Posted inUncategorized

ହୋଟେଲ ବାଥ୍‌ରୁମ୍‌ରେ ମହିଳାଙ୍କ ଭିଡିଓ କରୁଥିଲେ ଇଞ୍ଜିନିୟର, ପଡ଼ିଗଲେ ଧରା

ଭୁବନେଶ୍ୱର,୫ା୯: ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଥିବା ଏକ ହୋଟେଲ ବାଥ୍‌ରୁମ୍‌ରେ ବୁଧବାର ଜଣେ ମହିଳା ଗାଧୋଉଥିବା ବେଳେ ଏହାର ଭିଡିଓ ଶୁଟ୍‌ କରି ଜଣେ ଇଞ୍ଜିନିୟର ଫସିଛନ୍ତି। କମିଶନରେଟ୍‌ ପୋଲିସର ହାଇ-ଏଫିସିଏନ୍‌ସି ରେସ୍ପନ୍ସ (ହର୍‌) ଟିମ୍‌ ସମ୍ପୃକ୍ତ ଇଞ୍ଜିନିୟରଙ୍କୁ ଧରିବାରେ ସକ୍ଷମ ହୋଇଛି। ଅଭିଯୁକ୍ତ ଇଞ୍ଜିନିୟର ହେଲେ ତାମିଲନାଡୁର ଚନ୍ଦ୍ର ଶେଖରନ୍‌। ଲକ୍ଷ୍ମୀସାଗର ଥାନା ପକ୍ଷରୁ ଚନ୍ଦ୍ର ଶେଖରନ୍‌ଙ୍କୁ ଗିରଫ କରାଯାଇଛି। ମହିଳାଙ୍କ ଏତଲା ଆଧାରରେ ଥାନା ପକ୍ଷରୁ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ସୂଚନା ଅନୁଯାୟୀ, ଅଭିଯୋଗକାରିଣୀ ୪୫ ବର୍ଷୀୟା ମହିଳାଙ୍କ ଘର ଛତିଶଗଡ଼ରେ। ତାଙ୍କ ଝିଅ ବ୍ୟାଙ୍କ ପିଓ ପାଇଛନ୍ତି। ସେ ଭୁବନେଶ୍ୱରର ଏକ ବ୍ୟାଙ୍କରେ ଚାକିରିରେ ଯୋଗ ଦେବାର ଥିଲା। ଏଥିପାଇଁ ମା’ ଓ ଝିଅ ମଙ୍ଗଳବାର ଭୁବନେଶ୍ୱର ଆସି ଲକ୍ଷ୍ମୀସାଗରସ୍ଥିତ ଉକ୍ତ ହୋଟେଲରେ ରହିଥିଲେ। ଅନ୍ୟପକ୍ଷରେ ଚନ୍ଦ୍ର ଶେଖରନ୍‌ ପଶ୍ଚିମ ଓଡ଼ିଶାର ଏକ ବେସରକାରୀ କମ୍ପାନୀରେ ଇଞ୍ଜିନିୟର ଥିବାବେଳେ ୨ଦିନ ହେଲା କମ୍ପାନୀ କାମରେ ଭୁବନେଶ୍ୱର ଆସି ଉକ୍ତ ହୋଟେଲରେ ରହିଥିଲେ। ଚନ୍ଦ୍ର ଶେଖରନ୍‌ଙ୍କ ରୁମ୍‌ ଓ ଅଭିଯୋଗକାରିଣୀଙ୍କ ରୁମ୍‌ ପାଖାପାଖି ଥିଲା। ମହିଳା ଜଣଙ୍କ ବୁଧବାର ସକାଳେ ବାଥରୁମ୍‌ରେ ଥିଲେ। ଏହି ସମୟରେ ବାଥୁରମ୍‌ ଏକ୍‌ଜଷ୍ଟ୍‌ ଭେଣ୍ଟ୍‌ ଫାଙ୍କ ଦ୍ୱାରା ମୋବାଇଲରେ ଚନ୍ଦ୍ରଶେଖରନ୍‌ ଭିଡିଓ ଶୁଟ୍‌ କରୁଥିଲେ। ଏହାକୁ ମହିଳା ଜଣଙ୍କ ଦେଖି ବିରୋଧ କରିଥିଲେ। ଏନେଇ ହୋଟେଲ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ଚନ୍ଦ୍ର ଶେଖରନଙ୍କୁ ଡକାଯାଇ ପଚରାଯାଇଥିଲା। ପରିସ୍ଥିତି ବିଗିଡ଼ିବାରୁ ଚନ୍ଦ୍ରଶେଖରନ୍‌ ହୋଟେଲରୁ କୌଶଳ କରି ଫେରାର ହୋଇଯାଇଥିଲେ। ମହିଳା ଜଣଙ୍କ ଏନେଇ ହର୍‌ ଟିମ୍‌କୁ ଜଣାଇ ଅଭିଯୋଗ କରିଥିଲେ। ଚନ୍ଦ୍ରଶେଖର ଲକ୍ଷ୍ମୀସାଗର ଅଞ୍ଚଳରେ ରହିବା ପାଇଁ ଆଉ ଏକ ହୋଟେଲ ଖୋଜୁଥିବାବେଳେ ହର୍‌ ଟିମ୍‌ ତାଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ପରେ ତାଙ୍କୁ ଲକ୍ଷ୍ମୀସାଗର ଥାନାକୁ ହସ୍ତାନ୍ତର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ତୁମ ପାଇଁ ଅଛି ମୁଁ

ମୁଁ ତୁମ ପାଇଁ/ତୁମେ ମୋ ପାଇଁ/କୋଳାକୋଳି ହେବା ଆମେ / ଦୁହେଁ ଦୁହିଁଙ୍କ ପାଇଁ/ ସବୁକିଛି ଆମର/ ପର କଥା କି ଦରକାର /ବାକି ଯାହା...

ଓଡ଼ିଶା: ଆଜିର ଫଟୋ (୧ ଡିସେମ୍ବର, ୨୦୨୫ )

BJEM School – ୫୧ତମ ବାର୍ଷିକ କ୍ରୀଡା ମହୋତ୍ସବ ଉଦ୍ଘାଟନ ଉତ୍ସବ

‘ତୁମ ପାଇଁ ସେନାରେ ସ୍ଥାନ ନାହିଁ’ ଇସାଇ ଅଧିକାରୀଙ୍କୁ କାହିଁକି ଏମିତି କହିଲେ କୋର୍ଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୫।୧୧: ମଙ୍ଗଳବାର ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଜଣେ ଖ୍ରୀଷ୍ଟିଆନ ସେନା ଅଧିକାରୀଙ୍କ ଦ୍ୱାରା ଦାୟର ଏକ ଆବେଦନର ଶୁଣାଣି କରିଥିଲେ। ଗୁରୁଦ୍ୱାରରେ ପ୍ରାର୍ଥନାରେ ଯୋଗ ଦେବାକୁ...

ହ୍ୟୁମାନଙ୍କ ମୃତ୍ୟୁ ପଛରେ ଷଡ଼ଯନ୍ତ୍ର…

ଭୁବନେଶ୍ୱର,୨୪।୧୧: ହ୍ୟୁମାନ ମୃତ୍ୟୁକୁ ନେଇ ତେଜୁଛି ଅସନ୍ତୋଷ। ଗୃହ ବିଭାଗର ଦ୍ୱାରସ୍ଥ ହେଲା ଓଡ଼ିଶା ସିଭିଲ ସୋସାଇଟି। ନିରପେକ୍ଷ ତଦନ୍ତ ସହ ମୃତ୍ୟୁ ରହସ୍ୟ ଉନ୍ମୋଚନ...

ଧର୍ମେନ୍ଦ୍ର ଚାହୁଁ ନ ଥିଲେ ହେମାମାଳିନୀ ରାଜନୀତି କରନ୍ତୁ….

ବଲିଉଡ ଭେଟେରାନ ଅଭିନେତା ଧର୍ମେନ୍ଦ୍ରଙ୍କ ୮୯ ବର୍ଷ ବୟସରେ ପରଲୋକ ଘଟିଛି। ଆଉ କେଇଟା ଦିନ ପରେ ଡିସେମ୍ବର ୮ରେ ସେ ତାଙ୍କର ଜନ୍ମଦିନ ପାଳନ...

ନିର୍ବାଚନ ଫଳାଫଳ ପୂର୍ବରୁ ଲାଗିଲା ନୀତୀଶଙ୍କ ପୋଷ୍ଟର, ସମର୍ଥକ କହିଲେ ଟାଇଗର…

ପାଟନା,୧୩।୧୧: ବିହାରର ୨୪୩ ବିଧାନସଭା ଆସନର ଫଳାଫଳ ଘୋଷଣା ହେବାକୁ ଆଉ ମାତ୍ର କିଛି ଘଣ୍ଟା ବାକି ଥିବା ବେଳେ, ଅନେକ ଏକଜିଟ ପୋଲ ପ୍ରକାଶିତ...

ଚୋରି କରୁଥିଲେ ବାଇକ୍‌, ଧରିଲେ ଗାଁ ଲୋକେ

ମୋହନା,୫।୧୧(ମନ୍ମଥ ମିଶ୍ର)ଗାଁରେ ପଶି ବାଇକ୍‌ ଚୋରି କରୁଥିଲେ, ଉଠିପଡିଲେ ଧରିଲେ ଗାଁ ଲୋକେ। ତିନି ଜଣ ଚୋରଙ୍କୁ ଧରି ପୋଲିସ ଜିମା ଦେଇଛନ୍ତି। ଏଭଳି ଘଟଣା...

ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବେ କନ୍ଧମାଳ ସୁରକ୍ଷା ଅଭିଯାନ

ଦାରିଙ୍ଗବାଡି, ୩୦।୧୦ (ଅରୁଣ ସାହୁ): କନ୍ଧମାଳ ସୁରକ୍ଷା ଅଭିଯାନ ପକ୍ଷରୁ ୧୨ଦଫା ଦାବି ନେଇ ଶୁକ୍ରବାର କନ୍ଧମାଳ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାପାଇଁ ନିଷ୍ପତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri