ଜନଜାତି ଛାତ୍ରୀଛାତ୍ରଙ୍କଠାରୁ ନାମ ଲେଖା ଫି’ ଆଦାୟ

ମହାକାଳପଡ଼ା,୭ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ସଭିଏଁ ପଢ଼ିବେ ସଭିଏଁ ବଢ଼ିବେ ସର୍ବଶିକ୍ଷା ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଶିକ୍ଷାର ସୁଦୂର ପ୍ରଚାର ପ୍ରସାର କ୍ଷେତ୍ରରେ ବିପୁଳ ଅର୍ଥ ବ୍ୟୟ କରୁଛନ୍ତି। ଯେପରି ଗ୍ରାମାଞ୍ଚଳ ହେଉ କି ସହରାଞ୍ଚଳର କୌଣସି ଛାତ୍ରୀଛାତ୍ର ପ୍ରାଥମିକ ଶିକ୍ଷାରୁ ବଞ୍ଚତ୍ତ ହେବେ ନାହିଁ। ସେଥିପାଇଁ ସରକାର ବିଦ୍ୟାଳୟ ପ୍ରବେଶ ଉତ୍ସବ ପାଳନ ଆରମ୍ଭଠାରୁ ମାଗଣାରେ ନାମଲେଖା, ପାଠ୍ୟ ପୁସ୍ତକ, ପୋଷାକ, ମଧ୍ୟାହ୍ନ ଭୋଜନ, ଯାତାୟାତ ପାଇଁ ସାଇକେଲ ଓ ମେଧା ବୃତ୍ତି ଆଦି ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ମାତ୍ର ତୃଣମୂଳସ୍ତରରେ ଏହାର ଏକ ବ୍ୟତିକ୍ରମ ଦେଖିବାକୁ ମିଳୁଛି। ବିଡମ୍ବନାର ବିଷୟ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ଅନୁସୂଚିତ ଜନଜାତି ବର୍ଗର ଛାତ୍ରୀଛାତ୍ରମାନଙ୍କଠାରୁ ନାମ ଲେଖା (ରି-ଆଡ୍‌ମିଶନ) ବାବଦକୁ ନବମ, ଦଶମ ପିଲାମାନଙ୍କଠାରୁ ୩୫୦ ଟଙ୍କା ଲେଖାଏ ଅର୍ଥ ଆଦାୟ କରାଯାଉଥିବା ଅଭିଯୋଗ ଉଠିଛି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗରସ୍ଥିତ ମା’ ରାମଚଣ୍ଡୀ ବିଜୟାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟରେ। ଏଠାରେ ଜନଜାତି ବର୍ଗର ଛାତ୍ରୀଛାତ୍ରମାନଙ୍କଠାରୁ ନାମଲେଖା ଦେୟ ଅର୍ଥ ଆଦାୟ କରାଯାଉଥିବା ନେଇ ଅଭିଭାବକମାନେ ଅଭିଯୋଗ କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ବ୍ଲକ ଅଧୀନ ପେଟଚ୍ଛେଲା ପଞ୍ଚାୟତର ଲୁଣି ମାଠିଆ ଗ୍ରାମର ଜନଜାତି ଛାତ୍ରୀଛାତ୍ରଙ୍କ ଅଭିଭାବକମାନଙ୍କ ମଧ୍ୟରେ ସୁମିତ୍ରା ମୁର୍ମୁ ଓ ଗଜେନ୍ଦ୍ର ଚୋପିଆର୍‌ଙ୍କ କହିବା କଥା ଆମେ ଦିନମଜୁରିଆ, ମଜୁରି ଲାଗିଲେ ଘରେ ଚୁଲି ଜଳେ। ସରକାର ଆମମାନଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣାରେ ପାଠ ପଢ଼ିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି। କିନ୍ତୁ ସରକାରୀ ବିଦ୍ୟାଳୟର କର୍ତ୍ତୃପକ୍ଷ ଆମ ପିଲାଙ୍କୁ ରି-ଆଡ୍‌ମିଶନ କରିବା ପାଇଁ ୩୫୦ ଟଙ୍କା ମାଗିବାରୁ ଆମ୍ଭେ ଋଣ ଆଣି ଦେଇଛୁ ବୋଲି ସୁମିତ୍ରା ମୁର୍ମୁ କହିଛନ୍ତି। ଅପରପକ୍ଷରେ ଏହି ଗ୍ରାମର ନବମ ଶ୍ରେଣୀ ଛାତ୍ରୀ ଲକ୍ଷ୍ମୀ ମାଝି, ପୂଜା ମାଝି, ଲକ୍ଷ୍ମୀ ମୁର୍ମୁ, ଶୁଭଙ୍କର ମୁର୍ମୁ ଓ ଦିଲୁ ମାଝିଙ୍କଠାରୁ ୩୫୦ ଟଙ୍କା ଶ୍ରେଣୀ ଶିକ୍ଷକଙ୍କ ମାଧ୍ୟମରେ ପ୍ରଧାନ ଶିକ୍ଷକ ନେଇଛନ୍ତି ବୋଲି ଅଭିଭାବକମାନେ କହିଛନ୍ତି। ଅପରପକ୍ଷରେ ଅଭାବୀ ଜନଜାତି ବର୍ଗର ଛାତ୍ରୀଛାତ୍ରମାନଙ୍କୁ ନାମ ଲେଖା ଟଙ୍କା ଦେବା ପାଇଁ ତାଗିଦ୍‌ କରିଥିଲେ ମଧ୍ୟ ଅଭାବ ଯୋଗୁ ସେମାନେ ଦେଇପାରିନାହାନ୍ତି ବୋଲି କହିଛନ୍ତି। ଏ ସଂକ୍ରାନ୍ତରେ ମା’ ରାମଚଣ୍ଡୀ ବିଜୟାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲୀପ କୁମାର ସ୍ବାଇଁଙ୍କୁ ପଚାରିବାରେ ଜନଜାତି ଛାତ୍ରୀଛାତ୍ରମାନଙ୍କଠାରୁ ନାମ ଲେଖା ଅର୍ଥ ଆଦାୟ ହେବା ନେଇ ଅବଗତ ନାହିଁ ବୋଲି ସେ କହିଛନ୍ତି। ଅପରପକ୍ଷରେ ବ୍ଲକ ଶିକ୍ଷା ଅଧିକାରୀ ତନ୍ମୟ କୁମାର ବେହେରାଙ୍କୁ ପଚାରିବାରେ ଅଭିଯୋଗ ମିଳିଲେ ତଦନ୍ତ କରାଯାଇ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଏ ନେଇ ସମ୍ପୃକ୍ତ ବିଦ୍ୟାଳୟର ଏସ୍‌ଏମ୍‌ସି ସଭାପତି ପବିତ୍ର କୁମାର ବେହେରା ଏହି ବିଦ୍ୟାଳୟରେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ଏକ ହଜାରରୁ ଅଧିକ ଛାତ୍ରୀଛାତ୍ର ଅଧ୍ୟୟନ କରନ୍ତି। ଦୁଃଖର ବିଷୟ ସରକାରଙ୍କ ଗାଇଡ୍‌ଲାଇନକୁ ଉଲ୍ଲଂଘନ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି। ସ୍ବଚ୍ଛତା ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ପାଇଁ ଦାବି କରିଛନ୍ତି। ଏ ନେଇ ଲୁଣି ମାଠିଆ ଜନଜାତି ବର୍ଗର ଜନପ୍ରତିନିଧି ମଧୁ ବାସ୍କେଙ୍କ କହିବା କଥା, ଜନଜାତି ନବମ, ଦଶମ ଛାତ୍ରୀଛାତ୍ରମାନଙ୍କଠାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ବେଆଇନ ଭାବେ ରି-ଆଡ୍‌ମିଶନ ବାବଦକୁ ୩୫୦ ଟଙ୍କା ନେଇଛନ୍ତି ବୋଲି ଗୁରୁତର ଅଭିଯୋଗ କରିଛନ୍ତି। ନେଇଥିବା ଅର୍ଥ ଛାତ୍ରୀଛାତ୍ରମାନଙ୍କୁ ଫେରସ୍ଥ ଯଦି କରା ନ ଯାଏ ବିଦ୍ୟାଳୟ ସମ୍ମୁଖରେ ଜନଜାତି ସମାଜ ଆନ୍ଦୋଳନ କରିବ ବୋଲି ସେ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଝି ରାସ୍ତାରେ ଓଲୋଟିଲା ଯାତ୍ରା ପାର୍ଟି ଟ୍ରକ

ଧାମନଗର,୪।୪( ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଭଣ୍ଡାରି ପଦି ଛକ ନିକଟସ୍ଥ ଏସଡିପିଓ ଅଫିସ ସାମ୍ନାରେ ଧାମନଗର ଭଦ୍ରକ  ମୁଖ୍ୟ ରାସ୍ତାରେ ଶନିବାର ଅପରାହ୍ନରେ ଏକ…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ବ୍ଲକସ୍ତରୀୟ ପ୍ରବେଶ ଉତ୍ସବରେ ଖଡ଼ିଛୁଇଁଲେ ଶିଶୁ

କର୍ଲାମୁଣ୍ଡା:୪।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଶନିବାର ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri