EPFOର ବଡ଼ ଘୋଷଣା! ୫ ଲକ୍ଷ ପର୍ଯ୍ୟନ୍ତ ମିଳିବ ଆଡଭାନ୍ସ, ଏତିକି ଘଣ୍ଟାରେ ଖାତାକୁ ଯିବ ଟଙ୍କା

ନୂଆଦିଲ୍ଲୀ,୨୪।୬: EPFO ସଦସ୍ୟଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଖବର। ଏବେ ଯଦି ଆପଣ ଆପଣଙ୍କର PF ପାଣ୍ଠିରୁ ଆଡଭାନ୍ସ ନେବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ଅଧିକ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ସରକାର ଅଟୋ ସେଟେଲମେଣ୍ଟ ଲିମିିଟକୁ ୧ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ମଙ୍ଗଳବାର ଏହି ଘୋଷଣା କରିଛନ୍ତି।

”EPFOର ଏହି ନୂଆ ସୀମା ସଦସ୍ୟଙ୍କୁ ୭୨ ଘଣ୍ଟା ମଧ୍ୟରେ ଅର୍ଥ ପ୍ରାପ୍ତିରେ ସାହାଯ୍ୟ କରିବ, ଯାହା ସେମାନଙ୍କ ଜୀବନକୁ ଆହୁରି ସହଜ କରିବ।”

EPFOର ଅଟୋ ସେଟଲମେଣ୍ଟ ସୁବିଧା ପ୍ରଥମେ ୨୦୨୦ ମସିହାରେ କରୋନା ମହାମାରୀ ସମୟରେ ଚିକିତ୍ସା ଆବଶ୍ୟକତା ପାଇଁ ଆରମ୍ଭ ହୋଇଥିଲା। ପରେ ଏହାକୁ ଶିକ୍ଷା, ବିବାହ ଓ ଗୃହ ନିର୍ମାଣ ପରି ଅନ୍ୟ କାରଣ ପାଇଁ ବିସ୍ତାର କରାଯାଇଥିଲା। ୨୦୨୪ ମେ’ରେ ଏହି ସୀମା ₹୫୦,୦୦୦ରୁ ₹୧ ଲକ୍ଷକୁ ବୃଦ୍ଧି କରାଯାଇଥିଲା। ଏବେ ଏହାକୁ ₹୫ ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି, ଯାହା ୭.୫ କୋଟିରୁ ଅଧିକ EPFO ସଦସ୍ୟଙ୍କ ପାଇଁ ଏକ ବଡ଼ ଆଶ୍ବସ୍ତି।

ମନ୍ତ୍ରୀ ମାଣ୍ଡବ୍ୟଙ୍କ ଅନୁସାରେ, ଚଳିତ ଆର୍ଥିକ ବର୍ଷ ୨୦୨୫-୨୬ର ପ୍ରଥମ ୨.୫ ମାସରେ EPFO ୭୬.୫୨ ଲକ୍ଷ ଦାବିକୁ ଅଟୋ ସେଟଲମେଣ୍ଟ ମାଧ୍ୟମରେ ସମାଧାନ କରିଛି, ଯାହା ମୋଟ ଅଗ୍ରିମ ଦାବିର ୭୦%। ୨୦୨୪-୨୫ ଆର୍ଥିକ ବର୍ଷରେ EPFO ରେକର୍ଡ ୨.୩୪ କୋଟି ଅଗ୍ରିମ ଦାବି ଅଟୋ ସେଟଲମେଣ୍ଟ ମାଧ୍ୟମରେ ସମାଧାନ କରିଥିଲା, ଯାହା ୨୦୨୩-୨୪ର ୮୯.୫୨ ଲକ୍ଷ ଦାବି ତୁଳନାରେ ୧୬୧% ଅଧିକ।

ଅଟୋ ସେଟଲମେଣ୍ଟ ହେଉଛି ଏକ ହାଇ-ଟେକ୍‌ ପ୍ରକ୍ରିୟା, ଯେଉଁଥିରେ କୌଣସି ମାନୁଆଲ ଯାଞ୍ଚ ବିନା କମ୍ପ୍ୟୁଟର ସିଷ୍ଟମ ଦ୍ୱାରା ଦାବି ସ୍ୱୟଂଚାଳିତ ଭାବେ ସମାଧାନ ହୁଏ। ଏହା ଦାବି ସମାଧାନର ସମୟକୁ ବହୁତ କମାଇ ଦେଇଥାଏ ଏବଂ ପାରଦର୍ଶିତା ବୃଦ୍ଧି କରିଥାଏ। ଏବେ ୯୯% ଦାବି ଅନଲାଇନ ମାଧ୍ୟମରେ ପ୍ରାପ୍ତ ହେଉଛି ଏବଂ ସ୍ୱୟଂ ସେଟଲମେଣ୍ଟ ମୋଡରେ ଥିବା ଦାବିଗୁଡ଼ିକ ୩ ଦିନ ମଧ୍ୟରେ ସମାଧାନ ହେଉଛି।

EPFO ନିକଟରେ KYC ସଂଶୋଧନ, ଟ୍ରାନ୍ସଫର ଦାବି ଓ ପେନସନ ପେମେଣ୍ଟ ପ୍ରକ୍ରିୟାକୁ ମଧ୍ୟ ସରଳୀକରଣ କରିଛି। ୨୦୨୫ ଜାନୁଆରୀ ୧୫ରୁ ଟ୍ରାନ୍ସଫର ଦାବି ପାଇଁ ନିଯୁକ୍ତିଦାତାଙ୍କ ଅନୁମୋଦନର ଆବଶ୍ୟକତା ଅଧିକାଂଶ କ୍ଷେତ୍ରରେ ହଟାଯାଇଛି। ଏହା ସହିତ, ଚେକ୍‌ ବୁକ୍‌ କିମ୍ବା ବ୍ୟାଙ୍କ ପାସବୁକ୍‌ ଅପଲୋଡ଼ କରିବାର ଆବଶ୍ୟକତା ମଧ୍ୟ ହଟାଯାଇଛି, ଯାହା ଦାବି ପ୍ରତ୍ୟାଖ୍ୟାନକୁ କମାଇବ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri