ପୁଟିନ୍‌ଙ୍କ ରାସ୍ତାରେ ଏର୍ଡୋଗାନ୍‌

ଇସ୍ତାନବୁଲ,୨୪ା୩: ତୁର୍କୀରେ ଗତ ରାଷ୍ଟ୍ରପତି ନିର୍ବାଚନ ୨୦୨୩ ମେ’ ୧୪ରେ ଅନୁଷ୍ଠିତ ହୋଇଥିଲା। ପରବର୍ତ୍ତୀ ନିର୍ବାଚନ ୨୦୨୮ ମେ’ ୭ରେ ହେବାକୁ ଯାଉଛି। ବର୍ତ୍ତମାନର ରାଷ୍ଟ୍ରପତି ରେସେପ୍‌ ତୈୟିପ୍‌ ଏର୍ଡୋଗାନ୍‌ଙ୍କ ବିରୋଧରେ ଆଗାମୀ ନିର୍ବାଚନରେ ପ୍ରାର୍ଥୀ ହେବାକୁ ଥିବା ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ତଥା ଇସ୍ତାନବୁଲ ମେୟର ଏକ୍‌ରେମ୍‌ ଇମାମୋଗ୍ଲୁଙ୍କୁ ୪ ଦିନ ତଳେ ଦୁର୍ନୀତି ଓ ଆତଙ୍କବାଦ ସଙ୍ଗଠନଗୁଡ଼ିକ ସହ ସମ୍ପର୍କ ରଖିବା ଅଭିଯୋଗରେ ଗିରଫ କରାଯାଇଛି। ଏତିକି ନୁହେଁ, ଇସ୍ତାନବୁଲ ୟୁନିଭର୍ସିଟି ତାଙ୍କ ଡିଗ୍ରୀକୁ ମଧ୍ୟ ପ୍ରତ୍ୟାହାର କରିନେଇଛି। ବିଜ୍‌ନେସ୍‌ ଆଡ୍‌ମିନିଷ୍ଟ୍ରେଶନ୍‌ରେ ସ୍ନାତକ ଓ ମାନବ ସମ୍ବଳ ପରିଚାଳନାରେ ସ୍ନାତକୋତ୍ତର ଇମାମୋଗ୍ଲୁ ନିଜ ଶିକ୍ଷାଗତ ଯୋଗ୍ୟତା ହରାଇବା ପରେ ରାଷ୍ଟ୍ରପତି ନିର୍ବାଚନ ଲଢ଼ିପାରିବେ ନାହିଁ। ୫୩ ବର୍ଷୀୟ ଇମାମୋଗ୍ଲୁଙ୍କ ବିରୋଧରେ ସବୁ ମାମଲାର ଶୁଣାଣି କରାଯିବ ବୋଲି ସେଠାକାର ଏକ ଅଦାଲତ ରବିବାର ସ୍ପଷ୍ଟ କରିଛନ୍ତି। ଏହି କାର୍ଯ୍ୟାନୁଷ୍ଠାନ ରାଷ୍ଟ୍ରପତି ନିର୍ବାଚନରେ ଇମାମୋଗ୍ଲୁଙ୍କ ପ୍ରତିଦ୍ୱନ୍ଦ୍ୱିତା ଆଗରେ ପ୍ରତିବନ୍ଧକ ସୃଷ୍ଟି ପାଇଁ ରାଜନୈତିକ ଉଦ୍ଦେଶ୍ୟ ରଖି କରାଯାଇଥିବା ସମାଲୋଚକମାନେ କହୁଛନ୍ତି। ତାଙ୍କ ଗିରଫଦାରି ପରେ ଦେଶବ୍ୟାପୀ ବିଶାଳ ବିକ୍ଷୋଭ ଚାଲିଛି। ବିଭିନ୍ନ ସ୍ଥାନରେ ବିକ୍ଷୋଭକାରୀ ଓ  ପୋଲିସ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ଅନେକେ ଆହତ ହୋଇଛନ୍ତି, ଅନେକଙ୍କୁ ଗିରଫ କରାଯାଇଛି।
ଇମାମୋଗ୍ଲୁଙ୍କୁ ବୁଧବାର ପ୍ରଥମେ ଅଟକ ରଖାଯାଇଥିଲା। ଏହି ଅଟକ ପରେ ତୁର୍କୀ ସାରା ଗଣବିକ୍ଷୋଭ ଓ ଆନ୍ଦୋଳନ ମୁଣ୍ଡ ଟେକିଛି। ବିରୋଧୀ ରିପବ୍ଲିକାନ୍‌ ପିପୁଲ୍ସ ପାର୍ଟି (ସିଏଚ୍‌ପି)ର ଜଣେ ପ୍ରମୁଖ ନେତା ଇମାମୋଗ୍ଲୁଙ୍କ ବିରୋଧରେ ଆତଙ୍କବାଦୀ ସଙ୍ଗଠନ ସହ ଜଡ଼ିତ ରହିବା ଅଭିଯୋଗ ଆଣି ତାଙ୍କୁ ଗିରଫ କରାଯାଇଛି। ଲଗାତର ୪ ରାତି ଧରି ବିକ୍ଷୋଭ ଚାଲିଥିବାବେଳେ ସୁରକ୍ଷା ବଳ ସହ ସଂଘର୍ଷ ଦେଶରେ ଅଶାନ୍ତ ଓ ଅଣାୟତ୍ତ ସ୍ଥିତି ଉପୁଯାଇଛି। ଇସ୍ତାନବୁଲ ମେୟର ତାଙ୍କ ବିରୋଧରେ ଆଗତ ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଅନ୍ୟପକ୍ଷେ ସମାଲୋଚକମାନେ ଯୁକ୍ତି କରୁଛନ୍ତି ଯେ ତାଙ୍କ ଗିରଫଦାରି ୨୦୨୮ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବାରେ ବାଧା ସୃଷ୍ଟି ପାଇଁ ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର।  ଏଥିଯୋଗୁ ଦେଶର ଗଣତନ୍ତ୍ର ଓ ଆଇନର ଶାସନ ପ୍ରତି ବିପଦ ସୃଷ୍ଟି ହୋଇଛି ବୋଲି ଅନେକେ ଚିନ୍ତା ବ୍ୟକ୍ତ କରିଛନ୍ତି। ଅନପକ୍ଷେ ସରକାରୀ ଅଧିକାରୀମାନେ ଏଭଳି ଅଭିଯୋଗକୁ ଖଣ୍ଡନ କରିବା ସହ ତୁର୍କୀର ନ୍ୟାୟପାଳିକା ସ୍ବୟଂଶାସିତ ବୋଲି କହିଛନ୍ତି।
  ଘୋଷିତ ଆତଙ୍କବାଦୀ ସଙ୍ଗଠନ କୁର୍ଦ୍ଦିସ୍‌ ଓ୍ବାର୍କର୍ସ ପାର୍ଟି (କେକେପି)କୁ ସେ ସାହାଯ୍ୟ କରିବା ଅଭିଯୋଗରେ  ଇମାମୋଗ୍ଲୁଙ୍କୁ ଶନିବାର ୫ ଘଣ୍ଟା ଧରି ଜେରା କରାଯାଇଥିଲା ବୋଲି ତୁର୍କୀ ଖବରକାଗଜ କୁମୁହୁରିଆତ୍‌ରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହା ପୂର୍ବରୁ ଶୁକ୍ରବାର ମଧ୍ୟ ତାଙ୍କୁ ଦୁର୍ନୀତି ଅଭିଯୋଗରେ ୪ ଘଣ୍ଟା ଜେରା କରାଯାଇଥିଲା। ସରକାରୀ ଓକିଲମାନେ ଅନ୍ୟ ୯୦ ଜଣଙ୍କୁ ମଧ୍ୟ ଏହି ମାମଲାରେ ଜେରା କରିଛନ୍ତି। ଜେରାର ସମ୍ମୁଖୀନ ହୋଇଥିବା ଅନ୍ୟମାନଙ୍କ ମଧ୍ୟରେ ୨ ଡିଷ୍ଟ୍ରିକ୍ଟ ମେୟରଙ୍କ ସମେତ ଅନେକ ହାଇପ୍ରୋଫାଇଲ ବ୍ୟକ୍ତିତ୍ୱ ରହିଛନ୍ତି। ଇମାମୋଗ୍ଲୁଙ୍କ ଗିରଫଦାରିକୁ ଆଙ୍କାରା ମେୟର ମନ୍‌ସୁର ୟଭାସ୍‌ ଏବଂ ରିପବ୍ଲିକାନ୍‌ ପିପୁଲ୍ସ ପାର୍ଟିର ଅନ୍ୟ ନେତାମାନେ ନିନ୍ଦା କରିଛନ୍ତି।
  ଏର୍ଡୋଗାନ୍‌ କହିଛନ୍ତି, ରାସ୍ତାରେ ବିକ୍ଷୋଭକୁ ତାଙ୍କ ସରକାର ବରଦାସ୍ତ କରିବ ନାହିଁ। ବିରୋଧୀ ଦଳ ଭ୍ରଷ୍ଟାଚାରରେ ଲିପ୍ତ ରହି ବାମପନ୍ଥୀ, କଠୋରପନ୍ଥୀ ସଙ୍ଗଠନଗୁଡ଼ିକୁ ସହଯୋଗ କରୁଛି। ବିକ୍ଷୋଭ ପ୍ରଥମେ ଶାନ୍ତିପୂର୍ଣ୍ଣ ଥିଲା। କିନ୍ତୁ ବିକ୍ଷୋଭକାରୀମାନେ ଇସ୍ତାନବୁଲ ମୁଖ୍ୟ ଛକରେ ପୋଲିସ ଉପରକୁ ଟେକା ଫିଙ୍ଗିବା ସହ ଲଙ୍କାଗୁଣ୍ଡ ସ୍ପ୍ରେ କରିବା ପରେ ଏହା ହିଂସ୍ର ହୋଇଉଠିଥିଲା। ଆଙ୍କାରା ପୋଲିସ ସେମାନଙ୍କୁ ଘଉଡ଼ାଇବା ପାଇଁ ଓ୍ବାଟର କ୍ୟାନନ୍‌ ଓ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା। ତେବେ ଏହାକୁ ନେଇ ବିକ୍ଷୋଭକାରୀ ଓ ପୋଲିସ ମୁହାଁମୁହିଁ ହେବା ପରେ ସଂଘର୍ଷର ରୂପ ନେଇଥିଲା।
ନିର୍ବାଚନ ପାଇଁ ଉଦ୍ଦିଷ୍ଟ ସିଏଚ୍‌ପିର ପ୍ରାଇମେରିରେ ରବିବାର ଇମାମୋଗ୍ଲୁ ନାମାଙ୍କନପତ୍ର ଦାଖଲ କରିବାକୁ ଥିବାବେଳେ ଏହା ପୂର୍ବରୁ ତାଙ୍କୁ ଗିରଫ କରାଯାଇଛି। ଦଳର ନେତା ଓଜ୍‌ଗୁର ଓଜେଲ କହିଛନ୍ତି, ପ୍ରାଇମେରିରେ ୧.୫ ନିୟୁତ ପ୍ରତିନିଧି ଭୋଟ ଦେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ସବୁକିଛି ଚାଲିବ। ଉଲ୍ଲେଖଯୋଗ୍ୟ ଇମାମୋଗ୍ଲୁ ୨୦୧୯ ମାର୍ଚ୍ଚରେ ଇସ୍ତାନବୁଲ ମେୟର ନିର୍ବାଚିତ ହୋଇଥିଲେ। ଦୀର୍ଘ ୨୫ ବର୍ଷ ଧରି ଇସ୍ତାନବୁଲରେ କ୍ଷମତାସୀନ ଥିବା ରାଷ୍ଟ୍ରପତି ଏର୍ଡୋଗାନ୍‌ଙ୍କ ଜଷ୍ଟିସ୍‌ ଆଣ୍ଡ୍‌ ଡେଭେଲପ୍‌ମେଣ୍ଟ ପାର୍ଟି (ଏକେପି) ପାଇଁ ଏହା ଶକ୍ତ ଝଟ୍‌କା ଥିଲା।  ଇମାମୋଗ୍ଲୁଙ୍କ ବିଜୟ ପରେ ଶାସକ ଏକେପି ଅନିୟମିତତା ହୋଇଥିବା ଦର୍ଶାଇ ପୌର ନିର୍ବାଚନର ଫଳାଫଳକୁ ଗ୍ରହଣ କରି ନ ଥିଲା। ପରେ ସାନି ନିର୍ବାଚନ କରାଯାଇଥିଲା। ସେଥିରେ ବି ଇମାମୋଗ୍ଲୁ ବିଜୟୀ ହୋଇଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

କୁଟ୍ରିଛାପର ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ, କହିଲେ ଆହୁରି…

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବିକଶିତ…

ଚାଉଳ ବୋଝେଇ ଟ୍ରକ ପଛରେ ପିଟି ହେଲା ବାଇକ୍‌, ଆଉ ତା’ପରେ…

ଡୁଙ୍ଗୁରିପାଲି,୨୨।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ସ୍ଥିତ ୨୬ ନମ୍ବର ଜାତୀୟ ରାଜପଥ ଏଫ୍‌ସିଆଇ ଛକ ନିକଟରେ ଛିଡା ହୋଇଥିବା ଏକ ଚାଉଳ ବୋଝେଇ ଟ୍ରକର ପଛରେ…

ଚାଷୀ ପଞ୍ଜୀକରଣ କେନ୍ଦ୍ରରେ ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ…

୨ ଜଣଙ୍କୁ ଧକ୍କାଦେଲା କାର୍‌, ଗୋଡ଼ାଇ ଗୋଡ଼ାଇ ଧରି ପୋଲିସକୁ ଜିମାଦେଲେ ଲୋକେ

ଦାରିଙ୍ଗବାଡ଼ି,୨୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ କାର୍‌ ଚାଳକ ନିଶାସକ୍ତ ଅବସ୍ଥାରେ ୨ ଜଣଙ୍କୁ ଧକ୍କା ଦେବା…

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ସହ ଗଞ୍ଜେଇ ଜବତ, କିଙ୍ଗ୍‌ପିନ୍‌ଙ୍କୁ ଗିରଫ କରି ପୋଲିସ…

ବାଲିଗୁଡ଼ା,୨୨ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ପୋଲିସ ପକ୍ଷରୁ ଚାଲିଛି ନିଶାମୁକ୍ତ ସମଗ୍ର କନ୍ଧମାଳ। ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବ୍ରାଉନ ସୁଗାର…

ସ୍ବାମୀଙ୍କ ସହ ବାଇକ୍‌ରେ ଯିବାବେଳେ ଓଢ଼ଣୀ ନେଲା ସ୍ତ୍ରୀଙ୍କ ଜୀବନ

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଏକ ଦୁଃଖଦ ଘଟଣା ଘଟିଛି। ବାଇକ୍‌ ଚକାରେ ଓଢ଼ଣୀ ଫସିଯିବା ଯୋଗୁ ତଳେ ପଡ଼ି ଜଣେ ମହିଳାଙ୍କ…

ହାଫିଜ ସୟିଦଙ୍କୁ ସମନ ଜାରି କରିବ NIA

ଜମ୍ମୁ-କଶ୍ମୀର,୨୨।୮: ୨୦୨୫ ପହଲଗାମ ଆକ୍ରମଣ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା(NIA) ପକ୍ଷରୁ ପାକିସ୍ତାନୀ ଆତଙ୍କବାଦୀ ହାଫିଜ ସୟିଦଙ୍କୁ ସମନ ଜାରି କରାଯିବ। ବୈଦେଶିକ ମନ୍ତ୍ରଣାଳୟ ଜରିଆରେ ପାକିସ୍ତାନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri