ଯୁବବର୍ଗଙ୍କୁ ମିଳିବ ରୋଜଗାର ସୁଯୋଗ

ଢେଙ୍କାନାଳ ଅଫିସ,୨୭।୧୦: ଢେଙ୍କାନାଳ ଜିଲା କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମ୍‌ଠାରେ ଆସନ୍ତା ନଭେମ୍ବର ୬ ପୂର୍ବାହ୍ନ ୯ଟାରେ କୌଶଳ ମହୋତ୍ସବ ତଥା ରୋଜଗାର ମେଳା ଅନୁଷ୍ଠିତ ହେବ। କେନ୍ଦ୍ର ସରକାରଙ୍କ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ଜାତୀୟ ଦକ୍ଷତା ବିକାଶ ନିଗମ ଦ୍ୱାରା ଏହାର ଆୟୋଜନ କରାଯାଉଛି। ଏଥିରେ ରାଜ୍ୟ ଏବଂ ରାଜ୍ୟ ବାହାରର ଶିକ୍ଷିତ ଯୁବବର୍ଗକୁ ସୁଯୋଗ ଦିଆଯିବ। ମାଟ୍ରିକ୍‌ କିମ୍ବା ତା’ଠାରୁ ଅଧିକ ଶିକ୍ଷାଗତ ଯୋଗ୍ୟତା ଥିବା ଯୁବତୀଯୁବକମାନେ ଏଥିରେ ଭାଗ ନେଇପାରିବେ ବୋଲି ଢେଙ୍କାନାଳ ସୂର୍ଯ୍ୟ ମଣ୍ଡପରେ ବୁଧବାର ମଧ୍ୟାହ୍ନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି।

ଜାତୀୟ ଦକ୍ଷତା ବିକାଶ ନିଗମ କାର୍ଯ୍ୟନିର୍ବାହୀ ଉପସଭାପତି ଡ. ମନୀଷ ମିଶ୍ର, ଜେନେରାଲ ମ୍ୟାନେଜର ପି. ବୋଗଏନ୍‌ ସୂଚନା ଦେଇ କହିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁବବର୍ଗଙ୍କ ଦକ୍ଷତା ବିକାଶ ଲାଗି କୌଶଳ ମହୋତ୍ସବ ନାମରେ ରୋଜଗାର ମେଳା ଆରମ୍ଭ କରିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାର୍ଗଦର୍ଶନରେ ସରକାରଙ୍କ ପ୍ରତିବଦ୍ଧତାକୁ ପୂରଣ କରିବା ଦିଗରେ ଏହା ଏକ ପଦକ୍ଷେପ। ଏଥିରେ ୨୦ରୁ ଊର୍ଦ୍ଧ୍ୱ ସେକ୍ଟରରୁ ୫୦ରୁ ଅଧିକ କମ୍ପାନୀ ଭାଗନେବେ। ସ୍କିଲ୍‌ ଇଣ୍ଡିଆ ମିଶନ ଅଧୀନରେ ଏହା ରାଜ୍ୟରେ ପର୍ଯ୍ୟାୟକ୍ରମେ ଅନୁଷ୍ଠିତ ହେବ। ପ୍ରାର୍ଥୀମାନେ https://nsdcdigital.nsdcindia.orgରେ ପଞ୍ଜୀକରଣ କରିପାରିବେ। ଇଣ୍ଡିଆ ଟେକ୍ସପ୍ରେନୁଅର୍ସ ଫେଡେରେଶନ, ଆର୍ବାନ କ୍ଲାପ ଟେକ୍ନୋଲୋଜି, ହେଲଥ୍‌ ଭିଷ୍ଟା ଇଣ୍ଡିଆ ଲିମିଟେଡ୍‌, ବାର୍ବିକ୍ୟୁ ନେଶନ, ଜେବିଏମ୍‌ ଅଟୋ, ଆର୍‌.ଜେ. ଏଣ୍ଟରପ୍ରାଇଜର୍ସ, ଅକାଲ ଇନ୍‌ଫର୍ନେସ ସିଷ୍ଟମ, ସୋଡେସ୍କୋ ଆଦି ବହୁ କମ୍ପାନୀ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି। ପ୍ରାର୍ଥୀମାନେ ନିଃଶୁଳ୍କ ସାଇକୋମେଟ୍ରିକ ପରୀକ୍ଷା ଓ ଗ୍ରୁପ୍‌ କାଉନସେଲିଂରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ। ସଫଳ ଛାତ୍ରୀଛାତ୍ରମାନେ ମନ୍ତ୍ରୀ ଧର୍ମେନ୍ଦ୍ରଙ୍କଠାରୁ ଅଫରପତ୍ର ଗ୍ରହଣ କରିବେ। କୌଶଳ ମହୋତ୍ସବ ମାଧ୍ୟମରେ ବିଦେଶରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହା ଦେଶରେ କୁଶଳୀ ଶ୍ରମିକଙ୍କୁ ଅଭିବୃଦ୍ଧି ସୁଯୋଗ ପ୍ରଦାନ କରିବ। ବିଦ୍ୟାଳୟ ଓ କଲେଜର ଡ୍ରପ୍‌ ଆଉଟ୍‌ ପିଲାଙ୍କ ନିଯୁକ୍ତି ଦକ୍ଷତାକୁ ସଶକ୍ତ କରିବ। ସ୍କିଲ୍‌ ଇଣ୍ଡିଆ ମିଶନ ଅଧୀନରେ ଅଦ୍ୟାବଧି ୫.୫ କୋଟିରୁ ଅଧିକ ଆଶାୟୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ବୋଲି ସୂଚନା ଦିଆଯାଇଥିଲା। ରାଜ୍ୟ ସଂଯୋଜକ ଦେବୀ ପ୍ରସାଦ ମହାନ୍ତି ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନଦୀକୁ ଡେଇଁ କରୁଥିଲେ ରିଲସ, ପାଣିରେ ବୁଡ଼ି ଯୁବକ….

ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଜିଲାର ସଂସ୍କୃତି ପରମ୍ପରା ପାଳନରେ ବିଭାଗର ଖାମଖିଆଲି ମନୋଭାବ: ଓଡ଼ିଶାର ବରପୁତ୍ରଙ୍କୁ ଅଣଦେଖା

ପାରଳାଖେମୁଣ୍ଡି,୨ା୪(ଗିରିଧାରୀ ପରିଚ୍ଛା): ଓଡ଼ିଶା ଦିବସରେ ଓଡ଼ିଶାର ନିର୍ମାତାଙ୍କ ମାଟିରେ ଅପମାନ ଓ ଅବହେଳା ପରିଲକ୍ଷିତ ହୋଇଛି। ଓଡ଼ିଶା ଦିବସ ପାଳନରେ ସ୍ଥାନୀୟ ବୁଦ୍ଧିଜୀବୀ ଓ ବରିଷ୍ଠ ବ୍ୟକ୍ତିମାନଙ୍କୁ…

ଗୋଡଭଗାରେ ଚାଞ୍ଚଲ୍ୟ: ଦିନରେ ବୁଲିଲା ଛୁରି-ଭୁଜାଲି

ବରଗଡ଼,୨।୪(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଥମିବାର ନାଁ ନେଉନି। ଗତ କିଛିଦିନ ତଳେ ଜିଲାର ସଦର ମହକୁମା ବରଗଡ଼ ସହରରେ ଆଇନ ଶୃଙ୍ଖଳା…

ଖଣି, ଶିଳ୍ପାଞ୍ଚଳର ଗ୍ରାମାଞ୍ଚଳ ପାଠାଗାର ଚିନ୍ତା

ଯାଜପୁର,୨ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ କଲେଜ, ହାଇସ୍କୁଲ ଓ ସାଧାରଣ ପାଠାଗାର ପ୍ରାୟ ୪୦୦ ଭଳି ରହିଛି। କେତେକ ପାଠାଗାରରେ ୫୦ରୁ ୬୦ ବର୍ଷ ପୁରୁଣା ମୂଲ୍ୟବାନ…

ରକ୍ତଦାନ, ମହାପୁଣ୍ୟ: ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ୪୧ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୨।୪(ଅଶେଷ ନାଥ ମିଶ୍ର): ଓଡ଼ିଶା ଦିବସ ଅବସରରେ ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ଗଣିଆନାଳ ଛକର ମା’ ପିତାମ୍ବରୀ ବଣିକ ସଂଘ ପକ୍ଷରୁ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri