ଇରାନର ବଡ଼ ଧମକ: ଆମେରିକା ହେଉ କି ଇସ୍ରାଏଲ୍‌, ଉଚିତ ଜବାବ ଦିଆଯିବ…

ତେହରାନ,୨।୧୧: ଇସ୍ରାଏଲର ପାଲଟା ଆକ୍ରମଣ ପରେ ଏବେ ଇରାନ ପୁଣିଥରେ ଆକ୍ରମଣ ଲାଗି ଯୋଜନା କରୁଛି। ଆମେରିକା ହେଉ କି ଇସ୍ରାଏଲ, ଶତ୍ରୁ ଦେଶକୁ ଉପଯୁକ୍ତ ଜବାବ ଦିଆଯିବ ବୋଲି ଇରାନ ସ୍ପଷ୍ଟ କରିଛି। ଶନିବାର ଇରାନର ସର୍ବୋଚ୍ଚ ନେତା ଆୟତୋଲ୍ଲା ଅଲି ଖାମେନେଇ ସାମ୍ନାକୁ ଆସି ଆମେରିକା ଏବଂ ଇସ୍ରାଏଲକୁ ଏହି ଧମକ ଦେଇଛନ୍ତି।

ଅକ୍ଟୋବର ୨୬ ରେ ଇରାନ ଉପରେ ହୋଇଥିବା ଆକ୍ରମଣ ପରେ ଇରାନ ଅଧିକାରୀମାନେ ଇସ୍ରାଏଲ ବିରୋଧରେ ଆଉ ଏକ ଆକ୍ରମଣ ବିଷୟରେ ଯୋଜନା କରୁଥିବା କୁହାଯାଉଥିବା ବେଳେ ଆୟତୋଲ୍ଲା ଏହି ଧମକ ଦେଇଛନ୍ତି। ଏହି ଆକ୍ରମଣରେ ଇସ୍ରାଏଲ ଇରାନର ସାମରିକ ବେସ ଏବଂ ଅନ୍ୟାନ୍ୟ ସ୍ଥାନକୁ ଟାର୍ଗେଟ କରାଯାଇଥିଲା, ଯେଉଁଥିରେ ଅତି କମରେ ୫ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହା ପୂର୍ବରୁ ଏପ୍ରିଲ ଏବଂ ଅକ୍ଟୋବରରେ ଇରାନ ଇସ୍ରାଏଲ ଉପରେ ଦୁଇଟି ପ୍ରତ୍ୟକ୍ଷ ଆକ୍ରମଣ କରିଛି।

ଅପରପକ୍ଷେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଉଭୟଙ୍କ ଆକ୍ରମଣ ପଶ୍ଚିମ ଏସିଆରେ ଉତ୍ତେଜନାକୁ ବଢ଼ାଇପାରେ ବୋଲି ଆକଳନ କରାଯାଉଛି। ଏମିତିରେ ଆମେରିକୀୟ ସେନା ସମଗ୍ର ପଶ୍ଚିମ ଏସିଆରେ ସକ୍ରିୟ ଅଛନ୍ତି। ଏହାର କିଛି ଯବାନ ଏବେ ଇସ୍ରାଏଲରେ ‘ଟର୍ମିନାଲ ହାଇ ଅଲ୍ଟିଟ୍ୟୁଡ୍‌ ଏରିଆ ଡିଫେନ୍ସ(ଥାଡ୍‌) ବାୟୁ ପ୍ରତିରକ୍ଷା ପ୍ରଣାଳୀ ପରିଚାଳନା କରୁଛନ୍ତି। ୟୁଏନ୍‌ଏସ୍‌ ଆବ୍ରାହମ ଲିଙ୍କନ୍‌ ବିମାନ ପରିବହନକାରୀ ଆରବ ସାଗରରେ ଥିବାର ସମ୍ଭାବନା ରହିଥିବା ବେଳେ ପେଣ୍ଟାଗନ୍‌ ପ୍ରେସ୍‌ ସେକ୍ରେଟାରୀ ମେଜର୍‌ ଜେନେରାଲ୍‌ ପ୍ୟାଟ୍‌ ରାଇଡର ଶୁକ୍ରମାର କହିଛନ୍ତି ଯେ ଇରାନ ଏବଂ ଏହାର ଉଗ୍ରବାଦୀ ସହଯୋଗୀଙ୍କୁ ରୋକିବା ଲାଗି ଅଧିକ ବିନାଶକାରୀ, ଯୁଦ୍ଧବିମାନ ସ୍କ୍ବାର୍ଡନ, ଟ୍ୟାଙ୍କର, ଦୂରଗାମୀ କ୍ଷେପଣାସ୍ତ୍ର ନିୟୋଜିତ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri