ନୂତନ ସଦସ୍ୟତାରେ ଇପିଏଫ୍‌ଓର ରେକର୍ଡ

ଭୁବନେଶ୍ୱର,୨୪।୯ (ଅନୁରାଧା ମହାରଣା): କେନ୍ଦ୍ର ଶ୍ରମ ଓ ରୋଜଗାର ଏବଂ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ସୋମବାର ଜୁଲାଇ ୨୦୨୪ ପାଇଁ କର୍ମଚାରୀ ଭବିଷ୍ୟନିଧି ସଂସ୍ଥାନ ଇପିଏଫ୍‌ଓର ଅସ୍ଥାୟୀ ବେତନ ତଥ୍ୟ ପ୍ରକାଶ କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଜୁଲାଇ ୨୦୨୪ ମାସରେ ଇପିଏଫଓ ୧୯.୯୪ ଲକ୍ଷ ନେଟ ସଦସ୍ୟଙ୍କୁ ଯୋଡିଛି, ଯାହାକି ଏପ୍ରିଲ ୨୦୧୮ରେ ବେତନ ତଥ୍ୟର ଟ୍ରାକିଂ ପରଠାରୁ ରେକର୍ଡ ହୋଇଥିବା ସର୍ବାଧିକ ଅଭିବୃଦ୍ଧି ଅଟେ। ସୂଚନା ଥାଉକି, ୨୦୨୪ ଜୁଲାଇ ତୁଳନାରେ ଇପିଏଫଓ ୧୦.୫୨ ଲକ୍ଷ ନୂତନ ସଦସ୍ୟ ଯୋଡିଛି, ଯାହା ଜୁନ ୨୦୨୪ ତୁଳନାରେ ୨.୬୬ ପ୍ରତିଶତ ଏବଂ ଜୁଲାଇ ୨୦୨୩ ତୁଳନାରେ ୨.୪୩ ପ୍ରତିଶତ ବୃଦ୍ଧି ହୋଇଛି। ପ୍ରାୟ ୧୪.୬୫ ଲକ୍ଷ ସଦସ୍ୟ ଯେଉଁମାନେ ସିଷ୍ଟମରୁ ବାହାରିଥିଲେ ସେମାନେ ଜୁଲାଇରେ ଇପିଏଫଓରେ ଯୋଗଦାନ କରିଥିଲେ। ଏହି ସଂଖ୍ୟା ବର୍ଷକୁ ବର୍ଷ ୧୫.୨୫% ବୃଦ୍ଧି ହେଉଥିବା ଆକଳକ କରାଯାଇଛି। ସେହିପରି ୨୦୨୪ ଜୁଲାଇରେ ୮.୭୭ ଲକ୍ଷ ନେଟ ସଦସ୍ୟଙ୍କ ଯୋଗଦାନ ସହିତ ୧୮-୨୫ ବର୍ଷ ବୟସ ଶ୍ରେଣୀରେ ସର୍ବାଧିକ ଅଭିବୃଦ୍ଧି ହୋଇଛି। ଜୁଲାଇ ୨୦୨୪ ରେ ପ୍ରାୟ ୩.୦୫ ଲକ୍ଷ ନୂତନ ମହିଳା ସଦ୍ଯଯ ଋଚଋ଼ଙ ରେ ଯୋଗ ଦେଇଥିଲେ, ଯାହାକି ବର୍ଷ ତୁଳନାରେ ୧୦.୯୪ ପ୍ରତିଶତ ଅଭିବୃଦ୍ଧି ଦର୍ଶାଇଥିଲା ମୋଟ ଉପରେ, ୪.୪୧ ଲକ୍ଷ ଶୁଦ୍ଧ ମହିଳା ସଦ୍ଯଯ ଯୋଗ କରାଯାଇଥିଲା, ଯାହାକି ଜୁଲାଇ ୨୦୨୩ ତୁଳନାରେ ବେତନ ଟ୍ରାକିଂ ୧୪.୪୧ ପ୍ରତିଶତ ବୃଦ୍ଧି ସହିତ ମହିଳାଙ୍କ ସର୍ବାଧିକ ମାସିକ ବୃଦ୍ଧି ହୋଇଛି। ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ହରିୟାଣା ଏବଂ ଗୁଜୁରାଟ ରାଜ୍ୟଗୁଡିକ ଜୁଲାଇ ୨୦୨୪ରେ ମୋଟ ନେଟ ସଦସ୍ୟଙ୍କ ୫୯.୨୭ ପ୍ରତିଶତ ଅଂଶ ଗ୍ରହଣ କରିଥିଲେ। ଯାହାକି ୧୧.୮୨ ଲକ୍ଷ ସଦସ୍ୟଙ୍କୁ ଯୋଡିଥିଲା। ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ମହାରାଷ୍ଟ୍ର ଏହି ମାର୍ଗରେ ନେତୃତ୍ୱ ନେଇଛି। ଯେଉଁଥିରେ ମୋଟ ନୂତନ ସଦସ୍ୟଙ୍କ ୨୦.୨୧% ଯୋଗଦାନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri