ଗରିବ, ଖଟିଖିଆଙ୍କୁ ଉଚ୍ଛେଦ, ବଡ଼ବଡ଼ିଆଙ୍କୁ ମାଫ୍‌

ବରଗଡ଼,୪।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ସମେତ ଜିଲାର ବିଭିନ୍ନ ସ୍ଥାନରେ ଜବରଦଖଲ ଉଚ୍ଛେଦ କରାଯାଉଛି। ପ୍ରଶାସନର ଏହି ଉଚ୍ଛେଦରେ ଗରିବ, ଖଟିଖିଆ ଲୋକଙ୍କ ଘରଦ୍ୱାର, ଠେଲା ଦୋକାନ ଭାଙ୍ଗି ଦିଆଯାଉଛି। ଅନ୍ୟପଟେ ବଡ଼ବଡ଼ିଆ ଲୋକେ ସରକାରୀ ଜମିରେ କୋଠାବାଡ଼ି କରିଥିଲେ ସୁଦ୍ଧା ସେଠାକୁ ପ୍ରଶାସନର ହାତ ଅପହଞ୍ଚ ହୋଇପଡ଼ିଛି। ଉଚ୍ଛେଦ ପ୍ରକ୍ର୍ରିୟାରେ ଥିଲାବାଲାଙ୍କୁ ଅହେତୁକ ଅନୁକମ୍ପା ଏବଂ ଗରିବ ଖଟିଖିଆଙ୍କୁ ବିନା ଥଇଥାନରେ ହଟାଇ ଦିଆଯିବା ଘଟଣାକୁ ନେଇ ସଚେତନ ନାଗରିକ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।

ସେଭଳି ପାତରଅନ୍ତର ନୀତି ଯୋଗୁ ଉଚ୍ଛେଦରେ ବିଭାଗୀୟ ଅଧିକାରୀଙ୍କ ଭୂମିକାକୁ ନେଇ ସାଧାରଣରେ ଭିନ୍ନ ସନ୍ଦେହ ସୃଷ୍ଟି ହେଉଥିବାବେଳେ ପ୍ରଶାସନ ଉପରେ ମଦଧ୍ୟଦ ଲୋକେ ଆସ୍ଥା ହରାଇ ବସିଛନ୍ତି। କେବଳ ସେତିକି ନୁହେଁ, ଶାସକ ଦଳର ନେତା, ମନ୍ତ୍ରୀଙ୍କ ପ୍ରତି ମଧ୍ୟ ଲୋକଙ୍କ ଆସ୍ଥା ତୁଟିବାରେ ଲାଗିଛି। ବରଗଡ଼ ଗସ୍ତରେ ପ୍ରଥମେ ଆସିଥିବାବେଳେ ଜବରଦଖଲରେ ରହିଥିବା ବଡ଼ବଡ଼ିଆଙ୍କ ଅଟ୍ଟାଳିକାରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଗଣମାଧ୍ୟମ ଆଗରେ ଖୋଦ୍‌ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବଡ଼ ବୟାନ ଦେଇଥିଲେ। କିନ୍ତୁ ବରଗଡ଼ରେ ଯେଭଳି ଢଙ୍ଗରେ ଉଚ୍ଛେଦ ଚାଲିଛି, ସେଥିରେ ବଡ଼ବଡ଼ିଆ ଜବରଦଖଲକାରୀ ଖସି ଯାଉ ଥିବାବେଳେ ଗରିବ, ଖଟିଖିଆ ଲୋକେ ପ୍ରଭାବିତ ହେଉଛନ୍ତି। ବଡ଼ବଡ଼ିଆଙ୍କୁ ମାଫ୍‌ ଏବଂ ଗରିବ, ଖଟିଖିଆଙ୍କୁ ଉଚ୍ଛେଦ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ବରଗଡ଼ ସହରବାସୀଙ୍କ ଦୀର୍ଘବର୍ଷର ଦାବି ହୋଇ ରହି ଆସିଥିବା ସ୍ଥାନୀୟ ଲେଙ୍ଗୁମିଶ୍ର ଛକଠାରୁ ପୁରୁଣା ଜୀରାବ୍ରିଜ ରାସ୍ତାପାର୍ଶ୍ୱ ଜବରଦଖଲକୁ ଏ ଯାଏ ଉଚ୍ଛେଦ କରାଯାଇ ପାରିନାହିଁ। ଜବରଦଖଲକାରୀଙ୍କୁ ନୋଟିସ୍‌ ପରେ ନୋଟିସ୍‌ କରାଯାଉଛି। ହେଲେ ତାହା ନୋଟିସ୍‌ରେ କେବଳ ସୀମିତ ରହିଯାଉଛି।

୨୦୨୩ରୁ ଲେଙ୍ଗୁମିଶ୍ର ଛକରୁ ପୁରୁଣା ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ନେଇ ଦାବି ଜୋର୍‌ ଧରିଥିଲା। ଜିଲା ଓକିଲ ସଂଘ ନେତୃତ୍ୱରେ ସ୍ଥାନୀୟ ସମଲେଶ୍ୱରୀ ସଂଘ ସମେତ ବିଭିନ୍ନ ଅନୁଷ୍ଠାନର ଦୃଢ଼ ଦାବି ପରେ ପ୍ରଶାସନ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିଲା। ମାତ୍ର ଉଚ୍ଛେଦ ପ୍ରକ୍ରିୟାରେ ପ୍ରଭାବିତ ଲୋକେ ନ୍ୟାୟାଳୟର ଦ୍ୱାରସ୍ଥ ହେବା ପରେ ସେ ନେଇ ବିଚାର ପ୍ରକ୍ରିୟାରେ ସମୟ ଗଡ଼ିଥିଲା। ମାତ୍ର ଉଚ୍ଚ ନ୍ୟାୟାଳୟ ଥରେ ନୁହେଁ, ୨ଥର ଉଚ୍ଛେଦ ସପକ୍ଷରେ ରାୟ ପ୍ରଦାନ କରି ସାରିଛନ୍ତି। ଏହାସତ୍ତ୍ୱେ ସମ୍ପୃକ୍ତ ଜବରଦଖଲକୁ ପ୍ରଶାସନ ଏ ଯାଏ ହଟାଇ ନାହିଁ। ଜବରଦଖଲକାରୀଙ୍କୁ ଚିରାଚରିତ ଢଙ୍ଗରେ ପୌର ପ୍ରଶାସନ ନୋଟିସ୍‌ ଦେଇଛି। କିଛି ଲୋକଙ୍କ ଶୁଣାଣି ବି ସରିଛି। ଏହାସତ୍ତ୍ୱେ ଉଚ୍ଛେଦ ହେଉ ନାହିଁ। ଅନ୍ୟପଟେ ପ୍ରଶାସନକୁ ଚ୍ୟାଲେଞ୍ଜ କରି ପୂର୍ବରୁ ହୋଇଥିବା ଆଂଶିକ ଉଚ୍ଛେଦ ସ୍ଥାନରେ ପୁଣି ନିର୍ମାଣ କାର୍ଯ୍ୟ ଚାଲିବା ଚର୍ଚ୍ଚାର ବିଷୟ ହୋଇଛି।

ସେହିପରି ଗତ ସାଧାରଣ ନିର୍ବାଚନ ପୂର୍ବରୁ ଉଚ୍ଛେଦ ଦାବି ଜୋର୍‌ ଧରିଥିଲା। ନିର୍ବାଚନରେ ମଧ୍ୟ ଏହା ପ୍ରଭାବ ପକାଇଥିଲା। ଏପରି କି ଏହି ପ୍ରସଙ୍ଗ ଯୋଗୁ ବିଜେଡିକୁ ବରଗଡ଼ ଆସନ ହରାଇବାକୁ ପଡ଼ିଲା ବୋଲି ସାଧାରଣରେ ଆଲୋଚିତ ହେଉଛି। ଅନ୍ୟପଟେ ବିଧାୟକ ବଦଳିଲେ, ସରକାର ବି ବଦଳି ଗଲା। କିନ୍ତୁ ସହରବାସୀଙ୍କ ଦୀର୍ଘବର୍ଷର ଏହି ଉଚ୍ଛେଦ ଦାବି ଯେଉଁ ତିମିରେକୁ ସେହି ତିମିରେ ରହି ଯାଇଛି। ଉଚ୍ଛେଦ ଦାବି ଆରମ୍ଭ ହେବା ପରଠାରୁ ତତ୍କାଳୀନ ଜିଲାପାଳଙ୍କ ବଦଳି ହୋଇଛି। ଏହା ସହିତ ୨ପୌର କାର୍ଯ୍ୟନିର୍ବାହୀ ଅଧିକାରୀ, ୨ଉପଜିଲାପାଳ ମଧ୍ୟ ବଦଳି ସାରିଲେଣି। କିନ୍ତୁ ରାସ୍ତା ଜବରଦଖଲ ଯେମିତିକୁ ସେମିତି ରହିଛି।
ଅପରପକ୍ଷେ ଲେଙ୍ଗୁ ମିଶ୍ର ଛକଠାରୁ ପୁରୁଣା ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ କରା ନ ଯାଇ ବୁଲଡୋଜର ଲଗାଇ ଗରିବ, ଖଟିଖିଆଙ୍କ ଘର, ଠେଲା ଦୋକାନକୁ ହଟାଇ ଦିଆଯାଉଥିବାରୁ ପ୍ରଶାସନକୁ ମଧ୍ୟ ଲୋକହସା ହେବାକୁ ପଡୁଛି। ଏପରି କି ଏହି ପ୍ରସଙ୍ଗ ଉଠାଇ ବିଭିନ୍ନ ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ମଧ୍ୟ ଉପୁଜୁଛି। ଗତ କିଛିଦିନ ତଳେ ବାନ୍ଦୁଟିକ୍ରା ଛକରେ ହୋଇଥିବା ଉଚ୍ଛେଦକୁ ନେଇ ଏଭଳି ସ୍ଥିତି ଉପୁଜିଥିଲା। ଦୋକାନୀ ଜଣକ ପ୍ରୟାଗରାଜ କୁମ୍ଭମେଳାକୁ ଯାଇଥିବାବେଳେ ସେଠାରେ ରହିଥିବା ତାଙ୍କ ଦୋକାନକୁ ଉଚ୍ଛେଦ ପ୍ରକ୍ରିୟାରେ ଭାଙ୍ଗି ଦିଆଯାଇଥିଲା। ସେ କୁମ୍ଭମେଳାରୁ ଫେରିବା ପରେ ତାହା ଦେଖି ପ୍ରତିବାଦ କରିବାରୁ କିଛି ସମୟ ଧରି ରାସ୍ତାରେ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଥିଲା। ପୋଲିସ ବୁଝାଶୁଝା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା। ସେହିପରି ଧନୁଯାତ୍ରା ପୂର୍ବରୁ ଜୀରାନଦୀ କୂଳ ନିକଟରେ ଜଣେ ବୃଦ୍ଧାଙ୍କ ଘରକୁ ଉଚ୍ଛେଦ ସମୟରେ ବୃଦ୍ଧା ଜଣକ ବୁଲଡୋଜର ଉପରକୁ ଚଢ଼ି ପ୍ରତିବାଦ କରିଥିଲେ ଏବଂ ଘଟଣାଟି ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ଏଭଳି ପ୍ରତିବାଦ, ଆଇନଶୃଙ୍ଖଳା ପରିସ୍ଥିତି ଏବଂ ପ୍ରଶାସନକୁ ସମାଲୋଚିତ ହେବାକୁ ପଡୁଥିବା ସତ୍ତ୍ୱେ ଚାପ, ଭୟ ନା ଅନୁକମ୍ପାରୁ ଲେଙ୍ଗୁ ମିଶ୍ର ଛକ-ପୁରୁଣା ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ କରାଯାଉ ନାହିଁ ବୋଲି ସବୁଦିନ ଚା ଖଟିରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଲୋକଙ୍କ ଚର୍ଚ୍ଚା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

ଛାନିଆ ହୋଇଗଲେ କି ଯାତ୍ରା ମାଲିକ ନାଣ୍ଡୁ! ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ…

ଭୁବନେଶ୍ୱର,୬।୨: ଖଳନାୟକ ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ ଖଣ୍ଡଗିରି ଥାନାରେ ହାଜର ହେଲେ ‘ତୁଳସୀ’ ଗଣନାଟ୍ୟ ମାଲିକ ଅନନ୍ତ ଧଳ ଓରଫ ନାଣ୍ଡୁ। ସାଇଙ୍କ ମା’ଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri