ନିଯୁକ୍ତି କ୍ଷେତ୍ର ଚଳଚଞ୍ଚଳ, ମାର୍ଚ୍ଚରେ ୬ ପ୍ରତିଶତ ବୃଦ୍ଧି, ମୁମ୍ବାଇ-କୋଏମ୍ବାଟୁରରେ ଅଧିକ…

ନୂଆଦିଲ୍ଲୀ, ୧୯।୪ : ଏକ ରିପୋର୍ଟ ଅନୁଯାୟୀ, ଦେଶରେ କରୋନା ସଂକ୍ରମଣ ମାମଲା ହ୍ରାସ ପାଇବା ପରେ ଅର୍ଥନୈତିକ କାର୍ଯ୍ୟକଳାପରେ ଉନ୍ନତି ଘଟିଛି। ଏହା ସହିତ, ଚାକିରୀ ବଜାର ମଧ୍ୟ ସ୍ବାଭାବିକ ସ୍ଥିତିକୁ ଫେରିବାରେ ଲାଗିଛି। ଇତିମଧ୍ୟରେ ବିଭିନ୍ନ କମ୍ପାନୀ ସେମାନଙ୍କର ନିଯୁକ୍ତ ବୃଦ୍ଧି କରିବାରେ ଲାଗିଛନ୍ତି। ମାର୍ଚ୍ଚ ମାସରେ ନିଯୁକ୍ତି ହାରରେ ୬ ପ୍ରତିଶତ ବୃଦ୍ଧି ଘଟିଛି। ମୋନଷ୍ଟର ଏମ୍ପ୍ଲଏମେଣ୍ଟ୍‌ ଇଣ୍ଡେକ୍ସ୍‌ (ଏପ୍‌ଇଆଇ) ପକ୍ଷରୁ ଦେଶର ୧୩ଟି ସହରର କମ୍ପାନୀଗୁଡିକ ଦ୍ୱାରା ନିଯୁକ୍ତି ତଥ୍ୟ ବିଶ୍ଳେଷଣ କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।

ଏହି ରିପୋର୍ଟରେ ଅନଲାଇନ ନିଯୁକ୍ତି କାର୍ଯ୍ୟକଳାପ ଉପରେ ନଜର ରଖାଯାଇଥିଲା ଏବଂ ଏକ ବର୍ଷ ପୂର୍ବେ ସ୍ତର ତୁଳନାରେ ଏହା ୬ ପ୍ରତିଶତ ବୃଦ୍ଧି ହୋଇଥିବା ପଞ୍ଜିକୃତ ହୋଇଛି। ୧୩ଟି ସହର ମଧ୍ୟରେ ଅନ୍ତର୍ଭୁକ୍ତ ସମସ୍ତ ମେଟ୍ରୋରେ ବାର୍ଷିକ ନିଯୁକ୍ତି ହାରରେ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ପଞ୍ଜିକୃତ ହୋଇଛି।

ରିପୋର୍ଟ ଅନୁଯାୟୀ, କମ୍ପାନୀଗୁଡିକରେ ନିଯୁକ୍ତି କ୍ଷେତ୍ରରେ ମୁମ୍ବାଇ ପ୍ରଥମ ସ୍ଥାନ ଅଧିକାର କରିଛି। ଏଠାରେ ମାର୍ଚ୍ଚରେ ନିଯୁକ୍ତି ହାର ଗତ ବର୍ଷ ତୁଳନାରେ ୨୧ ପ୍ରତିଶତ ଅଧିକ ରହିଛି। ଏହା ପରେ କୋଏମ୍ବାଟୁର ୨୦ ପ୍ରତିଶତ ଅଭିବୃଦ୍ଧି ସହିତ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଚେନ୍ନାଇ ଏବଂ ହାଇଦ୍ରାବାଦ ୧୬ ପ୍ରତିଶତ ଅଭିବୃଦ୍ଧି ସହିତ ତୃତୀୟ ସ୍ଥାନରେ ରହିଛନ୍ତି।

ଏହି ରିପୋର୍ଟରେ, ବେଙ୍ଗାଲୁରୁରେ ଅନଲାଇନ ନିଯୁକ୍ତିରେ ୧୫ ପ୍ରତିଶତ ବୃଦ୍ଧି ରେକର୍ଡ କରାଯାଇଛି। କୋଲକାତା ଏବଂ ଦିଲ୍ଲୀ-ଏନସିଆରରେ ଏହା ୧୩ ପ୍ରତିଶତ ରହିଛି। ପୁଣେରେ ଏଥିରେ ୧୨ ପ୍ରତିଶତ ବୃଦ୍ଧି ଘଟିଛି। ମାର୍ଚ୍ଚ ୨୦୨୨ର ତଥ୍ୟ ଅନୁଯାୟୀ ବ୍ୟାଙ୍କିଙ୍ଗ, ଆର୍ଥିକ ସେବା ଏବଂ ବୀମା କମ୍ପାନୀଗୁଡିକରେ ନିଯୁକ୍ତି ପାଇଁ ସର୍ବାଧିକ ଚାହିଦା ଦେଖିବାକୁ ମିଳିଥିଲା। ଏଥିରେ ନିଯୁକ୍ତି ହାର ୩୭ ପ୍ରତିଶତ ଅଧିକ ରେକର୍ଡ କରାଯାଇଛି। ଏହା ପରେ ଟେଲିକମ, ଆଇଏସପିରେ ୧୭ ପ୍ରତିଶତ ଏବଂ ମାନ୍ୟୁଫାକଚରିଂ ତଥା ଉତ୍ପାଦନ କମ୍ପାନୀଗୁଡିକରେ ନିଯୁକ୍ତିରେ ୧୬ ପ୍ରତିଶତ ବୃଦ୍ଧି ଘଟିଛି। ସେହିପରି ହସ୍ପିଟାଲିଟି କ୍ଷେତ୍ରରେ ନିଯୁକ୍ତିରେ ମାର୍ଚ୍ଚରେ ୧୧ ପ୍ରତିଶତ ବୃଦ୍ଧି ଦେଖାଦେଇଛି। ଅପରପକ୍ଷରେ ଇଞ୍ଜିନିୟରିଂ, ର୍ନିମାଣ ଏବଂ ଲୁହା, ଇସ୍ପାତ ସମ୍ବନ୍ଧୀୟ କମ୍ପାନୀଗୁଡିକରେ ନିଯୁକ୍ତି ୨୦ ପ୍ରତିଶତ ହ୍ରାସ ପାଇଛି।

ମୋନଷ୍ଟର ଡଟ କମର ସିଇଓ ଶେଖର ଗାରିସା କହିଛନ୍ତି ଯେ କରୋନା ମହାମାରୀ ସଙ୍କଟ ମଧ୍ୟରେ ଗତ ଦୁଇ ବର୍ଷ ନିଯୁକ୍ତି କ୍ଷେତ୍ର ଅତ୍ୟନ୍ତ ଖରାପ ଥିଲା। କିନ୍ତୁ ୨୦୨୦ ତୁଳନାରେ ଚ୍ୟାଲେଞ୍ଜକୁ ଅତିକ୍ରମ କରି ଭାରତୀୟ ଅର୍ଥନୀତି ଚଳିତ ବର୍ଷ ଏକ ଉନ୍ନତି ପଞ୍ଜିକରଣ କରିଛି। ରୋଜଗାର ହାର ମଧ୍ୟ ବୃଦ୍ଧି ପାଇଛି। ବ୍ୟାଙ୍କିଂ ଏବଂ ଟେଲି ଯୋଗାଯୋଗ ପରି କ୍ଷେତ୍ରଗୁଡିକରେ ଦେଶରେ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଛନ୍ତି । ଦ୍ୱିତୀୟ ଶ୍ରେଣୀ ସହରଗୁଡ଼ିକରେ ବ୍ୟବସାୟିକ କାର୍ଯ୍ୟକଳାପରେ ଯଥେଷ୍ଟ ବୃଦ୍ଧି ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଦ୍ୱିତୀୟ ଏମ୍ସ ନେଇ କେନ୍ଦ୍ର ଅସ୍ପଷ୍ଟ

ବଲାଙ୍ଗୀର,୨୭ା୯(ବୀରେନ୍ଦ୍ର କୁମାର ଝାଙ୍କର): ଗତ ୨ ବର୍ଷ ତଳେ ୨୦୨୪ ସେପ୍ଟେମ୍ୱର ୮ରେ ସମ୍ୱଲପୁରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଦ୍ୱିତୀୟ ଏମ୍ସ ସମ୍ୱଲପୁରରେ ପ୍ରତିଷ୍ଠା…

ହୀରାକୁଦର ୨୦ ଗେଟ୍‌ ଖୋଲିଲା: ବୈତରଣୀରେ ୮, ସାଳନ୍ଦୀରେ ୬ ବନ୍ୟା

ଭୁବନେଶ୍ୱର, ୨୭ା୯ (ବନ୍ଦନା ସେଠୀ): ଲଗାଣ ବର୍ଷା ଯୋଗୁ ଓଡ଼ିଶାର ବିଭିନ୍ନ ନଦୀରେ ବନ୍ୟାସ୍ଥିତି ଗମ୍ଭୀର ହୋଇଚାଲିଛି। ଦକ୍ଷିଣ ଓଡ଼ିଶାରେ ଦୁଇଦିନ ଧରି କେତେକ ନଦୀରେ ବନ୍ୟା…

ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ, ୨ଦିନ ପରେ…

ଭୁବନେଶ୍ୱର,୨୬।୯: ଆଣ୍ଡାମାନ ସାଗରରୁ ସୃଷ୍ଟି ହୋଇଥିବା ଲଘୁଚାପ ପରବର୍ତ୍ତୀ ସମୟରେ ଗଭୀର ଅବପାତର ରୂପ ନେଇ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଲା। ଏବେ ସେହି ଆଣ୍ଡାମାନ ସାଗର…

୩୦ରେ ଇଣ୍ଡିଆ ବ୍ଲକ୍‌ର ବୈଠକ, ହେବ ବଡ଼ ଆଲୋଚନା

ନୂଆଦିଲ୍ଲୀ,୨୬ା୯: ନିର୍ବାଚନ କମିଶନରେ ମତଭେଦ ଏବଂ ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ଦେଖାଦେଇଥିବା ଉଦ୍‌ବେଗ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ…

କାଲି ବନ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ: ଆକାଶମାର୍ଗରୁ ସ୍ଥିତି ପରଖିବେ ମୋହନ ମାଝୀ

ଭୁବନେଶ୍ୱର,୨୬।୯: ରାଜ୍ୟରେ ଗଭୀର ଅବପାତ ଯୋଗୁ ସୃଷ୍ଟ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା…

ମାସିକ ୮ ହଜାର ଟଙ୍କାରେ ପରିବାର ଚଳିବ କେମିତି? ଆନ୍ଦୋଳନରତ ଯୋଗାଣ ସହାୟକଙ୍କ ସମର୍ଥନରେ ବାହାରିଲେ ନରସିଂହ

ବଲାଙ୍ଗୀର,୨୬।୯ (ସୁନିଲ କୁମାର ମହାନ୍ତି): ପାରିଶ୍ରମିକ ବୃଦ୍ଧି ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ସାରା ରାଜ୍ୟର ଯୋଗାଣ ସହାୟକମାନେ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି। ବଲାଙ୍ଗୀର ଜିଲାର…

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟା ସନ୍ତାନ ଜନ୍ମ, ଥାନାରେ ଏତଲା

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମାଆ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: କାର୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର, ୨୦ ଫୁଟ ତଳକୁ ଖସିଲା କାର୍

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରୀ ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?