ଯକ୍ଷ୍ମାକୁ ନିର୍ମୂଳ କରିବା ସମ୍ଭବ

ଯକ୍ଷ୍ମା ରୋଗ ବା ଟ୍ୟୁବରକ୍ୟୁଲୋସିସ (ଟିବି) ଗୋଟିଏ ଅତି ସଂକ୍ରାମକ ରୋଗ। ପୃଥିବୀର ପ୍ରଥମ ୧୦ଟି ମାରକ ରୋଗ ମଧ୍ୟରେ ଯକ୍ଷ୍ମା ଅନ୍ୟତମ। ଏହି ରୋଗଟି ବିଶ୍ୱର ପ୍ରାୟ ସର୍ବତ୍ର ଦେଖାଯାଉଥିଲେ ମଧ୍ୟ ରୋଗାକ୍ରାନ୍ତ ବ୍ୟକ୍ତିମାନେ ମୁଖ୍ୟତଃ ବିଶ୍ୱର ଗରିବ ଦେଶଗୁଡ଼ିକର ଗରିବ ବାସିନ୍ଦା। ରୋଗୀମାନଙ୍କ ମଧ୍ୟରୁ ପାଖାପାଖି ଏକ ତୃତୀୟାଂଶ ହେଉଛନ୍ତି ଭାରତୀୟ ଉପମହାଦେଶର ଅଧିବାସୀ। ସବୁଠାରୁ ଅଧିକ ରୋଗୀ ରହିଛନ୍ତି ଭାରତ ଏବଂ ଚାଇନାରେ। ଯକ୍ଷ୍ମା ସଂକ୍ରମଣ ଭାରତ ଉପରେ ଏକ ବିରାଟ ବୋଝ ରୂପେ ଦଣ୍ଡାୟମାନ। ଭାରତରେ ରହିଛନ୍ତି ପ୍ରାୟ ୨୦ ଲକ୍ଷରୁ ଅଧିକ ଯକ୍ଷ୍ମା ରୋଗୀ। ପ୍ରତି ତିନି ମିନିଟରେ ଦୁଇ ଜଣ ବ୍ୟକ୍ତି ଯକ୍ଷ୍ମା ରୋଗରେ ମୃତ୍ୟୁବରଣ କରିଥାଆନ୍ତି।
ଜନସାଧାରଣଙ୍କୁ ଯକ୍ଷ୍ମା ରୋଗର କାରଣ, ପ୍ରସାର, ନିବାରଣ ଓ ଚିକିତ୍ସା ଆଦି ବିଷୟରେ ସଚେତନ କରିବା ଉଦ୍ଦେଶ୍ୟରେ ହିଁ ପ୍ରତିବର୍ଷ ମାର୍ଚ୍ଚ ୨୪ ତାରିଖକୁ ‘ବିଶ୍ୱ ଯକ୍ଷ୍ମା ଦିବସ’ ବା ଓ୍ବାଲର୍‌ଡ ଟ୍ୟୁବରକ୍ୟୁଲୋସିସ ଡେ’ ଭାବରେ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି- ‘ଆମ୍ଭମାନଙ୍କର ଅଧ୍ୟବସାୟ ବଳରେ ଯକ୍ଷ୍ମାକୁ ନିର୍ମୂଳ କରିବା ସମ୍ଭବ’। ଏହି ତାରିଖର ରହିଛି ଏକ ଐତିହାସିକ ଗୁରୁତ୍ୱ। କାରଣ ୧୮୮୨ ମାର୍ଚ୍ଚ ୨୪ ତାରିଖରେ ଜର୍ମାନ ବିଜ୍ଞାନୀ ରବର୍ଟ କକ୍‌ ବର୍ଲିନର ଏକ ସଭାରେ ତାଙ୍କ ଦ୍ୱାରା ଯକ୍ଷ୍ମା ରୋଗର ଜୀବାଣୁ ଆବିଷ୍କାର କଥା ସର୍ବପ୍ରଥମେ ଘୋଷଣା କରିଥିଲେ। ଯକ୍ଷ୍ମା ଏକ ଜୀବାଣୁଜନିତ ରୋଗ। ଜୀବାଣୁଟିର ନଁା ‘ମାଇକୋବ୍ୟାକ୍ଟେରିୟସ’। ଯକ୍ଷ୍ମା ଦ୍ୱାରା ଆକ୍ରାନ୍ତ ରୋଗୀଙ୍କର ଛେପଖଙ୍କାରରେ ଏହି ଜୀବାଣୁ ରହିଥିଲେ ସେହି ରୋଗୀଠାରୁ ସଂକ୍ରମଣ ପ୍ରସାର ଲାଭ କରେ। ରୋଗଟି ବାୟୁବାହିତ। ସଂକ୍ରମିତ ରୋଗୀର କାଶ ଓ ଛିଙ୍କ ଦ୍ୱାରା ଜୀବାଣୁ ବାୟୁରେ ମିଶି ସୁସ୍ଥ ଲୋକର ଶରୀରରେ ପ୍ରବେଶ କରେ ଓ ରୋଗ ସୃଷ୍ଟିର କାରଣ ହୋଇପଡ଼େ। ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସବୁ ବୟସର ଲୋକେ ଏହି ରୋଗ ଭୋଗିଥାଆନ୍ତି। କିନ୍ତୁ ମହିଳାମାନଙ୍କ ତୁଳନାରେ ପୁରୁଷମାନେ ରୋଗଟି ପ୍ରତି ଅଧିକ ସମ୍ବେଦନଶୀଳ।
ଶରୀରର ପ୍ରାୟ ସବୁ ଅଙ୍ଗକୁ ଯକ୍ଷ୍ମା ଆକ୍ରାନ୍ତ କରିଥାଏ। ଚର୍ମ, ଅନ୍ତନଳୀ, ହାଡ଼, ଗଣ୍ଠି, ଲସିକା ଗ୍ରନ୍ଥି, କିଡ୍‌ନୀ ଏପରିକି ମସ୍ତିଷ୍କ- କୌଣସିଟି ଯକ୍ଷ୍ମା କବଳରୁ ସୁରକ୍ଷିତ ନୁହେଁ। କିନ୍ତୁ ପାଖାପାଖି ୮୦ ଶତାଂଶ କ୍ଷେତ୍ରରେ ରୋଗ ହୋଇଥାଏ ଫୁସ୍‌ଫୁସ୍‌ରେ। ଜୀବାଣୁଗୁଡ଼ିକ ବାୟୁବାହିତ ହୋଇଥିବାରୁ ରୋଗ ମୁଖ୍ୟତଃ ଫୁସ୍‌ଫୁସ୍‌କୁ ସଂକ୍ରମିତ କରିବା ସ୍ବାଭାବିକ। ଯକ୍ଷ୍ମା ଜୀବାଣୁ ମଣିଷ ଶରୀରରେ ବର୍ଷ ବର୍ଷ ଧରି ନିଷ୍କ୍ରିୟ ହୋଇ ରହି ବ୍ୟକ୍ତିର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଲେ ସକ୍ରିୟ ହୋଇଉଠେ ଏବଂ ରୋଗ ସୃଷ୍ଟିର କାରଣ ହୋଇପଡ଼େ। ରୋଗଟି ବଂଶଗତ ନୁହେଁ।
ଡାଇବେଟିସ୍‌, କ୍ୟାନ୍‌ସର ରୋଗୀ, ଏଚ୍‌ଆଇଭି ସଂକ୍ରମିତ ରୋଗୀ, ଅପପୁଷ୍ଟି ଆକ୍ରାନ୍ତ ବ୍ୟକ୍ତି, ନିଶାଦ୍ରବ୍ୟ ସେବନ କରୁଥିବା ବ୍ୟକ୍ତି, ମାନସିକ ଚାପଗ୍ରସ୍ତ ଲୋକ ଏବଂ ଷ୍ଟେରଏଡ୍‌ ଔଷଧ ଚିକିତ୍ସାରେ ରହିଥିବା ରୋଗୀ ଯକ୍ଷ୍ମା ଦ୍ୱାରା ଆକ୍ରାନ୍ତ ହେବାର ଆଶଙ୍କା ଅଧିକ। କାରଣ ଏମାନଙ୍କଠାରେ ହ୍ରାସ ପାଇଥାଏ ରୋଗ ପ୍ରତିରୋଧକ ଶକ୍ତି। ବାୟୁ ଚଳାଚଳ ହେଉ ନ ଥିବା ଛୋଟ ଘରେ ରହୁଥିଲେ ରୋଗ ହେବାର ଆଶଙ୍କା ଅଧିକ।
ଲକ୍ଷଣ: ଯକ୍ଷ୍ମା ରୋଗର ପ୍ରଧାନ ଲକ୍ଷଣ ବିଷୟରେ ଜାଣି ରଖିବା ନିହାତି ଦରକାର। ସବୁରୋଗୀଙ୍କଠାରେ ଲକ୍ଷଣ ପ୍ରକାଶ ପାଇ ନ ଥାଏ। ଯେଉଁ ରୋଗୀଙ୍କଠାରେ ଲକ୍ଷଣ ପ୍ରକାଶ ପାଇଥାଏ, ସେହି ଲକ୍ଷଣଗୁଡ଼ିକ ମଧ୍ୟରେ ପ୍ରଧାନ ହେଲା ସାମାନ୍ୟ ଜ୍ୱର ଓ କାଶ। ଏହି ଲକ୍ଷଣ ତିନି ସପ୍ତାହରୁ ବେଶି ଲାଗି ରହିପାରେ। ସାଧାରଣତଃ ଜ୍ୱର ଆସିଥାଏ ସନ୍ଧ୍ୟା ସମୟରେ। ରାତିରେ ଝାଳ ବୁହେ। ଛାତିରେ ଯନ୍ତ୍ରଣା ହୋଇପାରେ। ଭୋକ ମରିଯାଏ। ଖୁବ୍‌ ହାଲିଆ ଲାଗେ। କମିଯାଏ ଓଜନ। ଚିକିତ୍ସା ନ କଲେ ରୋଗୀ ହୋଇଯାଏ କଙ୍କାଳସାର।
ରୋଗ ନିର୍ଣ୍ଣୟ ପାଇଁ ପରୀକ୍ଷା: ଯକ୍ଷ୍ମା ରୋଗର ନିର୍ଣ୍ଣୟ ପାଇଁ ଡାକ୍ତର ପ୍ରଥମେ ଷ୍ଟେଥୋସ୍କୋପ ସାହାଯ୍ୟରେ ରୋଗୀର ଫୁସ୍‌ଫୁସ୍‌ ପରୀକ୍ଷା କରିଥାଆନ୍ତି। ବେକରେ ଲସିକା ଗ୍ରନ୍ଥି ବଢ଼ିଛି କି ନାହିଁ ପରୀକ୍ଷା କରି ଦେଖନ୍ତି। ଚର୍ମ ତଳେ ଇଞ୍ଜେକ୍ସନ ଦେଇ କରାଯାଏ ମାଣ୍ଟ ପରୀକ୍ଷା। କରାଯାଏ ରକ୍ତ ପରୀକ୍ଷା ଏବଂ ଛାତିର ଏକ୍ସ-ରେ। ସ୍ଥଳବିଶେଷରେ ଆବଶ୍ୟକ ପଡ଼ିପାରେ ଫୁସ୍‌ଫୁସ୍‌ର ସିଟି ସ୍କାନ। ତେବେ ଯକ୍ଷ୍ମା ରୋଗ ନିର୍ଣ୍ଣୟ ପାଇଁ ରୋଗୀର ଖଙ୍କାର ପରୀକ୍ଷା ଜରୁରୀ, ସେଥିରେ ଯକ୍ଷ୍ମା ଜୀବାଣୁ ଅଛି କି ନାହିଁ ଜଣାପଡ଼ିଲେ ରୋଗ ନିର୍ଣ୍ଣୟରେ ଆଉ କୌଣସି ସନ୍ଦେହ ରହେ ନାହିଁ।
ଚିକିତ୍ସା: ରୋଗ ନିର୍ଣ୍ଣିତ ହେବା ପରେ ଆରମ୍ଭ କରାଯାଏ ଚିକିତ୍ସା। ଯକ୍ଷ୍ମାର ଫଳପ୍ରଦ ଚିକିତ୍ସା ପାଇଁ ଅନେକ ଔଷଧ ଉପଲବ୍ଧ। ନିୟମିତ ତଥା ଯଥାର୍ଥ ଚିକିତ୍ସାରେ ରହିଲେ ରୋଗର ସମ୍ପୂର୍ଣ୍ଣ ଆରୋଗ୍ୟ ସମ୍ଭବ। କିନ୍ତୁ ଯକ୍ଷ୍ମା ଜୀବାଣୁ ଏବେ ଏକାଧିକ ଔଷଧ ପ୍ରତି ପିଠିଆ ହୋଇପଡ଼ିବା ଚିକିତ୍ସକମାନଙ୍କ ପାଇଁ ଏକ ବିରାଟ ଆହ୍ବାନ ରୂପେ ଉଭା ହେଲାଣି। ଏହାବ୍ୟତୀତ ଔଷଧ ଖାଇବାରେ ଅନିୟମିତ ହେବା, ଚିକିତ୍ସା ବେଳେ ଟିକିଏ ସୁସ୍ଥ ଅନୁଭବ କଲେ ଚିକିତ୍ସା ଅଧାରୁ ଔଷଧ ବନ୍ଦ କରିଦେବା ଏବଂ ନିୟମିତ ଭାବରେ ରୋଗୀ ପାଇଁ ଔଷଧ ଉପଲବ୍ଧ ନ ହେବା ହେଉଛି ଔଷଧ ନିରୋଧିତାର କେତେକ ମୁଖ୍ୟ କାରଣ। ଜୀବାଣୁମାନେ ଔଷଧ ବିରୋଧୀ ହୋଇପଡ଼ିବା ଯୋଗୁ ଚିକିତ୍ସା ସମସ୍ୟା ହୋଇପଡ଼ିଛି ଅଧିକ ଜଟିଳ। ସେଥିପାଇଁ ଏବେ ଡାଇରେକ୍ଟଲି ଅବ୍‌ଜର୍ଭଡ ଥେରାପି ବା ‘ଡଟ୍‌’ (DOT) ପଦ୍ଧତିରେ ଚିିକିତ୍ସା କରି ସୁଫଳ ମିଳୁଛି। ଏହି ପଦ୍ଧତିରେ ସ୍ବାସ୍ଥ୍ୟକର୍ମୀଙ୍କ ପ୍ରତ୍ୟକ୍ଷ ତଦାରଖରେ ରୋଗୀକୁ ନିୟମିତ ଔଷଧ ଖୁଆଇବା ବ୍ୟବସ୍ଥା ଅନୁସୃତ ହେଉଛି। ଯକ୍ଷ୍ମାରୋଗର ନିବାରଣ ପାଇଁ ଶିଶୁଙ୍କୁ ଦିଆଯାଉଛି ବିସିଜି ଟିକା।
ଯକ୍ଷ୍ମା ହେଉଛି ଚିକିତ୍ସା ବିଜ୍ଞାନ ସମ୍ବନ୍ଧିତ ଏକ ସାମାଜିକ ବ୍ୟାଧି। ଏହାକୁ ସମାଜ ମଙ୍ଗଳର ବାରୋମିଟର ଭାବରେ ଅଭିହିତ କରାଯାଉଛି। ୨୦୩୦ ମସିହା ସୁଦ୍ଧା ବିଶ୍ୱକୁ ଯକ୍ଷ୍ମାମୁକ୍ତ କରିବା ଲକ୍ଷ୍ୟ ରହିଛି।

ଡା. ନିତ୍ୟାନନ୍ଦ
-‘ଅଭୀପ୍‌ସା’, ସେକ୍ଟର-୬,
ପ୍ଲଟ ନଂ-୧୧୩୧, ଅଭିନବ ବିଡ଼ାନାସୀ, କଟକ-୧୪
ମୋ: ୮୩୨୮୯୭୫୧୧୮


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri