Posted inଜାତୀୟ

ପୁଣି କମିଲା ସରକାରୀ ସ୍କୁଲରେ ନାମଲେଖା

ନୂଆଦିଲ୍ଲୀ, ୨୯ା୧: କୋଭିଡ୍‌-୧୯ ମହାମାରୀ ସମୟରେ ଭାରତର ସରକାରୀ ସ୍କୁଲର ନାମଲେଖାରେ ଅପ୍ରତ୍ୟାଶିତ ଭାବେ ବୃଦ୍ଧି ଦେଖାଦେଇଥିଲା। ତେବେ ଏବେ ଏହି ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ବୁଧବାର ଜାରି ହୋଇଥିବା ଆନୁଆଲ ଷ୍ଟାଟସ୍‌ ଅଫ୍‌ ଏଜୁକେଶନ୍‌ ରିପୋର୍ଟ (ଏଏସ୍‌ଇଆର୍‌) ଅନୁଯାୟୀ, ୬ରୁ ୧୪ ବର୍ଷ ବୟସର ପିଲାଙ୍କ ସରକାରୀ ସ୍କୁଲରେ ନାମଲେଖା ସଂଖ୍ୟା ଏବେ ୨୦୧୮ର ସ୍ତରକୁ ଖସି ଆସିଛି। ତେବେ କୋଭିଡ୍‌ ପରଠାରୁ ପ୍ରାଥମିକ ଶ୍ରେଣୀଗୁଡ଼ିକରେ ପିଲାମାନଙ୍କର ଶିଖିବା ସ୍ତରରେ ଉନ୍ନତି ଆସିଥିବା ଏହି ରିପୋର୍ଟ କହିଛି।
ଏଏସ୍‌ଇଆର୍‌ ରିପୋର୍ଟ ଅନୁଯାୟୀ, କୋଭିଡ୍‌ ମହାମାରୀ ସମୟରେ ସରକାରୀ ସ୍କୁଲର ନାମଲେଖାରେ ବ୍ୟାପକ ମାତ୍ରାରେ ବୃଦ୍ଧି ଘଟିଥିବା ଦେଖାଦେଇଥିଲା। ସରକାରା ସ୍କୁଲରେ ୬ରୁ ୧୪ ବର୍ଷ ବୟସର ପିଲାଙ୍କ ନାମଲେଖା ଅନୁପାତ ୨୦୧୮ରେ ୬୫.୬%ରୁ ବଢ଼ି ୨୦୨୨ରେ ୭୨.୯%ରେ ପହଞ୍ଚିଥିଲା। ତେବେ ୨୦୨୪ରେ ଏହି ସଂଖ୍ୟା ୬୬.୮%କୁ ଖସି ଆସିଛି। ଅନ୍ୟପକ୍ଷରେ ଉକ୍ତ ରିପୋର୍ଟ ଅନୁଯାୟୀ, ତୃତୀୟ ଶ୍ରେଣୀର ଛାତ୍ରୀଛାତ୍ରଙ୍କର ଦ୍ୱିତୀୟ ଶ୍ରେଣୀରେ ପଢ଼ିବାର ଦକ୍ଷତାରେ ବୃଦ୍ଧି ଘଟିଛି। ୨୦୧୪ରେ ଏହି ସଂଖ୍ୟା ୨୩.୬% ଥିଲାବେଳେ ୨୦୨୪ରେ ଏହା ବଢ଼ି ୨୭.୧%ରେ ପହଞ୍ଚିଛି। ସେହିପରି ୧୪ରୁ ୧୬ ବର୍ଷ ବୟସର ୮୨.୨% ପିଲା ସ୍ମାର୍ଟଫୋନର ବ୍ୟବହାର ଜାଣିଥିବା ଏହି ରିପୋର୍ଟ କହିଛି। ସେଥିମଧ୍ୟରୁ ୫୭% ପିଲା ନିଜର ଶିକ୍ଷା ପାଇଁ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି। ସେହିପରି ୭୬% ପିଲା ସୋସିଆଲ ମିଡିଆ ପାଇଁ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି ବୋଲି ଉକ୍ତ ରିପୋର୍ଟ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବୁଲାନ୍ସ ମିଳିଲାନି, ମା’ଙ୍କ ମୃତଦେହକୁ ଷ୍ଟ୍ରେଚରରେ ଟାଣି ଘରକୁ ନେଲେ ପୁଅ

ପାଟନା,୮।୧୨: ବିହାରର ନାୱାଦା ଜିଲାରେ ମାନବିକତାକୁ ଲଜ୍ଜା ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଆମ୍ବୁଲାନ୍ସ ନ ମିଳିବାରୁ ଜଣେ ପୁଅ ରାତି ଅଧରେ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri