ପତ୍ନୀଙ୍କଠାରୁ ଅଲଗା ହେବେ ‘ବାଗ୍‌ବାନ୍‌’ ଫେମ୍‌ ଅଭିନେତା ଅମନ ବର୍ମା

ମୁମ୍ବାଇ: ସୁପରଷ୍ଟାର ଗୋବିନ୍ଦାଙ୍କ ବ୍ୟକ୍ତିଗତ ଜୀବନରେ ଝଡ଼କୁ ନେଇ ଖବର ଥମି ନ ଥିବା ବେଳେ ଏବେ ଆଉ ଜଣେ ଅଭିନେତା ପତ୍ନୀଙ୍କୁ ଛାଡ଼ପତ୍ର ଦେବାକୁ ଯାଉଛନ୍ତି। ସେ ହେଲେ ବାଗବାନ୍‌ ଭଳି ସିନେମାରେ ତଥା ଅନେକ ଟେଲିଭିଜନ ଶୋ’ରେ ନିଜର ଅଭିନୟ ଯାଦୁରେ ବାନ୍ଧି ରଖୁଥିବା ଲୋକପ୍ରିୟ ଅଭିନେତା ଅମନ ବର୍ମା। ବିବାହର ନଅ ବର୍ଷ ପରେ ପତ୍ନୀ ବନ୍ଦନା ଲାଲାଓ୍ବାନୀଙ୍କଠାରୁ ସେ ଅଲଗା ହେବେ। ଦୁହିଁଙ୍କ ସମ୍ପର୍କରେ ଏତେ ମତଭେଦ ଉପୁଜିଛି ଯେ ସେ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି।

ବମ୍ବେ ଟାଇମ୍ସର ରିପୋର୍ଟ ମୁତାବକ, ଅମନ ଏବଂ ବନ୍ଦନା ଶୀଘ୍ର ପରିବାର ଆରମ୍ଭ କରିବାକୁ ଚାହୁଁଥିଲେ। ହେଲେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ମତଭେଦ ଏତେ ବଢ଼ି ଯାଇଥିଲା ଯେ ସେମାନେ ଏକାଠି ରହିବା କଷ୍ଟକର ହୋଇପଡ଼ିଛି। ଏହାପୂର୍ବରୁ ଅମନ କହିଥିଲେ ଯେ ବିବାହ କରିବା ତାଙ୍କ ପାଇଁ ବହୁତ ବଡ଼ ପଦକ୍ଷେପ ଥିଲା। କାରଣ ସେ ଦୀର୍ଘଦିନ ଧରି ଏକୁଟିଆ ରହି ଆସୁଥିଲେ। ଉପଯୁକ୍ତ ସାଥୀ ମିଳିଲେ ବିବାହ କରିବେ ବୋଲି ସେ ନିଶ୍ଚିତ କରିଥିଲେ।

ଛାଡ଼ପତ୍ର ନେଇ ଅମନ ପ୍ରଥମେ ନିଷ୍ପତ୍ତି ନେଇଥିଲେ। ସେ କୋର୍ଟରେ ଯାଚିକା ଦାୟର କରିଥିଲେ। ଖୁବ୍‌ଶୀଘ୍ର ଦୁହେଁ ଆଧିକାରୀକ ଭାବେ ଏନେଇ ଘୋଷଣା କରିପାରନ୍ତି। ତେବେ ବନ୍ଦନାଙ୍କ ପୂର୍ବରୁ ଅମନ କରନ୍‌ ପଟେଲଙ୍କ ପତ୍ନୀ ଅଙ୍କିତା ଭାର୍ଗବଙ୍କୁ ଡେଟ୍‌ କରୁଥିଲେ। ଦୁହିଁଙ୍କ ବ୍ରେକ୍‌ଅପ୍‌ ହେବା ପରେ ଅମନ ଏକାକି ରହି ଆସୁଥିଲେ। ୨୦୧୬ରେ ସେ ବନ୍ଦନାଙ୍କୁ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ମହାପ୍ରଭୁଙ୍କ ଶରଣରେ ପଶିଲେ ପିୟୂଷ: ଯାତ୍ରା ମଞ୍ଚ ପାଇଁ ଫିଟିଗଲା ବାଟ

ଭୁବନେଶ୍ୱର,୨୦।୧: ଯାତ୍ରା ଜଗତର ଚର୍ଚ୍ଚିତ ଖଳନାୟକ ପିୟୂଷ ତ୍ରିପାଠୀଙ୍କ ପାଇଁ ଖୋଲିଛି ମଞ୍ଚକୁ ଫେରିବାର ବାଟ। ଅପେରା ସୂର୍ଯ୍ୟମନ୍ଦିର ମାଲିକ ପ୍ରମୋଦ ସ୍ୱାଇଁଙ୍କ ସହ ଚାଲିଥିବା...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri