‘ଯୋଗ୍ୟ ଯୁବପିଢ଼ିଙ୍କୁ ନିଯୁକ୍ତି ସୁଯୋଗ’

ଭୁବନେଶ୍ୱର,୧୪।୩: ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ଏକ ବିଶେଷ ଅଭିଯାନର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି କମ୍ପାନୀ କର୍ମଚାରୀମାନଙ୍କ କଲ୍ୟାଣକୁ ସର୍ବଦା ପ୍ରାଥମିକତା ଦେଉଥିବା ଜଣାପଡିଛି। ଏପରିକି ସଂସ୍ଥାର ଆବଶ୍ୟକତା ଓ ନିୟାମକ(ଓଇଆର୍‌ସି)ର ଅନୁମୋଦନ ଅନୁସାରେ ସ୍ଥାନୀୟ ଯୋଗ୍ୟ ଯୁବପିଢ଼ିଙ୍କ ପାଇଁ ମଧ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ କମ୍ପାନୀ ପ୍ରତିବଦ୍ଧ ରହିଛି। ଉଲ୍ଲେଖଯୋଗ୍ୟ ଗତ ତିନି ବର୍ଷ ମଧ୍ୟରେ କମ୍ପାନୀ ୧୮ଟି ବିଭାଗରେ ୬୩୫ ସ୍ଥାନୀୟ ଯୁବପିଢ଼ିଙ୍କୁ ନିଯୁକ୍ତି ଦେଇଛି। ଏ ସମ୍ପର୍କରେ ଟିପିସିଓଡିଏଲ୍‌ର ସିଇଓ ଏମ୍‌. ସେନ୍‌ବାଗମ କହିଛନ୍ତି, ସ୍ଥାନୀୟ ଯୋଗ୍ୟ ଯୁବପିଢ଼ିଙ୍କୁ ନିଯୁକ୍ତି ପ୍ରଦାନ କରିବା ପାଇଁ ଟିପିସିଓଡିଏଲ୍‌ରେ ଆମେ ପ୍ରତିବଦ୍ଧ ରହିଛୁ ଏବଂ ଏକ ସୁରକ୍ଷିତ ଓ ସଶକ୍ତ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉପରେ ଆମର ବିଶ୍ୱାସ ରହିଛି। ଏକ ସଶକ୍ତ ଶ୍ରମଶକ୍ତି ସୃଷ୍ଟି କରିବା ଲାଗି ସାମାଜିକ ସୁରକ୍ଷା ବ୍ୟବସ୍ଥାର ସମ୍ପ୍ରସାରଣ ଏବଂ ଦକ୍ଷତା ବିକାଶ ଅଭିଯାନ ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି। ସେହିଭଳି ୨୦୨୦ଜୁନ୍‌ରେ ଶୁଭାରମ୍ଭ ହେବା ପରଠାରୁ କମ୍ପାନୀ ବୈଧାନିକ ନିୟମଗୁଡ଼ିକୁ ପାଳନ କରିବା,ସାମାଜିକ ସୁରକ୍ଷା, ନିରାପତ୍ତା ଏବଂ ଏହାର କର୍ମଚାରୀମାନଙ୍କ କ୍ୟାରିୟରରେ ଅଭିବୃଦ୍ଧି ଲାଗି ବିଭିନ୍ନ ଅଭିଯାନ ଗ୍ରହଣ କରିଛି। ଇପିଏଫ୍‌ ଓ ଇଏସ୍‌ଆଇସି ଭଳି ସାମାଜିକ ସୁରକ୍ଷା ସ୍କିମ୍‌ରେ ସବୁ କର୍ମଚାରୀଙ୍କୁ ସାମିଲ କରିବା ଲାଗି କମ୍ପାନୀ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛି। ଏହାସହିତ ସମସ୍ତ କର୍ମଚାରୀଙ୍କୁ ୧୫ଲକ୍ଷ ଟଙ୍କାର ଏକ ଗ୍ରୁପ୍‌ ବ୍ୟକ୍ତିଗତ ଦୁର୍ଘଟଣା (ଜିପିଏ) ବୀମା ପଲିସି ଓ ମହାମାରୀ ସମୟରେ କୋଭିଡ୍‌ଜନିତ ମୃତ୍ୟୁ ଲାଗି ଏକ ୫ ଲକ୍ଷ ଟଙ୍କାର ଜୀବନ ବୀମା ପଲିସିରେ ଅନ୍ତର୍ଭୁକ୍ତ କରାଯାଇଛି।
ଅପରପକ୍ଷରେ କର୍ମଚାରୀମାନଙ୍କ ଶିକ୍ଷଣୀୟ ଭାବ ଓ ବିକାଶକୁ ସୁଦୃଢ଼ କରିବା ଲାଗି ଟିପିସିଓଡିଏଲ୍‌ ପକ୍ଷରୁ ଏହାର ୫ଟି ବିଦ୍ୟୁତ୍‌ ସର୍କଲ ଯଥା ଭୁବନେଶ୍ୱର, କଟକ, ପୁରୀ, ଅନୁଗୋଳ ଓ ପାରାଦୀପରେ ୫ଟି ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ କରାଯାଇଛି, ଯାହା ଏହାର ସମସ୍ତ ଶ୍ରମଶକ୍ତି ସମେତ ବିଜନେସ୍‌ ଆସୋସିଏଟ୍‌ସ କର୍ମଚାରୀଙ୍କୁ ତାଲିମ ପ୍ରଦାନ କରିବା ଲାଗି ବର୍ଷତମାମ କାର୍ଯ୍ୟ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

୭୫ବର୍ଷରୁ ଅଧିକ ବୟସ୍କଙ୍କୁ ଆୟକର ଛାଡ

ନୂଆଦିଲ୍ଲୀ, ୧।୨: ଚଳିତ ବଜେଟରେ ଦେଶର ବରିଷ୍ଠ ନାଗରିକଙ୍କ ପାଇଁ ନୂଆ ଘୋଷଣା କରାଯାଇଛି। ୭୫ ବର୍ଷ ଅବା ଏହାଠାରୁ ଅଧିକ ବୟସ୍କ ବରିଷ୍ଠ ନାଗରିକଙ୍କୁ...

ସୁନା ଛୁଇଁବା ହେବ ସାତ ସପନ: ମାର୍ଚ୍ଚ-ଏପ୍ରିଲ୍‌ରେ ଟପିବ ୪୫ ହଜାର; ଡିସେମ୍ବରରେ ୫୦ ହଜାର !

ନୂଆଦିଲ୍ଲୀ,୨୦।୨: ଆଗକୁ ସୁନା ଛୁଇଁବା ସାତ ସପନ ପରି ହେବାକୁ ଯାଉଛି। ମାର୍ଚ୍ଚ-ଏପ୍ରିଲ୍‌ରେ ସୁନା ୧୦ ଗ୍ରାମ ପିଛା ଦାମ ୪୫ ହଜାର ଟଙ୍କା ଟପିବାର...

୭ ମାସର ସର୍ବୋଚ୍ଚ ସ୍ତରରେ ତୈଳ ଚାହିଦା

ନୂଆଦିଲ୍ଲୀ,୧୧।୧୧: ଅକ୍ଟୋବରରେ ଦେଶର ତୈଳ ଚାହିଦା ୭ ମାସର ସର୍ବୋଚ୍ଚ ସ୍ତରରେ ରହିଛି। ସେହିଭଳି ପେଟ୍ରୋଲ ବିକ୍ରି ରେକର୍ଡ ସ୍ତରରେ ରହିଥିବା ସରକାରୀ ଡାଟାରୁ ସାମ୍ନାକୁ ଆସିଛି।...

ବେରୋଜଗାର ଚିନ୍ତା ବଢ଼ାଇଛି

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ବିଭିନ୍ନ ସମସ୍ୟା ସାମ୍ନାକୁ ଆସିଛି। ଏହି ମହାମାରୀ ଯୋଗୁ କେବଳ ଲୋକଙ୍କ ଜୀବନ ଯାଇନାହିଁ, ଜୀବିକା ମଧ୍ୟ ଛଡ଼ାଇ ନେଇଛି। ସରକାରଙ୍କ...

ଆପଣଙ୍କ ପାଖରେ ଅଛି କି ଏହି ୧୦ ଟଙ୍କିଆ ପୁରୁଣା ନୋଟ୍‌: ହେବେ ମାଲାମାଲ, କରିବାକୁ ପଡ଼ିବ ଏଭଳି

ନୂଆଦିଲ୍ଲୀ,୨।୧୨: ଆଜିକାଲି ସବୁ ସ୍ଥାନରେ ନୂଆ ନୋଟ ମିଳୁଛି, କିନ୍ତୁ ପୁରୁଣା ନୋଟ ବଜାରରୁ ଅଦୃଶ୍ୟ ହୋଇଯାଉଛି। ଏପରି ପରିସ୍ଥିତିରେ, ଯଦି ଆପଣଙ୍କର ପୁରୁଣା ସହିତ...

ଦୀପ୍ତିଙ୍କୁ ୨ କୋଟିର ପ୍ୟାକେଜ

ହାଇଦ୍ରାବାଦ: ହାଇଦ୍ରାବାଦର ମେଧାବୀ ଛାତ୍ରୀ ଦୀପ୍ତି ନାରକୁଟୀ ଆମେରିକାର ଅଗ୍ରଣୀ ସଫ୍ଟଓ୍ବେୟାର କମ୍ପାନୀ ମାଇକ୍ରୋସଫ୍ଟ ପକ୍ଷରୁ ଗ୍ରେଡ୍‌-୨ ପୋଷ୍ଟ ପାଇଁ ମନୋନୀତ ହୋଇଛନ୍ତି। ସେ ବାର୍ଷିକ...

ବନ୍ଦ ରହିବ ବ୍ୟବସାୟ ପ୍ରତିଷ୍ଠାନ

ନୂଆଦିଲ୍ଲୀ, ଭୁବନେଶ୍ୱର,୨୧-୩: କରୋନା ପ୍ରଭାବକୁ କମ୍‌ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସାରା ଦେଶରେ ଜନତା କର୍ଫ୍ୟୁ ଲାଗି ଗୁରୁବାର ଦେଶବାସୀଙ୍କୁ ଆହ୍ବାନ...

ମିନର୍ଭା ଅଟୋମୋବାଇଲ୍ସର ନୂତନ ଶୋ’ରୁମ୍‌ ଉଦ୍‌ଘାଟିତ

ବଲାଙ୍ଗୀର,୧୯।୨: ଦେଶର ପ୍ରମୁଖ ଅଟୋ ଶିଳ୍ପ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ମଲ୍ଟି ବ୍ରାଣ୍ଡ ୟୁଜ୍‌ଡ (ବ୍ୟବହାର) କାର୍‌ ଡିଭିଜନ, ମହିନ୍ଦ୍ରା ଫାଷ୍ଟ ଚଏସ୍‌ର ନୂତନ ଆଉଟ୍‌ଲେଟ...

Advertisement
Archives

Model This Week