ଯନ୍ତ୍ରୀ-ଠିକାଦାରଙ୍କୁ ଏକାଠି ବସାଇ ବୁଝାମଣା ପ୍ରୟାସ: ୩ ଘଣ୍ଟା ପରେ ବି କେସ୍‌ ରୁଜୁ କରିନି ପୋଲିସ

ବଲାଙ୍ଗୀର,୨୧ା୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରାସ୍ତା ଓ କୋଠା ବିଭାଗ ନିର୍ବାହୀ ଯନ୍ତ୍ରୀ ଓ ଠିକାଦାରମାନେ ମୁହାଁମୁହିଁ ହୋଇଛନ୍ତି। ପରସ୍ପର ବିରୋଧରେ ଉଭୟ ପକ୍ଷ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଥାନାରେ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀ, ଷ୍ଟାଫ୍‌ ଆସି ପହଞ୍ଚିଥିଲେ। ସେଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଠିକାଦାରମାନେ ନାରାବାଜି କରିଥିଲେ। ଅଧୀକ୍ଷଣ ଯନ୍ତ୍ରୀ କହିଛନ୍ତି, କିଛି ଲୋକ ଜାତିଆଣ ଟିପ୍ପଣୀ କରି ଧମକ ଦେଇଛନ୍ତି।

ଅନ୍ୟ ପଟେ ଠିକାଦାର ମଧ୍ୟ ତାଙ୍କୁ ପୂର୍ତ୍ତ ବିଭାଗ ଯନ୍ତ୍ରୀ ଦୁର୍ବ୍ୟବହାର କରିଥିବା କହିଛନ୍ତି l ବଲାଙ୍ଗୀର ଟାଉନ ପୋଲିସ ପକ୍ଷରୁ ଏସ୍‌ଡିପିଓ ସରୋଜ ଉପାଧ୍ୟାୟ ଓ ଟାଉନ ଥାନା ଅଧିକାରୀ ଅବନୀ ସାହୁ ଠିକାଦାର ଓ ଯନ୍ତ୍ରୀଙ୍କୁ ଏକାଠି ବସାଇ ବୁଝାମୁଣା କରିବାକୁ ଦୀର୍ଘ ୩ଘଣ୍ଟା ଧରି ପ୍ରୟାସ ଜାରିରଖିଥିବା ଦେଖାଯାଇଥିଲା। ଏତଲା ଦେବାର ଦୀର୍ଘ ୩ ଘଣ୍ଟା ବିତିଯାଇଥିଲେ ବି ପୋଲିସ ପକ୍ଷରୁ କେସ୍‌ ରୁଜୁ କରାଯାଇନାହିଁ। ଦୁଇ ପକ୍ଷରୁ ଏତଲା ପରେ ବି ପୋଲିସର ବୁଝାମୁଣାକୁ ନେଇ ସହରରେ ଚର୍ଚ୍ଚା ଜୋର୍‌ ଧରିଛି।

Dharitri – Odisha’s No.1 Odia Daily

Share