EPFO REPORT: ଡିସେମ୍ବର ୨୦୨୩ରେ ବଢ଼ିଲେ ୧୫.୬୨ ଲକ୍ଷ କର୍ମଚାରୀ, ନିଯୁକ୍ତି ଦେବାରେ ଏସବୁ ୫ ରାଜ୍ୟ ଆଗୁଆ…

ନୂଆଦିଲ୍ଲୀ,୨୦।୨ : ଶ୍ରମ ମନ୍ତ୍ରଣାଳୟ ଦ୍ୱାରା ମଙ୍ଗଳବାର ଦିନ ପ୍ରକାଶିତ ବେତନ ତଥ୍ୟ ଅନୁଯାୟୀ, ଡିସେମ୍ବର ୨୦୨୩ ରେ ୧୫.୬୨ ଲକ୍ଷ ନୂତନ ସଦସ୍ୟ ଅବସର ପାଣ୍ଠି ସଂସ୍ଥା ଇପିଏଫଓରେ ଯୋଗ ଦେଇଛନ୍ତି। ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଡିସେମ୍ବର ୨୦୨୩ ମଧ୍ୟରେ ଏକ ମାସ ପୂର୍ବ ତୁଳନାରେ ନେଟ ସଦସ୍ୟଙ୍କ ସଂଖ୍ୟାରେ ୧୧.୯୭ ପ୍ରତିଶତ ବୃଦ୍ଧି ରେକର୍ଡ କରାଯାଇଛି।

କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେଶନ (ଇପିଏଫଓ)ର ଅସ୍ଥାୟୀ ବେତନ ତଥ୍ୟ ଅନୁଯାୟୀ, ଡିସେମ୍ବର ୨୦୨୨ ତୁଳନାରେ ଡିସେମ୍ବର ୨୦୨୩ ରେ ଏହି ସଦସ୍ୟଙ୍କ ନିଟ ବୃଦ୍ଧି ଘଟିଛି, ଯାହା ୪.୬୨ ପ୍ରତିଶତ ଅଧିକ। ଇପିଏଫଓ ସଦସ୍ୟଙ୍କ ବୃଦ୍ଧି ନିଯୁକ୍ତି ସୁଯୋଗ ବୃଦ୍ଧି, କର୍ମଚାରୀଙ୍କ ସୁବିଧା ଏବଂ ଇପିଏଫଓର ପ୍ରସାର କାର୍ଯ୍ୟକ୍ରମର କାର୍ଯ୍ୟକାରିତା ବିଷୟରେ ସଚେତନତାକୁ ହିଁ ବୁଝାଉଛି ବୋଲି କୁହାଯାଉଛି।

ତଥ୍ୟ ଦର୍ଶାଇଛି ଡିସେମ୍ବର ୨୦୨୩ରେ ପ୍ରାୟ ୮.୪୧ ଲକ୍ଷ ନୂତନ ସଦସ୍ୟ ଇପିଏଫଓରେ ପଞ୍ଜିକରଣ ହୋଇଥିଲେ, ଯାହାକି ନଭେମ୍ବର ୨୦୨୩ତୁଳନାରେ ୧୪,୨୧ ପ୍ରତିଶତ ଅଧିକ । ତଥ୍ୟକୁ ଦେଖିଲେ ଏହା ଜଣାପଡିଛି ଯେ ନୂତନ ସଦସ୍ୟମାନଙ୍କ ମଧ୍ୟରେ ବୟସ ୧୮ ରୁ ୨୫ ବର୍ଷ ବୟସ୍କଙ୍କ ସଂଖ୍ୟା ଅଧିକ। ଡିସେମ୍ବରରେ ଯୋଡି ହୋଇଥିବା ମୋଟ ନୂତନ ସଦସ୍ୟଙ୍କ ମଧ୍ୟରୁ ସେମାନଙ୍କ ପ୍ରତିଶତ ହେଉଛି ୫୭.୧୮ ପ୍ରତିଶତ। ବେତନ ତଥ୍ୟ ଦର୍ଶାଏ ଯେ ପ୍ରାୟ ୧୨.୦୨ ଲକ୍ଷ ସଦସ୍ୟ ଇପିଏଫଓ ଛାଡିଥିଲେ ଏବଂ ପରେ ଇପିଏଫଓ ରେ ପୁଣି ଯୋଗଦାନ କରିଥିଲେ ।

ବେତନ ତଥ୍ୟର ଲିଙ୍ଗଗତ ବିଶ୍ଳେଷଣରୁ ଜଣାପଡିଛି ଯେ ୮.୪୧ ଲକ୍ଷ ନୂତନ ସଦସ୍ୟଙ୍କ ମଧ୍ୟରୁ ପ୍ରାୟ ୨.୦୯ ଲକ୍ଷ ମହିଳା ସଦସ୍ୟ ଅଟନ୍ତି, ଯାହାକି ନଭେମ୍ବର ୨୦୨୩ ତୁଳନାରେ ୭.୫୭ ପ୍ରତିଶତ ଅଧିକ। ଅଧିକନ୍ତୁ, ଡିସେମ୍ବର ମାସରେ ନିଟ ମହିଳା ସଦସ୍ୟତା ପ୍ରାୟ ୨.୯୦ ଲକ୍ଷରେ ପହଞ୍ଚି ପୂର୍ବ ମାସ ତୁଳନାରେ ପ୍ରାୟ ୩.୫୪ ପ୍ରତିଶତ ବୃଦ୍ଧି ଘଟିଥିଲା।

ଇପିଏଫଓ ତଥ୍ୟର ରାଜ୍ୟ-ବିଶ୍ଳେଷଣରୁ ଜଣାପଡିଛି ଯେ ପାଞ୍ଚ ରାଜ୍ୟ ମହାରାଷ୍ଟ୍ର, ଗୁଜରାଟ, ତାମିଲନାଡୁ, କର୍ନାଟକ ଏବଂ ହରିୟାଣାରେ ନୂତନ ସଦସ୍ୟଙ୍କ ସଂଖ୍ୟାରେ ସର୍ବାଧିକ ବୃଦ୍ଧି ଘଟିଛି। ଡିସେମ୍ବର୨୦୨୩ ରେ ଏହି ରାଜ୍ୟଗୁଡିକରୁ ଇପିଏଫଓରେ ପ୍ରାୟ ୯.୧୧ ଲକ୍ଷ ସଦସ୍ୟ ଯୋଗ କରାଯାଇଥିଲା, ଯାହା ମୋଟ ସଦସ୍ୟଙ୍କ ପ୍ରାୟ ୫୮ ପ୍ରତିଶତ ଅଟେ। ଇପିଏଫଓର ମୋଟ ସଦସ୍ୟମାନଙ୍କରେ ମହାରାଷ୍ଟ୍ରର ଅଂଶ ପ୍ରାୟ ୨୧.୬୩ ପ୍ରତିଶତ ଥିଲା । ଇପିଏଫଓ ଏପ୍ରିଲ ୨୦୧୮ରୁ ବେତନ ତଥ୍ୟ ପ୍ରକାଶ କରିବା ଆରମ୍ଭ କରିଥିଲା । ଏହି ଅବଧି ମଧ୍ୟରେ, ସେପ୍ଟେମ୍ବର ୨୦୧୭ ପରେ ଆକଳନ ପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘୋଡ଼ାହାଡ଼ ଡ୍ୟାମ୍‌ରେ ବଢୁଛି ଜଳପତ୍ତନ: ଗୋଟିଏ ଗେଟ୍‌ ଖୋଲି ନଦୀକୁ ଛଡ଼ାଗଲା ପାଣି

ଦିଗପହଣ୍ଡି,୨୬ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଘୋଡ଼ାହାଡ଼ ଡ୍ୟାମ୍‌ରୁ ସ୍ପିଲ ଓ୍ବେ ମୁଖ୍ୟ ଫାଟକର ଗୋଟିଏ ଗେଟ୍‌ ଦେଇ ଘୋଡ଼ାହାଡ଼ ନଦୀ ମଧ୍ୟକୁ ଶନିବାର ସକାଳ ପ୍ରାୟ…

‘ଟ୍ରମ୍ପ ଆମ ଜୀବନ ବଞ୍ଚାଇଥିଲେ’ ‘ଅପରେଶନ ସିନ୍ଦୂର’ର ପ୍ରଭାବକୁ ଏବେ ମଧ୍ୟ ଭୁଲିନାହିଁ ପାକିସ୍ତାନ; ମନେ ପକାଇ କହିଲା…

ଇସଲାମାବାଦ,୨୬।୯: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ମେ’ ୨୦୨୫ରେ ଭାରତ ଦ୍ୱାରା ପାକିସ୍ତାନ ବିରୋଧରେ ଆରମ୍ଭ କରାଯାଇଥିବା ‘ଅପରେଶନ ସିନ୍ଦୂର’ର ପ୍ରଭାବକୁ ଭୁଲି ନାହାନ୍ତି; ସେଥିପାଇଁ ସେ…

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମରେ ଅଭାବନୀୟ ଘଟଣା: ୪ର୍ଥ ମହଲାରୁ ଖସି ଶିଷ୍ୟଙ୍କ ମୃତ୍ୟୁ, ଗୁପ୍ତାଙ୍ଗ କଟା, ମୁଣ୍ଡରେ ଗଭୀର ଆଘାତ

ନୂଆଦିଲ୍ଲୀ,୨୬।୯: ବୃନ୍ଦାବନର ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟ ରସିକ ଦୁଲାରୀ ଶରଣ ଆଶ୍ରମର ଚତୁର୍ଥ ମହଲାରୁ ଖସିପଡ଼ି ମୃତ୍ୟୁବରଣ କରିଛନ୍ତି। ଘଟଣାଟି ବୃନ୍ଦାବନ ଅଞ୍ଚଳର ଗୁରୁ…

ସାମୁଦ୍ରିକ ଜୁଆର ମାଡ଼ରେ ଧସିଲା ଲୁଣାଘେରି ବନ୍ଧ, ତତ୍ପରତା ଦେଖାଉନି ଜଳସମ୍ପଦ ବିଭାଗ

ମହାକାଳପଡ଼ା,୨୬ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ଲଘୁଚାପ ପ୍ରଭାବରେ ସାମୁଦ୍ରିକ ଜୁଆର ମାଡ଼ରେ ଜରି ପଲିଥିନରେ ନଦୀ ପାର୍ଶ୍ୱମାଟି ଅତଡ଼ା ଖସିବା ଯୋଗୁ ବନ୍ଧ ପ୍ରତି ବିପଦ ସୃଷ୍ଟି ହୋଇଛି।…

ପାର୍ୱଣ ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ବଡ଼ ଝଟ୍‌କା! ବୋନସକୁ ନେଇ ଆସିଲା ଖରାପ ଖବର

ନୂଆଦିଲ୍ଲୀ,୨୬।୯: ପାର୍ୱଣ ଋତୁ ପୂର୍ୱରୁ କର୍ମଚାରୀମାନେ ବୋନସକୁ ଅପେକ୍ଷା କରି ରହିଛନ୍ତି। ବିଭିନ୍ନ ସରକାରୀ ଏବଂ ଘରୋଇ ସଂସ୍ଥା ବୋନସ ଘୋଷଣା ମଧ୍ୟ କରୁଛନ୍ତି। ଏହି ସମୟରେ…

ନିଜ ପତ୍ନୀଙ୍କ ଅପେକ୍ଷା ରୋହିତ ଶର୍ମାଙ୍କୁ ଅଧିକ ଭଲ ପାଆନ୍ତି ଧାୱନ! ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୬।୯: କ୍ରିକେଟ ଦୁନିିଆରେ କିଛି ଖେଳାଳି କେବଳ ସେମାନଙ୍କ ଖେଳ ପାଇଁ ନୁହେଁ, ବରଂ ସେମାନଙ୍କ ବନ୍ଧୁତା ପାଇଁ ମଧ୍ୟ ବେଶ ଜଣାଶୁଣା। ପୂର୍ବତନ ଭାରତୀୟ ଅଧିନାୟକ…

ହୀରାକୁଦରେ ପୁଣି ଖୋଲିଲା ୭ଟି ସ୍ଲୁଇସ ଗେଟ: ଜାରି ରହିଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର, ୨୬।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ପୁଣି ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଜଳଭଣ୍ଡାରର ସୁପରିଚାଳନା ଏବଂ ଆଗୁଆ ପ୍ରତିଷେଧମୂଳକ ପଦକ୍ଷେପ…

ପହିଲାରୁ ବଦଳିବ LPG Gasର ୫ ବଡ଼ ନିୟମ! ବୁକିଂ କରିବା ପୂର୍ବରୁ ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୯: ଅକ୍ଟୋବର ୧ ତାରିଖରୁ ଏଲପିଜି ସିଲିଣ୍ଡର ସହିତ ଜଡିତ ଅନେକ ପରିବର୍ତ୍ତନ ଲାଗୁ ହେବାକୁ ଯାଉଛି। ଏହି ପରିବର୍ତ୍ତନଗୁଡ଼ିକ ଗ୍ୟାସ ବୁକିଂ ଓ ରିଫିଲିଂକୁ ପ୍ରଭାବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?