Posted inଖେଳ

ଆଇପିଏଲ-୨୦୨୩ରେ ଶୁଣିବାକୁ ମିଳିବ ଇଂଲିଶ-ହିନ୍ଦୀ-ତେଲୁଗୁ-କନ୍ନଡ଼ ଭାଷାରେ କମେଣ୍ଟ୍ରି…

କୋଲକାତା,୨୧।୩ : ଷ୍ଟାର୍‌ ସ୍ପୋର୍ଟସ ଆଇପିଏଲ-୨୦୨୩ ପାଇଁ କମେଣ୍ଟେଟର୍ସଙ୍କ ନାମ ଘୋଷଣା କରିଛି। ୩୧ ମାର୍ଚ୍ଚରୁ ଆଇପିଏଲ ଆରମ୍ଭ ହେଉଛି। ଏଥିପାଇଁ ବିସିସିଆଇ ସମସ୍ତ ପ୍ରସ୍ତୁତି ଶେଷ କରିଛି। ଆଇପିଏଲ ଦଳ ମଧ୍ୟ ପ୍ରସ୍ତୁତ ଅଛନ୍ତି। ଭାରତରେ ପଡିଆ ମଧ୍ୟ ପ୍ରସ୍ତୁତିର ଶେଷ ପର୍ଯ୍ୟାୟରେ ରହିଛି। ଦକ୍ଷିଣ ଆଫ୍ରିକାର ପୂର୍ବତନ କିମ୍ବଦନ୍ତୀ କ୍ରିକେଟର ଜ୍ୟାକ କଲିସ ପ୍ରଥମ ଥର ପାଇଁ ତାଙ୍କ କମେଣ୍ଟ୍ରି ଟୁର୍ନାମେଣ୍ଟରେ ଦେବେ। ଏହା ସହିତ ପ୍ରଥମ ଥର ପାଇଁ ଇଂଲଣ୍ଡ ଟି-୨୦ ବିଶ୍ୱକପ ଜିତିଥିବା ଅଧିନାୟକ ପଲ କଲିଙ୍ଗଉଡ, ଆରୋନ ଫିଞ୍ଚ, ଡାନି ମୋରିସନ ମଧ୍ୟ କମେଣ୍ଟ୍ରି ବକ୍ସରେ ନଜର ଆସିବେ। କେକେଆର ମେଣ୍ଟର ଡେଭିସ ହୁସେ, ମାଥ୍ୟୁ ହେଡେନ, କେଭିନ ପିଟରସେନ ମଧ୍ୟ ଆଇପିଏଲ ୨୦୨୩ରେ କମେଣ୍ଟ୍ରି ଦେଉଥିବାର ନଜର ଆସିବେ।

ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳିଥିବା ଇମ୍ରାନ ତାହିର ଏଥର କମେଣ୍ଟ୍ରି ବକ୍ସରେ ବସି ସ୍ପିନ ଥିଓରୀ ବ୍ୟାଖ୍ୟା କରୁଥିବା ଦେଖିବାକୁ ମିଳିବେ। ଭାରତୀୟ ଖେଳାଳିଙ୍କ ମଧ୍ୟରେ ଇରଫାନ ପଠାନ, ୟୁସୁଫ ପଠାନ, ହରଭଜନ ସିଂ, ସୁନୀଲ ଗାଭାସ୍କର, ଲକ୍ଷ୍ମୀପତି ବାଲାଜୀ ଏବଂ ମୁରଲୀ ବିଜୟଙ୍କ ନାମ କମେଣ୍ଟ୍ରି ପ୍ୟାନେଲରେ ରଖାଯାଇଛି। ଗାଭାସ୍କରଙ୍କ ସହ ତାଙ୍କର ୧୯୮୩ ବିଶ୍ୱକପର ଦୁଇଜଣ ସାଥୀ ଅର୍ଥାତ ସନ୍ଦୀପ ପାଟିଲ ଏବଂ କେ ଶ୍ରୀକାନ୍ତଙ୍କୁ ମଧ୍ୟ ଦେଖିବାକୁ ମିଳିବ।

ମହିଳା କ୍ରିକେଟର ସଚିନ ତେନ୍ଦୁଲକର ଭାବେ ଜଣାଶୁଣା ପୂର୍ବତନ ବ୍ୟାଟ୍ସମ୍ୟାନ ମିତାଲି ରାଜଙ୍କୁ ମଧ୍ୟ ଆଇପିଏଲ ୨୦୨୩ରେ କମେଣ୍ଟ୍ରି କରୁଥିବା ଦେଖିବାକୁ ମିଳିବ। କମେଣ୍ଟ୍ରି କେବଳ ହିନ୍ଦୀ ଏବଂ ଇଂଲିଶରେ ନୁହେଁ, ତେଲୁଗୁ ଭାଷାରେ ମଧ୍ୟ ଭେନୁଗୋପାଲ ରାୟ, ଟି ସୁମନ ଏବଂ ଆଶିଷ ରେଡ୍ଡୀଙ୍କ ଭଳି ପୂର୍ବତନ ଖେଳାଳିମାନେ ନିଜର କମେଣ୍ଟ୍ରି ଦେବେ। ପ୍ରଶଂସକମାନେ ପୂର୍ବତନ ଖେଳାଳି ବିଜୟ ଭରଦ୍ୱାଜ, ଶ୍ରୀନିବାସା ମୁର୍ତ୍ତି ଏବଂ କନ୍ନଡ ବିଗ ବସ ବିଜେତା ରୂପେଶ ଶେଟ୍ଟୀଙ୍କ କମେଣ୍ଟ୍ରି କନ୍ନଡ ଭାଷାରେ ଉପଭୋଗ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ଗିରଫ ପରେ ଜାମିନରେ ଖଲାସ ହେଲେ ଏହି ଗଲ୍‌ଫ ଖେଳାଳି, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

ଜୁପିଟର ଆଇଲାଣ୍ଡ, ୨୮ା୩: ବିଶିଷ୍ଟ ଗଲ୍‌ଫ ଖେଳାଳି ଟାଇଗର ଉଡ୍ସ ନିଶାଗ୍ରସ୍ତ ଅବସ୍ଥାରେ ଡ୍ରାଇଭିଂ କରିଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହେବାପରେ ଶୁକ୍ରବାର ବିଳମ୍ବିତ ରାତିରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri