୁରୁବାର ମୁଖ୍ୟମନ୍ତ୍ରୀ ତୁମୁଡିବନ୍ଧ ତହସିଲ କାଯ୍ୟଳୟ ପରିସରରେ ଉପନିବନ୍ଧନ କାର୍ଯ୍ୟାଳୟ ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମଟିକୁ…

ଶନି ଦେବଙ୍କ ବିରଳ ସଂଯୋଗ; ବରବାଦ ହେବେ ନା ଧନ ପାଇବେ ଏହି ୩ ରାଶି!

ଶୁକ୍ରବାର, ଫେବୃଆରୀ 6, 2026 ରେ, ବୁଧ ଏବଂ ଶନି ପରସ୍ପର ପ୍ରତି 30 ଡିଗ୍ରୀ କୋଣରେ ଅବସ୍ଥିତ ହେବେ। ଏହା ଦ୍ୱିଦ୍ୱାଦଶ ଯୋଗ ସୃଷ୍ଟି କରିବ।…

ସ୍ପଷ୍ଟ କଲା ଭାରତ, ନଇଁବ ନାହିଁ ଦେଶ ରୁଷିଆରୁ କିଣିବ ତେଲ!

ନୂଆଦିଲ୍ଲୀ,୫।୨: ଭାରତ ଏବଂ ଆମେରିକା ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ଉପରେ ସହମତ ହୋଇଛି। ଏହା ସହିତ, ଏକ ପ୍ରମୁଖ ପ୍ରଶ୍ନ ଉଠିଛି: ଭାରତ ରୁଷିଆରୁ ତେଲ…

ଖୋଲିଲା ‘ଲକ୍ଷ୍ମୀ ଭଣ୍ଡାର’, ମହିଳା-ଗିଗ ଓ୍ବାର୍କର୍ସଙ୍କୁ ବଡ଼ ଉପହାର ହେଲେ ମମତା

କୋଲକାତା,୫।୨: ଗୁରୁବାର ପଶ୍ଚିମବଙ୍ଗ ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପିତ ହୋଇଛି। ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୪.୦୬ ଲକ୍ଷ କୋଟି ଟଙ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri