ଲେଙ୍ଗୁ ମିଶ୍ର ଛକ-ଜୀରାବ୍ରିଜ୍‌ ରାସ୍ତା ଜବରଦଖଲ: ଉଚ୍ଛେଦ ପାଇଁ ମାପଚୁପ ଆରମ୍ଭ, ଘର ଖାଲି କରିବାକୁ ନିର୍ଦ୍ଦେଶ

ବରଗଡ,୧୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରର ବହୁଚର୍ଚ୍ଚିତ ଲେଙ୍ଗୁମିଶ୍ର ଛକରୁ ପୁରୁଣା ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ଅଭିଯାନ ପୁଣି ଆରମ୍ଭ ହୋଇଛି। ଗୁରୁବାରରୁ ପୁଣି ଏହି ରାସ୍ତାରେ ମାପଚୁପ ଆରମ୍ଭ ହୋଇଛି। ମାପଚୁପରେ ଏହି ରାସ୍ତାର ଜବରଦଖଲ ଅଂଶ ଚିହ୍ନଟ କରାଯାଉଛି। ପୌର ପ୍ରଶାସନର ଉପସ୍ଥିତିରେ ରାଜସ୍ବ ବିଭାଗ କର୍ମଚାରୀମାନେ ଚିହ୍ନଟ ପ୍ରକ୍ରିୟାରେ ସାମିଲ ଅଛନ୍ତି। ଚିହ୍ନଟ ଅଂଶକୁ ଲାଲ ରଙ୍ଗରେ ସୂଚାଇ ଦିଆଯାଉଛି। ମାପଚୁପରେ ଯେଭଳି ତଥ୍ୟ ସାମ୍ନାକୁ ଆସୁଛି, ତାହା ସହରବାସୀଙ୍କୁ ବିସ୍ମିତ କରି ପକାଉଛି। ରାସ୍ତାର କିଛି ସ୍ଥାନରେ ୬୦ଫୁଟ ପର୍ଯ୍ୟନ୍ତ ଜବରଦଖଲ ହୋଇ ସେଠାରେ କୋଠାବାଡ଼ି ଗଢି ଉଠିଥିବା ପରିଲକ୍ଷିତ ହୋଇଛି। ଚିହ୍ନିତ ଅଂଶକୁ ଉଚ୍ଛେଦ କରାଯିବ ବୋଲି ବିଭାଗୀୟ କର୍ମଚାରୀମାନେ ସୂଚନା ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଜବରଦଖଲକାରୀଙ୍କୁ ପୌର ପ୍ରଶାସନ ନୋଟିସ କରିଛି। ନୋଟିସ ପାଇବାର ୧୫ଦିନ ମଧ୍ୟରେ ଜବରଦଖଲରେ ରହିଥିବା ଦୋକାନ, କୋଠାବାଡ଼ି ଘର ଖାଲି କରିବା ପାଇଁ ଜବରଦଖଲକାରୀଙ୍କୁ ପୌର ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ଉଚ୍ଚ ନ୍ୟାୟାଳୟ ମଧ୍ୟ ୧୫ଦିନର ରହିତାଦେଶ ଦେଇଥିବା ସୂଚନା ମିଳିଛି। ୧୫ଦିନ ପରେ ଜବରଦଖଲରେ ରହିଥିବା ଚିହ୍ନିତ ଅଂଶକୁ ସମୁଦାୟ ଉଚ୍ଛେଦ କରାଯିବ ନା ଆଂଶିକ ଉଚ୍ଛେଦ କରି ବିଭିନ୍ନ ଆଳରେ ପୁଣି ସମୟ ଗଡ଼ିବ, ସେଥିପ୍ରତି ସଭିଙ୍କ ନଜର ରହିଛି।
ସୂଚନା ଅନୁଯାୟୀ, ଏକଦା ବରଗଡ଼ ସହରର ଲେଙ୍ଗୁ ମିଶ୍ର ଛକ- ପୁରୁଣା ଜୀରାବ୍ରିଜ ରାସ୍ତା ଜାତୀୟ ରାଜପଥଭାବେ ରହିଥିଲା। ଅନ୍ୟ ବାଟ ଦେଇ ଜାତୀୟ ରାଜପଥ ଯିବା ପରେ ସମୟାନୁକ୍ରମେ ସେହି ପୁରୁଣା ଜାତୀୟ ରାଜପଥରେ ଘରଦ୍ବାର, କୋଠାବାଡ଼ି ଗଢି ଉଠିଥିଲା। ତତ୍କାଳୀନ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ସେଥିପ୍ରତି ଆଖି ବୁଜି ଦେଇଥିଲେ। ଫଳରେ ଉକ୍ତ ରାସ୍ତା ସଂକୁଚିତ ହୋଇପଡ଼ିବା ସହିତ ଏଠାରେ ଟ୍ରାଫିକ ସମସ୍ୟା ନିତିଦିନିଆ ଘଟଣାରେ ପରିଣତ ହୋଇଛି। ଏହି ଦୃଷ୍ଟିରୁ ଉକ୍ତ ରାସ୍ତାରେ ଜବରଦଖଲ ହଟାଇବା ସହିତ ରାସ୍ତା ପ୍ରଶସ୍ତୀକରଣ ପାଇଁ ଦୀର୍ଘଦିନରୁ ଦାବି ହୋଇ ଆସୁଛି। ୨୦୨୩ରୁ ଏଠାରେ ଜବରଦଖଲ ଉଚ୍ଛେଦ ଦାବି ଜୋର୍‌ ଧରି ଆସିଛି। ଜିଲା ଓକିଲ ସଂଘ ନେତୃତ୍ୱରେ ସ୍ଥାନୀୟ ସମଲେଶ୍ୱରୀ ସଂଘ ସମେତ ବିଭିନ୍ନ ଅନୁଷ୍ଠାନର ଦୃଢ଼ ଦାବି ପରେ ପ୍ରଶାସନ ସେତେବେଳେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିଲା। ମାତ୍ର ଉଚ୍ଛେଦ ପ୍ରକ୍ରିୟାରେ ପ୍ରଭାବିତ ଲୋକେ ନ୍ୟାୟାଳୟର ଦ୍ୱାରସ୍ଥ ହେବା ପରେ ସେ ନେଇ ବିଚାର ପ୍ରକ୍ରିୟାରେ ସମୟ ଗଡ଼ିଥିଲା। ମାତ୍ର ଉଚ୍ଚ ନ୍ୟାୟାଳୟ ଥରେ ନୁହେଁ, ୩ଥର ଉଚ୍ଛେଦ ସପକ୍ଷରେ ରାୟ ପ୍ରଦାନ କରି ସାରିଛନ୍ତି। ଏହାସତ୍ତ୍ୱେ ସମ୍ପୃକ୍ତ ଜବରଦଖଲକୁ ପ୍ରଶାସନ ଏ ଯାଏ ହଟାଇ ନ ଥିଲା । ଫଳରେ ଗତ ମାର୍ଚ୍ଚ ୨୨ତାରିଖ ସ୍ଥାନୀୟ ସମଲେଶ୍ବରୀ ସଂଘର ଆହ୍ବାନରେ ନାଗରିକ ବୈଠକ ହୋଇଥିଲା। ଏଥିରେ ଜିଲା ଓକିଲ ସଂଘ ସମେତ ବିଭିନ୍ନ ରାଜନୈତିକ ଏବଂ ସାମାଜିକ ଅନୁଷ୍ଠାନର ପ୍ରତିନିଧି ଏବଂ ସହରର ସଚେତନ ନାଗରିକମାନେ ଉପସ୍ଥିତ ଥିଲେ। ବୈଠକରେ ଉଚ୍ଛେଦ ନେଇ ଦୃଢ ଦାବି ହୋଇଥିବା ବେଳେ ସେଥିରେ ପ୍ରଶାସନିକ ଅପାରଗତାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇବା ସହିତ ଆନ୍ଦୋଳନ ନିଷ୍ପତ୍ତି ହୋଇଥିଲା। ଏହି ପରିପ୍ରେକ୍ଷୀରେ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଉଚ୍ଛେଦ କରା ନ ଗଲେ ଆନ୍ଦୋଳନ ପାଇଁ ସ୍ମାରକପତ୍ରରେ ଚେତାବନୀ ଦିଆଯାଇଥିଲା। ଏହି ଆନ୍ଦୋଳନ ଚେତାବନୀ ପରେ ପ୍ରଶାସନର ଚେତା ପଶିଥିଲା ଏବଂ ଗତ ମାର୍ଚ୍ଚ ୩୦ତିରିଖ ଉଚ୍ଛେଦ ଆରମ୍ଭ ହୋଇଥିଲା। ସେହିଦିନ ସକାଳୁ ବୋଲଡୋଜର ଜବରଦଖଲରେ ରହିଥିବା ଗୋଟିଏ ପରେ ଗୋଟିଏ ଘରକୁ ମାଡି ବସିଥିଲା। ସେହିଦିନ କେବଳ ୯ଟି ଘରକୁ ଆଂଶିକ ଭଙ୍ଗା ଯାଇଥିଲା। ସେତିକିରେ ଉଚ୍ଛେଦ ଅଟକି ଯାଇଥିଲା। ଏହାକୁ ନେଇ ପୁଣି ଜନ ଅସନ୍ତୋଷ ତେଜି ଉଠିଥିଲା। ଫଳରେ ଗତ ୪ତାରିଖ ବରଗଡ଼ ନାଗରିକ ମଞ୍ଚ ଓ ସମଲେଶ୍ବରୀ ସଂଘ ନେତୃତ୍ୱରେ ଶତାଧିକ ଲୋକ ପୌର ପରିଷଦ କାର୍ଯ୍ୟାଳୟକୁ ଯାଇ ଉଚ୍ଛେଦ ଅଭିଯାନରେ ଉଦାସୀନତାର ଦୃଢ଼ ପ୍ରତିବାଦ କରିଥିଲେ। ତେବେ ମାପଚୁପ ପୁଣି ଆରମ୍ଭ ହୋଇଥିବା ଯୋଗୁ ଆଗକୁ ଉଚ୍ଛେଦ ଆଶା ସଞ୍ଚାର ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?