ଉଦଳା,୨୯।୧(ସନ୍ତୋଷ କୁମାର ବାଚ୍ଛିନୀ): ନୂତନ ଏନଏସି ଭାବେ କପ୍ତିପଦା ଘୋଷଣା ହୋଇଛି । ଏନଏସି ମାନ୍ୟତା ପାଇବା ପରେ ଆଜି ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି କପ୍ତିପଦା ବ୍ଲକ ଠାରୁ ଗୋଲେଇ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ଦୁଇ ଦିନ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି । ଏହା ସହିତ ଦ୍ଵିତୀୟ ପର୍ଯ୍ୟାୟରେ ମାର୍ଚ୍ଚ ମାସରେ ପୁନର୍ବାର ଜବରଦଖଲ ଉଚ୍ଛେଦ ହେବ।
ପ୍ରଥମ ପର୍ଯ୍ୟାୟରେ ୧୮୭ ଦୋକାନୀ କରିଥିବା ଜବରଦଖଲ ଉଚ୍ଛେଦ କରାଯାଇଛି । ଯାହାକି ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ସହିତ ଏହି ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି । କପ୍ତିପଦା ତହସିଲଦାରଙ୍କ ସମେତ ଦୁଇ ଜଣ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହି ପ୍ରକ୍ରିୟା ଚାଲିଛି। ଏନଏସି ପାଇଁ ଆବଶ୍ୟକ ସମସ୍ତ ସରକାରୀ ଜାଗାକୁ ଖାଲି କରିବା ସହିତ ବିଶେଷ କରି ରାସ୍ତା ସମ୍ପ୍ରସାରଣ କରାଯିବାକୁ ପ୍ରାଧାନ୍ୟ ଦିଆଯାଇଥିବା କହିଛନ୍ତି କପ୍ତିପଦା ତହସିଲଦାର। କୌଣସି ଅପ୍ରିତିକାର ପରିସ୍ଥିତିକୁ ନଜରରେ ରଖି ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି। ଏହା ସହିତ ଉଚ୍ଛେଦ ହୋଇଥିବା ଦୋକାନୀଙ୍କୁ ଭେଣ୍ଡିଙ୍ଗ ଜୋନ କରି ଥଇଥାନ କରାଯିବ ବୋଲି କହିଛନ୍ତି ତହସିଲଦାର ।