ସରିଲା ବିଜ୍‌ନେସ୍‌ ଏମିନେନ୍ସ ଆଓ୍ବାର୍ଡ -୨୦୨୫

ଭୁବନେଶ୍ୱର,୫ା୪: ଓଡ଼ିଶାପୋଷ୍ଟ ଏବଂ ଧରିତ୍ରୀର ମିଳିତ ଆନୁକୂଲ୍ୟରେ ଶନିବାର ସ୍ବସ୍ତି ପ୍ରିମିୟମରେ ଆୟୋଜିତ ହୋଇଥିବା ବିଜ୍‌ନେସ୍‌ ଏମିନେନ୍ସ ଆଓ୍ବାର୍ଡ-୨୦୨୫ ଇତିମଧ୍ୟରେ ଉଦ୍‌ଯାପିତ ହୋଇଯାଇଛି।

କାର୍ଯ୍ୟକ୍ରମ ଶେଷରେ ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ଧନ୍ୟବାଦ ଦେଇଥିଲେ।  କାର୍ଯ୍ୟକ୍ରମରେ ଉପସ୍ଥିତ ଓଡ଼ିଶାର ସୁନାମଧନ୍ୟ ବ୍ୟବସାୟୀଙ୍କ ସମେତ ଅତିଥିବୃନ୍ଦ ଏବଂ ପ୍ରାୟୋଜିତ କମ୍ପାନୀମାନଙ୍କୁ ସେ ଧନ୍ୟବାଦ ଜଣାଇଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ବିଗିଜ୍‌ ବର୍ଗରର ପ୍ରତିଷ୍ଠାତା ବିରାଜ ରାଉତ ଯୋଗ ଦେଇଥିଲେ।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ  ଉଦ୍ୟୋଗୀଙ୍କୁ ‘ବିଜନେସ ଏମିନେନ୍ସ ଆଓ୍ବାର୍ଡ ୨୦୨୫’ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଶୋଭନା ମିଶ୍ର ସଂଯୋଜନା କରିଥିଲେ।

ଉକ୍ତ କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ ଜିନ୍ଦଲ,ଏମ୍‌ସିଏଲ୍‌, ଏମ୍‌/ଏନ୍‌ଏସ୍‌, ପାରାଦୀପ ଫସ୍‌ଫେଟ୍‌ ଲିମିଟେଡ୍‌, ବେଦାନ୍ତ, ଇମ୍ଫା, ଜିନ୍ଦଲ ଷ୍ଟିଲ୍‌ ନାରାୟଣୀ, ମୋଟର୍ସ, ଡ୍ରିମ୍ସ, ନାଲ୍‌କୋ, ଏସ୍‌ବିଆଇ, ସାଇ ହସ୍ପିଟାଲ, ଚିରାଗ, ଏମ୍‌ଜିଏମ୍‌ ମିନେରାଲ୍ସ, ଓ୍ବିଫି, ଅଜନ୍ତା।

Share