Posted inଜାତୀୟ

ପୁଣି କମିଲା ସରକାରୀ ସ୍କୁଲରେ ନାମଲେଖା

ନୂଆଦିଲ୍ଲୀ, ୨୯ା୧: କୋଭିଡ୍‌-୧୯ ମହାମାରୀ ସମୟରେ ଭାରତର ସରକାରୀ ସ୍କୁଲର ନାମଲେଖାରେ ଅପ୍ରତ୍ୟାଶିତ ଭାବେ ବୃଦ୍ଧି ଦେଖାଦେଇଥିଲା। ତେବେ ଏବେ ଏହି ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ବୁଧବାର ଜାରି ହୋଇଥିବା ଆନୁଆଲ ଷ୍ଟାଟସ୍‌ ଅଫ୍‌ ଏଜୁକେଶନ୍‌ ରିପୋର୍ଟ (ଏଏସ୍‌ଇଆର୍‌) ଅନୁଯାୟୀ, ୬ରୁ ୧୪ ବର୍ଷ ବୟସର ପିଲାଙ୍କ ସରକାରୀ ସ୍କୁଲରେ ନାମଲେଖା ସଂଖ୍ୟା ଏବେ ୨୦୧୮ର ସ୍ତରକୁ ଖସି ଆସିଛି। ତେବେ କୋଭିଡ୍‌ ପରଠାରୁ ପ୍ରାଥମିକ ଶ୍ରେଣୀଗୁଡ଼ିକରେ ପିଲାମାନଙ୍କର ଶିଖିବା ସ୍ତରରେ ଉନ୍ନତି ଆସିଥିବା ଏହି ରିପୋର୍ଟ କହିଛି।
ଏଏସ୍‌ଇଆର୍‌ ରିପୋର୍ଟ ଅନୁଯାୟୀ, କୋଭିଡ୍‌ ମହାମାରୀ ସମୟରେ ସରକାରୀ ସ୍କୁଲର ନାମଲେଖାରେ ବ୍ୟାପକ ମାତ୍ରାରେ ବୃଦ୍ଧି ଘଟିଥିବା ଦେଖାଦେଇଥିଲା। ସରକାରା ସ୍କୁଲରେ ୬ରୁ ୧୪ ବର୍ଷ ବୟସର ପିଲାଙ୍କ ନାମଲେଖା ଅନୁପାତ ୨୦୧୮ରେ ୬୫.୬%ରୁ ବଢ଼ି ୨୦୨୨ରେ ୭୨.୯%ରେ ପହଞ୍ଚିଥିଲା। ତେବେ ୨୦୨୪ରେ ଏହି ସଂଖ୍ୟା ୬୬.୮%କୁ ଖସି ଆସିଛି। ଅନ୍ୟପକ୍ଷରେ ଉକ୍ତ ରିପୋର୍ଟ ଅନୁଯାୟୀ, ତୃତୀୟ ଶ୍ରେଣୀର ଛାତ୍ରୀଛାତ୍ରଙ୍କର ଦ୍ୱିତୀୟ ଶ୍ରେଣୀରେ ପଢ଼ିବାର ଦକ୍ଷତାରେ ବୃଦ୍ଧି ଘଟିଛି। ୨୦୧୪ରେ ଏହି ସଂଖ୍ୟା ୨୩.୬% ଥିଲାବେଳେ ୨୦୨୪ରେ ଏହା ବଢ଼ି ୨୭.୧%ରେ ପହଞ୍ଚିଛି। ସେହିପରି ୧୪ରୁ ୧୬ ବର୍ଷ ବୟସର ୮୨.୨% ପିଲା ସ୍ମାର୍ଟଫୋନର ବ୍ୟବହାର ଜାଣିଥିବା ଏହି ରିପୋର୍ଟ କହିଛି। ସେଥିମଧ୍ୟରୁ ୫୭% ପିଲା ନିଜର ଶିକ୍ଷା ପାଇଁ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି। ସେହିପରି ୭୬% ପିଲା ସୋସିଆଲ ମିଡିଆ ପାଇଁ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି ବୋଲି ଉକ୍ତ ରିପୋର୍ଟ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri