ମହାମାରୀ ଯୋଗୁ ସୁଧ ଛାଡ୍‌ ମାମଲା: ଆର୍ଥିକ ନୀତିରେ ହସ୍ତକ୍ଷେପ କରିବାକୁ ସୁପ୍ରିମ୍‌କୋର୍ଟଙ୍କ ମନା

ନୂଆଦିଲ୍ଲୀ,୨୩।୩: ମୋରେଟୋରିୟମ୍‌ ମାମଲାରେ ମଙ୍ଗଳବାର ସୁପ୍ରିମ୍‌କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ, ଋଣ ନେଇଥିବା ବ୍ୟକ୍ତି ବିଶେଷ ଅବା ସଂସ୍ଥାଙ୍କ ସୁଧକୁ କରୋନା ମହାମାରୀ ଯୋଗୁ ସମ୍ପୂର୍ଣ୍ଣ ଛାଡ କରାଯାଇ ପାରିବ ନାହିଁ। ମହାମାରୀ ଯୋଗୁ କେବଳ କମ୍ପାନୀ ନୁହେଁ ସରକାରଙ୍କର ମଧ୍ୟ କ୍ଷତି ହୋଇଛି। ସରକାର ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ଉପରେ ଆଉ ଅଧିକ ଚାପ ପକାଯାଇ ପାରିବ ନାହିଁ। କୋର୍ଟଙ୍କ ନିଷ୍ପତ୍ତି ଯୋଗୁ ସମ୍ପୂର୍ଣ୍ଣ ସୁଧ ଛାଡ ନେଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ରିୟଲ ଇଷ୍ଟେଟ୍‌ ଭଳି କେତେକ ସେକ୍ଟରର କମ୍ପାାନୀଙ୍କୁ ବଡ଼ ଝଟ୍‌କା ଲାଗିଛି। ବିଚାରପତି ଅଶୋକ ଭୂଷଣ, ସୁଭାଷ ରେଡ୍ଡୀ ଏବଂ ଏମ୍‌.ଆର୍‌. ଶାହାଙ୍କ ନେତୃତ୍ୱରେ ଗଠିତ ହୋଇଥିବା ଖଣ୍ଡପୀଠ ଦେଶର ଆର୍ଥିକ ନୀତି ସମ୍ପର୍କିତ ଯୋଜନାରେ ସୁପ୍ରିମ୍‌କୋର୍ଟଙ୍କ ହସ୍ତକ୍ଷେପକୁ ମନା କରିଦେଇଛନ୍ତି। କୌଣସି ଯୋଜନା ଠିକ ଅବା ଭୁଲ୍‌ ତାହାର ନିର୍ଣ୍ଣୟ କୋର୍ଟ ନେଇ ପାରିବେ ନାହିଁ। ଯୋଜନା ଆଇନ ସମ୍ମତ କି ନୁହେଁ ତାହା କେବଳ କୋର୍ଟ ସୂଚିତ କରିପାରିବେ ବୋଲି ଖଣ୍ଡପୀଠ କହିଛନ୍ତି। ଏହି ମାମଲାରେ ସରକାରଙ୍କ ପକ୍ଷରୁ କୋର୍ଟରେ ଏକ ସତ୍ୟପାଠ ଦାଖଲ କରାଯାଇଥିଲା। ଏଥିରେ ଲଲ୍ଲେଖ କରାଯାଇଛି ଯେ, ମହାମାରୀ ଯୋଗୁ ସରକାରଙ୍କ ପକ୍ଷରୁ ବିଭିନ୍ନ ସେକ୍ଟର ପାଇଁ ପ୍ରର୍ଯ୍ୟାପ୍ତ ଆର୍ଥିକ ସହାୟତା ପ୍ୟାକେଜ ଘୋଷଣା କରାଯାଇଛି। ସାମ୍ପ୍ରତିକ ସ୍ଥିତିରେ ଅଧିକ ଆର୍ଥିକ ସହାୟତା ପ୍ରଦାନ କରିବାକୁ ସରକାର ସକ୍ଷମ ନୁହନ୍ତି ବୋଲି ଏଥିରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଟପ୍‌ ୧୦୦ ଅସ୍ତ୍ରଶସ୍ତ୍ର ନିର୍ମାତା କମ୍ପାନୀ ତାଲିକାରେ ୩ଭାରତୀୟ କମ୍ପାନୀ

ନୂଆଦିଲ୍ଲୀ,୫।୧୨: ମେକ ଇନ ଇଣ୍ଡିଆ ଓ ଆତ୍ମ ନିର୍ଭର ହୋଇ ଭାରତ ବିଶ୍ୱରେ ନିଜର ଗୋଟିକ ପରେ ଗୋଟିଏ ଛାପ ଛାଡିଛି। ଚନ୍ଦ୍ରର ଦକ୍ଷିଣ ମେରୁରେ...

ଶିବରାଜଙ୍କ ବଡ଼ ବୟାନ: ମୁଖ୍ୟମନ୍ତ୍ରୀ ପଦ ଲାଗି ମୁଁ ଦାବିଦାର ନା ଥିଲି, ନା ଅଛି…

ଭୋପାଳ,୫।୧୨: ନିକଟରେ ଶେଷ ହୋଇଥିବା ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବିଜୟ ପତାକା ଉଡ଼ାଇଛି ଭାଜପା। ଏବେ ରାଜ୍ୟର ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ...

ଏହି ବ୍ୟକ୍ତିଙ୍କୁ ଇଣ୍ଟରଭ୍ୟୁ ଦେବାରୁ ହାରିଗଲେ ଛତିଶଗଡ ମୁଖ୍ୟମନ୍ତ୍ରୀ ବଘେଲ, ପଞ୍ଜାବ ପୂର୍ବ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ମଧ୍ୟ ହୋଇଥିଲା ସମଦଶା, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ,୫।୧୨: ଫାଇନାଲ ମ୍ୟାଚ ପୁର୍ବରୁ ସେମିଫାଇନାଲ ମ୍ୟାଚରେ ଫେଲ ମାରିଛି କଂଗ୍ରେସ। କଂଗ୍ରେସ ରାଜ୍ୟ କୁହାଯାଉଥିବା ଛତିଶଗଡରେ ଏଥରର ବିଧାନସଭା ନିର୍ବାଚନରେ ଦଳ ଶୋଚନୀୟ ଭାବେ...

ଇତିହାସ ରଚିଲା ସେୟାର ବଜାରର, ପ୍ରଥମ ଥର ରେକର୍ଡ ଉଚ୍ଚ ସ୍ତରରେ ନିଫ୍ଟି, ସେନସେକ୍ସ

ମୁମ୍ବାଇ,୫।୧୨: ମଙ୍ଗଳବାର କ୍ରମାଗତ ଷଷ୍ଠ ଦିନ ପାଇଁ ଷ୍ଟକ୍ ମାର୍କେଟରେ ବୃଦ୍ଧି ଦେଖିବାକୁ ମିଳିଛି। ଦୁଇ ଭାରତୀୟ ଇଣ୍ଡେକ୍ସ ଏହି ସମୟରେ ନୂଆ ଉଚ୍ଚତା ଛୁଇଁଛନ୍ତି।...

Video: ଜୟପୁରରେ କର୍ନି ସେନା ସଭାପତି ସୁଖଦେବ ସିଂଙ୍କୁ ହତ୍ୟା, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଦେଇଥିଲା ଧମକ

ନୂଆଦିଲ୍ଲୀ,୫।୧୨: ରାଜସ୍ଥାନର ରାଜଧାନୀ ଜୟପୁରରେ ରାଷ୍ଟ୍ରୀୟ କର୍ନି ସେନା ଅଧ୍ୟକ୍ଷ ସୁଖଦେବ ସିଂ ଗୋଗାମେଦିଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି ଅଜଣା ଦୁର୍ବୁତ୍ତ। ଦିନ ଦିପ୍ରହରରେ...

ସ୍ଥଳଭାଗ ଛୁଇଁଲା ବାତ୍ୟା ‘ମିଗଜୋମ’: ୯୦ରୁ ୧୧୦ କି.ମି. ମଧ୍ୟରେ ବୋହୁଛି ପବନ

ହାଇଦ୍ରାବାଦ୍‌,୫।୧୨: ବାତ୍ୟା ‘ମିଗଜୋମ’ ଭୀଷଣ ରୂପ ନେଇ ଦକ୍ଷିଣ ଆନ୍ଧ୍ର ଉପକୂଳ ନେଲୋର ଏବଂ ମଚ୍ଛଲିପଟନମରେ ସ୍ଥଳଭାଗ ଛୁଇଁଛି। ସ୍ଥଳଭାଗ ଛୁଇଁବା ପରେ ବାତ୍ୟାର ବେଗ...

ଇଣ୍ଡିଆ ଗଠବନ୍ଧନ ବୈଠକ ସ୍ଥଗିତ, ମମତା-ନୀତୀଶ-ଅଖିଲେଶ ଯୋଗ ଦେବାକୁ ମନା କରିବା ପରେ ନିଷ୍ପତ୍ତି

ନୂଆଦିଲ୍ଲୀ,୫।୧୨: ବୁଧବାର ଦିନ ଧାର୍ଯ୍ୟ ହୋଇଥିବା ବିରୋଧୀ ଗୋଷ୍ଠୀଙ୍କ ଇଣ୍ଡିଆ ମେଣ୍ଟ’ର ବୈଠକ ସ୍ଥଗିତ ରଖାଯାଇଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ ଏହି ବୈଠକ ଡିସେମ୍ବର...

”ସେମାନେ ଅହଂକାର, ମିଛ, ନିରାଶା ଏବଂ ଅଜ୍ଞତାକୁ ନେଇ ଖୁସି ହେବା ଉଚିତ୍”, ପୁଣି ବିରୋଧୀଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୫।୧୨: ଦେଶର ପାଞ୍ଚଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ସମାପ୍ତ ହୋଇଛି। ହିନ୍ଦୀ ହାର୍ଟଲ୍ୟାଣ୍ଡକୁ ଭାଜପା ସମ୍ପୂର୍ଣ୍ଣ ଭାବେ କବଜା କରିଛି। ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri