ସମର୍ଥ ଅଭିଯାନ ମାଧ୍ୟମରେ ସଶକ୍ତ ପ୍ରୟାସ

ନୂଆଦିଲ୍ଲୀ,୨୫।୮ (ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଇ-କମର୍ସ ମାର୍କେଟପ୍ଲେସ୍‌ ଫ୍ଲିପ୍‌କାର୍ଟ ତା’ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ସମର୍ଥ’କୁ ଉତ୍ସାହର ସହ ପାଳନ କରିଛି। କ୍ରମାଗତ ଭାବେ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର କାରିଗର, ବୁଣାକାର, ଏସ୍‌ଏଚ୍‌ଜି ମହିଳା ଓ ଗ୍ରାମାଞ୍ଚଳ ଉଦ୍ୟୋଗୀମାନଙ୍କୁ ସଶକ୍ତ କରାଇବା ପାଇଁ ସମର୍ଥ ଅଭିଯାନ ମାଧ୍ୟମରେ ପ୍ରୟାସ ଜାରି ରଖିଛୁ। ଏହି ପରିପ୍ରେକ୍ଷୀରେ ପ୍ଲାଟ୍‌ଫର୍ମ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। କେନ୍ଦ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀଙ୍କ ସମେତ ଏମ୍‌ଏସ୍‌ଡିଇର ସଚିବ ଅତୁଲ କୁମାର ତିୱାରୀ, ଯୁଗ୍ମ ସଚିବ ସୋନାଲ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଫ୍ଲିପ୍‌କାର୍ଟର ସପ୍ଲାଇ ଚେନ୍‌ ଅପରେଶନ୍ସ ଏକାଡେମୀ (ଏସ୍‌ସିଓଏ) ଏବଂ ଦକ୍ଷତା ବିକାଶ ଓ ଔଦ୍ୟୋଗିକ ମନ୍ତ୍ରଣାଳୟ (ଏମ୍‌ଏସ୍‌ଡିଇ) ସହ ଏକ ବୁଝାମଣା ପତ୍ର (ଏମ୍‌ଓୟୁ) ସ୍ବାକ୍ଷର ହୋଇଥିଲା ବେଳେ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା (ପିଏମ୍‌କେଭିୱାଇ) ୪.୦ ଅଧୀନରେ ଏହି ସହଭାଗିତା ଭାରତର ବହୁ ହଜାର ଯୁବପିଢ଼ିଙ୍କ ଦକ୍ଷତା ବୃଦ୍ଧି କରିବା ସହ ଇ-କମର୍ସ ଓ ଯୋଗାଣ ଶୃଙ୍ଖଳା କ୍ଷେତ୍ରରେ ସେମାନଙ୍କର ରୋଜଗାର କ୍ଷମତାକୁ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଫ୍ଲିପ୍‌କାର୍ଟ ଗ୍ରୁପ୍‌ର ଚିଫ୍‌ କର୍ପୋରେଟ ଆଫାୟାର୍ସ ଅଫିସର ରଜନିଶ କୁମାର କହିଛନ୍ତି, ସମର୍ଥ ୫ଇୟର ଜର୍ନି ମାଇଲଷ୍ଟୋନ ସେଲିବ୍ରେଶନ ଇଭେଣ୍ଟ ଭାରତର ବୁଣାକାର, କାରିଗର ଓ ଏମ୍‌ଏସ୍‌ଏମ୍‌ଇଗୁଡିକୁ ସଶକ୍ତ କରାଇବା ପ୍ରତି ଆମର ପ୍ରତିବଦ୍ଧତାକୁ ରେଖାଙ୍କିତ କରୁଛି। ଏପରିକି ଆମେ ଆମର ଏହି ଅଭିଯାନ ମାଧ୍ୟମରେ ସବୁ ବର୍ଗଙ୍କ ପାଇଁ ଆବଶ୍ୟକ ପ୍ରୟାସ କରିଛୁ। ଏହି ଯାତ୍ରାର ସଫଳତା ଏବଂ ୫ ବର୍ଷ ମଧ୍ୟରେ ଆମେ ୧.୮ ମିଲିୟନ ଜୀବିକାକୁ ସକାରାତ୍ମକ ଭାବେ ପ୍ରଭାବିତ କରିଛୁ। ସେହିଭଳି ୧୦୦ରୁ ଅଧିକ ପାରମ୍ପରିକ ଆର୍ଟ ଫର୍ମକୁ ସଂରକ୍ଷିତ ଏବଂ ହଜାର ହଜାର ସେଲରଙ୍କ ବିକାଶକୁ ତ୍ୱରାନ୍ବିତ କରିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ, ପତାକା ଉତ୍ତୋଳନ କଲେ ଉପଜିଲାପାଳ

ସୁବର୍ଣ୍ଣପୁର,୧୫।୮(ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରଠାରେ ଉପଖଣ୍ଡସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ପାଳନ ହୋଇଯାଇଛି l ବୀରମହାରାଜପୁର ଉପଜିଲାପାଳ ସୁରେନ୍ଦ୍ର କୁମାର ମେହେର ପତାକା ଉତ୍ତୋଳନ…

ଜଗନ୍ନାଥ ଦର୍ଶନ ହେଲା ଶେଷ ଦର୍ଶନ

ପୁରୀ,୧୫।୮( ଅଜିତ୍ କୁମାର ମହାନ୍ତି ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସମୟରେ ଜଣେ ବୃଦ୍ଧ ଶ୍ରଦ୍ଧାଳୁଙ୍କର ପ୍ରାଣହାନି ଘଟିଛି। ମୃତକ ଜଣକ ହେଉଛନ୍ତି ଯାଜପୁର ଜିଲା ବିଞ୍ଝାରପୁର…

ଖୁସିରେ ୪ ଗ୍ରାମର ଗ୍ରାମବାସୀ: ୧୦୯ ଜଣଙ୍କୁ ମିଳିଲା….

ଗୁଡ଼ାରି, ୧୫।୮ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲାର ଗୁଡ଼ାରି ତହସିଲ ଅନ୍ତର୍ଗତ ଢେପାଗୁଡ଼ା ରାଜସ୍ୱ ଅଞ୍ଚଳର ୪ଟି ଗ୍ରାମର ୧୦୯ ଜଣ ହିତାଧିକାରୀଙ୍କୁ ଶନିବାର ସ୍ଥାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri