Posted inUncategorized

ହୋଟେଲ ବାଥ୍‌ରୁମ୍‌ରେ ମହିଳାଙ୍କ ଭିଡିଓ କରୁଥିଲେ ଇଞ୍ଜିନିୟର, ପଡ଼ିଗଲେ ଧରା

ଭୁବନେଶ୍ୱର,୫ା୯: ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଥିବା ଏକ ହୋଟେଲ ବାଥ୍‌ରୁମ୍‌ରେ ବୁଧବାର ଜଣେ ମହିଳା ଗାଧୋଉଥିବା ବେଳେ ଏହାର ଭିଡିଓ ଶୁଟ୍‌ କରି ଜଣେ ଇଞ୍ଜିନିୟର ଫସିଛନ୍ତି। କମିଶନରେଟ୍‌ ପୋଲିସର ହାଇ-ଏଫିସିଏନ୍‌ସି ରେସ୍ପନ୍ସ (ହର୍‌) ଟିମ୍‌ ସମ୍ପୃକ୍ତ ଇଞ୍ଜିନିୟରଙ୍କୁ ଧରିବାରେ ସକ୍ଷମ ହୋଇଛି। ଅଭିଯୁକ୍ତ ଇଞ୍ଜିନିୟର ହେଲେ ତାମିଲନାଡୁର ଚନ୍ଦ୍ର ଶେଖରନ୍‌। ଲକ୍ଷ୍ମୀସାଗର ଥାନା ପକ୍ଷରୁ ଚନ୍ଦ୍ର ଶେଖରନ୍‌ଙ୍କୁ ଗିରଫ କରାଯାଇଛି। ମହିଳାଙ୍କ ଏତଲା ଆଧାରରେ ଥାନା ପକ୍ଷରୁ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ସୂଚନା ଅନୁଯାୟୀ, ଅଭିଯୋଗକାରିଣୀ ୪୫ ବର୍ଷୀୟା ମହିଳାଙ୍କ ଘର ଛତିଶଗଡ଼ରେ। ତାଙ୍କ ଝିଅ ବ୍ୟାଙ୍କ ପିଓ ପାଇଛନ୍ତି। ସେ ଭୁବନେଶ୍ୱରର ଏକ ବ୍ୟାଙ୍କରେ ଚାକିରିରେ ଯୋଗ ଦେବାର ଥିଲା। ଏଥିପାଇଁ ମା’ ଓ ଝିଅ ମଙ୍ଗଳବାର ଭୁବନେଶ୍ୱର ଆସି ଲକ୍ଷ୍ମୀସାଗରସ୍ଥିତ ଉକ୍ତ ହୋଟେଲରେ ରହିଥିଲେ। ଅନ୍ୟପକ୍ଷରେ ଚନ୍ଦ୍ର ଶେଖରନ୍‌ ପଶ୍ଚିମ ଓଡ଼ିଶାର ଏକ ବେସରକାରୀ କମ୍ପାନୀରେ ଇଞ୍ଜିନିୟର ଥିବାବେଳେ ୨ଦିନ ହେଲା କମ୍ପାନୀ କାମରେ ଭୁବନେଶ୍ୱର ଆସି ଉକ୍ତ ହୋଟେଲରେ ରହିଥିଲେ। ଚନ୍ଦ୍ର ଶେଖରନ୍‌ଙ୍କ ରୁମ୍‌ ଓ ଅଭିଯୋଗକାରିଣୀଙ୍କ ରୁମ୍‌ ପାଖାପାଖି ଥିଲା। ମହିଳା ଜଣଙ୍କ ବୁଧବାର ସକାଳେ ବାଥରୁମ୍‌ରେ ଥିଲେ। ଏହି ସମୟରେ ବାଥୁରମ୍‌ ଏକ୍‌ଜଷ୍ଟ୍‌ ଭେଣ୍ଟ୍‌ ଫାଙ୍କ ଦ୍ୱାରା ମୋବାଇଲରେ ଚନ୍ଦ୍ରଶେଖରନ୍‌ ଭିଡିଓ ଶୁଟ୍‌ କରୁଥିଲେ। ଏହାକୁ ମହିଳା ଜଣଙ୍କ ଦେଖି ବିରୋଧ କରିଥିଲେ। ଏନେଇ ହୋଟେଲ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ଚନ୍ଦ୍ର ଶେଖରନଙ୍କୁ ଡକାଯାଇ ପଚରାଯାଇଥିଲା। ପରିସ୍ଥିତି ବିଗିଡ଼ିବାରୁ ଚନ୍ଦ୍ରଶେଖରନ୍‌ ହୋଟେଲରୁ କୌଶଳ କରି ଫେରାର ହୋଇଯାଇଥିଲେ। ମହିଳା ଜଣଙ୍କ ଏନେଇ ହର୍‌ ଟିମ୍‌କୁ ଜଣାଇ ଅଭିଯୋଗ କରିଥିଲେ। ଚନ୍ଦ୍ରଶେଖର ଲକ୍ଷ୍ମୀସାଗର ଅଞ୍ଚଳରେ ରହିବା ପାଇଁ ଆଉ ଏକ ହୋଟେଲ ଖୋଜୁଥିବାବେଳେ ହର୍‌ ଟିମ୍‌ ତାଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ପରେ ତାଙ୍କୁ ଲକ୍ଷ୍ମୀସାଗର ଥାନାକୁ ହସ୍ତାନ୍ତର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

BCCI ଆଗରେ ଏମିତି ଡିମାଣ୍ଡ ରଖିଲେ ଅଜିତ ଅଗରକର: ହେବ କି ପୂରଣ

ନୂଆଦିଲ୍ଲୀ,୧୯।୩: ଟି୨୦ ବିଶ୍ୱକପରେ ଭାରତର ବିଜୟ ପରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ବିସିସିଆଇ ସାମ୍ନାରେ ଏକ ଡିମାଣ୍ଡ ରଖିଛନ୍ତି। ଅଗରକର ୨୦୨୭ ଏକଦିବସୀୟ ବିଶ୍ୱକପ ପର୍ଯ୍ୟନ୍ତ…

କାରଣ କହି ଭାଜପା ଛାଡିଲେ ଜୀବନ ପ୍ରଦୀପ ଦାଶ

ଭୁବନେଶ୍ୱର,୧୩।୧୧: ଭାଜପା ଛାଡ଼ିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ। ରବୀନ୍ଦ୍ର ଜେନା ଭାଜପାରେ ସାମିଲ ହେବା ପରେ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି। ପ୍ରେସମିଟ୍‌ କରି…

ରସୁଲଗଡ଼ରେ ଚାଞ୍ଚଲ୍ୟ: ୟୁଟ୍ୟୁବ ବ୍ଲଗରଙ୍କୁ ଜିଜିପି କଲୋନୀରେ ହତ୍ୟା 

ଭୁବନେଶ୍ୱର,୧।୩: ରାଜଧାନୀରେ ପୁଣି ଗଡିଲା ମୁଣ୍ଡ। ରସୁଲଗଡ଼ ନିକଟ ଜିଜିପି କଲୋନୀରେ ଶନିବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ମୃତ ଯୁବକ ଜଣଙ୍କ ରାହୁଲ ମହାରଣା। ସେ…

୫ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଟପିଲା

ଭୁବନେଶ୍ୱର, ୨୨।୨ (ବନ୍ଦନା ସେଠୀ) : ରାଜ୍ୟରେ ଦିନ ତାପମାତ୍ରା ଧୀରେ ଧୀରେ ବୃଦ୍ଧି ପାଉଛି। ଆଞ୍ଚଳିକ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ…

ବିଷାକ୍ତ ଶିଳ୍ପର ଯାତ୍ରା

ମାନବ ସଭ୍ୟତାର ସବୁଠାରୁ ବଡ଼ ଦୁଃଖଦ ଘଟଣା ମଧ୍ୟରୁ ଗୋଟିଏ ହେଉଛି, ଯେତେବେଳେ ଶିଳ୍ପ ଏବଂ ଲାଭ ପାଇଁ ଭୋକ ବୃଦ୍ଧି ପାଇଛି, ସେତେବେଳେ ପ୍ରଥମେ ମାନବ…

ବିଜେଡି କାହାକୁ କରିବ ରାଜ୍ୟ ସଭା ପ୍ରାର୍ଥୀ: ଏମିତି କିଛି କହିଲେ ଅଶୋକ ପଣ୍ଡା

ଭୁବନେଶ୍ୱର,୧୪।୨: ବିଜେଡିର ରାଜ୍ୟ ସଭା ପ୍ରାର୍ଥିତ୍ୱକୁ ନେଇ ମତ ରଖିଲେ ଅଶୋକ ପଣ୍ଡା। ସେ କହିଛନ୍ତି, ସାଙ୍ଗଠନିକ ଦକ୍ଷତା, ଅଭିଜ୍ଞତା, ଦଳ ପ୍ରତି ଆନୁଗତ୍ୟ ଓ ଅବଦାନ…

ଭାରତ-ପାକିସ୍ତାନ ମହାମୁକାବିଲାକୁ ନେଇ ଆସିଲା ବଡ଼ ଅପଡେଟ୍‌: ୨୪ ଘଣ୍ଟା ଭିତରେ…

ନୂଆଦିଲ୍ଲୀ,୯।୨: ଟି-୨୦ ବିଶ୍ୱକପ ଆରମ୍ଭ ହୋଇଛି। କିନ୍ତୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମହାମୁକାବିଲାକୁ ନେଇ ଏବେ ବି ଅନିଶ୍ଚିତତା ରହିଛି। ପରିସ୍ଥିତି ସ୍ପଷ୍ଟ କରିବା ପାଇଁ…

ସାମ୍ନାକୁ ଆସିଲା ସୁଇସାଇଡ ନୋଟ: ଆତ୍ମହତ୍ୟା କରିବା ପୂର୍ବରୁ ବାପାଙ୍କୁ ଏମିତି କଥା ଲେଖିଥିଲେ ୩ ଭଉଣୀ

ଗାଜିଆବାଦ,୪।୨: ଉତ୍ତର ପ୍ରଦେଶର ଗାଜିଆବାଦର ଟିଲା ମୋଡ ପୋଲିସ ଷ୍ଟେଶନ ଅଞ୍ଚଳର ଭାରତ ସିଟି ସୋସାଇଟିରେ ଏକ ଦୁଃଖଦ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ତିନି ଭଉଣୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri