ବୈଶକ ଶକ୍ତି ସଂରକ୍ଷଣର ସମ୍ପ୍ରସାରଣ କରିବ ଇକ୍ୟୁ ଏନର୍ଜି

ଭୁବନେଶ୍ୱର,୧୨।୬(ଅନୁରାଧା ମହାରଣା): ବ୍ୟାଟେରି ଷ୍ଟୋରେଜ କମ୍ପାନୀ ଇକ୍ୟୁ ଏନର୍ଜି ବିଶ୍ୱସ୍ତରରେ ଏହାର ଶକ୍ତି ସଂରକ୍ଷଣ କ୍ଷମତାକୁ ୨୦୨୮ ସୁଦ୍ଧା ୧.୩ ଜିଡବ୍ଲ୍ୟଏଚ୍‌ରୁ ୯ ଜିଡବ୍ଲ୍ୟଏଚ୍‌କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି। ଇକ୍ୟୁ ଏନର୍ଜିର ପରିଚାଳନା ନିର୍ଦ୍ଦେଶକ କେଣ୍ଟାରୋ ଓନୋ ସୂଚନା ଦେଇଛନ୍ତି। ଇକ୍ୟୁ ଏନର୍ଜି ମିଳିତ ଭାବରେ ମାକେୟାର ଗ୍ରୁପର ଗ୍ରୀନ୍‌ ଇନଭେଷ୍ଟମେଣ୍ଟ ଫଣ୍ଡ୍‌ ଏବଂ କାନାଡିଆନ ପେନସନ୍‌ ଫଣ୍ଡ୍‌ ବ୍ରିଟିଶ କଲମ୍ବିଆ ଇନ୍‌ଭେଷ୍ଟମେଣ୍ଟ ମ୍ୟାନେଜମେଣ୍ଟ ଖୋଲିଛି। ଜାପାନରେ ୩୦ଏମ୍‌ଡବ୍ଲ୍ୟୁ/ ୧୨୦ଏମ୍‌ଡବ୍ଲ୍ୟୁ ବ୍ୟାଟେରି ଶକ୍ତି ସଂରକ୍ଷଣ ବ୍ୟବସ୍ଥା ନିର୍ମାଣ ଲକ୍ଷ୍ୟରେ ଏହାର ପ୍ରଥମ ପ୍ରକଳ୍ପ ଦକ୍ଷିଣ କ୍ୟୁସୁ ଦ୍ୱୀପରେ ମିୟାଜାକି ପ୍ରିଫେକ୍ଟରର ଶୁଭାରମ୍ଭ କରାଯାଇଛି। ଡିକାର୍ବୋନାଇଜେସନ ଲକ୍ଷ୍ୟ ପୂରଣ କରିବା ଏବଂ ଶକ୍ତି ନିରାପତ୍ତା ବୃଦ୍ଧି ପାଇଁ ଅକ୍ଷୟ ଶକ୍ତି ବିସ୍ତାର ଉଦ୍ଦେଶ୍ୟରେ ଜାପାନ ସୌର ଏବଂ ପବନ ଶକ୍ତିର ଯୋଗାଣକୁ ସୁଗମ କରିବା ପାଇଁ ବ୍ୟାଟେରି ବ୍ୟବହାର ବୃଦ୍ଧି କରୁଥିତ୍ବା କୁହାଯାଉଛି। ଇକ୍ୟୁ ଏନର୍ଜି ନୂତନ ପ୍ରକଳ୍ପ ପାଇଁ ୟୁଟିଲିଟି ଟୋକିଓ ଗ୍ୟାସ ସହିତ ୨୦ ବର୍ଷର ଅଫଟେକ ଚୁକ୍ତି କରିଛି।
ଜୁଲାଇ ୨୦୨୬ରେ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବା ଲକ୍ଷ୍ୟ ରହିଥିବାବେଳେ ଚଳିତ ବର୍ଷ ଶେଷ ସୁଦ୍ଧା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଚାରି ଘଣ୍ଟା ପାଇଁ ପ୍ରାୟ ୬୩,୦୦୦ ଘରକୁ ବିଦ୍ୟୁତ୍‌ ଯୋଗାଇବା ପାଇଁ ଏହା ପର୍ଯ୍ୟାପ୍ତ ବିତ୍ତ ସଂରକ୍ଷଣ କରିବାରେ ସକ୍ଷମ ହେବ ବୋଲି ଆଶା କରାଯାଉଛି। କମ୍ପାନୀ ବ୍ରିଟେନ, ଅଷ୍ଟ୍ରେଲିଆ, ଇଟାଲୀ ଏବଂ ଜାପାନରେ ଶକ୍ତି ସଂରକ୍ଷଣର ବିକାଶ କରୁଥିବାବେଳେ କେବଳ ଜାପାନରେ ଏହାକୁ ସୀମତି ରଖିବା କମ୍ପାନୀର ଲକ୍ଷ୍ୟ ନ ଥିବା ଓନୋ କହିଛନ୍ତି। ଇକ୍ୟୁ ଏନର୍ଜି ବହୁ ସଂଖ୍ୟକ ପ୍ରକଳ୍ପର ବିକାଶ କରିବାକୁ ଲକ୍ଷ୍ୟ ରଖିଛି, କାରଣ ଦେଶ ହେଉଛି ବିଶ୍ୱର ଚତୁର୍ଥ ବୃହତ୍ତମ ବିଦ୍ୟୁତ୍‌ ଉପଭୋକ୍ତା ଏବଂ ଏକ ବିତ୍ତ ବାଣିଜ୍ୟ ବଜାର ବ୍ୟବସ୍ଥା ପ୍ରତିଷ୍ଠା କରାଯାଉଛି ବୋଲି ଓନୋ କହିଛନ୍ତି।
ସୂଚନା ଥାଉକି, ଚାଇନା ଏବଂ ଆମେରିକା ଦ୍ୱାରା ପରିଚାଳିତ ବ୍ୟାଟେରି ଷ୍ଟୋରେଜ ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବିସ୍ତାର କରୁଛି। ପଛରେ ପଡିଥିବା ଜାପାନରେ ସରକାରୀ ସହାୟତା ତଥା ବିଦ୍ୟୁତ୍‌ ଯୋଗାଣ ଏବଂ ଚାହିଦାକୁ ସୁଧାରିବା ପାଇଁ ବଜାରର ବିକାଶ ଭଳି ଆନୁଷ୍ଠାନିକ ପରିବର୍ତ୍ତନ ହେତୁ ଅଭିବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?