EPFOର ବଡ଼ ଘୋଷଣା! ୫ ଲକ୍ଷ ପର୍ଯ୍ୟନ୍ତ ମିଳିବ ଆଡଭାନ୍ସ, ଏତିକି ଘଣ୍ଟାରେ ଖାତାକୁ ଯିବ ଟଙ୍କା

ନୂଆଦିଲ୍ଲୀ,୨୪।୬: EPFO ସଦସ୍ୟଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଖବର। ଏବେ ଯଦି ଆପଣ ଆପଣଙ୍କର PF ପାଣ୍ଠିରୁ ଆଡଭାନ୍ସ ନେବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ଅଧିକ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ସରକାର ଅଟୋ ସେଟେଲମେଣ୍ଟ ଲିମିିଟକୁ ୧ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ମଙ୍ଗଳବାର ଏହି ଘୋଷଣା କରିଛନ୍ତି।

”EPFOର ଏହି ନୂଆ ସୀମା ସଦସ୍ୟଙ୍କୁ ୭୨ ଘଣ୍ଟା ମଧ୍ୟରେ ଅର୍ଥ ପ୍ରାପ୍ତିରେ ସାହାଯ୍ୟ କରିବ, ଯାହା ସେମାନଙ୍କ ଜୀବନକୁ ଆହୁରି ସହଜ କରିବ।”

EPFOର ଅଟୋ ସେଟଲମେଣ୍ଟ ସୁବିଧା ପ୍ରଥମେ ୨୦୨୦ ମସିହାରେ କରୋନା ମହାମାରୀ ସମୟରେ ଚିକିତ୍ସା ଆବଶ୍ୟକତା ପାଇଁ ଆରମ୍ଭ ହୋଇଥିଲା। ପରେ ଏହାକୁ ଶିକ୍ଷା, ବିବାହ ଓ ଗୃହ ନିର୍ମାଣ ପରି ଅନ୍ୟ କାରଣ ପାଇଁ ବିସ୍ତାର କରାଯାଇଥିଲା। ୨୦୨୪ ମେ’ରେ ଏହି ସୀମା ₹୫୦,୦୦୦ରୁ ₹୧ ଲକ୍ଷକୁ ବୃଦ୍ଧି କରାଯାଇଥିଲା। ଏବେ ଏହାକୁ ₹୫ ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି, ଯାହା ୭.୫ କୋଟିରୁ ଅଧିକ EPFO ସଦସ୍ୟଙ୍କ ପାଇଁ ଏକ ବଡ଼ ଆଶ୍ବସ୍ତି।

ମନ୍ତ୍ରୀ ମାଣ୍ଡବ୍ୟଙ୍କ ଅନୁସାରେ, ଚଳିତ ଆର୍ଥିକ ବର୍ଷ ୨୦୨୫-୨୬ର ପ୍ରଥମ ୨.୫ ମାସରେ EPFO ୭୬.୫୨ ଲକ୍ଷ ଦାବିକୁ ଅଟୋ ସେଟଲମେଣ୍ଟ ମାଧ୍ୟମରେ ସମାଧାନ କରିଛି, ଯାହା ମୋଟ ଅଗ୍ରିମ ଦାବିର ୭୦%। ୨୦୨୪-୨୫ ଆର୍ଥିକ ବର୍ଷରେ EPFO ରେକର୍ଡ ୨.୩୪ କୋଟି ଅଗ୍ରିମ ଦାବି ଅଟୋ ସେଟଲମେଣ୍ଟ ମାଧ୍ୟମରେ ସମାଧାନ କରିଥିଲା, ଯାହା ୨୦୨୩-୨୪ର ୮୯.୫୨ ଲକ୍ଷ ଦାବି ତୁଳନାରେ ୧୬୧% ଅଧିକ।

ଅଟୋ ସେଟଲମେଣ୍ଟ ହେଉଛି ଏକ ହାଇ-ଟେକ୍‌ ପ୍ରକ୍ରିୟା, ଯେଉଁଥିରେ କୌଣସି ମାନୁଆଲ ଯାଞ୍ଚ ବିନା କମ୍ପ୍ୟୁଟର ସିଷ୍ଟମ ଦ୍ୱାରା ଦାବି ସ୍ୱୟଂଚାଳିତ ଭାବେ ସମାଧାନ ହୁଏ। ଏହା ଦାବି ସମାଧାନର ସମୟକୁ ବହୁତ କମାଇ ଦେଇଥାଏ ଏବଂ ପାରଦର୍ଶିତା ବୃଦ୍ଧି କରିଥାଏ। ଏବେ ୯୯% ଦାବି ଅନଲାଇନ ମାଧ୍ୟମରେ ପ୍ରାପ୍ତ ହେଉଛି ଏବଂ ସ୍ୱୟଂ ସେଟଲମେଣ୍ଟ ମୋଡରେ ଥିବା ଦାବିଗୁଡ଼ିକ ୩ ଦିନ ମଧ୍ୟରେ ସମାଧାନ ହେଉଛି।

EPFO ନିକଟରେ KYC ସଂଶୋଧନ, ଟ୍ରାନ୍ସଫର ଦାବି ଓ ପେନସନ ପେମେଣ୍ଟ ପ୍ରକ୍ରିୟାକୁ ମଧ୍ୟ ସରଳୀକରଣ କରିଛି। ୨୦୨୫ ଜାନୁଆରୀ ୧୫ରୁ ଟ୍ରାନ୍ସଫର ଦାବି ପାଇଁ ନିଯୁକ୍ତିଦାତାଙ୍କ ଅନୁମୋଦନର ଆବଶ୍ୟକତା ଅଧିକାଂଶ କ୍ଷେତ୍ରରେ ହଟାଯାଇଛି। ଏହା ସହିତ, ଚେକ୍‌ ବୁକ୍‌ କିମ୍ବା ବ୍ୟାଙ୍କ ପାସବୁକ୍‌ ଅପଲୋଡ଼ କରିବାର ଆବଶ୍ୟକତା ମଧ୍ୟ ହଟାଯାଇଛି, ଯାହା ଦାବି ପ୍ରତ୍ୟାଖ୍ୟାନକୁ କମାଇବ।


Enter your email to get our daily news in your inbox.

All Right Reserved By Dharitri.Com

LPG ବୁକିଂ ନେଇ ଆସିଲା ନୂଆ ନିୟମ: ଗୋଟିଏ ମାସରେ କେତେ ଗ୍ୟାସ ସିଲିଣ୍ଡର ହୋଇପାରିବ ବୁକ୍‌, ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ପ୍ରତ୍ୟେକ ଘରକୁ ନିରବଚ୍ଛିନ୍ନ ଗ୍ୟାସ ଯୋଗାଣ ସୁନିଶ୍ଚିତ କରିବା ପାଇଁ, ସରକାର କିଛି ନିୟମ ସ୍ଥାପନ କରିଛନ୍ତି। ପ୍ରତ୍ୟେକ…

ବିଜେଡିରେ ବିଦ୍ରୋହ: ଦଳ ଛାଡ଼ିପାରନ୍ତି ୧୪ କର୍ପୋରେଟର!

ଭୁବନେଶ୍ୱର,୨୪।୩: ବିଜେଡିରେ ବିଦ୍ରୋହ। ଦଳ ଛାଡ଼ିପାରନ୍ତି ୧୪ କର୍ପୋରେଟର। ଚୌଦ୍ୱାର-କଟକର ସମସ୍ତ କର୍ପୋରେଟର ଏକାଠି ହୋଇଥିବା ଜଣାପଡିଛି। ପ୍ରଭାତ ଓ ସୌଭିକଙ୍କ କୁଶପୁତ୍ତଳିକା ଦାହକୁ କର୍ପୋରେଟର ବିରୋଧ…

ଯୁଦ୍ଧ ଭିତରେ ଚାଷୀଙ୍କ ପାଇଁ ବଡ଼ ପଦକ୍ଷେପ ନେଲେ ମୋଦି ସରକାର, ଅଂଶୀଦାର ହେବେ ଚାଇନା, ରୁଷିଆ…

ନୂଆଦିଲ୍ଲୀ,୨୪।୩: ଆମେରିକା ଏବଂ ଇସ୍ରାଏଲ ସହିତ ଇରାନର ଚାଲିଥିବା ଯୁଦ୍ଧ ବିଶ୍ୱର ଅନେକ ଦେଶ ସହିତ ଭାରତକୁ ଏକ କଷ୍ଟକର ପରିସ୍ଥିତିରେ ପକାଇଛି। ପଶ୍ଚିମ ଏସିଆରେ ଦେଖାଦେଇଥିବା…

କଲେଜ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ, ଥାନାରେ ଏତଲା ଦେଲେ ହତ୍ୟା….

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର କଲେଜରେ ଯୁକ୍ତ ୨ ଦ୍ୱିତୀୟ ବର୍ଷ କଳା ବିଭାଗରେ ପଢୁଥିବା ଜଣେ ୧୭…

ରେଳ ଟିକେଟ୍ ରିଫଣ୍ଡ ନିୟମରେ ବଡ଼ ପରିବର୍ତ୍ତନ, 8 ଘଣ୍ଟାରୁ କମ୍ ସମୟ ପୂର୍ବରୁ ବାତିଲ୍ କଲେ…..

ନୂଆଦିଲ୍ଲୀ,୨୪।୩: ଟିକେଟ କଳାବଜାର ରୋକିବା ପାଇଁ, ରେଳବାଇ ଏହାର ରିଫଣ୍ଡ ନିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି। ଏବେ, ଯାତ୍ରୀମାନେ ଟିକେଟ୍ ବାତିଲ କରିବା ପରେ ଆଉ ସମ୍ପୂର୍ଣ୍ଣ…

ଯୁଦ୍ଧରେ ବଢି ଚାଲିଥିବା କ୍ଷତିକୁ ନେଇ ଚିନ୍ତାରେ ପଡ଼ିଗଲେଣି ଟ୍ରମ୍ପ, ଅନ୍ୟ ଉପରେ ଦୋଷ ଲଦି ଏହି ଦେଶକୁ ମନାଇବାକୁ କରୁଛନ୍ତି ପ୍ରୟାସ

ଓ୍ବାଶିଂଟନ,୨୪।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଅସ୍ବୀକାର ଅବସ୍ଥାରେ ବା ଡିନାୟଲ ମୋଡ୍‌ରେ ପ୍ରବେଶ କରିଛନ୍ତି। ସେ ନିଜ ଭୁଲର ଦୋଷ ଅନ୍ୟମାନଙ୍କ ଉପରେ ଲଦିବା…

ବୁଢ଼ାଢିଅ ଗାଁ ରେ ଥିବା କିଛି ଘରେ ଥିଲା ଗଞ୍ଜେଇ: ଚଢ଼ାଉପରେ ୭ ଲକ୍ଷ ଟଙ୍କାର …

ମୋହନା,୨୪।୩(ମନ୍ମଥ ମିଶ୍ର): ଗଜପତି ଅଡବା ଥାନା ଅଞ୍ଚଳ ଗତ କିଛି ଦିନ ହେବ ଗଞ୍ଜେଇ ବେପାରୀଙ୍କ ନିଦ ହଜାଇ ଦେଇଛି ପୋଲିସ। ଆର୍‌ ଉଦୟଗିରୀ ଏସଡିପିଓ ରାକେଶ…

ଧର୍ମ ପରିବର୍ତ୍ତନ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ହିନ୍ଦୁ, ବୌଦ୍ଧ, ଶିଖ ଧର୍ମାବଲମ୍ବୀ…

ନୂଆଦିଲ୍ଲୀ,୨୪।୩: ଧର୍ମ ପରିବର୍ତ୍ତନ ଉପରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ମଙ୍ଗଳବାର ସୁପ୍ରିମକୋର୍ଟ କହିଛନ୍ତି, ହିନ୍ଦୁ, ଶିଖ କିମ୍ବା ବୌଦ୍ଧ ଧର୍ମ ବ୍ୟତୀତ ଅନ୍ୟ କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri