ଯୁବବର୍ଗଙ୍କୁ ମିଳିବ ରୋଜଗାର ସୁଯୋଗ

ଢେଙ୍କାନାଳ ଅଫିସ,୨୭।୧୦: ଢେଙ୍କାନାଳ ଜିଲା କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମ୍‌ଠାରେ ଆସନ୍ତା ନଭେମ୍ବର ୬ ପୂର୍ବାହ୍ନ ୯ଟାରେ କୌଶଳ ମହୋତ୍ସବ ତଥା ରୋଜଗାର ମେଳା ଅନୁଷ୍ଠିତ ହେବ। କେନ୍ଦ୍ର ସରକାରଙ୍କ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ଜାତୀୟ ଦକ୍ଷତା ବିକାଶ ନିଗମ ଦ୍ୱାରା ଏହାର ଆୟୋଜନ କରାଯାଉଛି। ଏଥିରେ ରାଜ୍ୟ ଏବଂ ରାଜ୍ୟ ବାହାରର ଶିକ୍ଷିତ ଯୁବବର୍ଗକୁ ସୁଯୋଗ ଦିଆଯିବ। ମାଟ୍ରିକ୍‌ କିମ୍ବା ତା’ଠାରୁ ଅଧିକ ଶିକ୍ଷାଗତ ଯୋଗ୍ୟତା ଥିବା ଯୁବତୀଯୁବକମାନେ ଏଥିରେ ଭାଗ ନେଇପାରିବେ ବୋଲି ଢେଙ୍କାନାଳ ସୂର୍ଯ୍ୟ ମଣ୍ଡପରେ ବୁଧବାର ମଧ୍ୟାହ୍ନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି।

ଜାତୀୟ ଦକ୍ଷତା ବିକାଶ ନିଗମ କାର୍ଯ୍ୟନିର୍ବାହୀ ଉପସଭାପତି ଡ. ମନୀଷ ମିଶ୍ର, ଜେନେରାଲ ମ୍ୟାନେଜର ପି. ବୋଗଏନ୍‌ ସୂଚନା ଦେଇ କହିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁବବର୍ଗଙ୍କ ଦକ୍ଷତା ବିକାଶ ଲାଗି କୌଶଳ ମହୋତ୍ସବ ନାମରେ ରୋଜଗାର ମେଳା ଆରମ୍ଭ କରିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାର୍ଗଦର୍ଶନରେ ସରକାରଙ୍କ ପ୍ରତିବଦ୍ଧତାକୁ ପୂରଣ କରିବା ଦିଗରେ ଏହା ଏକ ପଦକ୍ଷେପ। ଏଥିରେ ୨୦ରୁ ଊର୍ଦ୍ଧ୍ୱ ସେକ୍ଟରରୁ ୫୦ରୁ ଅଧିକ କମ୍ପାନୀ ଭାଗନେବେ। ସ୍କିଲ୍‌ ଇଣ୍ଡିଆ ମିଶନ ଅଧୀନରେ ଏହା ରାଜ୍ୟରେ ପର୍ଯ୍ୟାୟକ୍ରମେ ଅନୁଷ୍ଠିତ ହେବ। ପ୍ରାର୍ଥୀମାନେ https://nsdcdigital.nsdcindia.orgରେ ପଞ୍ଜୀକରଣ କରିପାରିବେ। ଇଣ୍ଡିଆ ଟେକ୍ସପ୍ରେନୁଅର୍ସ ଫେଡେରେଶନ, ଆର୍ବାନ କ୍ଲାପ ଟେକ୍ନୋଲୋଜି, ହେଲଥ୍‌ ଭିଷ୍ଟା ଇଣ୍ଡିଆ ଲିମିଟେଡ୍‌, ବାର୍ବିକ୍ୟୁ ନେଶନ, ଜେବିଏମ୍‌ ଅଟୋ, ଆର୍‌.ଜେ. ଏଣ୍ଟରପ୍ରାଇଜର୍ସ, ଅକାଲ ଇନ୍‌ଫର୍ନେସ ସିଷ୍ଟମ, ସୋଡେସ୍କୋ ଆଦି ବହୁ କମ୍ପାନୀ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି। ପ୍ରାର୍ଥୀମାନେ ନିଃଶୁଳ୍କ ସାଇକୋମେଟ୍ରିକ ପରୀକ୍ଷା ଓ ଗ୍ରୁପ୍‌ କାଉନସେଲିଂରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ। ସଫଳ ଛାତ୍ରୀଛାତ୍ରମାନେ ମନ୍ତ୍ରୀ ଧର୍ମେନ୍ଦ୍ରଙ୍କଠାରୁ ଅଫରପତ୍ର ଗ୍ରହଣ କରିବେ। କୌଶଳ ମହୋତ୍ସବ ମାଧ୍ୟମରେ ବିଦେଶରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହା ଦେଶରେ କୁଶଳୀ ଶ୍ରମିକଙ୍କୁ ଅଭିବୃଦ୍ଧି ସୁଯୋଗ ପ୍ରଦାନ କରିବ। ବିଦ୍ୟାଳୟ ଓ କଲେଜର ଡ୍ରପ୍‌ ଆଉଟ୍‌ ପିଲାଙ୍କ ନିଯୁକ୍ତି ଦକ୍ଷତାକୁ ସଶକ୍ତ କରିବ। ସ୍କିଲ୍‌ ଇଣ୍ଡିଆ ମିଶନ ଅଧୀନରେ ଅଦ୍ୟାବଧି ୫.୫ କୋଟିରୁ ଅଧିକ ଆଶାୟୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ବୋଲି ସୂଚନା ଦିଆଯାଇଥିଲା। ରାଜ୍ୟ ସଂଯୋଜକ ଦେବୀ ପ୍ରସାଦ ମହାନ୍ତି ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହାତୀଙ୍କ ସୁରକ୍ଷା ଆମର ଦାୟିତ୍ୱ: ଜାଗ୍ରତ କଲା ବନ ବିଭାଗ

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବନ ବିଭାଗ ରେଞ୍ଜ କାର୍ଯ୍ୟାଳୟ ପରିସରରେ ବନ ବିଭାଗ ପକ୍ଷରୁ ଗଜ ସାଥି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ...

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ! ଜଗା ସ୍ଥାନରେ ବଳିଆ

ଭୁବନେଶ୍ୱର,୩୧।୧୨: ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ ହୋଇଛି। ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ...

ନଳକୂପ ପାଖରେ ଛକି ବସିଥିଲା ଯମ: ପାଣି ଆଣିବାକୁ ଗଲାବେଳେ ଝିଲିଙ୍କ ସହ ଘଟିଲା…

ଅନୁଗୋଳ,୩୧।୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ପଞ୍ଚାୟତ ସାହାରାଗୁଡ଼ା ଗାଁ ସୁନାଭୂଇଁ ସାହିରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମିଳିଥିବା...

ମହିଳାଙ୍କ ସହ ଯୌନସମ୍ପର୍କ ରଖି ଫଟୋ ଭାଇରାଲ କରିଦେଲେ ଯୁବକ: ସ୍ବାମୀ ଜାଣିବା ପରେ…

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ମହିଳାଙ୍କ ବିନା ସହମତିରେ ତାଙ୍କ ସହ ଯୌନସମ୍ପର୍କ ସ୍ଥାପନ କରିବା ସହ ଅଶ୍ଳୀଳ ଭିଡିଓ ସୋସିିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ବଳିଆପଣ୍ଡା...

୬ଦିନ ଯାଏ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ଇଂଲିଶ ନବବର୍ଷର ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ କରି ବର୍ଷ ଆରମ୍ଭ କରିବା ନିମନ୍ତେ ଶ୍ରଦ୍ଧାଳୁ ଆଶା କରିଥାନ୍ତି। ତେଣୁ ଏହିଦିନ...

ଜାଲ୍‌ ଲାଇସେନ୍ସରେ ବନ୍ଧୁକ ବେପାର, ୩ ଗିରଫ

ରାଉରକେଲା,୩୧।୧୨(ସଙ୍ଗୀତା ଜେନା): ରାଉରକେଲା ଜିଲା ପୋଲିସ ସୋମବାର ରାଉରକେଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଆନ୍ତଃ ରାଜ୍ୟ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ କରିଛି। ଜାଲ୍‌...

ବରଗଡ଼କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ୧୩ କୋଟି ଟଙ୍କା ବ୍ୟୟ ଅଟକଳରେ ହେବ ଧନୁଯାତ୍ରା ମହୋତ୍ସବର ସ୍ଥାୟୀ ରାଜମହଲ

ମଥୁରାନଗରୀ,୩୧।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବ ସବୁଠାରୁ ଅନନ୍ୟ ଓ ନିଆରା। କେବଳ ବରଗଡ଼, ପଶ୍ଚିମ ଓଡ଼ିଶା, ଓଡ଼ିଶା କିମ୍ବା ଭାରତ ନୁହେଁ, ଦେଶ ବାହାର...

ଚମକିଲେ କୁନି ଝିଅ: ଇଫ୍ରାତ୍‌ ଜୋଏଲ୍‌ଙ୍କୁ ଲିଟିଲ ମିସ୍‌ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ଟାଇଟଲ୍‌

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗ୍‌ଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ସୋମବାର ଆୟୋଜିତ ଲିଟିଲ ମିସ୍‌ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀରର କୁନି ଝିଅ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri