କୋଣାର୍କ,୧୮।୪(ଜ୍ୟୋତିରାଜ ମହାନ୍ତି):ବିଶ୍ୱ ଐତିହ୍ୟ ଦିବସ ଅବସରରେ ଏଏସ୍ଆଇ ପକ୍ଷରୁ କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରବେଶ ଲାଗି ଶୁକ୍ରବାର ଜନସାଧାରଣଙ୍କ ନିମନ୍ତେ ନିଃଶୁଳ୍କ ଘୋଷଣା କରାଯାଇଛି। ଏହି ପ୍ରାଚୀନ କଳାକୃତି ସମ୍ପନ୍ନ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ଐତିହ୍ୟ କରିଡର ଯୋଜନାରେ ଏହାର ଚତୁଃପାର୍ଶ୍ୱର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ମାଷ୍ଟର ପ୍ଳାନ ପ୍ରସ୍ତୁତ କରାଯାଇଛି। ଖୁବ୍ଶୀଘ୍ର ଏହାର ସୌନ୍ଦର୍ଯ୍ୟକରଣ ଓ ପାରିପାର୍ଶ୍ୱିକ ଉନ୍ନୟନ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ବିଶେଷ ବ୍ୟବସ୍ଥା ଗ୍ରହଣ କରାଯାଉଛି ବୋଲି ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି। ବିଶ୍ୱ ଐତିହ୍ୟ ଦିବସ ପାଳନ ଅବସରରେ ପର୍ଯ୍ୟଟକ ଏହି ନିଃଶୁଳ୍କ ସେବାର ସୁଯୋଗ ହାସଲ କରିପାରିବେ।