EPFOର କୋଟି କୋଟି ସଦସ୍ୟଙ୍କୁ ବଡ଼ ଝଟ୍‌କା!

ନୂଆଦିଲ୍ଲୀ,୨୭।୨: ସରକାର EPFOର କୋଟି କୋଟି ସଦସ୍ୟଙ୍କୁ ଏକ ବଡ଼ ଝଟ୍‌କା ଦେଇପାରନ୍ତି। ଶୁକ୍ରବାର ସରକାର EPFO ଉପରେ ସୁଧ ଘୋଷଣା କରିପାରନ୍ତି। ଏପରି ପରିସ୍ଥିତିରେ ଏହା ବିଶ୍ୱାସ କରାଯାଉଛି ଯେ EPFOର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ PFରେ ଜମା ହୋଇଥିବା ଟଙ୍କାର ପରିମାଣକୁ ହ୍ରାସ କରିପାରେ। ଷ୍ଟକ ବଜାର ଏବଂ ଅଧିକ କ୍ଲେମ୍‌ ସମାଧାନକୁ ଦୃଷ୍ଟିରେ ରଖି EPFOର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସୁଧ ହାର ହ୍ରାସ କରିପାରେ। ଏହା ୩୦୦ ନିୟୁତ ସଦସ୍ୟଙ୍କ ଅବସରକାଳୀନ ସଞ୍ଚୟ ଉପରେ ସୁଧ ହାରକୁ ପ୍ରଭାବିତ କରିବ।

୨୦୨୪-୨୫ ପାଇଁ EPF ସୁଧ ହାର ନେଇ ନିଷ୍ପତ୍ତି ନେବା ପାଇଁ ଆସନ୍ତାକାଲି ଅର୍ଥାତ ୨୮ ଫେବୃଆରୀ ଶୁକ୍ରବାର ଏକ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ପିଏଫ୍‌ରେ ଜମା ହୋଇଥିବା ଟଙ୍କାର ସୁଧ ଉପରେ ଏକ ବଡ଼ ନିଷ୍ପତ୍ତି ନିଆଯାଇପାରେ, ଯାହାର ସିଧାସଳଖ ପ୍ରଭାବ କୋଟି କୋଟି ଇପିଏଫଓ ସଦସ୍ୟଙ୍କ ଉପରେ ପଡ଼ିବ। ଗତ ବର୍ଷ ସରକାର EFPର ସୁଧ ହାର ୮.୧୫ ପ୍ରତିଶତରୁ ୮.୨୫ ପ୍ରତିଶତକୁ ବୃଦ୍ଧି କରିଥିଲେ। ହେଲେ ଏବେ ଏହାକୁ ହ୍ରାସ ହୋଇପାରେ ବୋଲି କୁହାଯାଉଛି।

ବିଜନେସ ଷ୍ଟାଣ୍ଡାର୍ଡ ରିପୋର୍ଟ ଅନୁଯାୟୀ, ଇପିଏଫ୍‌ ହାର ସୁପାରିଶ କରିବା ପାଇଁ ବୋର୍ଡର ନିବେଶ କମିଟି ଗତ ସପ୍ତାହରେ ଇପିଏଫ୍‌ଓର ଆୟ ଏବଂ ବ୍ୟୟ ପ୍ରୋଫାଇଲ ଉପରେ ଆଲୋଚନା କରିବା ପାଇଁ ବୈଠକ କରିଥିଲା। ନାମ ଗୋପନ ରଖିବା ସର୍ତ୍ତରେ, ବୋର୍ଡରେ ନିଯୁକ୍ତିଦାତା ପ୍ରତିନିଧି ବିଜିନେସ ଷ୍ଟାଣ୍ଡାର୍ଡକୁ କହିଛନ୍ତି ଯେ ଏହି ବର୍ଷ ସୁଧ ହାର ଗତ ବର୍ଷ ତୁଳନାରେ କମ ହୋଇପାରେ। କାରଣ ଗତ କିଛି ମାସ ମଧ୍ୟରେ ବଣ୍ଡ ଇଲ୍ଡ ହ୍ରାସ ପାଇଛି। ଏପରି ପରିସ୍ଥିତିରେ୍‌ ଯଦି କୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଅଧିକ ସୁଧ ହାର ଘୋଷଣା କରାଯାଏ, ତେବେ ଅବସର ପାଣ୍ଠି ସଂସ୍ଥା ପାଖରେ ଅଧିକ ବଳକା ରହିବ ନାହିଁ।

ଏହା ବ୍ୟତୀତ କ୍ଲେମ୍‌ ସେଟଲମେଣ୍ଟ ପାଇଁ ଅଧିକ ଚାହିଦା ଯୋଗୁ ବାର୍ଷିକ EPF କ୍ରେଡିଟ ପାଇଁ ଏକ କମ ପୁଲ ରହିଛି। ଜାନୁଆରୀ ସୁଦ୍ଧା, EPFO ୨୦୨୪-୨୫ ରେ ୨.୦୫ ଟ୍ରିଲିୟନ ମୂଲ୍ୟର ୫.୦୮ ନିୟୁତରୁ ଅଧିକ କ୍ଲେମ୍‌ ସେଟଲମେଣ୍ଟ ପ୍ରକ୍ରିୟାକରଣ କରିଛି। ଯେତେବେଳେ ୨୦୨୩-୨୪ ରେ, ୧.୮୨ ଟ୍ରିଲିୟନ ମୂଲ୍ୟର ୪୪.୫ ନିୟୁତରୁ ଅଧିକ କ୍ଲେମ୍‌ ସେଟଲମେଣ୍ଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

‘ଆମେରିକା-ଭାରତ ମଧ୍ୟରେ ଥିବା ଦୃଢ଼ ସମ୍ପର୍କକୁ ନେଇ ବିଶ୍ୱ ଈର୍ଷା କରୁଛି,’ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି ଆମେରିକୀୟ ରାଷ୍ଟ୍ରଦୂତ କହିଲେ..

ନୂଆଦିଲ୍ଲୀ,୫।୯: ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗୀତାର ଶକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ନୂଆଦିଲ୍ଲୀ ଏବଂ ୱାଶିଂଟନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri