Posted inଖେଳ

ଆଇପିଏଲ-୨୦୨୩ରେ ଶୁଣିବାକୁ ମିଳିବ ଇଂଲିଶ-ହିନ୍ଦୀ-ତେଲୁଗୁ-କନ୍ନଡ଼ ଭାଷାରେ କମେଣ୍ଟ୍ରି…

କୋଲକାତା,୨୧।୩ : ଷ୍ଟାର୍‌ ସ୍ପୋର୍ଟସ ଆଇପିଏଲ-୨୦୨୩ ପାଇଁ କମେଣ୍ଟେଟର୍ସଙ୍କ ନାମ ଘୋଷଣା କରିଛି। ୩୧ ମାର୍ଚ୍ଚରୁ ଆଇପିଏଲ ଆରମ୍ଭ ହେଉଛି। ଏଥିପାଇଁ ବିସିସିଆଇ ସମସ୍ତ ପ୍ରସ୍ତୁତି ଶେଷ କରିଛି। ଆଇପିଏଲ ଦଳ ମଧ୍ୟ ପ୍ରସ୍ତୁତ ଅଛନ୍ତି। ଭାରତରେ ପଡିଆ ମଧ୍ୟ ପ୍ରସ୍ତୁତିର ଶେଷ ପର୍ଯ୍ୟାୟରେ ରହିଛି। ଦକ୍ଷିଣ ଆଫ୍ରିକାର ପୂର୍ବତନ କିମ୍ବଦନ୍ତୀ କ୍ରିକେଟର ଜ୍ୟାକ କଲିସ ପ୍ରଥମ ଥର ପାଇଁ ତାଙ୍କ କମେଣ୍ଟ୍ରି ଟୁର୍ନାମେଣ୍ଟରେ ଦେବେ। ଏହା ସହିତ ପ୍ରଥମ ଥର ପାଇଁ ଇଂଲଣ୍ଡ ଟି-୨୦ ବିଶ୍ୱକପ ଜିତିଥିବା ଅଧିନାୟକ ପଲ କଲିଙ୍ଗଉଡ, ଆରୋନ ଫିଞ୍ଚ, ଡାନି ମୋରିସନ ମଧ୍ୟ କମେଣ୍ଟ୍ରି ବକ୍ସରେ ନଜର ଆସିବେ। କେକେଆର ମେଣ୍ଟର ଡେଭିସ ହୁସେ, ମାଥ୍ୟୁ ହେଡେନ, କେଭିନ ପିଟରସେନ ମଧ୍ୟ ଆଇପିଏଲ ୨୦୨୩ରେ କମେଣ୍ଟ୍ରି ଦେଉଥିବାର ନଜର ଆସିବେ।

ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳିଥିବା ଇମ୍ରାନ ତାହିର ଏଥର କମେଣ୍ଟ୍ରି ବକ୍ସରେ ବସି ସ୍ପିନ ଥିଓରୀ ବ୍ୟାଖ୍ୟା କରୁଥିବା ଦେଖିବାକୁ ମିଳିବେ। ଭାରତୀୟ ଖେଳାଳିଙ୍କ ମଧ୍ୟରେ ଇରଫାନ ପଠାନ, ୟୁସୁଫ ପଠାନ, ହରଭଜନ ସିଂ, ସୁନୀଲ ଗାଭାସ୍କର, ଲକ୍ଷ୍ମୀପତି ବାଲାଜୀ ଏବଂ ମୁରଲୀ ବିଜୟଙ୍କ ନାମ କମେଣ୍ଟ୍ରି ପ୍ୟାନେଲରେ ରଖାଯାଇଛି। ଗାଭାସ୍କରଙ୍କ ସହ ତାଙ୍କର ୧୯୮୩ ବିଶ୍ୱକପର ଦୁଇଜଣ ସାଥୀ ଅର୍ଥାତ ସନ୍ଦୀପ ପାଟିଲ ଏବଂ କେ ଶ୍ରୀକାନ୍ତଙ୍କୁ ମଧ୍ୟ ଦେଖିବାକୁ ମିଳିବ।

ମହିଳା କ୍ରିକେଟର ସଚିନ ତେନ୍ଦୁଲକର ଭାବେ ଜଣାଶୁଣା ପୂର୍ବତନ ବ୍ୟାଟ୍ସମ୍ୟାନ ମିତାଲି ରାଜଙ୍କୁ ମଧ୍ୟ ଆଇପିଏଲ ୨୦୨୩ରେ କମେଣ୍ଟ୍ରି କରୁଥିବା ଦେଖିବାକୁ ମିଳିବ। କମେଣ୍ଟ୍ରି କେବଳ ହିନ୍ଦୀ ଏବଂ ଇଂଲିଶରେ ନୁହେଁ, ତେଲୁଗୁ ଭାଷାରେ ମଧ୍ୟ ଭେନୁଗୋପାଲ ରାୟ, ଟି ସୁମନ ଏବଂ ଆଶିଷ ରେଡ୍ଡୀଙ୍କ ଭଳି ପୂର୍ବତନ ଖେଳାଳିମାନେ ନିଜର କମେଣ୍ଟ୍ରି ଦେବେ। ପ୍ରଶଂସକମାନେ ପୂର୍ବତନ ଖେଳାଳି ବିଜୟ ଭରଦ୍ୱାଜ, ଶ୍ରୀନିବାସା ମୁର୍ତ୍ତି ଏବଂ କନ୍ନଡ ବିଗ ବସ ବିଜେତା ରୂପେଶ ଶେଟ୍ଟୀଙ୍କ କମେଣ୍ଟ୍ରି କନ୍ନଡ ଭାଷାରେ ଉପଭୋଗ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ମିଛ କହିଲା ଚାଇନା: ସବୁ ପୋଲ୍‌ ଖୋଲିଦେଲା ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...

ମୋଦିଙ୍କ ଏହି କଥା ଶୁଣି ପ୍ରବଳ ରାଗିଗଲେ ଜେଲେନସ୍କି: ସାଂଘାତିକ ଅଭିଯୋଗ ଆଣି କହିଲେ…

ନୂଆଦିଲ୍ଲୀ,୩୧।୧୨: ପ୍ରଧାନମନ୍ତ୍ରୀ ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନ ଉପରେ ଡ୍ରୋନ ଆକ୍ରମଣ ରିପୋର୍ଟ ଉପରେ ଚିନ୍ତା ପ୍ରକାଶ କରିଥିଲେ। ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର...

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ! ଜଗା ସ୍ଥାନରେ ବଳିଆ

ଭୁବନେଶ୍ୱର,୩୧।୧୨: ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ ହୋଇଛି। ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ...

ନଳକୂପ ପାଖରେ ଛକି ବସିଥିଲା ଯମ: ପାଣି ଆଣିବାକୁ ଗଲାବେଳେ ଝିଲିଙ୍କ ସହ ଘଟିଲା…

ଅନୁଗୋଳ,୩୧।୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ପଞ୍ଚାୟତ ସାହାରାଗୁଡ଼ା ଗାଁ ସୁନାଭୂଇଁ ସାହିରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମିଳିଥିବା...

ମହିଳାଙ୍କ ସହ ଯୌନସମ୍ପର୍କ ରଖି ଫଟୋ ଭାଇରାଲ କରିଦେଲେ ଯୁବକ: ସ୍ବାମୀ ଜାଣିବା ପରେ…

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ମହିଳାଙ୍କ ବିନା ସହମତିରେ ତାଙ୍କ ସହ ଯୌନସମ୍ପର୍କ ସ୍ଥାପନ କରିବା ସହ ଅଶ୍ଳୀଳ ଭିଡିଓ ସୋସିିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ବଳିଆପଣ୍ଡା...

୬ଦିନ ଯାଏ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ଇଂଲିଶ ନବବର୍ଷର ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ କରି ବର୍ଷ ଆରମ୍ଭ କରିବା ନିମନ୍ତେ ଶ୍ରଦ୍ଧାଳୁ ଆଶା କରିଥାନ୍ତି। ତେଣୁ ଏହିଦିନ...

ଭୟରେ ଥରହର ଅର୍ପିତା ଚୌଧୁରୀ: କଲେ ଏମିତି କାମ

କଟକ,୩୧।୧୨(କାର୍ତ୍ତିକ ସାହୁ):ଓଡ଼ିଆ ସଙ୍ଗୀତ ଜଗତର ପ୍ରତିଷ୍ଠିତ ଗାୟକ ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଓଲିଉଡ ଗାୟିକା ଅର୍ପିତା ଚୌଧୁରୀ ମଙ୍ଗଳବାର ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ...

ନୂଆବର୍ଷରେ ପ୍ରବଳ ଶୀତ: ୧୨ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨ (ବନ୍ଦନା ସେଠୀ):ରାଜ୍ୟରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଘନ କୁହୁଡ଼ି ସହିତ ଶୀତ ଲହରି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏଥିସହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri